ଆଜିଠାରୁ ବଦଳିଯିବ ଏସବୁ ନିୟମ

ନୂଆଦିଲ୍ଲୀ,୧-୧୦: ଅକ୍ଟୋବର ୧ଠାରୁ ସରକାର କିଛି ପରିବର୍ତ୍ତିତ ଆର୍ଥତ୍କ ନିୟମ ଲାଗୁ କରିବେ। ଖାଉଟିଙ୍କ ଉପରେ ଏହାର କି ପ୍ରଭାବ ରହିବ ତାହା ବିଚାର କରିବାକୁ ହେବ। ଏସ୍‌ବିଆଇ ପକ୍ଷରୁ ଏହାର କେଉଁ ନିୟମ ବଦଳିବ, କର୍ପୋରେଟ ଟିକସ ପରିବର୍ତ୍ତନ ଯୋଗୁ କଣ ଫାଇଦା ହେବ, ଜିଏସ୍‌ଟିରେ କଣ ରହିଛି ଭଳି ପ୍ରସଙ୍ଗକୁ ଦେଖିବାକୁ ହେବ। କେଉଁ ସବୁ ନିୟମ ପରିବର୍ତ୍ତନ ହେଉଛି ତାହା ଏଠାରେ ଦିଆଗଲା..
– ଏସ୍‌ବିଆଇ
ଏସ୍‌ବିଆଇ ଇଣ୍ଟରନେଟ ଏବଂ ମୋବାଇଲ ବ୍ୟାଙ୍କିଙ୍ଗ ନେଣଦେଣ ଉପରେ ମାସିକ ସୀମାକୁ ହଟାଇ ଦେଇଛି। ଖାତାରେ ୨୫ ହଜାର ମାସିକ ହାରାହାରି ବାଲାନ୍ସ ରଖୁଥିବା ଗ୍ରାହକମାନେ ବ୍ୟାଙ୍କ ଶାଖାରୁ ୨ଥର ଦେୟମୁକ୍ତ ଉଠାଣ କରିପାରିବେ। ସେହିଭଳି ମାସିକ ହାରାହାରି ୨୫ରୁ ୫୦ ହଜାର ବାଲାନ୍ସ ରଖିଥିବା ଗ୍ରାହକ ୧୦ ଥର ଦେୟମୁକ୍ତ ଉଠାଣ କରିବାକୁ ସକ୍ଷମ ହେବେ। ୫୦ ହଜାରରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାଲାନ୍ସ ଥିଲେ ଗ୍ରାହକ ଅସୀମିତ ଉଠାଣ କରିପାରିବେ।
– ପେଟ୍ରୋଲ ପମ୍ପରେ ଏସ୍‌ବିଆଇ କ୍ରେଡିଟ କାର୍ଡରେ ମିଳିବନି କ୍ୟାଶବ୍ୟାକ
ପେଟ୍ରୋଲ ପମ୍ପରେ ଏସ୍‌ବିଆଇ କ୍ରେଡିଟ କାର୍ଡରେ ପେମେଣ୍ଟ ଉପରେ ୦.୭୫% ରିହାତି ଅକ୍ଟୋବର ପହିଲାରୁ ଆଉ ମିଳିବନି। ଡିଜିଟାଲ ନେଣଦେଣକୁ ପ୍ରୋତ୍ସାହିତ କରିବା ଲାଗି ସରକାର ଏଭଳି ପଦକ୍ଷେପ ନେଇଥିଲେ। ଅନ୍ୟ ବ୍ୟାଙ୍କଗୁଡିକ ମଧ୍ୟ ଏଭଳି ସୁବିଧା ଦେଉଥିଲେ। ଏସ୍‌ବିଆଇର ଏଭଳି ନିଷ୍ପତ୍ତି ପରେ ଅନ୍ୟ କମ୍ପାନୀ ମଧ୍ୟ ଏନେଇ ବିଚାର କରିବାର ସମ୍ଭାବନା ରହିଛି।
– ପେନଶନ ପଲିସି ନିୟମ
୧୦ ବର୍ଷ ସର୍ଭିସ ପୂରା କରିବା ପୂର୍ବରୁ ଯଦି କୌଣସି ସରକାରୀ କର୍ମଚାରୀଙ୍କ ମୃତ୍ୟୁ ୨୦୧୯ ଅକ୍ଟୋବର ପହିଲା ପୂର୍ବରୁ ହୋଇଥାଏ, ସେ ଲଗାତର ଭାବେ ୭ ବର୍ଷ ସେବା ଦେଇଥାନ୍ତି ତେବେ ତାଙ୍କ ପରିଜନଙ୍କୁ ଉପନିୟମ (୩) ଅନୁସାରେ ପେନଶନ ଲାଗୁ ହେବ।
– କର୍ପୋରେଟ ଟିକସ ହ୍ରାସ ସୁବିଧା
କର୍ପୋରେଟ ଟିକସ ହ୍ରାସର ଫାଇଦା ଉପଲବ୍ଧ ହେବ। ଅକ୍ଟୋବର ପହିଲା ପରଠାରୁ ସ୍ଥାପନ ହୋଇଥିବା ମାନୁଫାକଚରିଂ ୟୁନିଟ ଗୁଡିକ ଲାଗି ୧୫% ଟିକସ ପ୍ରଦାନର ବିକଳ୍ପ ରହିବ। ଏହି କମ୍ପାନୀଗୁଡିକ ଉପରେ ସରଚାର୍ଜ ସହ ମୋଟ ଟିକସ ହାର ୧୭.୦୧% ରହିବ।
-ଶସ୍ତା ହେବ ହୋଟେଲ ରୁମ୍‌
– ୧୦୦୦ ଟଙ୍କାର ରୁମ ଭଡା ଲାଗି ସରକାର ଜିଏସ୍‌ଟିକୁ ବାଦ ଦେଇଛନ୍ତି। ୧୦୦୧ରୁ ୭୫୦୦ ପର୍ଯ୍ୟନ୍ତ ହୋଟେଲ ରୁମ ଉପରେ ୧୮% ପରିବର୍ତ୍ତେ ୧୨% ଜିଏସ୍‌ଟି ଲାଗୁ ହେବ। ୭,୫୦୦ ଟଙ୍କାରୁ ଉର୍ଦ୍ଧ୍ୱ ହୋଟେଲରୁମ ଉପରେ ୨୮% ବଦଳରେ ୧୮% ଜିଏସ୍‌ଟି ଲାଗିବ। ୧ ଅକ୍ଟୋବର ପରର ବୁକିଂ ଲାଗି ଏହା ମିଳିବ। ସେହିଭଳି ରେଳଗାଡି ଡବା ଉପରେ ଜିଏଟି ବଢାଯିବା ସହ ୫ରୁ ୧୨% ହୋଇଛି। ମୃଦୁ ପାନୀୟ କ୍ଷେତ୍ରରେ ଏହା ୧୮ରୁ ୨୮%କୁ ବଢିଛି।
– ଜିଏସ୍‌ଟି ଫର୍ମରେ ପରିବର୍ତ୍ତନ
ବାର୍ଷିକ ୫ କୋଟି ଟଙ୍କାରୁ ଉର୍ଦ୍ଧ୍ୱ କାରବାର କରୁଥିବା ସଂସ୍ଥାଗୁଡିକ ଲାଗି ଅକ୍ଟୋବର ପହିଲାରୁ ନୂଆ ଜିଏସ୍‌ଟି ରିଟର୍ନ ଫର୍ମ ଆସିବ। ଏମାନେ ଜିଏସ୍‌ଟିଆର୍‌-୧ ବଦଳରେ ଜିଏସ୍‌ଟି ଏଏନ୍‌ଏକ୍ସ-୧ ଫର୍ମ ଭରିବାକୁ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ଅନେକ ଦିନର ହ୍ରାସ ପରେ ବଦଳିଲା ଟ୍ରେଣ୍ଡ, ପୁଣି ବୃଦ୍ଧି ପାଇଲା ସୁନା ଏବଂ ରୂପା ମୂଲ୍ୟ

ନୂଆଦିଲ୍ଲୀ,୨୬।୪: ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଶୁକ୍ରବାର ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବଜାରରେ ସୁନା...

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

ଜଳବାୟୁ ପରିବର୍ତ୍ତନ ପାଇଁ ବଢ଼ୁଛି ଦରଦାମ

ଭୁବନେଶ୍ୱର,୨୬ା୪(ଅନୁରାଧା ମହାରଣା): ଆସନ୍ତା ୫ବର୍ଷ ମଧ୍ୟରେ ଦେଶର ଅର୍ଥନୀତିର ବିକାଶ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଆକଳନ କରିଥିବାବେଳେ ପାଣିପାଗ ପରିବର୍ତ୍ତନ ଦରଦାମ ହ୍ରାସରେ ବାଧକ...

ଭୋଡାଫୋନ ଆଇଡିଆକୁ ମିଳିଲା ନୂଆ ଜୀବନ, କରିବ ସ୍ମାର୍ଟ ଏଣ୍ଟ୍ରି

ନୂଆଦିଲ୍ଲୀ,୨୫।୪: ଆଦିତ୍ୟ ବିର୍ଲା ଗ୍ରୁପ ଚେୟାରମ୍ୟାନ କୁମାର ମଙ୍ଗଳମ ବିର୍ଲା କହିଛନ୍ତି ଯେ ଟେଲିକମ କମ୍ପାନୀ ଭୋଡାଫୋନ ଆଇଡିଆର ୧୮,୦୦୦ କୋଟି ଟଙ୍କା ସଂଗ୍ରହ କମ୍ପାନୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri