Posted inଖେଳ

ଟି-୨୦ର ନୂଆ ‘ରେକର୍ଡ କିଙ୍ଗ୍‌’ ହେବେ ବୈଭବ ସୂର୍ଯ୍ୟବଂଶୀ! ଖେଳାଳିଙ୍କ ବିସ୍ଫୋରକ ବୟାନକୁ ନେଇ ହଲଚଲ

ନୂଆଦିଲ୍ଲୀ, ୬।୮: ଜୋସ ବଟଲର ଟି-୨୦ କ୍ରିକେଟ ଇତିହାସର ସବୁଠାରୁ ବଡ଼ ରେକର୍ଡ ନିଜ ନାମରେ କରିଛନ୍ତି। ୱେଲ୍ସ ଫାୟାର ବିପକ୍ଷ ମ୍ୟାଚରେ ମାଞ୍ଚେଷ୍ଟର ସୁପର ଜାୟାଣ୍ଟସ ପକ୍ଷରୁ ଖେଳି ବଟଲର ୫୧ ରନର ବିସ୍ଫୋରକ ଇନିଂସ ଖେଳିଥିଲେ। ଏହି ପାରି ସହ ସେ କିରନ ପୋଲାର୍ଡଙ୍କ ରେକର୍ଡକୁ ପଛରେ ପକାଇ ଟି-୨୦ କ୍ରିକେଟରେ ସର୍ବାଧିକ ରନ ସଂଗ୍ରହ କରିଥିବା ବ୍ୟାଟର ହୋଇଛନ୍ତି।

ବର୍ତ୍ତମାନ ଜୋସ ବଟଲରଙ୍କ ନାମରେ ଟି-୩୦ କ୍ରିକେଟରେ ୧୪,୮୩୩ ରନ ରହିଛି। ଏହି ଐତିହାସିକ ସଫଳତା ପରେ ସେ ଏପରି ଏକ ବୟାନ ଦେଇଛନ୍ତି, ଯାହା ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି। ବଟଲର କହିଛନ୍ତି ଯେ, ଭବିଷ୍ୟତରେ ବୈଭବ ସୂର୍ଯ୍ୟବଂଶୀ ତାଙ୍କ ଏହି ରେକର୍ଡ ଭାଙ୍ଗିପାରନ୍ତି।

ଟି-20 କ୍ରିକେଟରେ କିରନ ପୋଲାର୍ଡଙ୍କ ନାମରେ ୧୪,୮୦୩ ରନ ଥିଲା। ବଟଲର ତାଙ୍କଠାରୁ ମାତ୍ର ୨୨ ରନ ପଛରେ ଥିଲେ। ୱେଲ୍ସ ଫାୟାର ବିପକ୍ଷ ମ୍ୟାଚରେ ଅର୍ଦ୍ଧଶତକ ହାସଲ କରି ସେ ପୋଲାର୍ଡଙ୍କୁ ପଛରେ ପକାଇ ଟି-୨୦ ଇତିହାସର ସର୍ବାଧିକ ରନ ସଂଗ୍ରହକାରୀ ବ୍ୟାଟର ହୋଇଛନ୍ତି।

ଇତିହାସ ରଚିବା ପରେ ବଟଲର କହିଥିଲେ, “ଟି-୨୦ କ୍ରିକେଟରେ ସମସ୍ତଙ୍କଠାରୁ ଅଧିକ ରନ ମୋ ନାମରେ ଥିବା କଥା ଭାବିଲେ ବହୁତ ଭଲ ଲାଗେ। ଦିନେ ନା ଦିନେ କେହି ନା କେହି ଏହି ରେକର୍ଡ ଭାଙ୍ଗିବେ, ଆଉ ମୋର ମନେ ହେଉଛି ସେହି ନାମ ବୈଭବ ସୂର୍ଯ୍ୟବଂଶୀ ହୋଇପାରେ।”

 

 

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଶୌଚ ପାଇଁ ଯାଇଥିଲେ ମାଡ଼ିବସି ଦେହରେ ଢ଼ାଳିଦେଲେ ପେଟ୍ରୋଲ, ପରେ ହୁହୁ ହୋଇ ଜଳିଲେ

ଲହୁଣୀପଡ଼ା, ୮।୮ (ଦାଶରଥି ପଣ୍ଡା/ ସମୀର କୁମାର ପାଢୀ): ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ଥାନା ଅନ୍ତର୍ଗତ ଗଣିଘସା ଗ୍ରାମରେ ଶନିବାର ସକାଳ ପ୍ରାୟ ସାଢ଼େ ୫ଟା ସମୟରେ…

‘ପାକିସ୍ତାନୀମାନେ ଭାରତୀୟଙ୍କ ଶତ୍ରୁ ନୁହଁନ୍ତି,’ ଏମିତି କହି ଚର୍ଚ୍ଚାରେ ଆରଏସଏସ ମୁଖ୍ୟ ମୋହନ ଭାଗବତ

ନୂଆଦିଲ୍ଲୀ,୮।୮: ଭାରତ-ପାକିସ୍ତାନ ସମ୍ପର୍କ ଉଲ୍ଲେଖ କରିବା ସାଧାରଣତଃ ଉତ୍ତେଜନା, ସୀମା ବିବାଦ ଏବଂ ଶତ୍ରୁତାର ଚିତ୍ର ସୃଷ୍ଟି କରେ। ଏହା ମଧ୍ୟରେ, ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ)…

ମାଈ ହାତୀର କଙ୍କାଳ ଠାବ: ବନବିଭାଗର ତଦନ୍ତ ଆରମ୍ଭ

ରିଆମାଳ, ୮।୮( ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ନୂଆଁଡ଼ିହି ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଖିଲେଇ ଗ୍ରାମ ନିକଟବର୍ତ୍ତୀ ଗୋଗୁଆ ସଂରକ୍ଷିତ ଜଙ୍ଗଲରୁ ବନ ବିଭାଗ…

ପୁଣି ସୃଷ୍ଟି ହେଲା ଲଘୁଚାପ: ସପ୍ତାହେ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୮।୮: ଦକ୍ଷିଣ ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ସଂଲଗ୍ନ ବାଂଲାଦେଶ ଉପରେ ଏକ ଉପର ବାୟୁ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ ହୋଇଛି। ଫଳରେ ରାଜ୍ୟରେ ଆସନ୍ତା ସପ୍ତାହ ପର୍ଯ୍ୟନ୍ତ…

କାହିଁକି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଅଜିଙ୍କ୍ୟ ରାହାଣେ, ଜଣାପଡିଲା ଅସଲ କାରଣ, ଏବେ ବାଛିଛନ୍ତି…

ନୂଆଦିଲ୍ଲୀ,୮।୮: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ଅଜିଙ୍କ୍ୟ ରାହାଣେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ବିଶ୍ୱର ବିଭିନ୍ନ ଲିଗରେ ଖେଳିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏହା ସହିତ,…

୨ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ

କେସିଙ୍ଗା,୮ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଆଦର୍ଶ ପୋଲିସ ଦ୍ୱାରା ଜଣେ ଚୋରା ବ୍ୟବସାୟୀଙ୍କ ସହ ୪୨ କେଜି ଚୋରା ଗଞ୍ଜେଇ ଧରାଯାଇଛି। କୌଣସି ସୂତ୍ରରୁ ଖବର…

ସ୍କୁଟିରେ ଗଞ୍ଜେଇ ଚାଲାଣ କରି ଜେଲ୍‌ ଗଲେ ୨ ଅଭିଯୁକ୍ତ

ଦିଗପହଣ୍ଡି,୮ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅବକାରୀ କର୍ମଚାରୀ ଟିମ୍‌ ସ୍ଥାନୀୟ କୃଷି ବିଭାଗ କାର୍ଯ୍ୟାଳୟ ସମ୍ମୁଖ ୧୭ ନଂ ରାଜ୍ୟ ରାଜପଥରୁ ଏକ ସ୍କୁଟି…

୨୧୬ କିମି ବେଗରେ ମାଡ଼ି ଆସୁଛି ଭୟଙ୍କର ବାତ୍ୟା! ଜାରି ହେଲା ହାଇ ଆଲର୍ଟ, ଏଇଠି କରିବ ଲ୍ୟାଣ୍ଡଫଲ

ଟୋକିଓ, ୮।୮: ଜାପାନରେ ଗତ କିଛି ମାସ ଧରି ଲଗାତାର ଭୟଙ୍କର ଭୂକମ୍ପର ଝଟକା ଆତଙ୍କ ସୃଷ୍ଟି କରିଛି। ସମୁଦ୍ରରେ ଉଠୁଥିବା ଉଚ୍ଚ ଲହରୀ ଏବଂ ସୁନାମି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri