ଆଜିି ଆଜ୍ଞାମାଳ ବିଜେ

ପୁରୀ ଅଫିସ,୨୨।୬: ରଥଯାତ୍ରାକୁ ନେଇ ଦ୍ୱନ୍ଦ୍ୱ ଦୂର ହୋଇନି। ଏଥର ବଡ଼ଦାଣ୍ଡରେ ରଥ ଗଡ଼ିବ ନାହିଁ ବୋଲି ସୁପ୍ରିମ୍‌କୋର୍ଟ ରାୟ ଦେଇଥିଲେ। ମାତ୍ର ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ପରେ ରାୟର ପୁନର୍ବିଚାର ପାଇଁ ସୁପ୍ରିମ୍‌କୋର୍ଟରେ ଏକାଧିକ ରିଭ୍ୟୁ ପିଟିଶନ ଦାଏର ହୋଇଛି। ତେଣୁ ରଥଯାତ୍ରା ଆଶା ପୁଣି ଉଜ୍ଜୀବିତ ହୋଇଛି। ଶେଷ ହୋଇ ନ ଥିବା ଆଶା ଓ ଦୂର ହୋଇ ନ ଥିବା ଆଶଙ୍କା ଭିତରେ ଏବେ ତିନିରଥ ଉପରେ ସମସ୍ତଙ୍କ ନଜର। ବିଧି ମୁତାବକ ରଥଯାତ୍ରା ପୂର୍ବଦିନ ଅର୍ଥାତ୍‌ ସୋମବାର ଆଜ୍ଞାମାଳ ବିଜେ ହେବେ କି ନାହିଁ ସେ ନେଇ ଯେଉଁ ଆଶଙ୍କା ରହିଥିଲା ତାହାକୁ ଦୂର କରିଛନ୍ତି ପରିଚାଳନା କମିଟିର ସେବାୟତ ପ୍ରତିନିଧି। ଭିତର ସେବାୟତ ନିଯୋଗରେ ରବିବାର ଆୟୋଜିତ ଖବରଦାତା ସମ୍ମିଳନୀରେ କମିଟିର ୫ ସେବାୟତ ପ୍ରତିନିଧି କହିଛନ୍ତି, ସୋମବାର ସକାଳ ଧୂପ ପରେ ରଥକୁ ଆଜ୍ଞାମାଳ ବିଜେ କରିବେ। ଏହାପରେ ରଥଖଳାରୁ ସିଂହଦ୍ୱାରକୁ ତିନିରଥ ଆସିବ କି ନାହିଁ ତାହା ରାଜ୍ୟ ସରକାର ନିଷ୍ପତ୍ତି ନେବେ। ଆଜ୍ଞାମାଳ ବିଜେ ପରେ ରଥ ନ ଗଡ଼ିଲେ ନୀତି ପ୍ରଭାବିତ ହେବା ଆଶଙ୍କା ରହିଥିବା ସୂଚନା ଦିଆଯାଇଛି।
ପରିଚାଳନା କମିଟି ସଦସ୍ୟ ତଳୁଚ୍ଛ ନୀଳକଣ୍ଠ ମହାପାତ୍ର କହିଛନ୍ତି, ସୁପ୍ରିମ୍‌କୋର୍ଟଙ୍କ ଆଦେଶର ଯେଉଁଭଳି ଭାବେ ବିକଳ୍ପ ନାହିଁ ସେହିଭଳି ମହାପ୍ରଭୁଙ୍କ ରଥଯାତ୍ରାର କୌଣସି ବିକଳ୍ପ ପରିକଳ୍ପନା କରାଯାଇପାରିବ ନାହିଁ। ତେଣୁ ମୁଖ୍ୟମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରନ୍ତୁ। ବିନା ଭକ୍ତରେ କିପରି ରଥଯାତ୍ରା ହୋଇପାରିବ ସେ ନେଇ ରାଜ୍ୟ ସରକାର ସୁପ୍ରିମ୍‌କୋର୍ଟଙ୍କ ପାଖରେ ସାନି ଆବେଦନ କରନ୍ତୁ। ସଦସ୍ୟ ରାମଚନ୍ଦ୍ର ଦାସ ମହାପାତ୍ର କହିଛନ୍ତି, ରଥଯାତ୍ରା ଲାଗି ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ଇଚ୍ଛା ପ୍ରକାଶ କରିଥିବାବେଳେ ଗଜପତି ମହାରାଜା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ତେଣୁ ସରକାର ନିଜ ଆଡୁ ଚେଷ୍ଟା କରନ୍ତୁ। ଛତିଶା ନିଯୋଗ ସମସ୍ତ ସହଯୋଗ କରିବ। କ୍ୟାବିନେଟ ବସାଇ ଅଧ୍ୟାଦେଶ ଆଣି ରାଜ୍ୟ ସରକାର ରଥଯାତ୍ରା କରିପାରିବେ ବୋଲି ଦାସମହାପାତ୍ର କହିଛନ୍ତି। ବିଧି ମୁତାବକ ସୋମବାର ସକାଳ ଧୂପ ପରେ ତିନିରଥକୁ ଆଜ୍ଞାମାଳ ବିଜେ କରାଯିବ। ଏହାପରେ ରଥଖଳାରୁ ସିଂହଦ୍ୱାରକୁ ତିନିରଥ ଆସିବ କି ନାହିଁ ତାହା ରାଜ୍ୟ ସରକାର ନିଷ୍ପତ୍ତି ନେବେ। ତେବେ ଆଜ୍ଞାମାଳ ବିଜେ ପରେ ରଥ ନ ଗଡ଼ିଲେ ନୀତି ପ୍ରଭାବିତ ହେବା ଆଶଙ୍କା ରହିଛି। ଏହି ଖବରଦାତା ସମ୍ମିଳନୀରେ କମିଟି ସଦସ୍ୟ ମାଧବ ପୂଜାପଣ୍ଡା, ଅନନ୍ତ ତିଆଡ଼ି ଏବଂ ମାଧବ ମହାପାତ୍ର ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ବିଧି ଅନୁଯାୟୀ, ରଥଯାତ୍ରା ପୂର୍ବଦିନ ତିନିରଥକୁ ମହାପ୍ରଭୁଙ୍କ ଆଜ୍ଞମାଳ ବିଜେ ହୋଇଥାଏ। ତିନିବାଡ଼ର ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ଆଣି ରଥ ନିକଟରେ ପହଞ୍ଚତ୍ଥାନ୍ତି। ପ୍ରଥମେ ବଡଠାକୁର, ପରେ ଜଗନ୍ନାଥ ଓ ଶେଷରେ ସୁଭଦ୍ରାଙ୍କ ରଥରେ ଆଜ୍ଞାମାଳ ବିଜେ ହୁଏ। ମହାପ୍ରଭୁଙ୍କ ଆଜ୍ଞା ପାଇବା ପରେ ଶ୍ରୀମନ୍ଦିର ସିଂହଦ୍ୱାରରେ ତିନି ରଥ ଲାଗିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନରେ କଟି ଯୁବକଙ୍କ ଜୀବନ ଗଲା

ଭଦ୍ରକ ଅଫିସ,୩।୧: ଗୁରୁବାର ବିଳମ୍ବିତ ରାତିରେ ଟ୍ରେନରେ କଟି ଭଦ୍ରକ ନୂଆ ବଜାର ଅଂଚଳର ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ ଜଣକ ପଙ୍କଜ...

ଅର୍କ କୁମାର ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟ କୂଳପତି ନିଯୁକ୍ତ

ଭୁବନେଶ୍ୱର,୨୧।୧(ବ୍ୟୁରୋ): ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟ କୁଳପତି ହୋଇଛନ୍ତି ଅର୍କ କୁମାର ଦାସମହାପାତ୍ର। ତାଙ୍କୁ ରାଜ୍ୟପାଳ ଗଣେଶୀ ଲାଲ ୩ ବର୍ଷ ପାଇଁ ନିଯୁକ୍ତି ଦେଇଛନ୍ତି। ଏବେ...

ଜମିପଟ୍ଟା ଦାବି, ଜିଲାପାଳ ଅଫିସରେ ଧାରଣା ଦେଲେ ଭୂମିହୀନ ମହିଳା

ବରଗଡ ଅଫିସ,୨।୧୨: ବରଗଡ ପୌର ପରିଷଦ ଅନ୍ତର୍ଗତ ୱାର୍ଡ୍‌ ନଂ-୧୯ ଅଧୀନ ବନ୍ଧପଡା, ତ୍ରିନାଥ ନଗର ନିବାସୀ ଭୂମିହୀନ ପରିବାରର ମହିଳାମାନେ ଜମିପଟ୍ଟା ଦାବି ନେଇ...

ରାଜ୍ୟରେ ପୁଣି ୫୯୪ କରୋନା ପଜିଟିଭ୍‌ ଚିହ୍ନଟ, ୧୪ ମୃତ

ଭୁବନେଶ୍ୱର,୨୭।୧୧(ବ୍ୟୁରୋ): ରାଜ୍ୟରେ ପୁଣି ୫୪୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧୪ଜଣଙ୍କ ମୃତ୍ୟୁ ଘଟିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୩୪୩ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୨୫୧...

ଲୋକଙ୍କ ବିଦ୍ୟୁତ୍‌ ସମସ୍ୟା ବୁଝିଲେ ବିଧାୟକ

କୋରୁକୋଣ୍ଡା ୨୩ା୮(ଡି.ଏନ.ଏ):ମାଲକାନଗିରି ଜିଲା ବାଲିମେଳା ଏନଏସିକୁ ସୋମବାର ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମେତ ଲୋକଙ୍କ ସମସ୍ୟା ସମ୍ପର୍କରେ...

ଆଜି ଭଉଁରି, ଚକ-ଅଖ ଡେରା ନୀତି

ପୁରୀ ଅଫିସ,୧୨ା୫: ମହାପ୍ରଭୁଙ୍କ ବାହାର ଚନ୍ଦନଯାତ୍ରାର ବିଂଶତମ ଦିବସରେ ଶ୍ରୀକ୍ଷେତ୍ର ଭଉଁରି ଅନୁଷ୍ଠିତ ହୋଇଥାଏ। ଶୁକ୍ରବାର ଶ୍ରୀକ୍ଷେତ୍ର ଭଉଁରୀ ଅନୁଷ୍ଠିତ ହେବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ...

ଝାରସୁଗୁଡ଼ାରେ ହେବ ମେଡିକାଲ କଲେଜ

ଭୁବନେଶ୍ୱର,୨୯।୩(ବ୍ୟୁରୋ): ଝାରସୁଗୁଡ଼ାରେ ପ୍ରସ୍ତାବିତ ୧୦୦ ଆସନ ବିଶିଷ୍ଟ ଶ୍ରୀ ଶ୍ରୀ ରବିଶଙ୍କର ମେଡିକାଲ କଲେଜ ଓ ୱେଲ୍‌ନେସ୍‌ ସେଣ୍ଟର ପ୍ରତିଷ୍ଠା ହେବାକୁ ଯୋଜନା ଚାଲିଛି। ଏ...

ରାତି ୯ଟା ଯାଏ ଖୋଲା ରହିଲା ରାଜାରାଣୀ ମନ୍ଦିର

ପୁରୁଣା ଭୁବନେଶ୍ୱର, ୨୩ା୧(ଡି.ଏନ.ଏ.): ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ରାଜାରାଣୀ ମନ୍ଦିର ବୁଧବାରଠାରୁ ସକାଳୁ ରାତି ୯ଟା ଯାଏ ଖୋଲା ରହିଛି। ପୂର୍ବରୁ ଟିକେଟ ହେବା...

Advertisement
Archives

Model This Week