Posted inଖେଳ

ଆଜମଙ୍କ ଶତକ ସତ୍ତ୍ୱେ ଅଷ୍ଟେଲିଆର ଇନିଂସ ବିଜୟ

ବ୍ରିସବେନ୍‌,୨୫।୧୧(ଏଏଫ୍‌ପି)- ସ୍ଥାନୀୟ ଗାବା ଷ୍ଟାଡିୟମରେ ଅନୁଷ୍ଠିତ ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଘରୋଇ ଅଷ୍ଟ୍ରେଲିଆ ଏକ ଇନିଂସ ଓ ୫ ରନରେ ବିଜୟ ହାସଲ କରିଛି। ମିଡଲଅର୍ଡର ବ୍ୟାଟ୍ସମ୍ୟାନ ବାବର ଆଜମ ୧୦୪ ରନର ଲଢୁଆ ଶତକୀୟ ପାଳି ଖେଳି ପାକିସ୍ତାନ ପରାଜୟକୁ ବିଳମ୍ବିତ କରିଥିଲେ ମଧ୍ୟ ଅଷ୍ଟ୍ରେଲିଆକୁ ଇନିଂସ ବିଜୟରୁ ରୋକିପାରି ନ ଥିଲେ। ଏଥିସହିତ ୨ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜରେ ଅଷ୍ଟ୍ରେଲିଆ ୧-୦ରେ ଅଗ୍ରଣୀ ହାସଲ କରିଛି। ୧୮୫ ରନର ବୃହତ୍‌ ଶତକୀୟ ପାଳି ଖେଳିଥିବା ଅଷ୍ଟ୍ରେଲିଆ ଯୁବ ବ୍ୟାଟ୍ସମ୍ୟାନ ମାର୍ନସ ଲାବୁସ୍କାନ ପ୍ଲେୟାର ଅଫ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି।
ଟସ୍‌ ଜିତି ପାକିସ୍ତାନ ପ୍ରଥମ ଇନିଂସରେ ୮୬.୨ ଓଭରରେ ୨୪୦ ରନ କରି ଅଲଆଉଟ ହୋଇଥିଲା। ଜବାବରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସ ଆରମ୍ଭ କରି ୧୫୭.୪ ଓଭରରେ ୫୮୦ ରନ କରି ଅଲଆଉଟ ହୋଇଥିଲା। ଫଳରେ ଅଷ୍ଟ୍ରେଲିଆ ୩୪୦ ରନର ବୃହତ ଅଗ୍ରଣୀ ହାସଲ କରିଥିଲା। ପାକିସ୍ତାନ ଦ୍ୱିତୀୟ ଇନିଂସ ଆରମ୍ଭ କରି ରବିବାର ପଞ୍ଚମ ଦିବସରେ ୮୪.୨ ଓଭରରେ ୩୩୫ ରନ କରି ଆଆଉଟ ହେବା ସହ ୫ ରନ ପାଇଁ ଇନିଂସ ପରାଜୟ ବରଣ କରିଛି।
ଅସମାପ୍ତ ଦ୍ୱିତୀୟ ଇନିଂସ ସ୍କୋର ୬୪/୩ରୁ ପାକିସ୍ତାନ ଖେଳ ଆରମ୍ଭ କରିଥିଲା ଅଲଆଉଟ ହୋଇଥିଲା। ଓଭରନାଇଟ୍‌ ବ୍ୟାଟ୍ସମ୍ୟାନ ବାବର ଆଜମ ୨୦ରୁ ଖେଳ ଆରମ୍ଭ କରି ୧୦୪ ରନର ଶତକୀୟ ପାଳି ଖେଳି ଆଉଟ ହୋଇଥିଲେ। ଏଥିସହିତ ସେ କ୍ୟାରିୟରର ଦ୍ୱିତୀୟ ଟେଷ୍ଟ ଶତକ ଅର୍ଜନ କରିଥିଲେ। ସେହିପରି ଶାନ ମାସୁଦ ୨୭ ରନରୁ ଖେଳ ଆରମ୍ଭ କରି ୪୨ ରନ କରି ଆଉଟ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉଇକେଟକିପର ବ୍ୟାଟ୍ସମ୍ୟାନ ମହମ୍ମଦ ରିଜଓ୍ବାନ ୯୫ ରନର ପାଳି ଖେଳି ଆଉଟ ହେବା ସହ ମାତ୍ର ୫ ରନ ପାଇଁ ଶତକରୁ ବଞ୍ଚିତ ହୋଇଥିଲେ। ସେହିପରି ଲେଗ୍‌ ସ୍ପିନର ୟାସିରି ଶାହା ୪୨ ଓ ଶାହିନ ଶାହା ଆଫ୍ରିଦି ୧୦ ରନ କରି ଆଉଟ ହୋଇଥିବା ବେଳେ ଅନ୍ୟମାନେ ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ। ଷଷ୍ଠ ଉଇକେଟରେ ଆଜମ ଓ ରିଜଓ୍ବାନ ୧୩୨ ରନର ଭାଗୀଦାରି ସ୍ଥାପନ କରିଥିଲେ। ବୋଲିଂରେ ଅଷ୍ଟ୍ରେଲିଆ ତରଫରୁ ଜୋଶ ହାଜେଲଉଡ ସର୍ବାଧିକ ୪, ମିଚେଲ ଷ୍ଟାର୍କ ୩, ପ୍ୟାଟ୍‌ କୁମିନ୍ସ ୨ ଓ ନାଥନ ଲିୟନ ଗୋଟିଏ ଉଇକେଟ ହାସଲ କରିଥିଲେ।
ସଂକ୍ଷିପ୍ତ ସ୍କୋର:
ପାକିସ୍ତାନ ପ୍ରଥମ ଇନିଂସ- ୮୬.୨ ଓଭରରେ ୨୪୦ ଅଲଆଉଟ।
ଅଷ୍ଟ୍ରେଲିଆ ପ୍ରଥମ ଇନିଂସ- ୧୫୭.୪ ଓଭରରେ ୫୮୦ ଅଲଆଉଟ୍‌।
ପାକିସ୍ତାନ ଦ୍ୱିତୀୟ ଇନିଂସ-୮୪.୨ ଓଭରରେ ୩୩୫ ଅଲଆଉଟ
(ଆଜମ- ୧୦୪, ରିଜଓ୍ବାନ- ୯୫, ୟାସିର- ୪୨, ମାସୁଦ- ୪୨, ହାଜେଲଉଡ- ୪/୬୩, ଷ୍ଟାର୍କ- ୩/୭୩, କୁମିନ୍ସ- ୨/୬୯, ଲିୟନ- ୧/୭୪ ।)


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୨୨୩ରେ ଅଟକିଲା ଟିମ୍‌ ଇଣ୍ଡିଆ

କେପ ଟାଉନ,୧୧।୧: ଦକ୍ଷିଣ ଆଫ୍ରିକା ବିପକ୍ଷ ନିର୍ଣ୍ଣାୟକ ତଥା ତୃତୀୟ ଟେଷ୍ଟରେ ଭାରତ ପ୍ରଥମ ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ମ୍ୟାଚର ପ୍ରଥମ ଦିନରେ...

କ୍ୟାମେରାରେ ଦେଖିହେବ ଖେଳାଳିଙ୍କ ହୃଦ୍‌ସ୍ପନ୍ଦନ

ଟୋକିଓ,୧୯ା୭(ପି.ଟି.)-ଟୋକିଓ ଅଲିମ୍ପିକ୍ସ ତୀରନ୍ଦାଜୀ ପ୍ରତିଯୋଗିତାର ନକ୍‌ଆଉଟ ପର୍ଯ୍ୟାୟରେ ଦର୍ଶକମାନେ କ୍ୟାମେରା ଜରିଆରେ ତୀରନ୍ଦାଜମାନଙ୍କ ମାନସିକ ଚାପ ଓ ହୃଦ୍‌ସ୍ପନ୍ଦନର ମାପ ଦେଖିବାକୁ ପାଇବେ। ବିଶ୍ୱ ତୀରନ୍ଦାଜୀ...

କ୍ରିକେଟର ଅଘୋଷିତ ରାଜକୁମାର ସଲିମ୍‌ ଦୁରାନୀ

ନୂଆଦିଲ୍ଲୀ,୩ା୪(ପି.ଟି.): ଭାରତର କିମ୍ବଦନ୍ତୀ କ୍ରିକେଟର ସଲିମ୍‌ ଦୁରାନୀଙ୍କ ପରଲୋକ। ୮୮ ବର୍ଷ ବୟସରେ ରବିବାର ସଲିମ୍‌ ପ୍ରାଣ ହରାଇଛନ୍ତି। ୬୦ ଦଶକର ଏହି ଲୋକପ୍ରିୟ କ୍ରିକେଟର...

ଜାତୀୟ କରାଟେ ପ୍ରତିଯୋଗିତା: ସ୍ବର୍ଣ୍ଣ, ବ୍ରୋଞ୍ଜ ପଦକ ଜିତିଲେ ଦୁଇ ଆଦିବାସୀ ଛାତ୍ରୀ

ମାଲକାନଗିରି, ୫।୧୨(ଡି.ଏନ.ଏ.): ମାଲକାନଗିରି ଜିଲା ସଦର ବ୍ଲକ ସିନ୍ଧ୍ରିମାଳ ଗ୍ରାମ ପଞ୍ଚାୟତ ସଦର ମହକୁମା କସ୍ତୁରବା ଗାନ୍ଧୀ ବାଳିକା ଉଚ୍ଚ ବିଦ୍ୟାଳୟର ଦୁଇଜଣ ଆଦିବାସୀ ଛାତ୍ରୀ...

ଜନସାଧାରଣଙ୍କ ଲାଗି କୋଭିଡ୍‌-୧୯ ଟେଷ୍ଟ କରାଇବେ ନାହିଁ ସ୍ପାନିଶ କ୍ଲବ

ମାଡ୍ରିଡ୍‌, ୨୦।୩(ଏପି)- ସ୍ପେନ୍‌ର କିଛି ଫୁଟବଲ କ୍ଲବ ମାରାତ୍ମକ କରୋନା ଭାଇରସ୍‌ ଟେଷ୍ଟ ପାଇଁ ସ୍ପାନିଶ ଲିଗ୍‌ ପକ୍ଷରୁ ପ୍ରଦାନ କରାଯାଇଥିବା ଆବଶ୍ୟକ କିଟ୍‌ ବ୍ୟବହାର...

ବିଜୟ ହଜାରେ ଟ୍ରଫି: ବିହାର ଖେଳାଳି କୋଭିଡ୍‌ ପଜିଟିଭ୍‌

ମୁମ୍ବାଇ, ୨୪।୨ (ପି.ଟି.)-ବିଜୟ ହଜାରେ ଟ୍ରଫିରେ ବିହାରର ଜଣେ ଖେଳାଳି କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ପରେ ଦଳର ଅନ୍ୟ ଖେଳାଳିମାନଙ୍କର କୋଭିଡ୍‌ ଟେଷ୍ଟ କରାଯାଇଛି।...

ମହିଳା କ୍ରିକେଟ: ଦକ୍ଷିଣ ଆଫ୍ରିକାର ସିରିଜ ବିଜୟ

ଲକ୍ଷ୍ନୌ, ୨୨ା୩ (ପି.ଟି.)- ଭାରତ ବିପକ୍ଷ ଦ୍ୱିତୀୟ ମହିଳା ଟି୨୦ କ୍ରିକେଟ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ୬ଉଇକେଟରେ ବିଜୟ ଲାଭ କରିଛି। ଏଥିସହିତ ଦଳ ୨-୦ରେ...

ସିଙ୍ଗାପୁର ଗ୍ରାଁପ୍ରି: ଚାଲର୍‌ସଙ୍କୁ ପୋଲ ପୋଜିଶନ

ସିଙ୍ଗାପୁର, ୨୨।୯ (ଏଏଫ୍‌ପି)- ଫେରାରି ଡ୍ରାଇଭର ଚାଲର୍‌ସ ଲେକ୍ଲର୍କ ସିଙ୍ଗାପୁର ଗ୍ରାଁପ୍ରି ଫର୍ମୁଲା-୧ ରେସ୍‌ରେ ପୋଲ୍‌ ପୋଜିଶନ ହାସଲ କରିଛନ୍ତି। ଇଟାଲୀ ଓ ବେଲଜଜିୟମ ଗ୍ରାଣ୍ଡପ୍ରିକ୍ସ...

Advertisement
Archives

Model This Week