ଆଜିର ଅର୍ଥନୀତି/ ବାଉଁଶରାଣୀ ଚାଲି

ଏନ୍‌ଡିଏ ସରକାର ମୋଦିଙ୍କ ନେତୃତ୍ୱରେ ତାଙ୍କ ଦ୍ୱିତୀୟ ପାଳିରେ ଜୁଲାଇ ୫ ତାରିଖରେ ପ୍ରଥମ ପୂର୍ଣ୍ଣକାଳୀନ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି। ଏହି ଅବସରରେ ଅଭିବୃଦ୍ଧିକୁ ସଂଜୀବିତ କରିବା, ନିଯୁକ୍ତି ସୃଷ୍ଟି କରିବା, ଅର୍ଥନୀତିରେ ସୁଧାର ଆଣିବା, ଟିକସ ରିହାତି ପ୍ରଦାନ କରିବା ଏବଂ ଏଗୁଡ଼ିକ ସହ ବିବେକବାନ୍‌ ଭାବେ ଆର୍ଥିକ ନିଷ୍ପତ୍ତି ଗ୍ରହଣ କରିବା ପ୍ରତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଦୃଷ୍ଟି ଦେବା ଆଶା କରାଯାଉଛି। ଦେଶର ପ୍ରଥମ ମହିଳା ଅର୍ଥମନ୍ତ୍ରୀଙ୍କ ହାତରେ ଅନେକ ଦାୟିତ୍ୱ ରହିଛି। ଦେଶରେ ବେକାରି ହାର ୪୫ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି ଏବଂ ଗତ ଆର୍ଥିକ ବର୍ଷର ଶେଷ ତ୍ରିମାସୀରେ ଭାରତ ଦ୍ରୁତତମ ଅଭିବୃଦ୍ଧିଶୀଳ ଅର୍ଥନୀତିର ମାନ୍ୟତା ହରାଇବା ସହ ଦ୍ୱିତୀୟ ସ୍ଥାନରେ ଥିବା ଚାଇନା ଏହି ସ୍ଥାନକୁ ଉନ୍ନୀତ ହୋଇଛି। କୃଷି ଅଭିବୃଦ୍ଧି ମାନ୍ଦେଇଯାଇଛି। ଏବର୍ଷ ପୁଣି ଜୁନ୍‌ ସୁଦ୍ଧା ୩୫ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଥିବାରୁ କୃଷି ଅଭିବୃଦ୍ଧି ଆଶାଜନକ ହେବା ଆଶା ନାହିଁ। ଅଧିକାଂଶ ରାଜ୍ୟରେ ଧାନବୁଣା ଓ ରୁଆ ବିଳମ୍ବିତ ହୋଇଛି। ଅର୍ଥମନ୍ତ୍ରୀଙ୍କ ବୃହତ୍‌ ଆହ୍ବାନଗୁଡ଼ିକ ମଧ୍ୟରେ ରହିଛି କୃଷିକ୍ଷେତ୍ରକୁ ସହାୟତା ଯୋଗାଇବା ପାଇଁ ୮୭୦ ଶହ କୋଟି ଟଙ୍କା ସହ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଘୋଷିତ ଜନମଙ୍ଗଳ କାର୍ଯ୍ୟଗୁଡ଼ିକ ପାଇଁ ଅର୍ଥ ଯୋଗାଡ଼ କରିବା। ଏଥିସହ ମଧ୍ୟ ତାଙ୍କୁ ବିତ୍ତୀୟ ନିଅଣ୍ଟକୁ ଜିଡିପିର ୩.୪ ପ୍ରତିଶତ ଭିତରେ ସୀମିତ ରଖିବାକୁ ହେବ। କ୍ରମଶଃ ତଳକୁ ଖସୁଥିବା ଅର୍ଥନୀତିରେ ଉନ୍ନତି ଆଣିବା ଅର୍ଥମନ୍ତ୍ରୀଙ୍କ ପାଇଁ ଏକ ବିରାଟ ବୋଝ।
ଆଉ ଗୋଟିଏ ଆହ୍ବାନ ହେଉଛି ଉଭୟ ଉପଭୋଗ ଓ ପୁଞ୍ଜିନିବେଶ ବୃଦ୍ଧିକରିବା। କିନ୍ତୁ ଏହାର ବିପରୀତ ଲକ୍ଷଣମାନ ଦେଖିବାକୁ ମିଳୁଛି। ଶିଳ୍ପ ଉତ୍ପାଦନ ଏପ୍ରିଲ ମାସରେ ବିଯୁକ୍ତାତ୍ମକ ରହିଥିବା ବେଳେ ଅଟୋମୋବାଇଲ କମ୍ପାନୀଗୁଡ଼ିକ କ୍ଷୀୟମାଣ ଚାହିଦା ପରିପ୍ରେକ୍ଷୀରେ ଇନ୍‌ଭେଣ୍ଟରୀ ପାଇଲ୍‌-ଅପ୍‌ର ସମ୍ମୁଖୀନ ହେଉଛନ୍ତି। ଏହି ସମସ୍ୟାର ସମାଧାନ କରିବା ପାଇଁ ଗୋଟିଏ ବାଟ ହେଉଛି ଆୟକର ହ୍ରାସ କରି ଖାଉଟିମାନଙ୍କ ହାତରେ ଅଧିକ ଟଙ୍କା ରହିବାର ବ୍ୟବସ୍ଥା କରିବା। ମୋଦି ସରକାର ଉପରେ ମଧ୍ୟବିତ୍ତ ବର୍ଗଙ୍କର ଯଥେଷ୍ଟ ଆଶା ଓ ଭରସା ରହିଛି। ପୀୟୂଷ ଗୋୟଲ ତାଙ୍କ ମଧ୍ୟବର୍ତ୍ତିକାଳୀନ ବଜେଟରେ ବାର୍ଷିକ ୫ ଲକ୍ଷ ପର୍ଯ୍ୟନ୍ତ ଆୟ କରୁଥିବା ବେତନଭୋଗୀ କର୍ମଚାରୀଙ୍କ ପାଇଁ ଯେଉଁ ଆୟକର ଘୋଷଣା କରିଥିଲେ ତାହା ଆଶାନୁରୂପ ନ ଥିଲା। ତେବେ ଟାଣଟୁଣ ଆର୍ଥିକ ସ୍ଥିତିକୁ ଚାହିଁଲେ ଏସବୁ କହିବା ସହଜ ହୋଇପାରେ, ମାତ୍ର କରିବା ସହଜ ନୁହେଁ।
ଜିଏସ୍‌ଟି ଆୟ ହ୍ରାସ ପାଇଛି। ପ୍ରତ୍ୟକ୍ଷ ଟିକସରୁ ଆୟ ମଧ୍ୟ କମିଛି। ନୂଆ ଅର୍ଥମନ୍ତ୍ରୀଙ୍କୁ ଜିଏସ୍‌ଟି ଢାଞ୍ଚା ଓ ପ୍ରକ୍ରିୟାଗୁଡ଼ିକୁ ସହଜ କରିବାର ଅବଶ୍ୟକତା ମଧ୍ୟ ରହିଛି। ତାଙ୍କ ପୂର୍ବସୂରି ଓ ପରାମର୍ଶଦାତା ଅରୁଣ ଜେଟ୍‌ଲୀ ଚଳିତ ସପ୍ତାହରେ ଟୁଇଟ୍‌ କରି ଜିଏସ୍‌ଟି ସ୍ଲାବ୍‌ଗୁଡ଼ିକୁ କମାଇ ଦୁଇ ରଖିବାକୁ ପରାମର୍ଶ ଦେଇଛନ୍ତି। ଜେଟ୍‌ଲୀ କହିଛନ୍ତି ଯେ ଏହି ପଦକ୍ଷେପ ନେବା ପାଇଁ ଏହା ଉପଯୁକ୍ତ ସମୟ। ସୀତାରାମନ୍‌ ତାହା କରିବାକୁ ପଦକ୍ଷେପ ନେଇପାରନ୍ତି। ସେ ମଧ୍ୟ ରପ୍ତାନିକୁ ପ୍ରତିଯୋଗିତାକ୍ଷମ କରିବା ପାଇଁ ଭିତ୍ତିଭୂମିର ବିକାଶ ଲାଗି