ଆଜି ଅଖିମୁଠି, ଚିନ୍ତାରେ ଚାଷୀ

ଭୁବନେଶ୍ୱର,୨୬।୪(ବ୍ୟୁରୋ): ରବିବାର ଅକ୍ଷୟ ତୃତୀୟା ବା ଅଖିମୁଠୀ। ପ୍ରତିବର୍ଷ ଭଳି ଚାଷୀପୁଅ କୃଷି କାର୍ଯ୍ୟର ଶୁଭାରମ୍ଭ କରିବ। ମାଟି ମା’କୁ ପୂଜାକରି ବର୍ଷକ ପାଇଁ ଯୋଗାଡ଼ କରିବ ଆହାର। ରାଜ୍ୟରେ ଏହି ଦିନ ହେଉଛି ଓଡ଼ିଆ ଚାଷୀ ପରିବାରଙ୍କ ପାଇଁ ଅତ୍ୟନ୍ତ ଶୁଭ ଦିନ। ଏହି ଦିନ ମଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ପାଇଁ କାଠ ଅନୁକୂଳ ହୁଏ। କେଉଁ ଅନାଦି କାଳରୁ ରାଜ୍ୟରେ ପ୍ରଚଳିତ ହୋଇ ଆସିଛି ଏହି ପରମ୍ପରା। ତେବେ ଚଳିତ ବର୍ଷ କରୋନା(କୋଭିଡ-୧୯) ମହାମାରୀ ଚାଷୀ ଆଗରେ ଏକ ବିରାଟ ପ୍ରତିବନ୍ଧକ ଭାବେ ଛିଡ଼ା ହୋଇଛି। ଚାଷୀମାନଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଇଛି। କରୋନା ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଲକ୍‌ଡାଉନ ଘୋଷଣା କରିଛନ୍ତି। ମାସକାଳ ବିଲକୁ ହଳ ଯାଇ ନାହିଁ। ଯାହାକିଛି ପନିପରିବା, ଶାଗମୁଗ ଚାଷ ହୋଇଥିଲା ସେସବୁ ବିଲରେ ଉଜୁଡ଼ି ଗଲା। ମାସ ମାସ ଧରି ଲହୁ ଲୁହକୁ ଏକାଠି କରି ଫଳେଇଥିବା ଫସଲର ମୂଲ ପାଇଲା ନାହିଁ। ଆର୍ଥିକସ୍ତରରେ ଚାଷୀମାନେ ଏକ ପ୍ରକାର ଦେବାଳିଆ ହୋଇ ଯାଇଛନ୍ତି। ନିକଟରେ ଚାଷ କାର୍ଯ୍ୟ ପାଇଁ ସରକାର ଲକ୍‌ଡାଉନ କଟକଣାରେ କୋହଳ କରିବା ପରେ ଚାଷୀ ବିଲକୁ ଯାଇପାରୁଛି। ତେବେ ଅକ୍ଷୟ ତୃତୀୟାରୁ ଚାଷୀମାନେ ପୁଣି ଅଣ୍ଟା ଭିଡ଼ିବେ। ପରମ୍ପରା ଅନୁଯାୟୀ ଅଖିମୁଠିଅନୁକୂଳ ହେବ ବୋଲି ଚାଷୀ ଚୈତନ୍ୟ ପରିଡ଼ା କହିଛନ୍ତି। ସେ କହିଛନ୍ତି ଯେ, ଲକ୍‌ଡାଉନ ଯୋଗୁ ପନିପରିବା ଉଜୁଡ଼ି ଗଲା। ଏବେ ଅଦିନିଆ ବର୍ଷା ମୁଗ ବିରି ଫସଲକୁ ଉଜାଡ଼ି ଦେଇଛି। ଲକ୍‌ଡାଉନ ଯୋଗୁ ବିଲ ହଳ ନ ହୋଇ ପଡ଼ିଆ ପଡ଼ିଛି। ଘାସ ମରି ନ ଥିବାରୁ ଧାନ ଫସଲ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ। ଲକ୍‌ଡାଉନ କଟକଣା ଉଠାଇ ଦିଆଯାଇଥିବାରୁ ଏବେ ହଳଲଙ୍ଗଳ ଏବଂ ଟ୍ରାକ୍ଟର ଚାଷ କାମ ଆରମ୍ଭ ହୋଇଛି। ଚାଷ ଆମର ଜୀବିକା। ଏହାକୁ ଛାଡ଼ି ଆମେ ବଞ୍ଚତ୍ପାରିବୁ ନାହିଁ। ସରକାର ସାର, ବିହନ, କୀଟନାଶକ ଏବଂ ଋଣ ଯୋଗାଇଦେଲେ ଆମେ ଚାଷୀକୁଳ ଟିକେ ଉପକୃତ ହୋଇପାରିବୁ ବୋଲି ସେ କହିଛନ୍ତି। ସେହିପରି ଅନ୍ୟଜଣେ ଚାଷୀ ମୋହନ ବିଶ୍ୱାଳ କହିଛନ୍ତି ଯେ, ଆମ ଜୀବନ କାଳରେ ଏଭିଳ ବିପତ୍ତି କେବେ ଦେଖି ନ ଥିଲୁ। ରୋଗ ଏମିତି ଅଚଳ କରିଦେବ କେବେବି ବିଶ୍ୱାସ କରି ହେଉନି। ଜୀବନ ରକ୍ଷା ପାଇଁ ସରକାର ବନ୍ଦ ଘୋଷଣା କଲେ। ଏହା ଏକ ଭଲ ପଦକ୍ଷେପ। ଜୀବନ ସିନା ବଞ୍ଚତ୍ୟିବ, ହେଲେ ଜୀବିକା ମରିଯାଉଛି। ମାଣେ ଜମିରେ ବାଇଗଣ, ଆଳୁ, ପିଆଜ, ପୋଟଳ, କଖାରୁ, ଟମାଟର କରିଥିଲି। ନିଜ ପରିଶ୍ରମକୁ ଛାଡ଼ି ଦେଢ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲି। ଅଳ୍ପକିଛି ଆଦାୟ ହୋଇଥିବା ବେଳେ ମୂଳଜମା ଉଠିବା ପୂର୍ବରୁ ସବୁକିଛି ବନ୍ଦ ହୋଇଗଲା। ବିଲରେ ପରିବା ପାଚି ଶୁଖି ନଷ୍ଟ ହୋଇଗଲା। ଅଦରରେ ମଧ୍ୟ ବେପାରୀ ନେଲେ ନାହିଁ। ବିଲରେ ଗୋରୁଙ୍କୁ ଛାଡ଼ି ଦେଲୁ। ଏବେ ଧାନ ଚାଷ ସମୟ ଆସୁଛି। ଅଖିମୁଠିତ ନିଶ୍ଚୟ କରିବୁ ହେଲେ ଚାଷ ପାଇଁ ଟଙ୍କା କେଉଁଠୁ ଆଣିବୁ, ତାକୁ ନେଇ ଚିନ୍ତାରେ ରହିଛୁ। କେବଳ ଏ ଦୁଇ ଚାଷୀ ନୁହନ୍ତି, ସମଗ୍ର ରାଜ୍ୟରେ ଚାଷୀଙ୍କର ସମାନ ଅବସ୍ଥା। କରୋନା ମହାମାରୀ ସଙ୍କଟ ଚାଷୀକୁଳକୁ ଦୁର୍ଦ୍ଦିନକୁ ଠେଲି ଦେଇଛି। ପୁଣି ଅଣ୍ଟା ଭିଡ଼ି ଆଗକୁ ଯିବା ଲାଗି ଚାଷୀକୁଳ ସଜବାଜ ହେଉଛି। ରାଜ୍ୟରେ ଚଳିତ ବର୍ଷ ୬୦ଲକ୍ଷ ହେକ୍ଟରରେ ଧାନ ଚାଷ ହେବାର ଲକ୍ଷ୍ୟ ରହିଛି। ଚଳିତ ବର୍ଷ ଦକ୍ଷିଣପଶ୍ଚିମ ମାୈସୁମୀ ସ୍ବାଭାବିକ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପାଗଯୋଗ ଠିକ ରହିଲେ ଓଡିଶା ପୁଣି ଧାନ ଉପତ୍ାଦନରେ ଆଗୁଆ ରାଜ୍ୟ ହୋଇପାରିବ ବୋଲି କୃଷି ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?