ଆଜିର ଅର୍ଥନୀତି/ ସତ କହିବେ ତ

ଭାରତ ଏବେ ସବୁଠୁ ଖରାପ ଆର୍ଥିକ ଅବସ୍ଥା ଦେଇ ଗତି କରୁଛି, ଯାହା ଅନେକ ଦଶନ୍ଧି ଭିତରେ ଦେଖାଯାଇ ନ ଥିଲା। ଏହିପରି ସ୍ଥିତିରେ ବାର୍ଷିକ ବଜେଟ ଉପସ୍ଥାପନ କରିବାକୁ ଯାଉଥିବା କେନ୍ଦ୍ର ସରକାରଙ୍କ ପାଖରେ ଅନେକ ଆହ୍ବାନ ଓ ସୁଯୋଗ ରହିଛି। ତେବେ ଆଗାମୀ ବଜେଟରେ ସରକାର କ’ଣ କରିବା ଉଚିତ ଓ କ’ଣ କରିବା ଅନୁଚିତ ବୋଲି ଲେଖିବାକୁ ଯିବା ପୂର୍ବରୁ ଅନ୍ତତଃ ଏତିକି ଆଶା କରାଯାଉଛି ଯେ, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଦେଶରେ ଆର୍ଥିକ ସଂକଟ ରହିଛି ବୋଲି ସ୍ବୀକାର କରିବେ। ଦେଶର ବାସ୍ତବ ଆର୍ଥିକ ସ୍ଥିତି ବିଷୟରେ ସେ ପ୍ରକାଶ କରିବେ। ଆମେ ଏ କଥା କହିବାର କାରଣ ଏ ସରକାର ସବୁବେଳେ ସତକଥା ଲୁଚାଇ ଆସିଛନ୍ତି ଏବଂ ସତ କହିବାକୁ ତାଙ୍କର ସତ୍‌ସାହସ ନାହିଁ। ସତ ଲୁଚାଇବା ଯୋଗୁ ହିଁ ତାକୁ ସୁଧାରିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇପାରୁ ନ ଥିବାରୁ ଅର୍ଥନୀତିରେ ଅଧିକ ବିପର୍ଯ୍ୟୟ ଘଟୁଛି। ମୋଦି ସରକାର ମେ ୨୦୧୯ରୁ ତାଙ୍କର ଦ୍ୱିତୀୟ ଇନିଙ୍ଗ୍‌ସ ଆରମ୍ଭ କରିଥିବାବେଳେ ଆମେ ଆଶାକରୁଥିଲୁ ଏ ସରକାର ସବୁ ନ ହେଲେ ବି ପୂର୍ବ ପାଳି ତୁଳନାରେ କିଛି ଭଲ କରିବେ। କିନ୍ତୁ ତାହା ଦେଖିବାକୁ ମିଳିଲା ନାହିଁ। ତା’ ବଦଳରେ ଅର୍ଥନୀତି ଅଧିକ ଖରାପ ହେବାକୁ ଲାଗିଲା। ପୂର୍ବ ତୁଳନାରେ ଅଧିକ ସଂଖ୍ୟାଗରିଷ୍ଠତା ସହ ଜିତିବା ପରେ ପରେ ଏହି ସରକାର ଅର୍ଥନୀତିକୁ ସୁଧାରିବା ଉପରେ ଦୃଷ୍ଟି ନ ଦେଇ କେବଳ ବିଭାଜନମୂଳକ ରାଜନୀତି ଆରମ୍ଭ କରିଦେଲେ। ସରକାର ଏପରି ଆଚରଣ କଲେ ଯେପରି ଅର୍ଥନୀତି ପୂରା ଠିକ୍‌ ଅଛି ଏବଂ ଏହା ଉପରେ ଦୃଷ୍ଟିଦେବାର କିଛି ଆବଶ୍ୟକତା ନାହିଁ। ବାସ୍ତବରେ ୨୦୧୯ ଜୁଲାଇରେ ଉପସ୍ଥାପିତ ବଜେଟରେ କିଛି ସୁଧାରମୂଳକ ପଦକ୍ଷେପ ନେବା ଲାଗି ଏ ସରକାରଙ୍କ ପାଖରେ ସୁଯୋଗ ରହିଥିଲା। କିନ୍ତୁ ନୂଆ ସରକାର ସବୁ ସମସ୍ୟାକୁ ଲୁଚାଇ ରଖି ଦେଶର ଭବିଷ୍ୟତ ଅର୍ଥନୈତିକ ସ୍ଥିତି ସମ୍ପର୍କରେ ମିଥ୍ୟା ଛବି ଉପସ୍ଥାପନ କଲେ। କିନ୍ତୁ ସତ ବେଶିଦିନ ଲୁଚି ରହିଲା ନାହିଁ। ଅଭିବୃଦ୍ଧି ଆହୁରି ନିମ୍ନଗାମୀ ହେଲା। ତେଣୁ ବର୍ତ୍ତମାନ ଆମେ ଆଶାକରୁଛୁ ଅର୍ଥମନ୍ତ୍ରୀ ବାସ୍ତବ ସ୍ଥିତିକୁ ମାନିନିଅନ୍ତୁ ଓ ବଜେଟ ଅବସରରେ ପ୍ରକାଶ କରନ୍ତୁ।
ବର୍ତ୍ତମାନ ବିତ୍ତୀୟ ନିଅଣ୍ଟ ଜିଡିପିର ପ୍ରାୟ ୪.୫ରୁ ୫ ପ୍ରତିଶତ ଭିତରେ ରହିଛି। ମାର୍ଚ୍ଚ ୩୧, ୨୦୨୦ ସୁଦ୍ଧା ତାହା ଧାର୍ଯ୍ୟ ଲକ୍ଷ୍ୟ ୩.୩ ପ୍ରତିଶତର ପାଖାପାଖି ବି ହେବାର ସମ୍ଭାବନା ନାହିଁ। ଏ ସରକାରଠାରୁ ଆଉ କିଛି ବି ପ୍ରତ୍ୟାଶା ନାହିଁ। ନିର୍ମଳା ସୀତାରାମନ୍‌ କେବଳ ସ୍ବୀକାର କରନ୍ତୁ ଯେ ୨୦୧୭ରେ ଦ୍ରବ୍ୟ ଓ ସେବା କର (ଜିଏସ୍‌ଟି) ଆଶାନୁରୂପ ହୋଇନାହିଁ ଏବଂ ଏଥିରେ ସଂସ୍କାରର ଆବଶ୍ୟକତା ରହିଛି।
ଆମେ ସଚେତନ ଯେ, ଟଙ୍କା ମୁଣି ଖୋଲିଦେବା ଲାଗି ସରକାରଙ୍କ ପାଖରେ ଯଥେଷ୍ଟ ସମ୍ବଳ ନାହିଁ, ଯଦିଚ ଅନେକେ ସେପରି ଆଶାକରନ୍ତି। ଚଳିତ ବର୍ଷ ରାଜସ୍ବ ଆୟ ବିଶେଷତଃ ପ୍ରତ୍ୟକ୍ଷ କର ଆଦାୟ ବିଯୁକ୍ତାତ୍ମକ ଭାବେ ଯଥେଷ୍ଟ ହ୍ରାସ ପାଇଛି, ଯାହା ଏକ ଦଶନ୍ଧି ଭିତରେ ସର୍ବନିମ୍ନ। ଉଭୟ ରପ୍ତାନି ଓ ଆମଦାନି ହ୍ରାସ ପାଇଛି। ଘରୋଇ ନିବେଶ ବଢ଼ୁନାହିଁ। କର୍ପୋରେଟ୍‌ ଟିକସ ଉଲ୍ଲେଖନୀୟ ଭାବେ ହ୍ରାସ ପାଇଥିଲେ ମଧ୍ୟ ଏବଂ ରିଜର୍ଭ ବ୍ୟାଙ୍କ ଗତ ବର୍ଷକ ଭିତରେ ବାରମ୍ବାର ସୁଧହାର ହ୍ରାସ କରିଥିଲେ ମଧ୍ୟ ଘରୋଇ ପୁଞ୍ଜିନିବେଶ ଦେଖିବାକୁ ମିଳୁନାହିଁ। ଖାଉଟି ଚାହିଦା ବଢ଼ୁ ନ ଥିବାରୁ କମ୍ପାନୀଗୁଡ଼ିକ ଉତ୍ପାଦନ ବଢ଼ାଉ ନାହାନ୍ତି। ତେଣୁ ସରକାର ପୁଣିଥରେ ଏକ ଭୁଲ ଛବି ଉପସ୍ଥାପନ କରିବାକୁ ବାଛିନେଇଛନ୍ତି। ସରକାର କର୍ପୋରେଟ୍‌ ଟିକସ କମାଇ ଆଶାକରିଥିଲେ ଯେ ଏହାଦ୍ୱାରା କମ୍ପାନୀଗୁଡ଼ିକ ହାତରେ ଅଧିକ ଟଙ୍କା ରହିବ ଏବଂ ସେମାନେ ତାହାକୁ ନିବେଶ କରିବେ। ସରକାରଙ୍କ ଏହି ପଦକ୍ଷେପକୁ ଦେଖି ଷ୍ଟକ୍‌ ମାର୍କେଟ୍‌ଗୁଡ଼ିକରେ କିଛିଦିନ ପାଇଁ ଉତ୍ସାହ ବୃଦ୍ଧି ପାଇଥିଲା। କିନ୍ତୁ ପରେ ତାହା