Posted inRasifala

ରାଶିଫଳ : ସୋମବାର, ମେ ୨୭ ତାରିଖ – Daily Horoscope

ମେଷ
ଆଜିର ଶତଭିଷା ନକ୍ଷତ୍ରସ୍ଥ ଚନ୍ଦ୍ର ଯୋଗୁ ଆପଣ ସମାଜକଲ୍ୟାଣ କାର୍ଯ୍ୟ, ଆନୁଷ୍ଠାନିକକ୍ଷେତ୍ର, ସଭାସମିତିରେ ସାମିଲ ହେଲେ ସମ୍ମାନିତ ହେବେ । ସ୍ବେଚ୍ଛାକୃତ ଭାବରେ ଏକ ମହତ୍ତ୍ୱପୂର୍ଣ୍ଣ କାମରେ ଅର୍ଥ ବ୍ୟୟ କରିପାରନ୍ତି। ଦୂରସ୍ଥ ସନ୍ତାନଙ୍କ ପାଇଁ ମନ ଉଦ୍‌ବେଗ ରହିବା ଫଳରେ ମାନସିକ ଅସ୍ଥିରତା ଭିତରେ ରହିବେ।
ବୃଷ
ବୃଷ
ଆଜି ରୋହିଣୀ ନକ୍ଷତ୍ରସ୍ଥ ରବି ହେତୁ ହସଖୁସିର ବାତାବରଣ ମଧ୍ୟରେ ମାଙ୍ଗଳିକ କାମ ଓ ବନ୍ଧୁମିଳନ ହେତୁକ ଆନନ୍ଦ ଅନୁଭବ କରିବେ। ମତାନ୍ତର ଜନିତ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ। ପରିବହନ, ପ୍ରଶାସନ ଓ ପ୍ରକାଶନ,ଯୋଗାଯୋଗ କାମ ସାମାନ୍ୟ ବ୍ୟତିକ୍ରମ ମଧ୍ୟରେ ସମ୍ପନ୍ନ ହେବ।
ମିଥୁନ
ମିଥୁନ
ରାହୁ ନକ୍ଷତ୍ରସ୍ଥ ମଙ୍ଗଳଜନିତ ରୋଗ, ଋଣ ଓ ଶତ୍ରୁତା ତଥା ସାଧାରଣ ଯୁକ୍ତି ତର୍କ ହେତୁ ବନ୍ଧୁଙ୍କ ସହ ସୁସମ୍ପର୍କ ବ୍ୟାହତ ହୋଇପାରେ । ବ୍ୟବସାୟ, ପ୍ରଶାସନ, କଳା, ସାହିତ୍ୟ ଚର୍ଚ୍ଚା, ସଙ୍ଗୀତ ଆସରରେ ନିଜକୁ ହଜାଇ ଦେଇ ପାରନ୍ତି। ରାଜନୈତିକ ତପତ୍ରତା ପରିବେଶକୁ ସରଗରମ କରିପାରେ। ଆର୍ଥିକ ଅନଟନ ମଧ୍ୟରେ ଚଳିବାକୁ ବାଧ୍ୟ ହେବେ।
କର୍କଟ
କର୍କଟ
ରବି ଓ ବୁଧ ଏକାଦଶସ୍ଥ ହେତୁ ଆଜି ଆପଣଙ୍କ ଉଦାର ଭାବନାଯୁକ୍ତ ସୁଚିନ୍ତିତ କାର୍ଯ୍ୟାବଳୀ ପ୍ରତ୍ୟେକଙ୍କର ଦୃଷ୍ଟି ଆକର୍ଷଣ କରିବ । ପରିବାର ଭିତରେ ଆତ୍ମୀୟସ୍ବଜନଙ୍କ ସୌହାର୍ଦ୍ଦ୍ୟତା ମଧ୍ୟରେ ଶୁଭକାର୍ଯ୍ୟ ସମ୍ପନ୍ନ କରିବେ । କର୍ମକ୍ଷେତ୍ରରେ ବନ୍ଧୁ ସୁବିଧାବାଦୀ ଗୁଣରେ ଶୋଷଣ କରିବାର ଅପଚେଷ୍ଟା କରିପାରନ୍ତି।
ସି˚ହ
ସି˚ହ
ଜ୍ୟେଷ୍ଠା ନକ୍ଷତ୍ରସ୍ଥ ବୃହସ୍ପତି ପାରିବାରିକ ଅଶାନ୍ତି ହେତୁ ମାନସିକ ସ୍ଥିତିକୁ ଅସନ୍ତୁଳିତ କରି ରଖିବ । ଫଳରେ କେତେକ ଆକସ୍ମିକ ଅପ୍ରୀତିକର ପରିସ୍ଥିତିର ସାମ୍‌ନା କରିବାକୁ ପଡିପାରେ। ପଡୋଶିନୀଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍‌ କାମ କରିପାରନ୍ତି। ଅଫିସରେ କିମ୍ବା କାମରେ ମନର ଭାବକୁ ପ୍ରକାଶ କରିବାରେ ପଛେଇ ଯିବେ।
କନ୍ୟା
ଶନି ପୂର୍ବାଷାଢ଼ା ନକ୍ଷତ୍ରରେ ରହିଥିବାରୁ ଅସ୍ଥିରତା ମଧ୍ୟରେ ଦିନଚର୍ଯ୍ୟା କରିବାକୁ ବାଧ୍ୟ ହେବେ। ବ୍ୟୟବୃଦ୍ଧି, ସନ୍ତାନମାନଙ୍କ ସମସ୍ୟା, ଶତ୍ରୁତା, ବିରୋଧର ସାମ୍‌ନା କରିବା ଦିଗରେ ଚିନ୍ତିତ ରହିବେ। ଅବଶ୍ୟ ଧୈର୍ଯ୍ୟ ଧରି ସବୁ କାମ ସହଜ ଓ ସୁବିଧାରେ କରିବା ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେବ ।
ତୁଳା
ତୁଳା
ଭାଗ୍ୟସ୍ଥାନରେ ରାହୁ ଓ ମଙ୍ଗଳ ଲକ୍ଷ୍ମୀଯୋଗ ସୃଷ୍ଟିକରି ପୁନର୍ବସୁ ଓ ଆରଦ୍ରା ନକ୍ଷତ୍ରସ୍ଥ ଯୋଗୁ ଯାହା ଦୀର୍ଘଦିନ ହେଲା ଖୋଜି ଖୋଜି ପାଉ ନ ଥିଲେ ଆଜି ତାହା ଆକସ୍ମିକ ଭାବରେ ପାଇ ଖୁସି ହେବେ । ଶତ୍ରୁତା କରୁଥିବା ଲୋକଠାରୁ ମଧ୍ୟ କାମ ହାସଲ କରିନେବେ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ବିବାଦ ବୃଦ୍ଧି ହୋଇପାରେ ।
ବିଛା
ବିଛା
ଦ୍ୱିତୀୟ ଭାବରେ କେତୁ ଆପଣଙ୍କ କଥା ଓ ବ୍ୟବହାରରେ ବ୍ୟତିକ୍ରମ ସୃଷ୍ଟିପୂର୍ବକ ସମସ୍ୟା ସୃଷ୍ଟି କରିପାରେ। ଅବଶ୍ୟ ଆଜିର ପ୍ରତ୍ୟୁଷ ଯାତ୍ରା ମଙ୍ଗଳମୟ ହେବ ଓ ଲକ୍ଷ୍ୟ ହାସଲ କରିବାରେ କୌଣସି ପ୍ରକାରର ଅସୁବିଧା ହେବ ନାହିଁ । ପରିବହନ, ବ୍ୟବସାୟ ଓ ଶିଳ୍ପ, ବାଣିଜ୍ୟରେ ସାମାନ୍ୟ ପ୍ରତିବନ୍ଧକ ସୃୃଷ୍ଟି ହୋଇପାରେ।
ଧନୁ
ଧନୁ
ରାଶିରେ ପାପଗ୍ରହଜନିତ ଅଧିକାଂଶ ମସୟ ମାନସିକ ସ୍ଥିତି ଠିକ୍‌ ରହିବନାହିଁ । ନିକଟ ସମ୍ପର୍କୀୟଙ୍କ ତରଫରୁ କୌଣସି ସମସ୍ୟା କିମ୍ବା ବିରୋଧ ଆପଣଙ୍କ କାମରେ ପ୍ରତିବନ୍ଧକ ସୃଷ୍ଟି କରିବ । ଏହା ସାଙ୍ଗକୁ ନୂତନ ସ୍ଥାନ ପରିଦର୍ଶନ,ବନ୍ଧୁମାନଙ୍କ ସହ ଭ୍ରମଣ, କ୍ରୀଡ଼ା ଓ ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିବେ।
ମକର
ମକର
ମୁଖଭାବରେ ଚନ୍ଦ୍ର ଓ କେନ୍ଦ୍ରରେ ଶୁକ୍ର ହେତୁ ମନ ଭଲ ନ ଥିଲେ ମଧ୍ୟ ଅନ୍ୟାନ୍ୟ ଦିଗରୁ ବିଶେଷକିଛି ଅସୁବିଧା ହେବନାହିଁ। ପ୍ରତ୍ୟେକ କ୍ଷେତ୍ରରେ ଚେଷ୍ଟା ସଫଳ ହେବାରେ ଜଣେ ବନ୍ଧୁ ସାହାଯ୍ୟ କରିବେ। କର୍ମକ୍ଷେତ୍ରରେ ହଠାତ୍‌ କୌଣସି ଘଟଣା ମନକୁ ବିବ୍ରତ କରିପାରେ । ଅନ୍ତରଙ୍ଗ ବନ୍ଧୁଙ୍କ ବ୍ୟବହାରରେ ଅସନ୍ତୋଷ ପ୍ରକାଶ କରିପାରନ୍ତି।
କୁମ୍ଭ
କୁମ୍ଭ
ଷଷ୍ଠାଧିପ ରାଶିରେ ରହିବା କାରଣରୁ କୌଣସି ସମ୍ପର୍କୀୟା ମହିଳା ମାନସିକ ଅଶାନ୍ତିର କାରଣ ହେବେ। ବନ୍ଧୁମାନଙ୍କ ସହାୟତାରେ ସଭାସମିତିରେ କିମ୍ବା ଆନୁଷ୍ଠାନିକ କାମରେ ଅର୍ଥ, ସମ୍ମାନ ଓ ପ୍ରଶଂସା ପାଇ ଖୁସି ହେବେ । ମାତ୍ର କେତେକ କ୍ଷେତ୍ରରେ ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ।
ମୀନମୀନ
ରାଶିର ଉଭୟ ସ୍ଥାନରେ ଗ୍ରହଙ୍କ ସ୍ଥିତି କାରଣରୁ କାର୍ଯ୍ୟସିଦ୍ଧି, ବିଶିଷ୍ଟବ୍ୟକ୍ତିଙ୍କ ସଙ୍ଗଲାଭ ସାଙ୍ଗକୁ ଅର୍ଥ, ସମ୍ମାନ ଓ ସମ୍ବର୍ଦ୍ଧନା ପାଇ ଖୁସି ରହିବେ। ନିଜର କିଛି ଅସୁବିଧା ନ ଥିଲେ କ’ଣ ହେଲା, ଅନ୍ୟମାନଙ୍କ ଅସୁବିଧାକୁ ନେଇ ମନ ଉଦ୍‌ବେଗ ରହିପାରେ। ପ୍ରତ୍ୟେକ କ୍ଷେତ୍ରରେ ବିଭିନ୍ନ ପ୍ରକାରର ଯୋଜନା କରି ପରିସ୍ଥିତିକୁ ସୁଧାରି ନେଇପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର , ଫେବ୍ରୁଆରି ୦୬ ତାରିଖ – Daily Horoscope

ମେଷ ଆଜି ରାହୁ ଓ ଚନ୍ଦ୍ର ତୃତୀୟସ୍ଥ ହେତୁ କାର୍ଯ୍ୟହାନିରୁ ମନ ଭଲ ରହି ନ ପାରେ । କୌଣସି ସନ୍ତାନଙ୍କ ସ୍ବାସ୍ଥ୍ୟହାନି ଦୁଶ୍ଚିନ୍ତା କିମ୍ବା...

ରାଶିଫଳ: ରବିବାର, ଡିସେମ୍ବର ୧୫ ତାରିଖ – Daily Horoscope

ମେଷ ଆଜି ସ୍ବଗୃହୀ ଚନ୍ଦ୍ରଙ୍କ ପ୍ରଭାବରେ ପ୍ରତ୍ୟୁଷ ଯାତ୍ରା, ଆନୁଷ୍ଠାନିକ କାମ, ପାର୍ଟି ପିକ୍‌ନିକ୍‌ କ୍ଷେତ୍ରରୁ ଆନନ୍ଦ ପାଇପାରନ୍ତି। ସାମାଜିକ ସ୍ତରରେ କର୍ତ୍ତବ୍ୟନିଷ୍ଠା, ସହଯୋଗ ମନୋବୃତ୍ତିଜନିତ...

ରାଶିଫଳ: ଶୁକ୍ରବାର, ଅକ୍ଟୋବର ୨୯ ତାରିଖ – Daily Horoscope

ମେଷ ଦ୍ୱିଜା ନକ୍ଷତ୍ରର ଦୀର୍ଘ ଦିନରୁ ଅଟକି ରହିଥିବା କାମଗୁଡ଼ିକ ଯୋଗୁ ମାନସିକ ଶାନ୍ତି ବ୍ୟାହତ ହେବ। ଏହି ସମୟର ପରିସ୍ଥିତିକୁ ସାମ୍ନା କରିବାକୁ ଚେଷ୍ଟା...

ରାଶିଫଳ: ବୁଧବାର, ନଭେମ୍ବର ୨୭ ତାରିଖ – Daily Horoscope

ମେଷ ଆଜି ବନ୍ଧୁକାରକ ବୁଧଙ୍କ ପ୍ରଭାବରେ ଯେଉଁମାନେ ପାଖ ମାଡୁନଥିଲେ ଆଜି ସେହିମାନେ ନିଜ ତରଫରୁ ମିଶିବା ପାଇଁ ଆଗେଇ ଆସିବେ। ସ୍ବାସ୍ଥ୍ୟରେ ଉନ୍ନତି ଘଟିବା...

ରାଶିଫଳ: ମଙ୍ଗଳବାର, ଫେବୃୟାରୀ ୨ ତାରିଖ– Daily Horoscope

ମେଷ ସ୍ବଗୃହୀ ମଙ୍ଗଳ ହେତୁ ସ୍ବାସ୍ଥ୍ୟ ଭଲ ରହିବ ଏବଂ ପ୍ରତ୍ୟେକ କ୍ଷେତ୍ରରେ ସାହସିକ ପଦକ୍ଷେପରୁ କୃତକାର୍ଯ୍ୟ ହେବେ। ଯାନବାହନ, ହୋଟେଲ ଶିଳ୍ପ, ଛୋଟ ଦୋକାନ,...

ରାଶିଫଳ: ଶୁକ୍ରବାର, ମେ ୧୩ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଓ ରାଶ୍ୟାଧିପତି ଷଡ଼ାଷ୍ଟକ ସ୍ଥିତି ହେତୁ ମାନସିକ ସନ୍ତୁଳନ ରକ୍ଷାରେ ଅସମର୍ଥ ହେବେ। ପ୍ରତ୍ୟେକ କାମ ଟିକିଏ ବିଳମ୍ବ ଓ ଝମେଲା...

ରାଶିଫଳ: ଶୁକ୍ରବାର, ସେପ୍ଟେମ୍ବର ୧୩ ତାରିଖ – Daily Horoscope

ମେଷ କର୍ମ କ୍ଷେତ୍ରରେ ସାହାଯ୍ୟ ଓ ସହଯୋଗ ପାଇ ଏବଂ କାମକୁ ତ୍ୱରାନ୍ବିତ କରିବା ସକାଶେ ନିଷ୍ପତି ନେବେ। ଅ-ନାମାକ୍ଷର ବ୍ୟକ୍ତି ଅବହେଳା କାରଣରୁ ସ୍ବାସ୍ଥ୍ୟରେ...

ରାଶିଫଳ: ରବିବାର, ଫେବ୍ରୁଆରି ୯ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ର ପୁଷ୍ୟା ନକ୍ଷତ୍ରସ୍ଥ ଚନ୍ଦ୍ର ହେତୁ ସ୍ବାସ୍ଥ୍ୟ ଭଲ ରହି ନ ପାରେ ଏବଂ କିନ୍ତୁ କୌଣସି କାମ ଅଟକି ରହିବ ନାହିଁ...

Advertisement
Archives

Model This Week