ଆଜିର ଅର୍ଥନୀତି/ ମୁଦ୍ରା ରାକ୍ଷସ

ନରେନ୍ଦ୍ର ମୋଦି ସରକାର ୨୦୧୫ରେ ପାଣ୍ଠି ଅଭାବଜନିତ ସମସ୍ୟାରେ ପୀଡ଼ିତ ଉଦ୍ୟୋଗଗୁଡ଼ିକୁ ପାଣ୍ଠି ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା (ପିଏମ୍‌ଏମ୍‌ଓ୍ବାଇ) ଆରମ୍ଭ କରିଥିଲେ। ଏହି ଯୋଜନାର ଉଦ୍ଦେଶ୍ୟ ହେଲା ସଚ୍ଚା ଉଦ୍ୟୋଗଗୁଡ଼ିକର ବିକାଶରେ ପାଣ୍ଠିର ଅଭାବ ଯେପରି କୌଣସି ପ୍ରକାର ବାଧା ସୃଷ୍ଟି କରି ନ ପାରେ। ଏହି ଆନୁଷଙ୍ଗିକ ମୁକ୍ତ ଋଣ ମୁଖ୍ୟତଃ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏସ୍‌ଏମ୍‌ଇ)ଗୁଡ଼ିକ ପାଇଁ ଉଦ୍ଦିଷ୍ଟ ଥିଲା। ପ୍ରାରମ୍ଭିକ ଭାବେ ଏହି ମୁଦ୍ରା (ମାଇକ୍ରୋ ୟୁନିଟ୍‌ସ ଡେଭ୍‌ଲପ୍‌ମେଣ୍ଟ ଆଣ୍ଡ୍‌ ରିଫାଇନାନ୍ସ ଏଜେନ୍ସି) ଋଣ ୫୦,୦୦୦ ଟଙ୍କାରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦିଆଯିବାର ବ୍ୟବସ୍ଥା ରହିଥିଲା। ତେବେ ସରକାର ଚଳିତବର୍ଷ ଉକ୍ତ ଉପର ସୀମାକୁ ୫୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି। ଆନୁଷଙ୍ଗିକ ମୁକ୍ତ ଋଣ ଥିଲା ୨୦୧୯ ପାର୍ଲାମେଣ୍ଟ ନିର୍ବାଚନରେ ଭାଜପା ଇସ୍ତାହାରର ଅନ୍ୟତମ ପ୍ରମୁଖ ପ୍ରତିଶ୍ରୁତି। ମୁଦ୍ରା ହିତାଧିକାରୀଙ୍କ ସଂଖ୍ୟା ୧୯ କୋଟିରୁ ୩୦ କୋଟିକୁ ବୃଦ୍ଧି କରିବା ପାଇଁ କେନ୍ଦ୍ର ଏବେ ଉଦ୍ୟମରତ।
କ୍ଷୁଦ୍ର ଉଦ୍ୟୋଗଗୁଡ଼ିକୁ ସାହାଯ୍ୟର ହାତ ବଢ଼ାଇ ଅର୍ଥନୀତିକୁ ଆଗେଇନେବା ପାଇଁ କେନ୍ଦ୍ରର ଉଦ୍ୟମ ସ୍ବାଗତଯୋଗ୍ୟ। କିନ୍ତୁ ତାହା ଆମ ଅର୍ଥନୀତିକୁ ଆଉ ଏକ ଖରାପ ଋଣର ଝଟ୍‌କା ଯଦି ଦିଏ, ତେବେ ତାହା ଅତ୍ୟନ୍ତ ସାଂଘାତିକ। ତେବେ ସେମିତି ହେବାର ସମ୍ଭାବନା ଏବେ ଉଜ୍ଜ୍ୱଳ ଦିଶିଲାଣି। ମୁଦ୍ରା ଋଣରୁ ହଠାତ୍‌ ଖରାପ ଋଣ ପରିସ୍ଥିତି ସୃଷ୍ଟି ହୋଇଥିବାର ଭାରତୀୟ ରିଜର୍ଭ ବ୍ୟାଙ୍କ ଜାଣିବାକୁ ପାଇଛି। ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ଏକ ବୈଠକରେ ଯୋଗଦେଇ ରିଜର୍ଭ ବ୍ୟାଙ୍କ ଗଭର୍ନର ଶକ୍ତିକାନ୍ତ ଦାସ ମୁଦ୍ରା ଋଣଗୁଡ଼ିକ ଖରାପ ଋଣରେ ପରିଣତ ହେବାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଯେତିକି ମୁଦ୍ରା ଋଣ ଦିଆଯାଇଛି, ତା’ର ୯.୩ ପ୍ରତିଶତ ଅପରିଶୋଧ୍ୟ (ଏନ୍‌ପିଏ) ରହିଥିବା ଜଣାପଡ଼ିଛି। ପିଏମ୍‌ଏମ୍‌ଓ୍ବାଇ ଅଧୀନରେ ୨୦୧୯ ଆର୍ଥିକ ବର୍ଷରେ ୩.୨୨ ଲକ୍ଷ କୋଟି ଟଙ୍କା ଋଣ ଦିଆଯାଇଥିବା ବେଳେ ଜୁଲାଇ ୨୦୧୯ ସୁଦ୍ଧା ମୁଦ୍ରା ଯୋଜନାରେ ୪୯,୨୧୬ କୋଟି ଟଙ୍କା ଦିଆଯାଇଛି। ମୁଦ୍ରା ଯୋଜନା ଲାଗୁହେବା ପରଠାରୁ ଏହା ଅଧୀନରେ ଖରାପ ଋଣ ପରିମାଣ ବୃଦ୍ଧି ପାଇଚାଲିଛି। ୨୦୧୬-୧୭ରେ ଖରାପ ଋଣ ପରିମାଣ ମୋଟ ଅଗ୍ରିମର ୪.୩୫ ପ୍ରତିଶତ ଥିବା ବେଳେ ୨୦୧୯ ଆର୍ଥିକ ବର୍ଷରେ ତାହା ବୃଦ୍ଧି ପାଇ ୯.୩ ପ୍ରତିଶତରେ ପହଞ୍ଚିଛି। ଯଦି ତୁରନ୍ତ କିଛି ସଂଶୋଧନୀ ବ୍ୟବସ୍ଥା ଗ୍ରହଣ କରା ନ ଯାଏ, ତେବେ ଏହା ୧୫ ପ୍ରତିଶତରୁ ଅଧିକ ବୃଦ୍ଧି ପାଇବାକୁ ବେଶି ଡେରି ଲାଗିବ ନାହିଁ।
ମୁଦ୍ରାରେ ଖିଲାପୀଙ୍କ ସଂଖ୍ୟା ବୃଦ୍ଧି ପାଇଁ ଆର୍‌ବିଆଇ ବ୍ୟାଙ୍କଗୁଡ଼ିକ ଉପରେ ଦୋଷ ଦେଉଛି। ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ଋଣ ଦେବା ପୂର୍ବରୁ ତାହାର ଯଥେଷ୍ଟ ମୂଲ୍ୟାଙ୍କନ କରୁନାହାନ୍ତି ଏବଂ ସେହି ଋଣ ଠିକ୍‌ ବାଟରେ ଖର୍ଚ୍ଚ ହେଉଛି କି ନାହିଁ, ତାହା ଦେଖୁନାହାନ୍ତି ବୋଲି ଆର୍‌ବିଆଇ ଅଭିଯୋଗ କରିଛି। ଏହା ଠିକ୍‌ ନୁହେଁ। ମୁଦ୍ରା ଋଣ ପ୍ରଦାନ ବୃଦ୍ଧି କରିବା ଲାଗି କେନ୍ଦ୍ର ସରକାର ଓ ରିଜର୍ଭ ବ୍ୟାଙ୍କ ଗୁରୁତ୍ୱ ଦେଇଛନ୍ତି। ସେମାନେ ବ୍ୟାଙ୍କଗୁଡ଼ିକୁ ଅଧିକ ମୁଦ୍ରା ଋଣ ଦେବା ପାଇଁ ଟାର୍ଗେଟ ଦେଇଛନ୍ତି। ଯେତେବେଳେ ସରକାର ବ୍ୟାଙ୍କଗୁଡ଼ିକ ଉପରେ ଢିଲା ନୀତି ଅବଲମ୍ବନ ପାଇଁ ଚାପ ପକାଇଲେ, ସେତେବେଳେ ଆର୍‌ବିଆଇ ଚୁପ୍‌ ହୋଇ ବସିରହିଲା। ପୂର୍ବତନ ସେବି ଅଧ୍ୟକ୍ଷ ୟୁ.କେ. ସିହ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ପ୍ୟାନେଲ ଆନୁଷଙ୍ଗିକ ମୁକ୍ତ ଋଣର ସୀମା ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି। ଯଦି ଏହି ପ୍ରସ୍ତାବକୁ ସରକାର ଗ୍ରହଣ କରନ୍ତି ତେବେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ଉପରେ ଅଧିକ ଚାପ ପଡ଼ିବ। ଅଧିକ ଋଣ ଟାର୍ଗେଟ ଦିଆଯାଇଥିବାରୁ ବ୍ୟାଙ୍କଗୁଡ଼ିକ ମୁଦ୍ରା ଋଣ ଦେବା ପାଇଁ କେବଳ ଟାକି ବସିଛନ୍ତି। ଖିଲାପୀ ଋଣୀମାନଙ୍କୁ ତାଗିଦ କରିବା ଓ ସେମାନେ ଟଙ୍କାକୁ ନେଇ କ’ଣ କରୁଛନ୍ତି, କାହିଁକି ଶୁଝୁନାହାନ୍ତି ସେ ବିଷୟରେ ତଦାରଖ କରିବା ପାଇଁ ବ୍ୟାଙ୍କଗୁଡ଼ିକ ପାଖରେ ଯଥେଷ୍ଟ କର୍ମଚାରୀ ନାହାନ୍ତି। ଥରେ ଋଣ ଦିଆଗଲା ପରେ ତାକୁ ଆଦାୟ କରିବା ପାଇଁ ବ୍ୟାଙ୍କଗୁଡ଼ିକ ପାଖରେ କିଛି ସାଧନ ନାହିଁ। ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା ଏବେ ସୁଦ୍ଧା ୧୦ ଲକ୍ଷ କୋଟି ଟଙ୍କାର ଅପରିଶୋଧ୍ୟ ଋଣ (ଏନ୍‌ପିଏ) ଭାର ସମ୍ଭାଳିବା ପାଇଁ ସଂଘର୍ଷ କରୁଛି। ବିନା ଗ୍ୟାରେଣ୍ଟିରେ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନୂଆ ଋଣ ଦିଆଯାଉଥିବାରୁ ଏବଂ ମାନ୍ଦା ଅର୍ଥନୀତି ଭିତରେ ଉଦ୍ୟୋଗୀମାନେ ଋଣ ପରିଶୋଧ କରିପାରୁ ନ ଥିବାରୁ ଏହା ବ୍ୟାଙ୍କଗୁଡ଼ିକର ଆର୍ଥିକ ସ୍ବାସ୍ଥ୍ୟ ଉପରେ ଅତ୍ୟନ୍ତ କୁପ୍ରଭାବ ପକାଇବ। ବର୍ଷ ବର୍ଷ ଧରି କିଷାନ କ୍ରେଡିଟ କାର୍ଡ (କେସିସି) ଋଣ ପରିମାଣ ବୃଦ୍ଧି ପାଇଚାଲିଥିବା ବେଳେ ସେଗୁଡ଼ିକ ଅପରିଶୋଧ୍ୟ ରହୁଛି। ଚାଷୀମାନେ ବା ଉଦ୍ୟୋଗୀମାନେ ଋଣ ନେଇ ଠିକ୍‌ ବାଟରେ ଖର୍ଚ୍ଚ କରୁଛନ୍ତି କି ନା ବ୍ୟାଙ୍କଗୁଡ଼ିକ ତାହା ମନିଟର କରିପାରୁ ନ ଥିବାରୁ ଏନ୍‌ପିଏ ପରିମାଣ ବୃଦ୍ଧି ପାଉଛି ବୋଲି ବ୍ୟାଙ୍କଗୁଡ଼ିକ ଦର୍ଶାଉଛନ୍ତି। ଅଧିକାଂଶ କୃଷି ଋଣ ଓ ଆନୁଷଙ୍ଗିକ ମୁକ୍ତ ଋଣକୁ ଖାଉଟି ସାମଗ୍ରୀ କ୍ରୟ କରିବାରେ ଖର୍ଚ୍ଚ କରାଯାଉଥିବା ଜଣାପଡ଼ିଛି। ଆନୁଷଙ୍ଗିକ ମୁକ୍ତ ଋଣର ଉଦ୍ଦେଶ୍ୟ ଯେତେ ମହତ୍‌ ହେଉ ନା କାହିଁକି, ତାହା ଠିକ୍‌ଭାବେ ଖର୍ଚ୍ଚ ହେଉଛି କି ନା ତାହା ଯଦି ମନିଟର କରିବାର ବ୍ୟବସ୍ଥା ନ ରହେ, ତେବେ ସରକାରଙ୍କର ଏହି ମୁଦ୍ରା ଯୋଜନା ଏକ ମୁଦ୍ରା ରାକ୍ଷସରେ ପରିଣତ ହୋଇ ଅର୍ଥନୀତି ପ୍ରତି ବିପଦର କାରଣ ହେବ, ଏଥିରେ ସନ୍ଦେହ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

ସଙ୍କଟରୁ ପରିବର୍ତ୍ତନର ଆଶା

ଆମେ ଏବେ ଏକ ନିରର୍ଥକ ଯନ୍ତ୍ରଣା ଏବଂ ଆସନ୍ନ ବିନାଶର ପୃଥିବୀରେ ବାସ କରୁଛୁ। ଏଠାରେ ନୈତିକ ବିକାଶ ଧାରଣା ମୂଲ୍ୟହୀନ ହୋଇଯାଇଥିବା ମନେହେଉଛି। ସମସାମୟିକ ସମାଜ…

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri