ଆଜି ଆସିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର, ଜୁଏଲ୍‌ ଓରାମ

ଭଦ୍ରକ ଅଫିସ, ୨୬।୪ – ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ୍‌ ଓରାମ ଭଦ୍ରକ ଜିଲା ଗସ୍ତ କରିବେ। ସେମାନଙ୍କ ସହ ଭାଜପାର ବହୁ ହେଭିୱେଟ୍‌ ନେତା, ସିନେତାରକାଙ୍କ ଗସ୍ତ କାର୍ଯ୍ୟକ୍ରମ ରହିଥିବା ଭାଜପା ପକ୍ଷରୁ ଖବରଦାତା ସମ୍ମିଳନୀ ମାଧ୍ୟମରେ ସୂଚନା ଦିଆଯାଇଛି। ଏହି ଅବସରରେ ଭଦ୍ରକ ସହରରେ ପ୍ରାୟ ୨୫ ହଜାର ଭାଜପା ସମର୍ଥକଙ୍କ ଭିଡ଼ ହେବ ବୋଲି କୁହାଯାଇଛି।

ଗୁରୁବାର ଅପରାହ୍ନରେ ଭାଜପା ଜିଲା କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଜିଲା ସାଧାରଣ ସମ୍ପାଦକ ଅମ୍ବିକା ଦାସଙ୍କ ଆବାହକତ୍ୱରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ ଯୋଗଦେଇ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ। କାଳିଆ ଯୋଜନାକୁ ସରକାରଙ୍କ ଲକ୍ଷ୍ୟବିହୀନ ଯୋଜନା ବୋଲି ସେ ଆଖ୍ୟା ଦେଇଥିଲେ। ଭାଜପା ସରକାରକୁ ଡବଲ୍‌ ଇଞ୍ଜିନର ଆଖ୍ୟା ଦେଇ ଶାସନ ଗାଦିକୁ ଆସିଲେ ବିକାଶ କ’ଣ ଲୋକେ ଜାଣିବେ ବୋଲି ସେ କହିଥିଲେ। ସେ ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଥିବା ବିଭିନ୍ନ ଯୋଜନାର ଟିପ୍ପଣୀ ଦେଇଥିଲେ। ଜିଲା ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ବିକାଶ ଶ୍ରେଷ୍ଠା ଖବରଦାତା ସମ୍ମିଳନୀରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଙ୍ଗୋପସାଗରରେ ବୁଡ଼ିଲା ୨ ମାଛଧରା ଟ୍ରଲର, ୨୯ ମତ୍ସ୍ୟଜୀବୀ ବୁଡ଼ି ଯାଉଥିବା ଦେଖି…

ଭୋଗରାଇ,୨୨ା୬(ପ୍ରଦୀପ ଦାସ): ବଙ୍ଗୋପସାଗର ଉତ୍ତାଳ ଥିବାରୁ ଇଲିସି ଧରିବାକୁ ଯାଇଥିବା ଦୀଘା ସମୁଦ୍ରଠାରୁ ୧୦୦ ମାଇଲ ଦୂର ଜମ୍ବୁ ଦୀପ ନିକଟରେ ୨ଟି ବଙ୍ଗୀୟ ମାଛ...

ଝାଡ଼ଖଣ୍ଡରେ ବର୍ଷା, ବାଲେଶ୍ୱରରେ ବନ୍ୟା : ଭାଙ୍ଗିଲା ଖାଳଯୋଡ଼ି ସ୍ଲୁଇସ ଗେଟ୍‌

ଭୋଗରାଇ, ୨୨।୬ (ପ୍ରଦୀପ ଦାସ): ଝାଡ଼ଖଣ୍ଡ ମାଳାଞ୍ଚଳରେ ଭୀଷଣ ବର୍ଷା ଓ ଗାଲୁଡିହି ବ୍ୟାରେଜ୍‌ର ପ୍ରାୟ ୮ ଗେଟ୍‌ରେ ପ୍ରତି ସେକେଣ୍ଡରେ ୨ଲକ୍ଷ ୪୨ କ୍ୟୁସେକ...

ସୁବର୍ଣ୍ଣରେଖା ବନ୍ୟାରେ ଭାସିଗଲେ ଯୁବକ, ନଦୀରେ ଚାଲିଛି….                       

ଭୋଗରାଇ, ୨୧।୬ ( ପ୍ରଦୀପ ଦାସ ) ସୁବର୍ଣ୍ଣରେଖା ବନ୍ୟାରେ ଜଣେ ଯୁବକ ଭାସିଯାଇ ନିଖୋଜ ଥିବାର ସୂଚନା ମିଳିଛି । ଅଗ୍ନିଶମ ବିଭାଗ ଯୁବକକୁ...

ଖଇରାକୁ ବ୍ୟାପିଲା ଝାଡାବାନ୍ତି, ୫ ଆକ୍ରାନ୍ତ

ଖଇରା,୨୦।୫(ଉତ୍କଳବନ୍ଧୁ ପଣ୍ଡା):ବାଲେଶ୍ବର ଜିଲାର ବାଲେଶ୍ବର ସୋର ପରେ ଏବେ ଖଇରା ଅଞ୍ଚଳକୁ କାୟା ବିସ୍ତାର କରିଛି। ଶୁକ୍ରବାର ସକାଳେ ଆଦିବାସୀ ଅଧ୍ୟୁଷିତ କୁପାରୀ ,ରଟିଣା ଏବଂ...

ସୁବର୍ଣ୍ଣରେଖାରେ ବଢୁଛି ଜଳସ୍ତର: ଭୟଭୀତ ନଦୀକୂଳିଆବାସୀ

ଭୋଗରାଇ,୨୦l୬(ପ୍ରଦୀପ ଦାସ): ସୁବର୍ଣ୍ଣରେଖା ଉପରମୁଣ୍ଡାରେ ବର୍ଷା ଲାଗିରହିବାରୁ ସୁବର୍ଣ୍ଣରେଖାରେ ଚଳିତ ଋତୁରେ ପ୍ରଥମଥର ଜଳସ୍ତର ବୃଦ୍ଧି ପାଉଛି। ଝାଡ଼ଖଣ୍ଡ ଗାଲୁଡ଼ିହି ଜଳାଧାରରୁ ଆସିଥିବା ବର୍ଷାପାଣି ୮ଟି...

ସୀମା ଟପିଲା ପୋଲିସ ବର୍ବରତା: ବିନା ମାମଲାରେ ଯୁବକଙ୍କ ହାତଗୋଡ଼ରେ ବେଡ଼ି, ଥାନାରେ ପହଞ୍ଚିଗଲେ ନାନା…

ଭୋଗରାଇ, ୧୯ା୬(ପ୍ରଦୀପ ଦାସ): ଅଭିଯୁକ୍ତ କିମ୍ବା ଅଭିଯୋଗକାରୀଙ୍କ ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ବ୍ୟବହାର ପ୍ରଦର୍ଶନ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଡ଼ା ତାଗିଦ୍‌ କରିଥିବା...

ଝିଅ ଜନ୍ମହେବାରୁ ମାରିଦେଲେ

ଜଳେଶ୍ୱର,୧୯।୬(ନବୀନ ସାହୁ): ଜଳେଶ୍ୱର ପୌରପାଳିକାର ଉପାଧ୍ୟକ୍ଷା ପୁଷ୍ପପ୍ରିୟା କାମିଳାଙ୍କ ପୁଅ ରିତେଶ କାମିଳା ୨୦୨୨ରେ ନିକଟସ୍ଥ ଚକବିଷ୍ଣୁ ଗ୍ରାମର ଜଳଧର ପ୍ରଧାନଙ୍କ କନ୍ୟା ନମିତା(୨୪)ଙ୍କୁ ଭଲ...

ସମୁଦ୍ର ଜୁଆରରେ ଭାସିଗଲେ ୩ ବଙ୍ଗୀୟ ପର୍ଯ୍ୟଟକ

ଭୋଗରାଇ,୧୮ା୬(ପ୍ରଦୀପ ଦାସ): ବଙ୍ଗୋପସାଗର ଦକ୍ଷିଣ-ପଶ୍ଚିମରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ ଏହା ଉତ୍ତର-ପଶ୍ଚିମ ଦିଗକୁ ମୁହଁଉଥିବାବେଳେ ମୌସମୀ ବାୟୁ ସକ୍ରିୟ ହୋଇ ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri