ଆଜି ଇୟୁ ଛାଡ଼ିବ ବ୍ରିଟେନ

ଲଣ୍ଡନ,୩୧-୧:ୟୁରୋପୀୟ ସଂଘ (ଇୟୁ)ରୁ ବ୍ରିଟେନ ଶୁକ୍ରବାର ରାତି ୧୧ଟାରେ ଅଲଗା ହୋଇଯିବ। ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଛି। ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନଙ୍କ ବ୍ରେକ୍‌ଜିଟ ଚୁକ୍ତିକୁ ଚୂଡ଼ାନ୍ତ ଅନୁମୋଦନ ମିଳିଯାଇଛି। ବ୍ରସେଲ୍ସରେ ଥିବା ୟୁରୋପୀୟ ପାର୍ଲାମେଣ୍ଟର ବ୍ରିଟିଶ ସଦସ୍ୟମାନେ ସେମାନଙ୍କ ଅଫିସ୍‌ ଛାଡ଼ିବା ଆରମ୍ଭ କରିଛନ୍ତି। ସବୁ ରାଷ୍ଟ୍ର ସହ ବନ୍ଧୁତ୍ୱ ବଜାୟ ରଖିବା ପ୍ରତିଶ୍ରୁତି ସ୍ବରୂପ ନୂତନ ମୁଦ୍ରା ପ୍ରସାରଣ କରାଯିବ।
ବୁଧବାର ୟୁରୋପୀୟ ପାର୍ଲାମେଣ୍ଟରେ ବ୍ରେକ୍‌ଜିଟ ରାଜିନାମା ଉପରେ ଦୀର୍ଘ ସମୟ ଆଲୋଚନା ପରେ ଭୋଟ ନିଆଯାଇଥିଲା। ୬୨୧ ସଦସ୍ୟ ସପକ୍ଷରେ ଓ ୪୯ ଜଣ ବିପକ୍ଷରେ ଭୋଟ ଦେଇଥିଲେ। ଏହି ସମୟରେ ପାର୍ଲାମେଣ୍ଟରେ ଏକ ଭାବବିହ୍ବଳ ପରିବେଶ ସୃଷ୍ଟି ହୋଇଥିଲା। କେତେକ ସଦସ୍ୟଙ୍କ ଆଖିରେ ଲୁହ ଆସିଯାଇଥିଲା। ଆମେ ଆପଣମାନଙ୍କୁ ସବୁବେଳେ ଭଲପାଇବୁ ଓ ଆପଣମାନେ ଆମଠାରୁ ଦୂରେଇଯିବେନାହିଁ ବୋଲି ଇୟୁ କମିଶନ ଅଧ୍ୟକ୍ଷ ଉର୍ସୁଲ ଭନ ଡେର୍‌ ଲେୟେନ କହିଥିଲେ। ଶୁକ୍ରବାର ବ୍ରିଟେନ ୟୁରୋପୀୟ ସଂଘରୁ ଅଲଗା ହୋଇଗଲେ ମଧ୍ୟ ବର୍ଷ ଶେଷ ପର୍ଯ୍ୟନ୍ତ ଏହା ଇୟୁର ଆର୍ଥିକ ବ୍ୟବସ୍ଥା ମଧ୍ୟରେ ରହିବ। ତେବେ ଆର୍ଥତ୍କ ନୀତି ସମ୍ପର୍କରେ ଏହା କୌଣସି ପ୍ରସ୍ତାବ କିମ୍ବା ପରାମର୍ଶ ଦେଇପାରିବ ନାହିଁ। ୨୮ ସଦସ୍ୟ ବିଶିଷ୍ଟ ୟୁରୋପୀୟ ସଂଘରୁ ଅଲଗା ହୋଇଯିବାରେ ବ୍ରିଟେନ ହେଉଛି ପ୍ରଥମ ରାଷ୍ଟ୍ର।


Enter your email to get our daily news in your inbox.

All Right Reserved By Dharitri.Com

ସ୍ପେସ୍‌ ରକେଟରୁ ବିଭିନ୍ନ ଦେଶର ପତାକା ହଟାଇଲା ରୁଷିଆ: କେବଳ ରହିଛି ତ୍ରିରଙ୍ଗା

ମସ୍କୋ,୩।୩: ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ରୁଷିଆକୁ ବିଶ୍ୱର ଅନେକ ଦେଶଗୁଡିକର ବିରୋଧ ସାମ୍ନା କରିବାକୁ ପଡ଼ିଛି। ବିଭିନ୍ନ ଦେଶ ରୁଷିଆ ଉପରେ ଅନେକ...

ସୀମାରେ ଉତ୍ତେଜନା ହ୍ରାସ ପାଇଁ ଭାରତ-ଚାଇନା ମଧ୍ୟରେ ୫ ସୁତ୍ରୀ ସହମତି

ମସ୍କୋ,୧୧।୯: ପୂର୍ବ ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖା(ଏଲଏସି)ରେ ଭାରତ-ଚାଇନା ମଧ୍ୟରେ ସୀମା ବିବାଦ ଲାଗି ରହିଥିବା ବେଳେ ଦୁଇଦେଶ ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା...

ପାକିସ୍ତାନ ଓ୍ବେବ୍‌ସାଇଟ୍‌କୁ ହ୍ୟାକ୍‌ କଲେ ଭାରତୀୟ ହ୍ୟାକର୍ସ: ତ୍ରିରଙ୍ଗା ଉଡାଇ ଲେଖିଲେ ଏପରି କିଛି

ନୂଆଦିଲ୍ଲୀ,୧୫।୮: ସ୍ବାଧୀନତା ଦିବସ ଅବସରରେ ଭାରତୀୟ ହ୍ୟାକରମାନେ ପୁଣିଥରେ ପାକିସ୍ତାନୀ ୱେବ୍‌ସାଇଟକୁ ଟାର୍ଗେଟ କରିଛନ୍ତି। ସ୍ବାଧୀନତା ଦିବସର ଗୋଟିଏ ଦିନ ପୂର୍ବରୁ ଭାରତୀୟ ହ୍ୟାକର୍ସମାନେ ପାକିସ୍ତାନର...

୬୬ ଘଣ୍ଟାରେ ୩୭ ଥର ଭୂକମ୍ପ: ଶୋଇବାକୁ ବି ଲାଗୁଛି ଭୟ…

ଆଙ୍କରା,୨୫।୨ : ଭୂକମ୍ପ ତୁର୍କୀକୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସସ୍ତୁପରେ ପରିଣତ କରିଦେଇଛି। ଗତ ଭୂକମ୍ପ ଯୋଗୁ ତୁର୍କୀରେ ଏପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଲୋକଙ୍କୁ...

ଦ୍ୱିତୀୟ ଗଭୀର ନୀଳ ଗର୍ତ୍ତର ମିଳିଲା ସନ୍ଧାନ…

ମେକ୍ସିକୋ ସିଟି,୨୭।୪ : ବୈଜ୍ଞାନିକମାନେ ମେକ୍ସିକୋର ୟୁକାଟାନ ଉପଦ୍ୱୀପ ଉପକୂଳରେ ପୃଥିବୀର ଦ୍ୱିତୀୟ ଗଭୀର ନୀଳ ଗର୍ତ୍ତ ଆବିଷ୍କାର କରିଛନ୍ତି। ବ୍ଲୁ ହୋଲ ଚେଟୁମାଲ ବେ’ର...

ଭିକ ମାଗୁଥିବା ପାତ୍ର ଫିଙ୍ଗି ଆତ୍ମନିର୍ଭର ହୁଅ: ଦେଶବାସୀଙ୍କୁ ପାକିସ୍ତାନ ସେନା ମୁଖ୍ୟଙ୍କ ପରାମର୍ଶ

ଇସଲାମବାଦ୍‌,୨୫।୭: ପାକିସ୍ତାନ ଅର୍ଥନୀତି ଏବେ ଖରାପ ପର୍ଯ୍ୟାୟ ଦେଇ ଗତି କରୁଛି। ଫଳରେ ପାକିସ୍ତାନ ଅନ୍ୟ ଦେଶ ଉପରେ ନିର୍ଭରଶୀଳ ହୋଇପଡିଛି। ପ୍ରତ୍ୟେକ ଦିନ ଗୋଟିଏ...

ଭାଜପା କିରୋସିନ୍‌ ଛିଞ୍ଚିବା କାମ କରୁଛି

ଲଣ୍ଡନ,୨୧।୫: କଂଗ୍ରେସ ନେତା ରାହୁଲ ଗାନ୍ଧୀ ବର୍ତ୍ତମାନ ବ୍ରିଟେନରେ ଅଛନ୍ତି। ଶୁକ୍ରବାର ସେ ଲଣ୍ଡନର କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ‘ଆଇଡିଆ ଫର୍‌ ଇଣ୍ଡିଆ’ ସମ୍ମିଳନୀରେ ଭାଗ ନେଇଥିଲେ।...

ପାକିସ୍ତାନ କୋଇଲା ଖଣିରେ ସଂଘର୍ଷ, ୧୬ ମୃତ

କେଶାଓ୍ବର,୧୬।୫: ପାକିସ୍ତାନର ଉତ୍ତର-ପଶ୍ଚିମ ଅଞ୍ଚଳରେ ଥିବା କୋଇଲା ଖଣିର ସୀମାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସୋମବାର ରକ୍ତାକ୍ତ ସଂଘର୍ଷ ହୋଇଥିଲା। ଏଥିରେ ଅତି କମରେ...

Advertisement
Archives

Model This Week