ଚେଷ୍ଟା କରିବେ। ରପ୍ତାନି ହ୍ରାସ ପାଇବା ଯୋଗୁ ଉତ୍ପାଦନ କ୍ଷେତ୍ର ଉପରେ ପ୍ରଭାବ ପଡ଼ିବା ସହ ନିଯୁକ୍ତି ମଧ୍ୟ ସଂକୁଚିତ ହେଉଛି। ଅଧିକ ସୁବିଧାସୁଯୋଗ ପ୍ରଦାନ କରି ବିଦେଶୀ ପୁଞ୍ଜିନିବେଶ ବୃଦ୍ଧିକରିବା ଲାଗି ପଦକ୍ଷେପ ନେବାର ଆବଶ୍ୟକତା ମଧ୍ୟ ରହିଛି। ଭୂମି ଓ ଶ୍ରମ ସଂସ୍କାର ପ୍ରତି ମଧ୍ୟ ସରକାରଙ୍କୁ ଦୃଷ୍ଟିଦେବାକୁ ପଡ଼ିବ।
ପୀୟୂଷ ଗୋୟଲଙ୍କ ଦ୍ୱାରା ଉପସ୍ଥାପିତ ମଧ୍ୟବର୍ତ୍ତିକାଳୀନ ବଜେଟରେ ପ୍ରଦତ୍ତ ୨୦୧୮-୧୯ର ଅଭିବୃଦ୍ଧି ସଂଖ୍ୟା କିପରି ହାସଲ କରାଯିବ, ତାହା ମଧ୍ୟ ସୀତାରାମନ୍‌ଙ୍କ ପାଇଁ ଏକ ସମସ୍ୟା। କାରଣ ଆଗରୁ ପୂର୍ବାନୁମାନ କରାଯାଇଥିବା ସଂଖ୍ୟା ବଦଳିଛି। ମୁଖ୍ୟତଃ ଚିନ୍ତାର ବିଷୟ ହେଲା ସଂଶୋଧିତ ଆକଳନ ଅନୁସାରେ ଯେତିକି ରାଜସ୍ବ ମିଳିବ ବୋଲି କୁହାଯାଇଥିଲା, ତାହା ୧୧ ପ୍ରତିଶତ ବା ୧.୬ ଟ୍ରିଲିୟନ (ଲକ୍ଷ କୋଟି) ଟଙ୍କା ହ୍ରାସ ପାଇଛି। ଆଗରୁ ୧୪.୮୪ ଟ୍ରିଲିୟନ ରାଜସ୍ବ ଆଦାୟ ହେବ ବୋଲି ଆକଳନ କରାଯାଇଥିବା ବେଳେ ବାସ୍ତବରେ ତାହା ୧୩.୧୭ ଟ୍ରିଲିୟନ ଟଙ୍କା ହେବ ବୋଲି ଜଣାପଡ଼ିଛି। ଜଣେ ଭାଜପା ମନ୍ତ୍ରୀଙ୍କ ଦ୍ୱାରା ପ୍ରଥମୋକ୍ତ ପୂର୍ବାନୁମାନ ଉପସ୍ଥାପିତ କରାଯାଇଥିବା ବେଳେ ପରିବର୍ତ୍ତିତ ସଂଖ୍ୟା ତାଙ୍କୁ ଅକଳରେ ପକାଇଦେବା ସ୍ବାଭାବିକ। ମଧ୍ୟବର୍ତ୍ତିକାଳୀନ ବଜେଟରେ ଉପସ୍ଥାପିତ ସଂଖ୍ୟା ସଂଶୋଧିତ ଆକଳନଠାରୁ କାହିଁକି ଅଲଗା ହେଲା ତାହା ନୂଆ ଅର୍ଥମନ୍ତ୍ରୀଙ୍କୁ ବୁଝାଇବାକୁ ହେବ। ସଂଶୋଧିତ ଆକଳନଠାରୁ ନେଟ୍‌ ଟିକସ ରାଜସ୍ବ କାହିଁକି ୧୧ ପ୍ରତିଶତ କମିଲା ତାକୁ ନେଇ ପ୍ରଶ୍ନ ଉଠିପାରେ। ତେବେ ସେ ଯାହା ହେଉ ସୀତାରାମନ୍‌ଙ୍କୁ ଏବେ ବାଉଁଶରାଣୀ ପରି ଦଉଡ଼ିରେ ଚାଲିବା ପରି ଅବସ୍ଥାର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?