ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ର ନିର୍ଦ୍ଦେଶକଙ୍କ ଦରମା ପ୍ରସଙ୍ଗ : ପଦକ୍ଷେପ କ’ଣ ନେଇଛ ଜଣାଅ: ହାଇକୋର୍ଟ

କଟକ ଅଫିସ,୪ା୧୦: ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ରର ନିର୍ଦ୍ଦେଶକ ଡା. ଲଲାଟେନ୍ଦୁ ଷଡଙ୍ଗୀ ଚଞ୍ଚକତା କରି ନିଜ ବେତନ ବାବଦରେ ପ୍ରାପ୍ୟଠାରୁ ୩୦ ଲକ୍ଷରୁ ଅଧିକ ଉଠାଇ ନେଇଥିବା ଅଭିଯୋଗର ତଦନ୍ତ ପାଇଁ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା। ତେବେ ତଦନ୍ତ ପାଇଁ ପଦକ୍ଷେପ ସଂକ୍ରାନ୍ତରେ ଜବାବ ରଖିବାକୁ ବିଚାରପତି ଦେବବ୍ରତ ଦାଶଙ୍କ ଖଣ୍ଡପୀଠ ଭିଜିଲାନ୍ସ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ନଭେମ୍ବର ୭ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।
ମାମଲାରୁ ପକାଶ, ୨୦୧୫ ମେ ୧୩ରେ ପ୍ରକାଶ ପାଇଥିବା ସ୍ବାସ୍ଥ୍ୟ ବିଭାଗର ନୋଟିଫିକେସନ ନଂ.୯୪୫୦ ଅନୁଯାୟୀ, ଭାରତୀୟ ରେଳ ମନ୍ତ୍ରାଳୟ ଦ୍ୱାରା ପରିଚାଳିତ କର୍କଟ ଚିକିତ୍ସାଳୟରେ ମୁଖ୍ୟ ସର୍ଜନ ଭାବେ କାର୍ଯ୍ୟ କରୁଥିବା ଡା. ଲଲାଟେନ୍ଦୁ ଷଡଙ୍ଗୀ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରର ନିର୍ଦ୍ଦେଶକ ପଦବୀ ପାଇଁ ମନୋନୀତ ହୋଇଥିଲେ। ସେ ନିଜ ମୂଳ ଚାକରିରୁ ଇସ୍ତଫା ଦେଇ ୨୦୧୫ ସେପ୍ଟେମ୍ବର ୩ରେ ଆଚାର୍ଯ୍ୟ ହରିହର ଆଞ୍ଚଳିକ କେନ୍ଦ୍ରର ନିର୍ଦ୍ଦେଶକ ଭାବେ ଯୋଗଦେଇଥିଲେ। ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ ଡା. ଷଡଙ୍ଗୀ ମାସିକ ୮୦ ହଜାର ଟଙ୍କା ବେତନ ପାଇବା କଥା ା କର୍କଟ କେନ୍ଦ୍ରର ମୁଖ୍ୟ ଭାବେ ଡା. ଷଡଙ୍ଗୀ ନିଜେ ଏହି କେନ୍ଦ୍ରର ଡ୍ରଇଂ ଆଣ୍ଡ ଡିସ୍‌ବର୍ସିଂ ଅଫିସର(ଡିଡିଓ) ଥିଲେ। ଏହାର ସୁଯୋଗ ନେଇ କର୍କଟ କେନ୍ଦ୍ର ପରିଚଳନା କମିଟିର ବିନା ସୁପାରିସରେ ସେ ନିଜ ଦରମାକୁ ବଢାଇବା ପାଇଁ ସ୍ବାସ୍ଥ୍ୟ ବିଭାଗକୁ ସୁପାରିସ କରିଥିଲେ। ଏହି ବେଆଇନ କାର୍ଯ୍ୟରେ ତକତ୍ାଳୀନ ଅତିରିକ୍ତ ଶାସନ ସଚିବ ସହଯୋଗ କରିଥିଲେ। କର୍କଟ କେନ୍ଦ୍ର ପରିଚାଳନା କମିଟି ସଭାପତି ଥିବା ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସ୍ବୀକୃତି ନ ନେଇ ନିର୍ଦ୍ଦେଶକଙ୍କ ଦରମା ୧ ଲକ୍ଷ ୬୪ ହଜାର ୯୨୮ ଟଙ୍କା ହେଲା ବୋଲି ଅତିରିକ୍ତ ଶାସନ ସଚିବ ୨୦୧୫ ଅକ୍ଟୋବରରେ କର୍କଟ କେନ୍ଦ୍ର ନିର୍ଦ୍ଦେଶକଙ୍କୁ ଚିଠି କରିଥିଲେ। ଫଳରେ ଡା. ଷଡଙ୍ଗୀ ୨୦୧୬ରୁ ଆଜି ପର୍ଯ୍ୟନ୍ତ ପାଖାପାଖି ୩୦ ଲକ୍ଷରୁ ଅଧିକ ଟଙ୍କା ନେଇ ସାରିଥିଲେ। ସୂଚନା ଅଧିକାର ଆଇନ ବଳରେ ସୂଚନା ଅଧିକାର କର୍ମୀ ରୋହନ ମହାନ୍ତି ସମସ୍ତ ତଥ୍ୟ ପାଇବା ପରେ ଭିଜିଲାନ୍ସ ବିଭାଗ ନିର୍ଦ୍ଦେଶକ ଓ ଏସ୍‌ପିଙ୍କୁ ତଦନ୍ତ ପାଇଁ ନିବେଦନ କରିଥିଲେ। କିନ୍ତୁ ଭିଜିଲାନ୍ସ ବିଭାଗ ପଦକ୍ଷେପ ନ ନେବାରୁ ମହାନ୍ତି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ କ୍ଷୀରୋଦ ରାଉତ ମାମଲା ପରିଚାଳନା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜା ଲଢ଼େଇ ସାଜିଛି ଜୁଆ

ଢେଙ୍କାନାଳ ଅଫିସ, ୨୮ା୧୧-ଢେଙ୍କାନାଳ ଜିଲାର ଆଦିବାସୀ ବହୁଳ କଙ୍କଡ଼ାହାଡ ଓ ପରଜଙ୍ଗ ଥାନା ଅଞ୍ଚଳରେ ଥିବା ସାପ୍ତାହିକ ହାଟରେ ହେଉଛି ଜୁଆଖେଳ। ତାସ୍‌ ସାଙ୍ଗକୁ ଗଞ୍ଜା...

ପେସା ପୂଜା, ନିଶା କ୍ରିକେଟ୍‌

ପେଟ ପୋଷେ ପରିଶ୍ରମ। ଭିନ୍ନ ଭିନ୍ନ ପରିଶ୍ରମକୁ ନେଇ ମଣିଷ ଏହାର ନଁା ଦେଇଛି ବୃତ୍ତି। କୁଟୁମ୍ବ ପୋଷିବା ପାଇଁ ମଣିଷ ବାଧ୍ୟରେ ଏକ ବୃତ୍ତିରେ...

ସରକାରୀ ନିୟମ ମାନୁ ନାହାନ୍ତି ପ୍ରେକ୍ଷାଳୟ ମାଲିକ: ରାସ୍ତାକୁ ଓହ୍ଲାଇଲେ ଫିଲ୍ମ ପ୍ରଯୋଜକ, ନିର୍ଦ୍ଦେଶକ

ଭୁବନେଶ୍ୱର,୨୦।୧୦(ବ୍ୟୁରୋ): ଓଡ଼ିଆ ସିନେମାର ସ୍ଥିତି ଠିକ୍‌ ନ ଥିବାବେଳେ ବିଭିନ୍ନ ସମସ୍ୟାରେ ଛନ୍ଦି ହୋଇଯାଇଛନ୍ତି ପ୍ରଯୋଜକ ଓ ନିର୍ଦ୍ଦେଶକ। ଫିଲ୍ମ ନିର୍ମାଣ ପରେ ବି ପ୍ରେକ୍ଷାଳୟ...

ଲକ୍ଷ୍ମୀନାରାୟଣ ଭେଟ: ଜଗନ୍ନାଥ ମନ୍ଦିର ନିକଟରେ ପହଞ୍ଚିଲା ନନ୍ଦିଘୋଷ ରଥ

ରଣପୁର,୧୬ା୭ (ସ୍ବ.ପ୍ର.): ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ରଣପୁର ବାହୁଡା ଯାତ୍ରାର ୩ଦିନ ପରେ ସୋମବାର ଶ୍ରଦ୍ଧାଳୁମାନେ ନନ୍ଦିଘୋଷ ରଥ ଟାଣିଥିଲେ । ବାଟରେ ଲକ୍ଷ୍ମୀ...

ସୁସ୍ଥ ହେଲେ ୯୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୪।୩ : ଓଡ଼ିଶାରେ ରବିବାର ୯୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଆରୋଗ୍ୟ ଲାଭ କରିଥିବା ଆକ୍ରାନ୍ତଙ୍କ ସଂଖ୍ୟା ମୋଟ ୩,୩୫,୬୬୦ରେ...

ଟ୍ରକ୍‌ ସହ ପିଟି ହେଲା ବସ୍‌: ଜଣେ ମୃତ, ୫ ଗୁରୁତର

ନବରଙ୍ଗପୁର,୧୫।୩(ବି.ପ୍ର.): ନବରଙ୍ଗପୁରଠାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ତ୍ରିପାଠୀ ବସ୍‌ ଆନ୍ଧ୍ରପ୍ରଦେଶ ବାରୁଆ ଥାନା ଅନ୍ତର୍ଗତ କୋରଲାମ ଭେସି ଛକ ନିକଟରେ ଦୁର୍ଘଟଣା ଘଟିଛି। ଏଥିରେ ବସ...

କୋଭିଡ୍‌ ନିୟମ ଉଲ୍ଲଂଘନ କରୁଛନ୍ତି ଶାସକ ଦଳ ନେତା: ଭାଜପା

ଭୁବନେଶ୍ୱର,୧୮।୮(ବ୍ୟୁରୋ): କରୋନାକୁ ଦୃଷ୍ଟିରେ ରଖି ଦେଶ ତଥା ରାଜ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ପ୍ରତୀକାତ୍ମକ ଭାବେ ପାଳନ କରାଯାଉଛି। କିନ୍ତୁ ଶାସକ ଦଳ ଏମ୍‌ପି, ନେତା...

ଏସ୍‌ସିବି ମେଡିକାଲରୁ ଶିଶୁ ଚୋରି ଅଭିଯୋଗ

କଟକ ଅଫିସ,୨୭ା୯:ଏସ୍‌ସିବି ମେଡିକାଲରୁ ସୋମବାର ଏକ ଶିଶୁକନ୍ୟା ଚୋରିକୁ ନେଇ ମେଡିକାଲ କର୍ତ୍ତୃପକ୍ଷ ଏବଂ ମଙ୍ଗଳାବାଗ ଥାନା ପୋଲିସକୁ ନାକେଦମ୍‌ ହେବାକୁ ପଡ଼ିଛି। ଏହି ଚୋରି...

Advertisement
Archives

Model This Week