ଏଥର ଗୋଟିଏ ଦିନରେ ବାହୁଡ଼ା, ହରିଶୟନ ଏକାଦଶୀ : ଶୁକ୍ରବାରଠାରୁ ୪ ମାସ ଶୋଇବେ ଠାକୁର

ପୁରୀ ଅଫିସ,୧୨।୭ : ପ୍ରାୟ ପ୍ରତିବର୍ଷ ବାହୁଡ଼ା ଦଶମୀ ପରଦିନ ହରିଶୟନ ଏକାଦଶୀ ପଡ଼ିଥାଏ। ହରିଶୟନ ଏକାଦଶୀଠାରୁ ଠାକୁର ଶୟନ କରିଥାନ୍ତି। ତେବେ ଏଥର ତିଥି କ୍ଷୟ ଯୋଗୁ ବାହୁଡ଼ା ଏବଂ ଏକାଦଶୀ ଗୋଟିଏ ଦିନରେ ଅର୍ଥାତ୍‌ ଶୁକ୍ରବାର ପଡ଼ିିଛି। ତେଣୁ ଶୁକ୍ରବାର ବାହୁଡ଼ାଯାତ୍ରା ହେବ ଏବଂ ଏହିଦିନଠାରୁ ୪ମାସ ପର୍ଯ୍ୟନ୍ତ ମହାପ୍ରଭୁ ଶୟନ ଯିବେ ବୋଲି କହିଛନ୍ତି ଗବେଷକ ଡ. ନରେଶ ଚନ୍ଦ୍ର ଦାଶ।

ହରିଶୟନ ଯାତ୍ରା ସମ୍ପର୍କରେ ଗବେଷକ ଦାଶ କହିଛନ୍ତି, ଶୁକ୍ରବାର ଆଷାଢ ଶୁକ୍ଳପକ୍ଷ ଏକାଦଶୀ। ଶ୍ରୀଜଗନ୍ନାଥଙ୍କର ଶୟନ ଯାତ୍ରା। ମହାପ୍ରଭୁଙ୍କର ପ୍ରସିଦ୍ଧ ଦ୍ୱାଦଶ ଯାତ୍ରା ମଧ୍ୟରୁ ଅନ୍ୟତମ। ହରିଶୟନ ଏକାଦଶୀଠାରୁ ଚାରିମାସ ପର୍ଯ୍ୟନ୍ତ ଠାକୁରମାନେ ଶୟନ କରନ୍ତି। କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଏକାଦଶୀ ଦିନ ମହାପ୍ରଭୁ ଶୟନରୁ ଉଠନ୍ତି। ଆଷାଢ ଶୁକ୍ଳ ଏକାଦଶୀ ଦିନ ରଥ ଉପରେ ଠାକୁରମାନଙ୍କର ସମସ୍ତ ଏକାଦଶୀ ନୀତି ଅନ୍ୟ ଏକାଦଶୀ ନୀତି ଭଳି ଅନୁଷ୍ଠିତ ହୋଇଥାଏ। ବିଳମ୍ବିତ ରାତିରେ ବଡ଼ସିଂହାର ବେଶ ଓ ବଡ଼ସିଂହାର ଭୋଗ ହୋଇ ମହାସ୍ନାନ ପରେ ଭଣ୍ଡାରମେକାପ ଭଣ୍ଡାର ଘରୁ ସୁବର୍ଣ୍ଣର ଶୟନ ଠାକୁରଙ୍କୁ ତିନି ରଥକୁ ବିଜେ କରନ୍ତି। ଶ୍ରୀବଳଭଦ୍ର ଦେବଙ୍କ ରଥରେ ବାସୁଦେବ, ଦେବୀ ସୁଭଦ୍ରାଙ୍କ ରଥରେ ଭୁବନେଶ୍ୱରୀ ଓ ଶ୍ରୀଜଗନ୍ନାଥଙ୍କ ରଥରେ ଶ୍ରୀନାରାୟଣ (ଶୟନ ଠାକୁର) ବିଜେ କରିଥାନ୍ତି । ପୂଜାପଣ୍ଡା ଶୟନ ଠାକୁରମାନଙ୍କୁ ଶ୍ରୀବିଗ୍ରହମାନଙ୍କ ଶ୍ରୀଅଙ୍ଗକୁ ଲାଗି କରାଇବା ପରେ ରଥ ଉପରେ ମହାସ୍ନାନ ନୀତି ହୁଏ। ଅନ୍ୟାନ୍ୟ ନୀତି ବଢିଲା ପରେ ତିନିଜଣ ପୂଜାପଣ୍ଡା ତିନିରଥରେ ବିଜେ ହୋଇଥିବା ଶୟନ ଠାକୁରମାନଙ୍କୁ ହାତରେ ଧରି ମନ୍ଦିରର ଭଣ୍ଡାର ଦୁଆର ନିକଟକୁ ନେଇଥାନ୍ତି। ସେଠାରେ ପାରମ୍ପରିକ ରୀତି ଅନୁଯାୟୀ ଶୟନ ନୀତି ଅନୁଷ୍ଠିତ ହୋଇଥାଏ। ଶୟନ ଘରେ ପୂର୍ବରୁ ପେଡ଼ି, ତାଟ, ଶେଯ, ମାଣ୍ଡି ପ୍ରସ୍ତୁତ ହୋଇଥାଏ। ଠାକୁରମାନେ ଏଥିରେ ଶୟନ କରନ୍ତି। ଏହି ସମୟରେ ପ୍ରସାଦଲାଗି, ପୁଷ୍ପାଞ୍ଜଳି, କର୍ପୂର ଆଳତି, ସାତ କାହାଳୀ, ସଞ୍ଜବତୀ ଓ ଦୂର୍ବାକ୍ଷତ ବନ୍ଦାପନା ପରେ ପେଡ଼ି ବନ୍ଦ କରାଯାଏ। ପେଡ଼ି ଉପରେ ଖୋଳ ପକାଯାଏ। ଏସବୁ ସରି ସମସ୍ତେ ବାହାରକୁ ଆସିଲେ ଶୟନଘର ଦ୍ୱାର ମଦନମୋହନଙ୍କ ମୁଦରେ ମୁଦ ଦିଆଯାଇ ବନ୍ଦ କରାଯାଏ ବୋଲି ଗବେଷକ ଡ. ଦାଶ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀମନ୍ଦିର ଭିତରକୁ ଯିବା ପାଇଁ ବାରଣ କରିବାକୁ ପ୍ରୋଟୋକଲ ଅଫିସରଙ୍କୁ ବଦଳି

ପୁରୀ ଅଫିସ,୧।୩: ମୁସଲିମ ହୋଇ ଶ୍ରୀମନ୍ଦିରକୁ ପ୍ରବେଶ କରିବା ଘଟଣାକୁ ନେଇ ଆଇଆର୍‌ଏସ୍‌ ରେସମା ଲେଖାନୀ ତାଙ୍କ ପ୍ରୋଟୋକଲ ଅଫିସରଙ୍କୁ ବଦଳି କରିଦେଇଛନ୍ତି। ତେବେ ଅଫିସରଙ୍କୁ...

ଆସୁଛି ତୃତୀୟ ଲହର: ପ୍ରସ୍ତୁତ ରହିବାକୁ ସ୍ବାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୨୬ା୮(ବ୍ୟୁରୋ): ତୃତୀୟ ଲହରକୁ ଦୃଷ୍ଟିରେ ରଖି ସବୁ ଜିଲାପାଳଙ୍କୁ ସ୍ବାସ୍ଥ୍ୟ ସଚିବ ଚିଠି ଲେଖିଛନ୍ତି। ପ୍ରତ୍ୟେକ ଜିଲା ହସ୍ପିଟାଲରେ ଆରଟିପିସିଆର୍‌ ଟେଷ୍ଟ କିଟ୍‌, ଆଣ୍ଟିଜେନ କିଟ୍‌,...

ହରିଶ୍ଚନ୍ଦ୍ର ଯୋଜନାରେ ଅର୍ଥ ହଡ଼ପ ଅଭିଯୋଗ

ପାଟଣା,୧୧ା୩(ସ୍ବ.ପ୍ର.): ଗରିବଙ୍କ କଲ୍ୟାଣ ନିମନ୍ତେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଜନ୍ମଠୁ ମୃତ୍ୟୁ ପର୍ଯ୍ୟନ୍ତ ବହୁ ଯୋଜନା କରିଥିବା ବେଳେ ସ୍ଥଳ ବିଶେଷରେ ଯୋଗ୍ୟ...

ଭୁବନେଶ୍ୱରରୁ ରାସ୍‌-ଅଲ୍‌-ଖଇମା ମଧ୍ୟରେ ବିମାନସେବା ଦାବି: କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର, ୨୧।୧୧(ବ୍ୟୁରୋ): ଭୁବନେଶ୍ୱର ଏବଂ ୟୁଏଇସ୍ଥିତ ରାସ-ଅଲ୍‌-ଖଇମା ସହର ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ କରିବା ପାଇଁ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ...

ରାଜ୍ୟରେ ଆଉ ୬୮୧ କରୋନା ଆକ୍ରାନ୍ତ ସୁସ୍ଥ: କଟକରୁ ସର୍ବାଧିକ ସୁସ୍ଥ

ଭୁବନେଶ୍ୱର,୨ା୮(ବ୍ୟୁରୋ)-ରାଜ୍ୟରେ ରବିବାର ଆଉ ୬୮୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁସ୍ଥଙ୍କ ମଧ୍ୟରେ କଟକରୁ ସର୍ବାଧିକ ୯୧ ଜଣ ସୁସ୍ଥ ହୋଇଥିବା ବେଳେ ଗଜପତିରୁ ୮୮,...

ନାବାଳକଙ୍କୁ ସାବାଳକ କଲା ପୋଲିସ

ଭୁବନେଶ୍ୱର, ୧୧ା୮(ବ୍ୟୁରୋ): ପୋଲିସର ଖାମଖିଆଲି ତଦନ୍ତ ପାଇଁ ଦୋଷୀ ଖସି ଯାଉଥିବାବେଳେ ଅନେକ ନିର୍ଦ୍ଦୋଷ ସଜା କାଟୁଥିବା ନଜିର ରହିଛି। ଏଭଳି କାର୍ଯ୍ୟଧାରାକୁ ନେଇ ଓଡ଼ିଶା...

ଲାଇଭ ଭିଡିଓ କରି ଜୀବନ ହାରିଲେ ଯୁବକ

ଖୋର୍ଦ୍ଧା ଅଫିସ,୨୧ା୫: ପୁଣି ପ୍ରେମ ନେଲା ଏକ ଜୀବନ। ପ୍ରେମରେ ବିଫଳ ହେବା ପରେ ଜଣେ ଯୁବକ ଟ୍ରେନ ଲାଇନକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ମୃତ୍ୟୁ...

ବଜ୍ରକାପ୍ତା ବିକ୍ରି ବେଳେ ଉଦ୍ଧାର: ୮ ଗିରଫ

ମାଲକାନଗିରି,୧୭।୯(ଡି.ଏନ୍‌.ଏ): ମାଲକାନଗିରି ଜିଲା କାଲିମେଳା ବନାଞ୍ଚଳ ଅଧୀନ ପୋଟେରୁ ଅଞ୍ଚଳରୁ ବନବିଭାଗ ଶନିବାର ଏକ ବଜ୍ରକାପ୍ତା ଉଦ୍ଧାର କରିଛି। ଉକ୍ତ ଘଟଣାରେ ସମ୍ପୃକ୍ତ ୮ ଜଣ...

Advertisement
Archives

Model This Week