ଆଜିର ଅର୍ଥନୀତି/ ପ୍ରୋତ୍ସାହନ ଲୋଡ଼ା

ଅର୍ଥନୀତି ଉପରେ କରୋନା ଭୂତାଣୁର ପ୍ରଭାବକୁ ରୋକିବା ପାଇଁ ଜରୁରିକାଳୀନ ପଦକ୍ଷେପ ସ୍ବରୂପ ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ (ୟୁଏସ୍‌ ଫେଡେରାଲ ରିଜର୍ଭ) ମଙ୍ଗଳବାର ସୁଧହାର ୫୦ ବେସିସ୍‌ ପଏଣ୍ଟ ହ୍ରାସ କରିଛି। ମାର୍ଚ୍ଚ ୧୭-୧୮ ତାରିଖରେ ଫେଡେରାଲ ବ୍ୟାଙ୍କର ପଲିସି ବୈଠକ ବସିବାକୁ ଥିବାବେଳେ ସେ ପର୍ଯ୍ୟନ୍ତ ଅପେକ୍ଷା ନ କରି ତା’ ପୂର୍ବରୁ ଏ ନିଷ୍ପତ୍ତି ଘୋଷଣା କରିବା ସାରା ବିଶ୍ୱରେ ମହାମାରୀର କୁପ୍ରଭାବର ଭୟାବହତା ଦୃଷ୍ଟିରୁ ଏହା କେତେ ଜରୁରୀ ବୋଲି ସେମାନେ ଅନୁଭବ କରୁଛନ୍ତି ତାହା ସୂଚାଉଛି। ଗତ ୧୧ ବର୍ଷ ଭିତରେ ପ୍ରଥମ ଥର ପାଇଁ ଫେଡେରାଲ ବ୍ୟାଙ୍କ ୫୦ ବେସିସ୍‌ ପଏଣ୍ଟ ସୁଧହାର ହ୍ରାସ କରିଛି। ଜି୭ ଦେଶଗୁଡ଼ିକର କେନ୍ଦ୍ରୀୟ ବ୍ୟାଙ୍କ ଆର୍ଥିକ ନିମ୍ନଗତିକୁ ରୋକିବା ଏବଂ ଦୃଢ଼ ଓ ଧାରଣୀୟ ଅଭିବୃଦ୍ଧି ହାସଲ କରିବା ପାଇଁ ସମସ୍ତ ପ୍ରକାର ପଲିସି ଅସ୍ତ୍ର ବ୍ୟବହାର କରିବାକୁ ଘୋଷଣା କରିବା ପରେ ପରେ ଆମେରିକା ଫେଡେରାଲ ବ୍ୟାଙ୍କ ଏହି ନିଷ୍ପତ୍ତି ନେଇଛି। ଅଷ୍ଟ୍ରେଲିଆ ଓ ମାଲେସିଆର କେନ୍ଦ୍ରୀୟ ବ୍ୟାଙ୍କ ଅନୁରୂପ ଭାବେ ସୁଧହାର ହ୍ରାସ କରିଥିବା ବେଳେ ବ୍ୟାଙ୍କ ଅଫ୍‌ ଜାପାନ ବିତ୍ତ ବଜାରଗୁଡ଼ିକରେ ସ୍ଥିରତା ଆଣିବା ପାଇଁ ନଗଦ ଅର୍ଥ ଯୋଗାଣ ଲାଗି ପଦକ୍ଷେପ ନେଇଛି।
ଏହା ପୂର୍ବରୁ ଅର୍ଥନୈତିକ ସହଯୋଗ ଓ ବିକାଶ ସଂଗଠନ (ଓଇସିଡି) ଚେତାବନୀ ଦେଇଥିଲା ଯେ କରୋନା ଭୂତାଣୁର ବିଶ୍ୱବ୍ୟାପୀ ଅର୍ଥନୀତି ଉପରେ କୁପ୍ରଭାବ ପଡ଼ିବ। ଓଇସିଡି ବିଶ୍ୱ ଜିଡିପିରେ ଅଭିବୃଦ୍ଧି ୨.୯ ପ୍ରତିଶତ ରହିବ ବୋଲି ପୂର୍ବରୁ ପୂର୍ବାନୁମାନ କରିଥିବା ବେଳେ ଏବେ ତାହା ୧.୫ ପ୍ରତିଶତକୁ ଅର୍ଥାତ୍‌ ପ୍ରାୟ ଅଧାକୁ ଖସିଯିବ ବୋଲି ପୂର୍ବାନୁମାନ କରିଛି। ପ୍ରାୟ ଏକ ଦଶନ୍ଧି ତଳୁ ଦେଖାଦେଇଥିବା ଆର୍ଥିକ ମାନ୍ଦାବସ୍ଥାରୁ ବିଶ୍ୱ ଏ ଯାବତ୍‌ ମୁକୁଳିବାକୁ ସଂଘର୍ଷ କରୁଥିବା ବେଳେ ବର୍ତ୍ତମାନ ଆଉ ଏକ ଗୁରୁତର ସଂକଟ ଦେଖାଦେଇଛି ବୋଲି ଏହା ଭବିଷ୍ୟବାଣୀ କରିଛି। ବିଶ୍ୱ ବାଣିଜ୍ୟ ସଂଗଠନ (ଡବ୍ଲ୍ୟୁଟିଓ) ମଧ୍ୟ ଆକଳନ କରିଛି ଯେ, ବିଶ୍ୱ ଅର୍ଥନୀତି ଉପରେ ଉକ୍ତ ସଂକ୍ରାମକ ରୋଗର ଉଲ୍ଲେଖନୀୟ ପ୍ରଭାବ ରହିବ। ସାରା ବିଶ୍ୱରେ ଭୂତାଣୁ ସଂକ୍ରମିତ ହେବାକୁ ଲାଗିଥିବାରୁ ୨୦୨୦ରେ ଏହା ବିଶ୍ୱ ଅଭିବୃଦ୍ଧିକୁ ଗୁରୁତର ଭାବେ ପ୍ରଭାବିତ କରିବାର ସମ୍ଭାବନା ଦେଖାଦେଇଛି। ସାରା ବିଶ୍ୱରେ ଆର୍ଥିକ ବଜାରଗୁଡ଼ିକରେ ଏହା ଭୀଷଣ ଅବନତି ଘଟାଇବ, ଯାହା ୨୦ ପ୍ରତିଶତ ପର୍ଯ୍ୟନ୍ତ ହୋଇପାରେ ବୋଲି ଅର୍ଥ ବିଶ୍ଳେଷକମାନେ ପୂର୍ବାନୁମାନ କରିଛନ୍ତି। ଗତ ଜାନୁୟାରୀ ମାସରେ ଆରମ୍ଭ ହୋଇଥିବା ଏହି ସଂକ୍ରାମକ ରୋଗରେ ଏପର୍ଯ୍ୟନ୍ତ ପ୍ରାୟ ୮୫,୦୦୦ ଲୋକ ସଂକ୍ରମିତ ହୋଇସାରିଲେଣି। ଭାରତରେ ଏପର୍ଯ୍ୟନ୍ତ ପ୍ରାୟ ୩୦ ଜଣ ଏ ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ଶତାଧିକ ସନ୍ଦେହ ବଳୟରେ ଅଛନ୍ତି।
ସାରା ବିଶ୍ୱରେ ଷ୍ଟକ୍‌ ମାର୍କେଟଗୁଡ଼ିକ ପ୍ରାୟ ୧୦ ପ୍ରତିଶତରୁ ଅଧିକ ତଳକୁ ଖସିଥିବା ବେଳେ ୨୦୧୮ରେ ବିଶ୍ୱ ଆର୍ଥିକ ସଂକଟ ଦେଖାଦେବା ପରଠାରୁ ଗତ ସପ୍ତାହଟି ଥିଲା ସବୁଠୁ ଖରାପ ସମୟ। ଷ୍ଟକ୍‌ ମାର୍କେଟ ଭୁଶୁଡ଼ିପଡ଼ିବା ଯୋଗୁ କେବଳ ଫେବୃୟାରୀ ଶେଷ ସପ୍ତାହରେ ଭାରତରେ ନିବେଶକମାନେ ପ୍ରାୟ ୧୧.୫ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। ବୁଧବାର ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ସୂଚନା ଦେଇଛି ଯେ, କରୋନା ଭୂତାଣୁ ଜନିତ ପ୍ରଭାବକୁ ମୁକାବିଲା କରିବା ପାଇଁ ଏହା ପ୍ରସ୍ତୁତ ହେଉଛି। ଏହା ପରିସ୍ଥିତିକୁ ଆକଳନ କରିବା ସହ ଆବଶ୍ୟକ ପଦକ୍ଷେପ ନେବା ପାଇଁ ପ୍ରସ୍ତୁତ ଅଛି ବୋଲି ପ୍ରକାଶ କରିଛି। ଏହି ପରିପ୍ରେକ୍ଷୀରେ ଆର୍‌ବିଆଇ ଆମେରିକା କେନ୍ଦ୍ରୀୟ ବ୍ୟାଙ୍କର ପଦାଙ୍କ ଅନୁସରଣ କରି ସୁଧହାର କମାଇବାକୁ ଘୋଷଣା କରିପାରେ। ଏଥିପାଇଁ ବ୍ୟାଙ୍କ ଆସନ୍ତା ଏପ୍ରିଲରେ ହେବାକୁ ଥିବା ଆର୍ଥିକ ସମୀକ୍ଷା ବୈଠକ ପର୍ଯ୍ୟନ୍ତ ଅପେକ୍ଷା ନ କରି ତତ୍କାଳ ଏ ବାବଦରେ ଘୋଷଣା କରିବା ଆବଶ୍ୟକ। ବର୍ତ୍ତମାନ ଆମ ଦେଶର ଅର୍ଥନୀତି ଏକ ଅସ୍ବାଭାବିକ ସଂକଟ ଦେଇ ଗତି କରୁଛି, ତେଣୁ ୨୫ ବେସିସ୍‌ ପଏଣ୍ଟ ହ୍ରାସ ଯଥେଷ୍ଟ ନ ହୋଇପାରେ। ଆମେ ଆଶା କରୁଛୁ ଆମେରିକା ଫେଡେରାଲ ବ୍ୟାଙ୍କ ପରି ଏହା ରେପୋ ରେଟ୍‌ରେ ୫୦ ବେସିସ୍‌ ପଏଣ୍ଟ ହ୍ରାସ କରିବ। ଆର୍‌ବିଆଇ ଦ୍ୱିତୀୟ ପର୍ଯ୍ୟାୟ ଦୀର୍ଘ ମିଆଦୀ ରେପୋ ଅପରେଶନ (ଏଲ୍‌ଟିଆର୍‌ଓ) ମାଧ୍ୟମରେ ଆର୍ଥିକ ବ୍ୟବସ୍ଥା ଭିତରେ ନଗଦ ପୁଞ୍ଜି ଅନୁପ୍ରବେଶ କରାଇବା ଆବଶ୍ୟକ। ଏହାଦ୍ୱାରା ବ୍ୟାଙ୍କଗୁଡ଼ିକ ବର୍ତ୍ତମାନର ସୁଧହାର ତୁଳନାରେ ଯଥେଷ୍ଟ କମ୍‌ ୫.୧୫ ରେପୋ ହାରରେ ଆର୍‌ବିଆଇରୁ ଅର୍ଥ ପାଇପାରିବେ। ତା’ ଫଳରେ ସେମାନେ ଏହି ଶସ୍ତା ସୁଧହାରରେ ପାଇଥିବା ଅର୍ଥକୁ ଖାଉଟିମାନଙ୍କୁ ଶସ୍ତା ଋଣ ଆକାରରେ ଦେଇ ବଜାର ଚାହିଦା ବଢ଼ାଇବାରେ ସାହାଯ୍ୟ କରିପାରିବେ। ନିରାପଦ ଆଭିମୁଖ୍ୟ ପୋଷଣ କରୁଥିବା ନିବେଶକମାନେ ତାଙ୍କ ଅର୍ଥକୁ ଏକ ନିରାପଦ ଠିକଣାରେ ରଖିବାକୁ ଚାହିଁବାର ସମ୍ଭାବନା ରହିଛି। ଏ ପରିପ୍ରେକ୍ଷୀରେ ଶିଳ୍ପ ଓ ଖାଉଟିମାନଙ୍କର ସ୍ବାର୍ଥରକ୍ଷା ଲାଗି ସରକାର କିଛି ପଲିସିଗତ ପଦକ୍ଷେପ ନେବା ଦରକାର। ଏବେ ଅର୍ଥନୀତିକୁ ପ୍ରୋତ୍ସାହନ ଦେଇ ଆଗକୁ ନେବାର ଆବଶ୍ୟକତା ଅଛି। ଋଣ ନେଇଥିବା କମ୍ପାନୀଗୁଡ଼ିକୁ ସେମାନଙ୍କ ଦରକାର ମୁତାବକ ଅଧିକ ଋଣ ଦେବା ଲାଗି ସରକାର ବ୍ୟାଙ୍କଗୁଡ଼ିକୁ କହିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri