ଆଜିଠାରୁ ବଦଳିଯିବ ଏସବୁ ନିୟମ

ନୂଆଦିଲ୍ଲୀ,୧-୧୦: ଅକ୍ଟୋବର ୧ଠାରୁ ସରକାର କିଛି ପରିବର୍ତ୍ତିତ ଆର୍ଥତ୍କ ନିୟମ ଲାଗୁ କରିବେ। ଖାଉଟିଙ୍କ ଉପରେ ଏହାର କି ପ୍ରଭାବ ରହିବ ତାହା ବିଚାର କରିବାକୁ ହେବ। ଏସ୍‌ବିଆଇ ପକ୍ଷରୁ ଏହାର କେଉଁ ନିୟମ ବଦଳିବ, କର୍ପୋରେଟ ଟିକସ ପରିବର୍ତ୍ତନ ଯୋଗୁ କଣ ଫାଇଦା ହେବ, ଜିଏସ୍‌ଟିରେ କଣ ରହିଛି ଭଳି ପ୍ରସଙ୍ଗକୁ ଦେଖିବାକୁ ହେବ। କେଉଁ ସବୁ ନିୟମ ପରିବର୍ତ୍ତନ ହେଉଛି ତାହା ଏଠାରେ ଦିଆଗଲା..
– ଏସ୍‌ବିଆଇ
ଏସ୍‌ବିଆଇ ଇଣ୍ଟରନେଟ ଏବଂ ମୋବାଇଲ ବ୍ୟାଙ୍କିଙ୍ଗ ନେଣଦେଣ ଉପରେ ମାସିକ ସୀମାକୁ ହଟାଇ ଦେଇଛି। ଖାତାରେ ୨୫ ହଜାର ମାସିକ ହାରାହାରି ବାଲାନ୍ସ ରଖୁଥିବା ଗ୍ରାହକମାନେ ବ୍ୟାଙ୍କ ଶାଖାରୁ ୨ଥର ଦେୟମୁକ୍ତ ଉଠାଣ କରିପାରିବେ। ସେହିଭଳି ମାସିକ ହାରାହାରି ୨୫ରୁ ୫୦ ହଜାର ବାଲାନ୍ସ ରଖିଥିବା ଗ୍ରାହକ ୧୦ ଥର ଦେୟମୁକ୍ତ ଉଠାଣ କରିବାକୁ ସକ୍ଷମ ହେବେ। ୫୦ ହଜାରରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାଲାନ୍ସ ଥିଲେ ଗ୍ରାହକ ଅସୀମିତ ଉଠାଣ କରିପାରିବେ।
– ପେଟ୍ରୋଲ ପମ୍ପରେ ଏସ୍‌ବିଆଇ କ୍ରେଡିଟ କାର୍ଡରେ ମିଳିବନି କ୍ୟାଶବ୍ୟାକ
ପେଟ୍ରୋଲ ପମ୍ପରେ ଏସ୍‌ବିଆଇ କ୍ରେଡିଟ କାର୍ଡରେ ପେମେଣ୍ଟ ଉପରେ ୦.୭୫% ରିହାତି ଅକ୍ଟୋବର ପହିଲାରୁ ଆଉ ମିଳିବନି। ଡିଜିଟାଲ ନେଣଦେଣକୁ ପ୍ରୋତ୍ସାହିତ କରିବା ଲାଗି ସରକାର ଏଭଳି ପଦକ୍ଷେପ ନେଇଥିଲେ। ଅନ୍ୟ ବ୍ୟାଙ୍କଗୁଡିକ ମଧ୍ୟ ଏଭଳି ସୁବିଧା ଦେଉଥିଲେ। ଏସ୍‌ବିଆଇର ଏଭଳି ନିଷ୍ପତ୍ତି ପରେ ଅନ୍ୟ କମ୍ପାନୀ ମଧ୍ୟ ଏନେଇ ବିଚାର କରିବାର ସମ୍ଭାବନା ରହିଛି।
– ପେନଶନ ପଲିସି ନିୟମ
୧୦ ବର୍ଷ ସର୍ଭିସ ପୂରା କରିବା ପୂର୍ବରୁ ଯଦି କୌଣସି ସରକାରୀ କର୍ମଚାରୀଙ୍କ ମୃତ୍ୟୁ ୨୦୧୯ ଅକ୍ଟୋବର ପହିଲା ପୂର୍ବରୁ ହୋଇଥାଏ, ସେ ଲଗାତର ଭାବେ ୭ ବର୍ଷ ସେବା ଦେଇଥାନ୍ତି ତେବେ ତାଙ୍କ ପରିଜନଙ୍କୁ ଉପନିୟମ (୩) ଅନୁସାରେ ପେନଶନ ଲାଗୁ ହେବ।
– କର୍ପୋରେଟ ଟିକସ ହ୍ରାସ ସୁବିଧା
କର୍ପୋରେଟ ଟିକସ ହ୍ରାସର ଫାଇଦା ଉପଲବ୍ଧ ହେବ। ଅକ୍ଟୋବର ପହିଲା ପରଠାରୁ ସ୍ଥାପନ ହୋଇଥିବା ମାନୁଫାକଚରିଂ ୟୁନିଟ ଗୁଡିକ ଲାଗି ୧୫% ଟିକସ ପ୍ରଦାନର ବିକଳ୍ପ ରହିବ। ଏହି କମ୍ପାନୀଗୁଡିକ ଉପରେ ସରଚାର୍ଜ ସହ ମୋଟ ଟିକସ ହାର ୧୭.୦୧% ରହିବ।
-ଶସ୍ତା ହେବ ହୋଟେଲ ରୁମ୍‌
– ୧୦୦୦ ଟଙ୍କାର ରୁମ ଭଡା ଲାଗି ସରକାର ଜିଏସ୍‌ଟିକୁ ବାଦ ଦେଇଛନ୍ତି। ୧୦୦୧ରୁ ୭୫୦୦ ପର୍ଯ୍ୟନ୍ତ ହୋଟେଲ ରୁମ ଉପରେ ୧୮% ପରିବର୍ତ୍ତେ ୧୨% ଜିଏସ୍‌ଟି ଲାଗୁ ହେବ। ୭,୫୦୦ ଟଙ୍କାରୁ ଉର୍ଦ୍ଧ୍ୱ ହୋଟେଲରୁମ ଉପରେ ୨୮% ବଦଳରେ ୧୮% ଜିଏସ୍‌ଟି ଲାଗିବ। ୧ ଅକ୍ଟୋବର ପରର ବୁକିଂ ଲାଗି ଏହା ମିଳିବ। ସେହିଭଳି ରେଳଗାଡି ଡବା ଉପରେ ଜିଏଟି ବଢାଯିବା ସହ ୫ରୁ ୧୨% ହୋଇଛି। ମୃଦୁ ପାନୀୟ କ୍ଷେତ୍ରରେ ଏହା ୧୮ରୁ ୨୮%କୁ ବଢିଛି।
– ଜିଏସ୍‌ଟି ଫର୍ମରେ ପରିବର୍ତ୍ତନ
ବାର୍ଷିକ ୫ କୋଟି ଟଙ୍କାରୁ ଉର୍ଦ୍ଧ୍ୱ କାରବାର କରୁଥିବା ସଂସ୍ଥାଗୁଡିକ ଲାଗି ଅକ୍ଟୋବର ପହିଲାରୁ ନୂଆ ଜିଏସ୍‌ଟି ରିଟର୍ନ ଫର୍ମ ଆସିବ। ଏମାନେ ଜିଏସ୍‌ଟିଆର୍‌-୧ ବଦଳରେ ଜିଏସ୍‌ଟି ଏଏନ୍‌ଏକ୍ସ-୧ ଫର୍ମ ଭରିବାକୁ ହେବ।


Enter your email to get our daily news in your inbox.

All Right Reserved By Dharitri.Com

କିଶନଙ୍କ ବିସ୍ଫୋରକ ବ୍ୟାଟିଂ, ସନ୍‌ରାଇଜର୍ସର ଦ୍ୱିତୀୟ ବିଜୟ

ହାଇଦ୍ରାବାଦ, ୧୩।୪: ଅଧିନାୟକ ଇଶାନ କିଶନଙ୍କ ବିସ୍ଫୋରକ ବ୍ୟାଟିଂ ପରେ ପ୍ରଫୁଲ୍ଲ ହିଙ୍ଗେ ଓ ସାକିବ ହୁସେନଙ୍କ ଡ୍ରିମ୍‌ ଡେବ୍ୟୁ ବଳରେ ସନ୍‌ରାଇଜର୍ସ ହାଇଦ୍ରାବାଦ ସୋମବାର ଅନୁଷ୍ଠିତ…

ହଙ୍ଗେରୀ ନିର୍ବାଚନ ଫଳାଫଳ, କିଏ ହେବେ ନୂଆ ପ୍ରଧାନମନ୍ତ୍ରୀ ଜାଣନ୍ତୁ…

ବୁଦାପେଷ୍ଟ,୧୩ା୪: ୧୬ ବର୍ଷ ଧରି କ୍ଷମତାରେ ରହିଥିବା ହଙ୍ଗେରୀ ପ୍ରଧାନମନ୍ତ୍ରୀ ଭିକ୍ଟର ଓର୍ବାନ୍‌ ରବିବାର ଅନୁଷ୍ଠିତ ନିର୍ବାଚନରେ ପରାଜିତ ହୋଇଛନ୍ତି। ହଙ୍ଗେରୀୟ ଭୋଟର ତାଙ୍କ ଏକଚ୍ଛତ୍ରବାଦ ନୀତି…

ଦାଦନ ଖଟିବାକୁ ଯାଇଥିଲେ, ଫେରିଲା ଯୁବତୀଙ୍କ ମୃତଦେହ

ମୋହନା୧୩।୪(ମନ୍ମଥ ମିଶ୍ର): ଚାନ୍ଦା ଆଦାୟ କରି ମୁମ୍ବାଇରୁ ଆସିଲା ମୃତଦେହ। ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଦମାଦୁଆ…

ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖି ଯାଇଥିଲେ, ଶବ ହୋଇ ଫେରିଲେ… ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ଲୋଇସିଂହା,୧୩।୪(ସୁଶାନ୍ତ ବାରିକ): ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖିଯିବା ହେଲା କାଳ। ଶୁକ୍ରବାର ରାତିରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା କୁଟେନପାଲି ନିକଟରେ ଏକ ଅଜଣା ଗାଡି ଧକ୍କାରେ…

ଗୋଡ଼ ମଧ୍ୟରେ ଲୁଚାଇ ନେଇଗଲେ ୭ ଲକ୍ଷ ଟଙ୍କାର ଶାଢ଼ି, ସିସିଟିଭିରେ କଏଦ ଲୁଟ୍‌ର କୌଶଳ…

ଅନୁଗୋଳ,୧୩।୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଅମଲାପଡ଼ା ଅଞ୍ଚଳରେ ଥିବା ବୟନିକା ଶୋ’ରୁମ୍‌ରୁ ଏକ ବଡ଼ ଧରଣର ଚୋରି ହୋଇଛି। ଗ୍ରାହକ ବେଶରେ ଆସିଥିବା ୭ ଜଣ ମହିଳା…

ଅଂଶୁଘାତରେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ

ଗୁଣୁପୁର, ୧୩।୪(ସଂକେତ ପାତ୍ର): ଖରାଦିନ ଆରମ୍ଭ ସହିତ ଅଂଶୁଘାତ ଜନିତ ପ୍ରଥମ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ରାୟଗଡା ଜିଲା ଗୁଣୁପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର…

ଅନୁସୂଚିତ ଜାତି ମୋର୍ଚ୍ଚା ଜିଲା ସଭାପତି ଭାବେ ନିଯୁକ୍ତ ହେଲେ ବିକ୍ରମ ତାଣ୍ଡି, ରାଜ୍ୟ ସଭାପତିଙ୍କୁ ଜଣାଇଲେ କୃତଜ୍ଞତା

ବଲାଙ୍ଗୀର ,୧୩।୪(ସୁନୀଲ କୁମାର ମହାନ୍ତି): ଅନୁସୂଚିତ ଜାତି ମୋର୍ଚ୍ଚା ବଲାଙ୍ଗୀର ଜିଲା ସଭାପତି ଭାବରେ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ବିକ୍ରମ ତାଣ୍ଡିଙ୍କୁ ମନୋନୀତ କରାଯାଇଛି। ଏନେଇ ବିକ୍ରମ…

ମାଟି ତଳେ ଲୁଚାଇ ରଖିଥିଲେ ୨କୋଟି ଟଙ୍କାର ଗଞ୍ଜେଇ, ଧରିଲା ପୋଲିସ

ମୋହନା,୧୩।୪(ମନ୍ମଥ ମିଶ୍ର): ଜଙ୍ଗଲରେ ଲୁଚାଇ ରଖାଯାଇଥିବା ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ରା.ଉଦୟଗିରି ପୋଲିସ। ବିଶେଷ ସୂତ୍ରରୁ ଖବର ପାଇ ସୋମବାର ରା. ଉଦୟଗିରି ଏସ୍‌ଡ଼ିପିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri