Posted inଜାତୀୟ

ଆଜିକୁ ପୁରିଲା ମୋଦି ସରକାରଙ୍କ ୫ ବର୍ଷ: ବିଜୁଳି, ସ୍ବଚ୍ଛ ଭାରତ ଯୋଜନା ଆଣି ଦେଇଛି ସଫଳତା; କଳାଧନ, ବିମୁଦ୍ରିକରଣକୁ ନେଇ ବିରୋଧୀ ଉଠାଇଛନ୍ତି ପ୍ରଶ୍ନ

ନୂଆଦିଲ୍ଲୀ,୧୬।୫: ୨୦୧୪ ମସିହା ଆଜିର ଦିନରେ ପ୍ରକାଶ ପାଇଥିଲା ଲୋକ ସଭା ନିର୍ବାଚନର ଫଳାଫଳ। ଏଥିରେ ଭାଜପା ବହୁମତ ସାବ୍ୟସ୍ତ କରିବା ସହ କେନ୍ଦ୍ରରେ ସରକାର ଗଢ଼ିଥିଲା। ଗୁରୁବାର ଏହାକୁ ୫ ବର୍ଷ ପୂରିଛି। ଇତିମଧ୍ୟରେ କେନ୍ଦ୍ର ସରକାର ଅନେକ ଉପଲବ୍ଧି ହାସଲ କରିଥିବା ବେଳେ କିଛି ବିଫଳତାକୁ ନେଇ ବିରୋଧୀଙ୍କ କଟାକ୍ଷର ଶିକାର ହେଉଛନ୍ତି। ୨୦୧୯ ଲୋକ ସଭା ନିର୍ବାଚନର ଫଳାଫଳ ବାହାରିବାକୁ କିଛି ଦିନ ଥିବା ବେଳେ ବିରୋଧୀ ଦଳମାନେ ଲଗାତର ଭାବେ ଭାଜପା ତଥା ମୋଦି ସରକାରଙ୍କୁ ଟାର୍ଗେଟ କରୁଛନ୍ତି।

୨୦୧୪ ନିର୍ବାଚନୀ ପ୍ରଚାର ସମୟରେ ମୋଦି ଭ୍ରଷ୍ଟାଚାର ମୁକ୍ତ ଶାସନ ଗଢ଼ିବେ ବୋଲି ଆହ୍ବାନ ଦେଇଥିଲେ। ଆସନ୍ତୁ ମୋଦି ସରକାରଙ୍କ କିଛି ସଫଳତା ଓ ବିଫଳତା ଉପରେ ଆଲୋଚନା କରିବା।

ସଫଳତା:

୧. ଭ୍ରଷ୍ଟାଚାର ସମ୍ପର୍କିତ ବଡ଼ ଦାଗ ଲାଗି ନାହିଁ।

ଭାଜପା ସରକାର ସମୟରେ ଭ୍ରଷ୍ଟାଚାର ସମ୍ପର୍କିତ ବଡ଼ ଦାଗ ଲାଗିନାହିଁ। ଏହାକୁ ସରକାରର ସଫଳତା ଭାବେ ବିବେଚନା କରାଯାଉଛି। ତେବେ କଂଗ୍ରେସ ପକ୍ଷରୁ ରାଫେଲ ଦୁର୍ନୀତି ନେଇ ମୋଦି ସରକାରଙ୍କୁ ଟାର୍ଗେଟ କରାଯାଉଥିବା ବେଳେ ସୁପ୍ରିମକୋର୍ଟରେ ଏହି ମାମଲାକୁ ଖାରଜ କରାଯାଇଛି। ଅପରପକ୍ଷେ ମନମୋହନ ସରକାରରେ ଥିବା ବେଳେ କୋଇଲା, ସ୍ପେକ୍ଟ୍ରମ୍‌, ଟୁ ଜି ଭଳି ଦୁର୍ନୀତି ହୋଇଥିଲା।

୨. ଜନ ଧନ ଯୋଜନା: 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିବା ଜନ ଧନ ଯୋଜନାକୁ ଭାଜପା ସରକାରର ଅନ୍ୟ ଏକ ଉପଲବ୍ଧି ବୋଲି କୁହାଯାଏ।

୩.ଗାଁରେ ବିଜୁଳି:

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୫ ଅଗଷ୍ଟ ୧୫ ତାରିଖରେ ୧୮ ହଜାର ଗାଁକୁ ବିଜୁଳି ଯୋଗାଇ ଦେବାକୁ ଘୋଷଣା କରିଥିଲେ। ନିର୍ଦ୍ଧାରିତ ସମୟ ସୁଦ୍ଧା ଏହା କରାଯାଇଛି।

୪.ଉଜ୍ଜ୍ୱଳା ଯୋଜନା:

ଏହି ଯୋଜନାକୁ ମୋଦି ସରକାର ଗ୍ରାମୀଣ କ୍ଷେତ୍ରରେ ରହୁଥିବା ପରିବାରକୁ ସମର୍ପିତ କରିଥିଲେ। ଏହାଦ୍ୱାରା ଗ୍ୟାସ ସୁବିଧା ନ ଥିବା ମହିଳାଙ୍କ ପରିବାରକୁ ଗ୍ୟାସ୍‌ ସିଲିଣ୍ଡର ଯୋଗାଇ ଦିଆଯାଉଛି। ଇତି ମଧ୍ୟରେ ୩ କୋଟି ପରିବାରକୁ ଗ୍ୟାସ ସଂଯୋଗ କରାଯାଇଥିବା ସରକାରୀ ଆକଳନରେ ଦେଖାଯାଇଛି।

୫. ସ୍ବଚ୍ଛ ଭାରତ ଅଭିଯାନ:

ମୋଦି ସରକାର ଭାରତର ଜନସାଧାରଣଙ୍କୁ ସ୍ବଚ୍ଛତା ବିଷୟରେ ସଚେତନ କରାଇବା ଲାଗି ଏହି ଯୋଜନାର ଶୁଭାରମ୍ଭ କରିଥିଲେ। ସରକାରରେ ଆସିବାର ପ୍ରଥମ ବର୍ଷରେ ହିଁ ମୋଦି ଏହାର ଘୋଷଣା କରିଥିଲେ। ଏହି ଯୋଜନାରେ ଦେଶରେ ସାଢ଼େ ସାତ କୋଟି ଘରେ ଶୌଚାଳୟର ବ୍ୟବସ୍ଥା କରାଯାଇଛି।

ବିରୋଧୀ ଉଠାଉଥିବା ମୁଦ୍ଦା: 

୧. ବେରୋଜଗାରୀ:

୨୦୧୪ ନିର୍ବାଚନ ସମୟରେ ଭାଜପା ଦେଶର ଯୁବକମାନଙ୍କୁ ଚାକିରି ଦେବାର ପ୍ରତିଶ୍ରୁତି ଦେଇଥିଲା। ମାତ୍ର ଗତ ୫ ବର୍ଷ ମଧ୍ୟରେ ବେରୋଜଗାରୀ ରେକର୍ଡ ସ୍ତରରେ ପହଞ୍ଚିଥିବା ଆକଳନରୁ ଜଣାପଡ଼ିଛି। ଏହାକୁ ନେଇ ବିଗତ ଦିନଗୁଡ଼ିକରେ ବିରୋଧୀ ଦଳଗୁଡ଼ିକ ଭାଜପା ଉପରେ ବର୍ଷୁଛନ୍ତି।

୨.କଳାଧନ:

ଗତ ଲୋକ ସଭା ନିର୍ବାଚନ ସମୟରେ  ମୋଦି କଳାଧନକୁ ପ୍ରମୁଖ ମୁଦ୍ଦା କରିଥିଲେ। ବିଦେଶରେ ଥିବା କଳାଧନକୁ ଭାରତକୁ ଅଣାଯିବ ବୋଲି ସେ କହିଥିଲେ। ମାତ୍ର ଏପରି କରିବାରେ ସରକାର ବିଫଳ ହୋଇଛି। ପାନାମା ପେପର୍ସ ମାମଲାରେ ଦେଶରେ ବଡ଼ ବ୍ୟକ୍ତିତ୍ୱମାନଙ୍କ ନାମ ବାହାରିଥିଲେ ସୁଦ୍ଧା ସରକାରଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ।

୩.ବିମୁଦ୍ରୀକରଣ:

୨୦୧୬ ନଭେମ୍ବର ୮ରେ ବିମୁଦ୍ରିକରଣ ନେଇ ଘୋଷଣା ହୋଇଥିଲା। ଏହା ଫଳରେ ୫ଶହ ଓ ୧ ହଜାର ଟଙ୍କିଆ ପୁରୁଣା ନୋଟ ପ୍ରଚଳନ ଉପରେ ରୋକ ଲଗାଯାଇଥିଲା। ଏହାଦ୍ୱାରା କଳାଧନ ଓ ଦୁର୍ନୀତିକୁ ରୋକାଯାଇପାରିବ ବୋଲି କୁହାଯାଇଥିଲା। ମାତ୍ର ପରେ ୯୯% ଟଙ୍କା ଫେରସ୍ତ ହୋଇଥିଲା। ଫଳରେ ବିରୋଧି କଳାଧନ କେଉଁଠି ବୋଲି ସରକାରଙ୍କୁ ଟାର୍ଗେଟ କରିଥିଲେ। ସେହିଭଳି ଜିଏସ୍‌ଟି ଲାଗୁ କରିବା ସମୟରେ ଭାଜପା ସରକାରକୁ ସମାଲୋଚିତ ହେବାକୁ ପଡ଼ିଥିଲା।

୪.କଶ୍ମୀର ପ୍ରସଙ୍ଗ:

ମୋଦି ସରକାରରେ ଥିବା ବେଳେ କଶ୍ମୀର ବେଶି ଅଶାନ୍ତ ଥିବା କୁହାଯାଉଛି। ଏପରି ପଥର ଫିଙ୍ଗା ଭଳି ଘଟଣା ନଜରକୁ ଆସିଛି। ୨୦୧୬ରେ ସବୁଠାରୁ ଅଧିକ ଅଶାନ୍ତ ରହିଥିଲା କଶ୍ମୀର। ଭାରତୀୟ ସେନା ପକ୍ଷରୁ ଆତଙ୍କବାଦୀମାନଙ୍କୁ କଡ଼ା ଜବାବ ଦିଆଯାଉଥିଲେ ହେଁ ଅନେକ ବଡ଼ ଧରଣର ଆକ୍ରମଣ ହୋଇଛି। ଏଥିରେ ଶତାଧିକ ଯବାନଙ୍କ ପ୍ରାଣହାନୀ ଘଟିଛି।

୫. ପଡୋଶୀ ଦେଶମାନଙ୍କ ସହ ସମ୍ବନ୍ଧ:

ଭାଜପା ସରକାରର ୫ ବର୍ଷ ମଧ୍ୟରେ କିଛି ପଡୋଶୀ ଦେଶମାନଙ୍କ ସହ ସମ୍ପର୍କରେ ତିକ୍ତତା ଆସିଛି। ପୁଲଓ୍ବାମା ଆକ୍ରମଣ ପରେ ମସୁଦ ଅଜହରକୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିବା ପ୍ରସଙ୍ଗ ଭାରତ ଉଠାଉଥିବା ସମୟରେ ଚାଇନା ଏହାକୁ ବିରୋଧ କରିଥିଲା। ମାତ୍ର ଏବେ ଏହା ସଫଳ ହୋଇଛି। ଚାଇନା ବ୍ୟତିତ ନେପାଳ ସହ ସମ୍ପର୍କ କିଛିଟା ପରିବର୍ତ୍ତନ ହୋଇଛି। ସେହିଭଳି ପଡ଼ୋଶୀ ପାକିସ୍ତାନ ସହ ସମ୍ପର୍କରେ ସୁଧାର ଆସିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏଆଇ ପ୍ରସ୍ତୁତ ମୋଦିଙ୍କ ଆପତ୍ତିଜନକ ଫଟୋ ଶେୟାର କରିଥିବା ଯୁବକ ଗିରଫ

ନୂଆଦିଲ୍ଲୀ,୨୧ା୩: ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ (ଏଆଇ) ସହାୟତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆପତ୍ତିଜନକ ଫଟୋ ପ୍ରସ୍ତୁତ କରି ସୋସିଆଲ୍‌ ମିଡିଆରେ ଶେୟାର କରିଥିବା ଅଭିଯୋଗରେ ବିହାରର ସିଦ୍ଧନାଥ କୁମାରଙ୍କୁ…

ଇରାନ ଉପରୁ କଟକଣା ହଟାଇଲେ ଟ୍ରମ୍ପ୍‌, ତେହରାନ କହିଲା ଆମ ପାଖରେ…

ଓ୍ବାଶିଂଟନ/ତେହରାନ୍‌,୨୧ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହୁ ହୁ ହୋଇ ବଢ଼ିଚାଲିଥିବାବେଳେ ଏହାକୁ ପ୍ରଶମିତ କରିବା ପାଇଁ ଆମେରିକା ସମୁଦ୍ରରେ ଅଟକି…

ଜାହାଜ ଚଳାଚଳ ପକ୍ଷରୁ ବଡ଼ ସୂଚନା: ଆଉ ୨ ଭାରତୀୟ ଏଲ୍‌ପିଜି ବୋଝେଇ ଟ୍ୟାଙ୍କର ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ ଅତିକ୍ରମ କରିବ

ନୂଆଦିଲ୍ଲୀ,୨୧ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ବିଶ୍ୱର ପ୍ରମୁଖ ତୈଳ ପରିବହନ ପଥ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌କୁ ଇରାନ ଅବରୋଧ କରିଥିବା ବେଳେ ଭାରତରେ ତରଳୀକୃତ ପେଟ୍ରୋଲିୟମ ଗ୍ୟାସ୍‌(ଏଲ୍‌ପିଜି)…

ବିଜେଡିର ୬ ବିଧାୟକ ଦଳରୁ ନିଲମ୍ବିତ

ଭୁବନେଶ୍ୱର,୨୧ା୩: ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କଡ଼ା ଆକ୍ସନ ନେଇଛନ୍ତି। ଦଳରୁ ୬ ବିଧାୟକଙ୍କୁ ନବୀନ ନିଲମ୍ବନ କରିଛନ୍ତି।…

ଗ୍ୟାସ୍‌କୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ଆସନ୍ତା ୨୩ରୁ…

ନୂଆଦିଲ୍ଲୀ,୨୧ା୩: କେନ୍ଦ୍ର ସରକାର ଏଲ୍‌ପିଜିକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଶନିବାର ସରକାର କହିଛନ୍ତି, ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ (UT)କୁ ବାଣିଜ୍ୟିକ ଏଲ୍‌ପିଜିର ଆଉ…

ବାସନ ମାଜିଲେନି ସ୍ବାମୀ, ସ୍ତ୍ରୀ ଡାକିଲେ ପୋଲିସ: ଆଉ ତା’ପରେ ଘଟିଲା…

ଲକ୍ଷ୍ନୌ,୨୧।୩: ଉତ୍ତର ପ୍ରଦେଶର ଏକ ବସ୍ତିରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ସାରେ ରାତ୍ରୀଭୋଜନ ପ୍ରସ୍ତୁତ କରିବାକୁ ତାଙ୍କ ରୋଷେଇ ଘରେ…

ଭାରତ ପାଖରେ ବଡ଼ ଆଟାକ୍‌ କଲା ଇରାନ, ବିଶ୍ୱରେ ଚହଳ! ଆଗକୁ ବଡ଼ଯୁଦ୍ଧ…

ନୂଆଦିଲ୍ଲୀ,୨୧।୩: ଏସିଆର ଉପସାଗରୀୟ ଅଞ୍ଚଳରେ ସଂଘର୍ଷ ଅହରହ ଜାରି ରହିଛି, ଉଭୟ ପାର୍ଶ୍ୱରୁ ଆକ୍ରମଣ କରାଯାଉଛି। ଇରାନ ମଧ୍ୟ ଏହାର ଆକ୍ରମଣ ସହିତ ତା’ର ଶତ୍ରୁମାନଙ୍କୁ ସତର୍କତାର…

ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ଖବର: ଏମାନଙ୍କୁ ଏପ୍ରିଲରେ ମିଳିବ ୩ ମାସର…

ନୂଆଦିଲ୍ଲୀ,୨୧।୩: ଦେଶରେ ଲକ୍ଷ ଲକ୍ଷ ରାଶନ କାର୍ଡଧାରୀ ଅଛନ୍ତି। ଯେଉଁମାନେ ପ୍ରତି ମାସରେ ରାଶନ କାର୍ଡ ମାଧ୍ୟମରେ ରାଶନ ପାଆନ୍ତି। କିନ୍ତୁ ଏହି ଏପ୍ରିଲ ମାସରେ ରାଶନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri