Posted inଖେଳ

ଆଜିର ଦିନରେ ଅସୁସ୍ଥ ଯୁବି ଖେଳିଥିଲେ ବିଶ୍ୱକପ୍‌ ବିଜୟୀ ଶତକୀୟ ଇନିଂସ

ନୂଆଦିଲ୍ଲୀ, ୨୦।୩- ଭାରତୀୟ ଅଲରାଉଣ୍ଡର ଯୁବରାଜ ସିଂ (ଯୁବି) ଠିକ୍‌ ୯ ବର୍ଷ ତଳେ ୨୦୧୧ ବିଶ୍ୱକପ୍‌ରେ ଶତକୀୟ ଇନିଂସ ଖେଳିଥିଲେ। ସେତେବେଳେ କର୍କଟରେ ପୀଡ଼ିତ ଯୁବି ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଶତକ ହାସଲ କରିଥିଲେ। ଟସ୍‌ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୫୧ ରନ୍‌ ମଧ୍ୟରେ ୨ ଉଇକେଟ ହରାଇ ସାରିଥିଲା। ଯୁବି ଓ ବିରାଟ କୋହଲି ତୃତୀୟ ଉଇକେଟ ଲାଗି ୧୨୨ ରନ୍‌ ଯୋଡ଼ିଥିଲେ। କୋହଲି ୫୯ ରନ୍‌ର ଇନିଂସ ଖେଳି ଆଉଟ୍‌ ହୋଇଥିଲେ। ଏହାପରେ ଯୁବି ଖେଳିଥିଲେ ୧୧୩ ରନ୍‌ର ଇନିଂସ। ତାଙ୍କ ଇନିଂସରେ ଥିଲା ୧୦ ଚୌକା ଓ ୩ ଛକା। ଯୁବିଙ୍କ ଇନିଂସ ଏବେ ବି ଭାରତୀୟ କ୍ରିକେଟ ପ୍ରଶଂସକଙ୍କ ମନରେ ଉଜ୍ଜୀବିତ ରହିଛି। ଭାରତୀୟ ଦଳ ଧାର୍ଯ୍ୟ ୫୦ ଓଭରରେ ୨୬୮ ରନ୍‌ କରିଥିଲା। ପରେ ଯୁବି ବୋଲିଂ କରି ଡେଭନ ଥୋମାସ ଓ ଆଣ୍ଡ୍ରେ ରସେଲଙ୍କ ଉଇକେଟ ନେଇ ଟିମ୍‌ ଇଣ୍ଡିଆକୁ ୮୦ ରନ୍‌ରେ ଜିତାଇଥିଲେ। କିମ୍ବଦନ୍ତୀ ଅଲରାଉଣ୍ଡରଙ୍କ ଲାଗି ୨୦୧୧ ବିଶ୍ୱକପ୍‌ ସ୍ମରଣୀୟ ଥିଲା। ଏହି ଇଭେଣ୍ଟରେ ତାଙ୍କୁ ମ୍ୟାନ୍‌ ଅଫ୍‌ ଦି ଟୁର୍ନାମେଣ୍ଟ ଘୋଷିତ କରାଯାଇଥିଲା। ପୂରା ଟୁର୍ନାମେଣ୍ଟରେ ସେ ୩୬୨ ରନ୍‌ କରିବା ସହ ୧୫ ଉଇକେଟ ନେଇଥିଲେ। ଯୁବରାଜଙ୍କ କ୍ୟାରିୟରରେ ୩୦୪ ଦିନିକିଆ, ୫୮ ଟି୨୦ ଓ ୪୦ ଟେଷ୍ଟ ଖେଳିଥିଲେ। ତାଙ୍କ କ୍ୟାରିୟରର ବହୁ ଉଲ୍ଲେଖନୀୟ ଘଟଣା ରହିଛି। ଓଡ଼ିଶାର କଟକ ସ୍ଥିତ ଐତିହାସିକ ବାରବାଟୀ ଷ୍ଟାଡିୟମରେ ୧୫୦ ରନ୍‌ର ଇନିଂସ ଖେଳିଥିଲେ, ଯାହାକି ତାଙ୍କ କ୍ୟାରିୟରର ଶ୍ରେଷ୍ଠ ସ୍କୋର।


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷାରେ ବଢୁଛି ନଦୀ ଜଳସ୍ତର, ଦକ୍ଷିଣ ଓଡ଼ିଶାରେ ବନ୍ୟା

ଭୁବନେଶ୍ୱର,୨୫।୯: ରାଜ୍ୟରେ ଗଭୀର ଅବପାତ ପ୍ରଭାବରେ ଲଗାଣ ବର୍ଷା ଜାରି ରହିଛି। ବର୍ଷା ଯୋଗୁ ଦକ୍ଷିଣ ଓଡ଼ିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ଜଳ ସମ୍ପଦ ବିଭାଗ…

ଗବେଷକ ପ୍ରସ୍ତୁତ କଲେ ନିର୍ଭୁଲ୍‌ ଆଟୋମିକ୍‌ ଘଡ଼ି

ନୂଆଦିଲ୍ଲୀ,୨୫।୯(ପି.ଟି.): ସିଙ୍ଗାପୁର ଜାତୀୟ ବିଶ୍ୱବିଦ୍ୟାଳୟ (ଏନ୍‌ୟୁଏସ୍‌)ର ଗବେଷକମାନେ ‘ଲୁଟେଟିୟମ’ ନାମକ ବିରଳ ମୃତ୍ତିକା ଧାତୁ ବ୍ୟବହାର କରି ବିଶ୍ୱର ସବୁଠାରୁ ନିର୍ଭୁଲ ଓ ସ୍ଥିର ଅଟୋମିକ୍‌ ଘଡ଼ି…

ଜମିକୁ ଯାଇଥିଲେ ଅକ୍ରୁର: ଆକ୍ରମଣ କଲା ହାତୀ, ଆଉ ତା’ପରେ…

କେସିଙ୍ଗା,୨୫।୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବନଖଣ୍ଡ ଅଧୀନ ସିରୋଲ ଗ୍ରାମପଞ୍ଚାୟତର ପୋଢ଼ଖମ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଅକ୍ରୁର…

ନିଜ ନକ୍ଷତ୍ରରେ ଶନି କଲେ ପ୍ରବେଶ: ୩ ରାଶିଙ୍କ ପଲଟିଯିବ ଭାଗ୍ୟ, ବ୍ୟବସାୟରେ ବମ୍ପର ଲାଭ ଘରକୁ ଆସିବ ଖୁସିଖବର

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ରାଶି ପରିବର୍ତ୍ତନଠାରୁ ଆରମ୍ଭ କରି ନକ୍ଷତ୍ର ଗୋଚରକୁ ମଧ୍ୟ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମନାଯାଏ। ଶନିଙ୍କ ଗତିବିଧିର ପ୍ରଭାବ ୧୨ଟି ରାଶି ଉପରେ…

ଘରେ ପଶିଲା ମହାବଳ ବାଘ: ବାହାରୁ ତାଲା ପକାଇଦେଲେ ଗାଁ ଲୋକେ

ବାରିପଦା, ୨୫।୯ (ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ଖପରାଖାଇ ଗାଁରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗାଁ ଭିତରକୁ ଏକ ମହାବଳ…

ସଞ୍ଜୁଙ୍କୁ ଦେଖି ପାକିସ୍ତାନୀ ଫ୍ୟାନ୍‌ କହିଲେ ‘ଆଇ ଲଭ ୟୁ’: କଲେ ଏମିତି ଅନୁରୋଧ, ଶୁଣିକି ସମସ୍ତେ…ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୨୫।୯: ଜାପାନର ସାନୋ ସହରରେ ଖେଳାଯାଇଥିବା ଭାରତ-ଜାପାନ ଏକମାତ୍ର ଟି-୨୦ ମ୍ୟାଚ ପରେ ମୈଦାନ ବାହାରେ ଦେଖିବାକୁ ମିଳିଥିଲା ଏକ ମଜାଦାର ଦୃଶ୍ୟ। ଭାରତୀୟ ଷ୍ଟାର ବ୍ୟାଟର…

‘ଦୃଶ୍ୟମ ୩’କୁ ନେଇ ବଢୁଛି କ୍ରେଜ୍‌: ଓପନିଂ ଡେ’ରେ ୫୦ କୋଟି ଟାର୍ଗେଟ୍‌

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ସସ୍ପେନ୍ସ-ଥ୍ରିଲର୍‌ ଫ୍ରାଞ୍ଚାଇଜ ‘ଦୃଶ୍ୟମ’ର ତୃତୀୟ ଭାଗକୁ ନେଇ ଦର୍ଶକଙ୍କ ଉତ୍ସାହ ବଢ଼ିବାରେ ଲାଗିଛି। ଅଜୟ ଦେବଗନଙ୍କ ଅଭିନୀତ ‘ଦୃଶ୍ୟମ ୩’ ୨ ଅକ୍ଟୋବର…

ଟିମ ଇଣ୍ଡିଆରେ ବୈଭବଙ୍କୁ ସ୍ଥାନ ଦେବାକୁ ହେଲେ କାହାର କଟିବ ଟିକେଟ! ଏହି ୨ କ୍ରିକେଟର ନାଁ ନେଇ ସାଂଘାତିକ ବୟାନ ଦେଲେ…

ନୂଆଦିଲ୍ଲୀ,୨୫।୯: ଯୁବ ବ୍ୟାଟର୍‌ ବୈଭବ ସୂର୍ଯ୍ୟବଂଶୀଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଭାରତୀୟ ଦଳର ପ୍ଲେଇଂ ଇଲେଭେନରୁ ବାହାରେ ରଖିବା ସହଜ ହେବ ନାହିଁ ବୋଲି ମତ ଦେଇଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?