ରାଜସ୍ବ ହାନି ପରି ପରିଣତିକୁ ଆମନ୍ତ୍ରଣ କଲା। ବସ୍ତୁତଃ ବ୍ୟାଙ୍କିଙ୍ଗ୍‌ଠାରୁ ଆରମ୍ଭ କରି ରିୟଲ ଇଷ୍ଟେଟ୍‌, ଶକ୍ତି ଓ ଟେଲିକମ୍‌ ପର୍ଯ୍ୟନ୍ତ ପ୍ରତ୍ୟେକ ଶିଳ୍ପରେ ଅବ୍ୟବସ୍ଥା ଦେଖିବାକୁ ମିଳୁଛି। ଆର୍ଥିକ ମାନ୍ଦାବସ୍ଥାକୁ ମୁକାବିଲା କରିବା ପାଇଁ ବର୍ତ୍ତମାନର ଅର୍ଥ ବ୍ୟବସ୍ଥାରେ ବିଶେଷ ସୁଯୋଗ ନାହିଁ। ମୋଦି-୨ ସରକାରଙ୍କ ଉନ୍ମୁକ୍ତ ରାଜନୈତିକ ଜାତୀୟତାବାଦ ଅର୍ଥନୀତିରେ ସୁଧାର ଆଣିବାରେ ବାଧକ ହୋଇ ଠିଆହୋଇଛି। ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ), ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନ୍‌ପିଆର୍‌) ଓ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ଦ୍ୱାରା ସମାଜରେ ଧାର୍ମିକ ଧ୍ରୁବୀକରଣ ଦେଖିବାକୁ ମିଳୁଛି। ଦେଶର ୨୦୦ ନିୟୁତ ମୁସଲମାନ ଆଶଙ୍କା କରୁଛନ୍ତି ଯେ ହିନ୍ଦୁବହୁଳ ଭାରତରେ ଧର୍ମନିରପେକ୍ଷ ସମ୍ବିଧାନ ଦ୍ୱାରା ସେମାନଙ୍କ ସୁରକ୍ଷା ଦୁର୍ବଳ ହେବାକୁ ଆରମ୍ଭ କରିଛି। ଦେଶ ସାରା ଓ ବାହାରେ ସିଏଏ ବିରୋଧରେ ଗଣବିକ୍ଷୋଭ ଦେଖିବାକୁ ମିଳୁଛି। ନୂଆ ଆଇନ ଦ୍ୱାରା ୧.୩ ବିଲିୟନ ଲୋକଙ୍କୁ ସେମାନଙ୍କ ନାଗରିକତ୍ୱର ପ୍ରମାଣ ଦେବାକୁ ପଡ଼ିପାରେ। ଦେଶର ଦରିଦ୍ର ଓ ସଂଖ୍ୟାଲଘୁମାନେ ଏହାର ଶିକାର ହେବାର ସମ୍ଭାବନା ବହୁତ। ଆସନ୍ତା ବଜେଟ ହେଉଛି ସରକାରଙ୍କ ଅର୍ଥନୈତିକ ଲକ୍ଷ୍ୟ ହାସଲ କରିବାର ଆଉ ଏକ ସୁଯୋଗ, ଯାହା ରାଜନୈତିକ କାର୍ଯ୍ୟସୂଚୀ ଭିତରେ ଚାପି ହୋଇରହିଛି। ତେବେ ସୀତାରାମନ୍‌ ଫେବୃୟାରୀ ପହିଲାରେ ସତ କହିବେ ତ?


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

ସଙ୍କଟରୁ ପରିବର୍ତ୍ତନର ଆଶା

ଆମେ ଏବେ ଏକ ନିରର୍ଥକ ଯନ୍ତ୍ରଣା ଏବଂ ଆସନ୍ନ ବିନାଶର ପୃଥିବୀରେ ବାସ କରୁଛୁ। ଏଠାରେ ନୈତିକ ବିକାଶ ଧାରଣା ମୂଲ୍ୟହୀନ ହୋଇଯାଇଥିବା ମନେହେଉଛି। ସମସାମୟିକ ସମାଜ…

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri