Posted inଜାତୀୟ

ଆଜିକୁ ପୁରିଲା ମୋଦି ସରକାରଙ୍କ ୫ ବର୍ଷ: ବିଜୁଳି, ସ୍ବଚ୍ଛ ଭାରତ ଯୋଜନା ଆଣି ଦେଇଛି ସଫଳତା; କଳାଧନ, ବିମୁଦ୍ରିକରଣକୁ ନେଇ ବିରୋଧୀ ଉଠାଇଛନ୍ତି ପ୍ରଶ୍ନ

ନୂଆଦିଲ୍ଲୀ,୧୬।୫: ୨୦୧୪ ମସିହା ଆଜିର ଦିନରେ ପ୍ରକାଶ ପାଇଥିଲା ଲୋକ ସଭା ନିର୍ବାଚନର ଫଳାଫଳ। ଏଥିରେ ଭାଜପା ବହୁମତ ସାବ୍ୟସ୍ତ କରିବା ସହ କେନ୍ଦ୍ରରେ ସରକାର ଗଢ଼ିଥିଲା। ଗୁରୁବାର ଏହାକୁ ୫ ବର୍ଷ ପୂରିଛି। ଇତିମଧ୍ୟରେ କେନ୍ଦ୍ର ସରକାର ଅନେକ ଉପଲବ୍ଧି ହାସଲ କରିଥିବା ବେଳେ କିଛି ବିଫଳତାକୁ ନେଇ ବିରୋଧୀଙ୍କ କଟାକ୍ଷର ଶିକାର ହେଉଛନ୍ତି। ୨୦୧୯ ଲୋକ ସଭା ନିର୍ବାଚନର ଫଳାଫଳ ବାହାରିବାକୁ କିଛି ଦିନ ଥିବା ବେଳେ ବିରୋଧୀ ଦଳମାନେ ଲଗାତର ଭାବେ ଭାଜପା ତଥା ମୋଦି ସରକାରଙ୍କୁ ଟାର୍ଗେଟ କରୁଛନ୍ତି।

୨୦୧୪ ନିର୍ବାଚନୀ ପ୍ରଚାର ସମୟରେ ମୋଦି ଭ୍ରଷ୍ଟାଚାର ମୁକ୍ତ ଶାସନ ଗଢ଼ିବେ ବୋଲି ଆହ୍ବାନ ଦେଇଥିଲେ। ଆସନ୍ତୁ ମୋଦି ସରକାରଙ୍କ କିଛି ସଫଳତା ଓ ବିଫଳତା ଉପରେ ଆଲୋଚନା କରିବା।

ସଫଳତା:

୧. ଭ୍ରଷ୍ଟାଚାର ସମ୍ପର୍କିତ ବଡ଼ ଦାଗ ଲାଗି ନାହିଁ।

ଭାଜପା ସରକାର ସମୟରେ ଭ୍ରଷ୍ଟାଚାର ସମ୍ପର୍କିତ ବଡ଼ ଦାଗ ଲାଗିନାହିଁ। ଏହାକୁ ସରକାରର ସଫଳତା ଭାବେ ବିବେଚନା କରାଯାଉଛି। ତେବେ କଂଗ୍ରେସ ପକ୍ଷରୁ ରାଫେଲ ଦୁର୍ନୀତି ନେଇ ମୋଦି ସରକାରଙ୍କୁ ଟାର୍ଗେଟ କରାଯାଉଥିବା ବେଳେ ସୁପ୍ରିମକୋର୍ଟରେ ଏହି ମାମଲାକୁ ଖାରଜ କରାଯାଇଛି। ଅପରପକ୍ଷେ ମନମୋହନ ସରକାରରେ ଥିବା ବେଳେ କୋଇଲା, ସ୍ପେକ୍ଟ୍ରମ୍‌, ଟୁ ଜି ଭଳି ଦୁର୍ନୀତି ହୋଇଥିଲା।

୨. ଜନ ଧନ ଯୋଜନା: 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିବା ଜନ ଧନ ଯୋଜନାକୁ ଭାଜପା ସରକାରର ଅନ୍ୟ ଏକ ଉପଲବ୍ଧି ବୋଲି କୁହାଯାଏ।

୩.ଗାଁରେ ବିଜୁଳି:

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୫ ଅଗଷ୍ଟ ୧୫ ତାରିଖରେ ୧୮ ହଜାର ଗାଁକୁ ବିଜୁଳି ଯୋଗାଇ ଦେବାକୁ ଘୋଷଣା କରିଥିଲେ। ନିର୍ଦ୍ଧାରିତ ସମୟ ସୁଦ୍ଧା ଏହା କରାଯାଇଛି।

୪.ଉଜ୍ଜ୍ୱଳା ଯୋଜନା:

ଏହି ଯୋଜନାକୁ ମୋଦି ସରକାର ଗ୍ରାମୀଣ କ୍ଷେତ୍ରରେ ରହୁଥିବା ପରିବାରକୁ ସମର୍ପିତ କରିଥିଲେ। ଏହାଦ୍ୱାରା ଗ୍ୟାସ ସୁବିଧା ନ ଥିବା ମହିଳାଙ୍କ ପରିବାରକୁ ଗ୍ୟାସ୍‌ ସିଲିଣ୍ଡର ଯୋଗାଇ ଦିଆଯାଉଛି। ଇତି ମଧ୍ୟରେ ୩ କୋଟି ପରିବାରକୁ ଗ୍ୟାସ ସଂଯୋଗ କରାଯାଇଥିବା ସରକାରୀ ଆକଳନରେ ଦେଖାଯାଇଛି।

୫. ସ୍ବଚ୍ଛ ଭାରତ ଅଭିଯାନ:

ମୋଦି ସରକାର ଭାରତର ଜନସାଧାରଣଙ୍କୁ ସ୍ବଚ୍ଛତା ବିଷୟରେ ସଚେତନ କରାଇବା ଲାଗି ଏହି ଯୋଜନାର ଶୁଭାରମ୍ଭ କରିଥିଲେ। ସରକାରରେ ଆସିବାର ପ୍ରଥମ ବର୍ଷରେ ହିଁ ମୋଦି ଏହାର ଘୋଷଣା କରିଥିଲେ। ଏହି ଯୋଜନାରେ ଦେଶରେ ସାଢ଼େ ସାତ କୋଟି ଘରେ ଶୌଚାଳୟର ବ୍ୟବସ୍ଥା କରାଯାଇଛି।

ବିରୋଧୀ ଉଠାଉଥିବା ମୁଦ୍ଦା: 

୧. ବେରୋଜଗାରୀ:

୨୦୧୪ ନିର୍ବାଚନ ସମୟରେ ଭାଜପା ଦେଶର ଯୁବକମାନଙ୍କୁ ଚାକିରି ଦେବାର ପ୍ରତିଶ୍ରୁତି ଦେଇଥିଲା। ମାତ୍ର ଗତ ୫ ବର୍ଷ ମଧ୍ୟରେ ବେରୋଜଗାରୀ ରେକର୍ଡ ସ୍ତରରେ ପହଞ୍ଚିଥିବା ଆକଳନରୁ ଜଣାପଡ଼ିଛି। ଏହାକୁ ନେଇ ବିଗତ ଦିନଗୁଡ଼ିକରେ ବିରୋଧୀ ଦଳଗୁଡ଼ିକ ଭାଜପା ଉପରେ ବର୍ଷୁଛନ୍ତି।

୨.କଳାଧନ:

ଗତ ଲୋକ ସଭା ନିର୍ବାଚନ ସମୟରେ  ମୋଦି କଳାଧନକୁ ପ୍ରମୁଖ ମୁଦ୍ଦା କରିଥିଲେ। ବିଦେଶରେ ଥିବା କଳାଧନକୁ ଭାରତକୁ ଅଣାଯିବ ବୋଲି ସେ କହିଥିଲେ। ମାତ୍ର ଏପରି କରିବାରେ ସରକାର ବିଫଳ ହୋଇଛି। ପାନାମା ପେପର୍ସ ମାମଲାରେ ଦେଶରେ ବଡ଼ ବ୍ୟକ୍ତିତ୍ୱମାନଙ୍କ ନାମ ବାହାରିଥିଲେ ସୁଦ୍ଧା ସରକାରଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ।

୩.ବିମୁଦ୍ରୀକରଣ:

୨୦୧୬ ନଭେମ୍ବର ୮ରେ ବିମୁଦ୍ରିକରଣ ନେଇ ଘୋଷଣା ହୋଇଥିଲା। ଏହା ଫଳରେ ୫ଶହ ଓ ୧ ହଜାର ଟଙ୍କିଆ ପୁରୁଣା ନୋଟ ପ୍ରଚଳନ ଉପରେ ରୋକ ଲଗାଯାଇଥିଲା। ଏହାଦ୍ୱାରା କଳାଧନ ଓ ଦୁର୍ନୀତିକୁ ରୋକାଯାଇପାରିବ ବୋଲି କୁହାଯାଇଥିଲା। ମାତ୍ର ପରେ ୯୯% ଟଙ୍କା ଫେରସ୍ତ ହୋଇଥିଲା। ଫଳରେ ବିରୋଧି କଳାଧନ କେଉଁଠି ବୋଲି ସରକାରଙ୍କୁ ଟାର୍ଗେଟ କରିଥିଲେ। ସେହିଭଳି ଜିଏସ୍‌ଟି ଲାଗୁ କରିବା ସମୟରେ ଭାଜପା ସରକାରକୁ ସମାଲୋଚିତ ହେବାକୁ ପଡ଼ିଥିଲା।

୪.କଶ୍ମୀର ପ୍ରସଙ୍ଗ:

ମୋଦି ସରକାରରେ ଥିବା ବେଳେ କଶ୍ମୀର ବେଶି ଅଶାନ୍ତ ଥିବା କୁହାଯାଉଛି। ଏପରି ପଥର ଫିଙ୍ଗା ଭଳି ଘଟଣା ନଜରକୁ ଆସିଛି। ୨୦୧୬ରେ ସବୁଠାରୁ ଅଧିକ ଅଶାନ୍ତ ରହିଥିଲା କଶ୍ମୀର। ଭାରତୀୟ ସେନା ପକ୍ଷରୁ ଆତଙ୍କବାଦୀମାନଙ୍କୁ କଡ଼ା ଜବାବ ଦିଆଯାଉଥିଲେ ହେଁ ଅନେକ ବଡ଼ ଧରଣର ଆକ୍ରମଣ ହୋଇଛି। ଏଥିରେ ଶତାଧିକ ଯବାନଙ୍କ ପ୍ରାଣହାନୀ ଘଟିଛି।

୫. ପଡୋଶୀ ଦେଶମାନଙ୍କ ସହ ସମ୍ବନ୍ଧ:

ଭାଜପା ସରକାରର ୫ ବର୍ଷ ମଧ୍ୟରେ କିଛି ପଡୋଶୀ ଦେଶମାନଙ୍କ ସହ ସମ୍ପର୍କରେ ତିକ୍ତତା ଆସିଛି। ପୁଲଓ୍ବାମା ଆକ୍ରମଣ ପରେ ମସୁଦ ଅଜହରକୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିବା ପ୍ରସଙ୍ଗ ଭାରତ ଉଠାଉଥିବା ସମୟରେ ଚାଇନା ଏହାକୁ ବିରୋଧ କରିଥିଲା। ମାତ୍ର ଏବେ ଏହା ସଫଳ ହୋଇଛି। ଚାଇନା ବ୍ୟତିତ ନେପାଳ ସହ ସମ୍ପର୍କ କିଛିଟା ପରିବର୍ତ୍ତନ ହୋଇଛି। ସେହିଭଳି ପଡ଼ୋଶୀ ପାକିସ୍ତାନ ସହ ସମ୍ପର୍କରେ ସୁଧାର ଆସିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ରାମନବମୀରେ ଭାଜପା ହିଂସାକୁ ଉସୁକାଇଥିଲା: ମମତା

କୋଲକାତା,୧୮ା୪: ପଶ୍ଚିମବଙ୍ଗରେ ରାମନବମୀ ପାଳନ ବେଳେ ଭାଜପା ହିଂସାକୁ ଉସୁକାଇଥିଲା ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ଅଭିଯୋଗ କରିଛନ୍ତି। ମୁର୍ଶିଦାବାଦ ଜିଲାରେ ଯେଉଁ ହିଂସାକାଣ୍ଡ...

ଏପ୍ରିଲ ୨୨ରୁ ସ୍କୁଲ ଛୁଟି

କୋଲକାତା,୧୮।୪: ରାଜ୍ୟରେ ଅତ୍ୟଧିକ ଉତ୍ତାପ ପରିସ୍ଥିତିକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାର ୨୨ ଏପ୍ରିଲରୁ ସରକାରୀ ଏବଂ ସରକାରୀ ସହାୟତା ପ୍ରାପ୍ତ ବିଦ୍ୟାଳୟରେ ଗ୍ରୀଷ୍ମ ଛୁଟି...

ଭୋଟିଂର ୪୮ ଘଣ୍ଟା ପୂର୍ବରୁ ବନ୍ଦ ହୋଇଯାଏ ପ୍ରଚାର, ଏହି ସାଇଲେନ୍ସ ପିରିୟଡରେ କ’ଣ କରନ୍ତି ପ୍ରାର୍ଥୀ ଜାଣନ୍ତୁ

ନୂଆଦିଲ୍ଲୀ,୧୮।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ୧୯ ଏପ୍ରିଲରୁ ଆରମ୍ଭ ହେବ। ଏହା ଅଧୀନରେ ଦେଶର ୨୧ ଟି ରାଜ୍ୟ...

ନିର୍ବାଚନ ପୂର୍ବରୁ ଏଏପିକୁ ଝଟକା, ଗିରଫ ହେଲେ ବିଧାୟକ ଅମାନତୁଲ୍ଲାହ ଖାନ

ନୂଆଦିଲ୍ଲୀ,୧୮।୪: ଆମ ଆଦମୀ ପାର୍ଟିର ବିଧାୟକ ଅମାନତୁଲ୍ଲାହ ଖାନଙ୍କୁ ଗୁରୁବାର ଇଡି ଗିରଫ କରିଛି। ୱାକଫ ବୋର୍ଡ ନିଯୁକ୍ତି ସ୍କାମରେ ତାଙ୍କୁ ପିଏମଏଲଏ ଅଧୀନରେ ଗିରଫ...

ଇରାନ କବଜାରେ ଥିବା ଜାହାଜରୁ ଭାରତ ଫେରିଲେ ପ୍ରଥମ କ୍ରୁ ମେମ୍ବର

ନୂଆଦିଲ୍ଲୀ,୧୮।୪: କେରଳ ତ୍ରିଶୁରର ବାସିନ୍ଦା ମହିଳାକ୍ୟାଡେଟ ଆନ ଟେସା ଜୋସେଫ, କାର୍ଗୋ ଜାହାଜ MSC Aries ରେ ଥିବା ଭାରତୀୟ କ୍ରୁଙ୍କ ଅଂଶ ଭାବରେ ଗୁରୁବାର...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

କେଜରିଓ୍ବାଲଙ୍କୁ ଜେଲରେ ହତ୍ୟା ପାଇଁ କରାଯାଉଛି ଷଡଯନ୍ତ୍ର: ଆତିଶି

ନୂଆଦିଲ୍ଲୀ,୧୮।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଘରେ ତିଆରି ଖାଦ୍ୟ ଖାଇ ତାଙ୍କ ସୁଗାର ଲେବଲକୁ ବଢାଉଥିବା ଇଡି ଅଭିଯୋକ କରିବା ପରେ ଏବେ ଆମ...

ପ୍ରଥମ ପର୍ଯ୍ୟାୟ ମତଦାନ: ୧୬.୬୩ କୋଟି ଭୋଟର, ୧୬୨୫ ପ୍ରାର୍ଥୀଙ୍କର ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୧୮।୪: ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ପ୍ରଥମ ପର୍ଯ୍ୟାୟ ଭୋଟ ପୂର୍ବରୁ ମତଦାନରେ ଉତ୍ସାହର ସହ ଅଂଶଗ୍ରହଣ କରିବାକୁ ଭୋଟରଙ୍କୁ ନିବେଦନ କରିଛନ୍ତି। ପ୍ରଥମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri