ଆଜି ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ: ମନୋବଳ ଆଗରେ ହାର ମାନିଛି ଅକ୍ଷମତା

ଭୁବନେଶ୍ୱର,୩ା୧୨(ବ୍ୟୁରୋ): ୩୧ ବର୍ଷୀୟ ମିଥିଲେଶ୍‌ ପଟ୍ଟନାୟକ। ଓଡ଼ିଶୀ ନୃତ୍ୟ ଜଗତର ଜଣେ ପରିଚିତ ଚେହେରା। ଅନ୍ୟମାନଙ୍କ ଭଳି ଶାରୀରିକ ଓ ମାନସିକଭାବେ ସେ ସାଧାରଣ ନୁହନ୍ତି। ହେଲେ ତାଙ୍କ ପ୍ରତିଭା ଓ ଦୃଢ଼ ମାନସିକତା ଆଜି ତାଙ୍କୁ ଜଣେ ଆଦର୍ଶଭାବେ ଗଢ଼ିତୋଳିଛି। ଦିବ୍ୟାଙ୍ଗ ହୋଇ ମଧ୍ୟ ସେ ସମାଜ ପାଇଁ ଉଦାହରଣ ପାଲଟିଛନ୍ତି। ତାଙ୍କ ଅଦ୍ୟମ ଇଚ୍ଛାଶକ୍ତି ଆଗରେ ଅକ୍ଷମତା ହାର ମାନିଥିବାବେଳେ ସମସ୍ତ ପ୍ରତିବନ୍ଧକ ସତ୍ତ୍ୱେ କିଭଳି ଆଗକୁ ବଢ଼ିହୁଏ, ସେ ପ୍ରମାଣିତ କରିଦେଖାଇଛନ୍ତି।
ନୃତ୍ୟ ପ୍ରତି ରହିଛି ତାଙ୍କର ପ୍ରଗାଢ଼ ନିଶା। ଦେଶ, ବିଦେଶର ମଞ୍ଚରେ ନୃତ୍ୟ ପରିବେଷଣ କରି ନିଜକୁ ଜଣେ ପ୍ରତିଷ୍ଠିତ ନୃତ୍ୟଶିଳ୍ପୀଭାବେ ପରିଚିତ କରାଇଛନ୍ତି। ଭୁବନେଶ୍ୱରର ଶୁଭ୍ରାଂଶୁ ପଟ୍ଟନାୟକ ଓ ମିନତି ପଟ୍ଟନାୟକଙ୍କ ଏକମାତ୍ର ପୁତ୍ର ମିଥିଲେଶ୍‌ ଜନ୍ମରୁ ମାନସିକ ସ୍ତରରେ ଭିନ୍ନକ୍ଷମ। ପିଲାବେଳୁ ରୋଗ ସମ୍ପର୍କରେ ଜଣାପଡ଼ିଥିଲେ ମଧ୍ୟ ତାହାର କୌଣସି ଚିକିତ୍ସା ସମ୍ଭବ ହୋଇପାରି ନ ଥିଲା। ଘରେ ହିଁ ବିଭିନ୍ନ ଶିକ୍ଷାଦେଇ ମିଥିଲେଶଙ୍କୁ ଭଲ କରିହେବ ବୋଲି ଡାକ୍ତର କହିବା ପରେ ଏକମାତ୍ର ପୁଅକୁ ଭଲ ମଣିଷଭାବେ ଗଢ଼ି ତୋଳିବାକୁ ଲାଗିପଡ଼ିଥିଲେ ମା’ ମିନତି। ଅନ୍ୟ ପିଲାଙ୍କ ଭଳି ସେ କୌଣସି ସ୍କୁଲ କିମ୍ବା କଲେଜରେ ପାଠ ପଢ଼ି ନ ଥିଲେ। ହେଲେ ନୃତ୍ୟ, ସଙ୍ଗୀତ ଭଳି ଅନ୍ୟାନ୍ୟ କ୍ଷେତ୍ରରେ କିନ୍ତୁ ସେ ଅନ୍ୟମାନଙ୍କଠାରୁ ବେଶ୍‌ ଆଗୁଆ ଥିଲେ। ପିଲାବେଳୁ ଓଡ଼ିଶୀ ନୃତ୍ୟ ପ୍ରତି ତାଙ୍କର ଅହେତୁକ ଆଗ୍ରହ ରହିଥିବା ଦେଖି ଘରଲୋକ ତାଙ୍କୁ ବିଶିଷ୍ଟ ଓଡ଼ିଶୀ ନୃତ୍ୟଗୁରୁ ସହଦେବ ପାଢ଼ୀଙ୍କ ନିକଟକୁ ନୃତ୍ୟ ଶିଖିବାକୁ ପଠାଇଥିଲେ। ବାସ୍‌ ତା’ପରେ ଆଉ ପଛକୁ ଫେରି ଚାହିଁ ନ ଥିଲେ ମିଥିଲେଶ୍‌। ଚଣ୍ଡୀଗଡ଼ସ୍ଥିତ ପ୍ରାଚୀନ କଳାକେନ୍ଦ୍ରରୁ ସଙ୍ଗୀତ ବିଶାରଦ ପ୍ରଥମଖଣ୍ଡ କରିବାପରେ ଓଡ଼ିଶୀ ନୃତ୍ୟ କରି ସେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କଠାରୁ ପୁରସ୍କୃତ ହୋଇଥିଲେ। କେବଳ ଏତିକି ନୁହେଁ, ନୃତ୍ୟ ପାଇଁ ସେ ନୂଆଦିଲ୍ଲୀସ୍ଥିତ ସେଣ୍ଟର ଫର୍‌ କଲ୍‌ଚରାଲ୍‌ ରିସୋର୍ସ ଆଣ୍ଡ୍‌ ଟ୍ରେନିଂ ପକ୍ଷରୁ ୨୦୦୧ରେ ନ୍ୟାଶନାଲ ସ୍କଲାରଶିପ୍‌ ଆୱାର୍ଡ ମଧ୍ୟ ପାଇଛନ୍ତି। ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ୨୦୦୨ରେ ଆୟୋଜିତ ରାଜ୍ୟସ୍ତରୀୟ ଉତ୍ସବ ‘କ୍ଷମତା’ରେ ମିଥିଲେଶ୍‌ ଏକକ ଓ ଦଳଗତ ନୃତ୍ୟ ପରିବେଷଣ କରି ‘କ୍ଷମତା’ ପୁରସ୍କାର ହାସଲ କରିଥିଲେ। ରାଜ୍ୟ ଓ ରାଜ୍ୟ ବାହାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ନୃତ୍ୟ ପରିବେଷଣ କରି ସେ ପ୍ରଶଂସିତ ହୋଇଛନ୍ତି। ସାଧାରଣଭାବେ ତାଙ୍କ ମାନସିକ ବିକାଶ ହୋଇ ନ ଥିଲେ ବି ନୃତ୍ୟ କଲାବେଳେ ତାଙ୍କୁ ଦେଖିଲେ ଏହା ଯେ କେହି ଅନୁମାନ କରିପାରିବେ ନାହିଁ। ପିଲାବେଳେ ଟିଭି ଆଗରେ ନାଚୁଥିବା ଏହି ଦିବ୍ୟାଙ୍ଗ ପ୍ରତିଭା ଯେ ଦିନେ ବାପା, ମା’ଙ୍କୁ ଏଭଳି ଗର୍ବିତ କରିବ ତାହା କେହି ଚିନ୍ତା କରି ନ ଥିଲେ। ନିଜେ ନୃତ୍ୟଶିକ୍ଷା କରିବା ସହ ଏବେ ସେ ସାଇ ଇଣ୍ଟରନ୍ୟାଶନାଲ୍‌ ସ୍କୁଲରେ ନୃତ୍ୟ ଶିକ୍ଷକଭାବେ କାର୍ଯ୍ୟରତ। ‘ନାଟ୍ୟ’ ନାମକ ଅନୁଷ୍ଠାନ କରି ଦିବ୍ୟାଙ୍ଗମାନଙ୍କୁ ସେ ନୃତ୍ୟ ଶିକ୍ଷା ଦେଉଛନ୍ତି। କେବଳ ଏତିକି ନୁହେଁ, ମିଥିଲେଶ୍‌ ଏବେ ମା’ ମିନତି ପଟ୍ଟନାୟକଙ୍କୁ ମଧ୍ୟ ନୃତ୍ୟ ଶିଖାଉଥିବା ବାପା ଶୁଭ୍ରାଂଶୁ ପଟ୍ଟନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

ମହାନଦୀରେ ଡଙ୍ଗାବୁଡି ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୪: ମହାନଦୀରେ ଡଙ୍ଗା ବୁଡିବା ଘଟଣାରେ ମୃତକଙ୍କ ପରିବାରକୁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବିଜେଡିରେ ସାମିଲ ହେଲେ ବିଜୟ କେତନ ସ୍ବାଇଁ; କହିଲେ-ବିତୃଷ୍ଣା ହୋଇ ଭାଜପା ଛାଡ଼ିଲି

ଭୁବନେଶ୍ୱର,୧୯ା୪: ଭାଜପା ଛାଡି ବିଜେଡିରେ ଯୋଗ ଦେଲେ ବରିଷ୍ଠ ନେତା ବିଜୟ କେତନ ସ୍ବାଇଁ । ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ ପ୍ରତାପ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri