ଆଜିଠାରୁ ଚାଲିବ ଯାତ୍ରୀବାହୀ ଟ୍ରେନ୍‌

ନୂଆଦିଲ୍ଲୀ,୧୨ା୫ (ପି.ଟି.):କରୋନା ମହାମାରୀ ପାଇଁ ପାଖାପାଖି ୫୦ ଦିନ ହେଲା ଦେଶରେ ଯାତ୍ରୀବାହୀ ଟ୍ରେନ୍‌ ସେବା ବନ୍ଦ ରହିଥିବାବେଳେ ମଙ୍ଗଳବାରଠାରୁ ପର୍ଯ୍ୟାୟକ୍ରମେ କେତେକ ରୁଟ୍‌ରେ ୧୫ ଯୋଡ଼ା ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ରେଲଓ୍ବେ ପକ୍ଷରୁ ନୂଆ ଗାଇଡ୍‌ଲାଇନ ଜାରି କରାଯାଇଛି। ଯାତ୍ରୀମାନଙ୍କର ସ୍ବାସ୍ଥ୍ୟ ଯାଞ୍ଚ ବାଧ୍ୟତାମୂଳକ ହୋଇଥିବାରୁ ସେମାନଙ୍କୁ ଟ୍ରେନ୍‌ ଛାଡ଼ିବାର ୯୦ ମିନିଟ ପୂର୍ବରୁ ଷ୍ଟେଶନରେ ପହଞ୍ଚତ୍ବାକୁ ହେବ। ଯେଉଁମାନଙ୍କଠାରେ ରୋଗର କୌଣସି ଲକ୍ଷଣ ନ ଥିବ ସେମାନଙ୍କୁ ଟ୍ରେନ୍‌ ଯାତ୍ରା ଲାଗି ଅନୁମତି ମିଳିବ ବୋଲି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି ଏସ୍‌ଓପିରେ କୁହାଯାଇଛି। ଯାତ୍ରୀମାନେ ନିଜର ଖାଦ୍ୟ ଓ ବସ୍ତ୍ର ସାଙ୍ଗରେ ଆଣି ଆସିବେ। ଯାତ୍ରୀଙ୍କ ପାଇଁ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱ ରକ୍ଷା କରିବା ସହ ଆରୋଗ୍ୟ ସେତୁ ଆପ୍‌ ଡାଉନଲୋଡ୍‌ କରିବା ବାଧ୍ୟତାମୂଳକ।
ଲକ୍‌ଡାଉନ ଯୋଗୁ ଗତ ଦେଢ଼ମାସରୁ ଊର୍ଦ୍ଧ୍ୱ ଦିନ ହେଲା ଯାତ୍ରୀବାହୀ ଟ୍ରେନ ଚଳାଚଳ ବନ୍ଦ ରହିଥିବାବେଳେ କେବଳ ମାଲ୍‌ଗାଡ଼ି ଚାଲୁଥିଲା। ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ଶ୍ରମିକମାନଙ୍କୁ ଫେରାଇନେବା ପାଇଁ ରାଜ୍ୟ ସରକାରମାନଙ୍କ ଅନୁରୋଧ କ୍ରମେ କେନ୍ଦ୍ର ସରକାର ମେ’ ୧ରୁ ଶ୍ରମିକ ସ୍ପେଶିଆଲ ଟ୍ରେନ୍‌ ଚଳାଇବାକୁ ଅନୁମତି ଦେଇଥିଲେ। ମଙ୍ଗଳବାର ପ୍ରଥମ ଥର ପାଇଁ ଯାତ୍ରୀମାନଙ୍କ ନିମନ୍ତେ ଟ୍ରେନ ଚଳାଚଳ ଆରମ୍ଭ ହେଉଛି। ଚାଲିବାକୁ ଥିବା ୧୫ ଯୋଡ଼ା ଟ୍ରେନ୍‌ ବାତାନୁକୂଳିତ। ସେଗୁଡ଼ିକ ଦିଲ୍ଲୀରୁ ଦେଶର ସମସ୍ତ ପ୍ରମୁଖ ସହରକୁ ଚଳାଚଳ କରିବ। ମଙ୍ଗଳବାର ନୂଆଦିଲ୍ଲୀରୁ ବାହାରି ଦିବ୍ରୁଗଡ଼, ବେଙ୍ଗାଲୁରୁ ଓ ବିଳାସପୁର ଯାତ୍ରା କରିବ। ସେହିଦିନ ହାଓ୍ବଡା, ରାଜେନ୍ଦ୍ର ନଗର (ପାଟନା), ବେଙ୍ଗାଲୁରୁ, ମୁମ୍ବାଇ ସେଣ୍ଟ୍ରାଲ ଓ ଅହମଦାବାଦ ଷ୍ଟେଶନରୁ ଗୋଟିଏ ଲେଖାଏ ଟ୍ରେନ୍‌ ନୂଆଦିଲ୍ଲୀ ଅଭିମୁଖେ ଛାଡ଼ିବ। ସବୁ ଟ୍ରେନ୍‌ର ଭଡା ରାଜଧାନୀ ଏକ୍ସପ୍ରେସ ସହ ସମାନ ରହିଛି। ଲକ୍‌ଡାଉନ ଥିବାରୁ ଯାତ୍ରୀମାନେ ଇ-ଟିକେଟ କରିବା ପରେ ଷ୍ଟେଶନରେ ପ୍ରବେଶ ଅନୁମତି ମିଳିବ। ୭ ଦିନ ପର୍ଯ୍ୟନ୍ତ ଅଗ୍ରିମ ଟିକେଟ କରାଯାଇପାରିବ। ତେବେ ଆର୍‌ଏସି, ଓ୍ବେଟିଂ ଲିଷ୍ଟ ଟିକେଟ କିମ୍ବା ଅନ୍‌ବୋର୍ଡ ବୁକିଂ ଆଦିକୁ ଅନୁମତି ମିଳିବ ନାହିଁ। ଟ୍ରେନ୍‌ ଛାଡିବା ପୂର୍ବରୁ ୨୪ ଘଣ୍ଟା ମଧ୍ୟରେ ଯାତ୍ରୀ ଚାହିଁଲେ ଟିକେଟ ବାତିଲ କରିବେ। ତେବେ ବାତିଲ ଟିକେଟର ୫୦ ପ୍ରତିଶତ ଭଡ଼ା ଫେରସ୍ତ ମିଳିବ। କୋଚଗୁଡ଼ିକରେ ଏସି ତାପମାତ୍ରା ସାମାନ୍ୟ ଅଧିକ ରଖିବାକୁ ଗାଇଡ୍‌ଲାଇନରେ କୁହାଯାଇଛି।
ସ୍ବତନ୍ତ୍ର ଟ୍ରେନ୍‌ ନୂଆଦିଲ୍ଲୀରୁ ଦିବ୍ରୁଗଡ଼, ଅଗରତାଲା, ହାଓ୍ବାଡା, ପାଟନା, ବିଳାସପୁର, ରାଞ୍ଚତ୍, ଭୁବନେଶ୍ୱର, ସିକନ୍ଦରାବାଦ, ବେଙ୍ଗାଲୁରୁ, ଚେନ୍ନାଇ, ଥିରୁଭାନନ୍ଥପୁରମ୍‌, ମାଡ଼ଗାଓଁ, ମୁମ୍ବାଇ ସେଣ୍ଟ୍ରାଲ, ଅହମଦାବାଦ ଓ ଜମ୍ମୁ ତାଓ୍ବି ପର୍ଯ୍ୟନ୍ତ ଚାଲିବ। ଟ୍ରେନ୍‌ ଯାତ୍ରା ପାଇଁ ସୋମବାର ଅପରାହ୍ନ ୪ଟାରୁ ଅଗ୍ରିମ ଟିକେଟ ବୁକିଂ ଆରମ୍ଭ ହେବାର ଥିଲା। ତେବେ ଆଇଆରସିଟିସି ଓ୍ବେବ୍‌ସାଇଟ ନ ଖୋଲିବାରୁ ସନ୍ଧ୍ୟା ୬ଟାରୁ ବୁକିଂ ଆରମ୍ଭ ହେଉଥିବା ଜଣାପଡିଛି।
ଯାତ୍ରୀମାନେ ସାଙ୍ଗରେ ଖାଦ୍ୟ ଓ ପାଣି ଆଣି ଆସିବାକୁ କୁହାଯାଇଛି। ସେମାନଙ୍କୁ ରେଲଓ୍ବେ ପକ୍ଷରୁ ବ୍ଲାଙ୍କେଟ୍‌ କିମ୍ବା ବେଡ୍‌ସିଟ ମିଳିବ ନାହିଁ। ତେଣୁ ଯାତ୍ରୀ ସେଗୁଡ଼ିକୁ ସାଙ୍ଗରେ ଧରି ଆସିବାକୁ ହେବ। ତତ୍କାଳ ଓ ପ୍ରିମିୟମ ତତ୍କାଳ ସୁବିଧା ମିଳିବ ନାହିଁ। ଟ୍ରେନ୍‌ଗୁଡ଼ିକ ଅଳ୍ପକେତେକ ସ୍ଥାନରେ ରହଣି କରିବ। ଯେଉଁମାନଙ୍କଠାରେ ରୋଗର କୌଣସି ଲକ୍ଷଣ ନ ଥିବ କେବଳ ସେହି ଯାତ୍ରୀମାନଙ୍କୁ ଟ୍ରେନ୍‌ରେ ଯିବା ଲାଗି ଅନୁମତି ମିଳିବ।

୧୩ରୁ ଭୁବନେଶ୍ୱରରୁ ଦିଲ୍ଲୀ ଗଡ଼ିବ ରେଳ
ଦୀର୍ଘ ଦେଢ଼ମାସ ଲକ୍‌ଡାଉନ୍‌ ପରେ ମଙ୍ଗଳବାର ଠାରୁ ବିଭିନ୍ନ ପର୍ଯ୍ୟାୟରେ ରାଜ୍ୟରେ ରେଳ ଚଳାଚଳ କରିବ। ଏ ନେଇ ଭାରତୀୟ ରେଲଓ୍ବେ ପକ୍ଷରୁ ଘୋଷଣା କରାଯାଇଛି। ସୋମବାର ଅପରାହ୍ନରୁ ଟିକେଟ ବୁକିଂ ଆରମ୍ଭ ହୋଇଛି। ରାଜଧାନୀ ନୂଆଦିଲ୍ଲୀରୁ ଦେଶର ୧୫ଟି ଷ୍ଟେଶନ ମଧ୍ୟରେ ୧୫ ଯୋଡ଼ା ଟ୍ରେନ୍‌ ଚଳାଚଳ କରିବ। ଟ୍ରେନ୍‌ ଯେଉଁ ରୁଟ୍‌ରେ ଯିବ ପୁଣି ସେହି ରୁଟ୍‌ରେ ଫେରିବ। ଆସନ୍ତା ୧୩ ତାରିଖରେ ଭୁବନେଶ୍ୱରରୁ ନୂଆଦିଲ୍ଲୀକୁ ଯିବ ଟ୍ରେନ୍‌। ୧୪ ତାରିଖରେ ଦିଲ୍ଲୀରୁ
ଫେରିବ। ଓଡ଼ିଶାର ୩ଟି ଷ୍ଟେଶନରେ ଟ୍ରେନ୍‌ ରହିବ। ସେହି ଷ୍ଟେଶନଗୁଡିକ ହେଲା, କଟକ, ଭଦ୍ରକ ଓ ବାଲେଶ୍ୱର। ରାଜ୍ୟ ଭିତରେ ଏହି ୩ଟି ଷ୍ଟେଶନ ସହିତ ମୋଟ ୧୨ଟି ଷ୍ଟେଶନରେ ଅଟକିବ। ସୋମବାର ଭିଡିଓ କଫରେନ୍ସରେ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ଅଧିକ ରେଳ ଚଳାଇବାକୁ ପ୍ରଧାନମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଛନ୍ତି। କେବଳ ଇ- ଟିକେଟ କରିଥିବା ଯାତ୍ରୀମାନେ ରେଳରେ ଯାତ୍ରା କରିପାରିବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଓପି ଜାରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri