Posted inଫୁରସତ

ଆଙ୍କର ହେବା ସହଜ ନୁହେଁ: ଅଭିମନ୍ୟୁ ପରିଡ଼ା

ଯାତ୍ରାର ପ୍ରଥମ ଚରଣ ଆରମ୍ଭ ହୁଏ ଆଙ୍କରିଂରୁ। ଯାତ୍ରା ଦେଖିବାକୁ ଯାଉଥିବା ଦର୍ଶକମାନେ ପ୍ରଥମେ ଯାହାଙ୍କୁ ଦେଖି ତାଳିମାଡ଼ କରନ୍ତି ସେ ହେଉଛନ୍ତି ଜଣେ ଆଙ୍କର। ତେଣୁ ଯାତ୍ରାରେ ଜଣେ ଆଙ୍କର୍‌ର ଭୂମିକା କିଛି କମ୍‌ ନୁହେଁ ବୋଲି କହନ୍ତି ଯାତ୍ରା ଜଗତର ଜଣେ ସ୍ବନାମଧନ୍ୟ ଆଙ୍କର ଅଭି କୁମାର ଓରଫ୍‌ ଅଭିମନ୍ୟୁ ପରିଡ଼ା। ଚଳିତ ଯାତ୍ରାଋତୁରେ ସେ ଆଙ୍କରିଂ କରୁଛନ୍ତି ଯାତ୍ରା ସ୍ବର୍ଣ୍ଣମହଲ୍‌ରେ। ତେବେ ଅଭି କୁମାରଙ୍କ ପରିଚୟ କେବଳ ଆଙ୍କରିଂ ମଧ୍ୟରେ ସୀମିତ ହୋଇ ରହିନାହିଁ। ସେ ମଧ୍ୟ ଜଣେ ଅଭିନେତା। ହେଲେ ଅଭିନେତା ଭାବରେ ନୁହେଁ, ଜଣେ ଆଙ୍କର ଭାବରେ ନିଜକୁ ପ୍ରତିଷ୍ଠିତ କରିବା ତାଙ୍କର ଏକମାତ୍ର ଉଦ୍ଦେଶ୍ୟ। ନୟାଗଡ଼ର ବାଦଭୂଇଁ ଗ୍ରାମରେ ଜନ୍ମଗ୍ରହଣ କରିଥିବା ସତ୍ୟବାଦୀ ପରିଡ଼ା ଓ ଶାନ୍ତି ପରିଡ଼ାଙ୍କ ଏହି ସୁଯୋଗ୍ୟ ସନ୍ତାନ ପ୍ରଥମେ ଭେଟେରାନ୍‌ ଅଭିନେତା କୈଳାଶ ବେହେରାଙ୍କ ସହଯୋଗୀ ଭାବରେ କାମ କରିବା ଆରମ୍ଭ କରିଥିଲେ। କୈଳାଶ ବେହେରା ହିଁ ତାଙ୍କୁ ଶିଖେଇଥିଲେ ଅଭିନୟର ଅ ଆ କ ଖ। ସେ ହିଁ ତାଙ୍କୁ କହିଥିଲେ, ‘ତୁ ଆଙ୍କରିଂ କର। ଭଲ କରିପାରିବୁ।’
ପିଲାଟିବେଳୁ ଅଭିନୟ ପ୍ରତି ରୁଚିଥିଲା। ଗଁା ଡ୍ରାମାରେ ପାର୍ଟ କରୁଥିଲେ। ଲୋକମାନେ ବାହାବାଃ ଦେଉଥିଲେ। ଗଁାର ଲୋକମାନେ କହୁଥିଲେ, ତୁ ଯାତ୍ରା ପାର୍ଟିକୁ ଯା। ତୋ ଭିିତରେ ଅଭିନୟ ଅଛି। ଏଠି ରହିଲେ ବଣମଲ୍ଲୀ ପରି ମଉଳି ଯିବୁ। ଗଁା ଲୋକଙ୍କ ପ୍ରେରଣା ତଥା ବାପାମା’ଙ୍କ ସହଯୋଗରେ ଅଭି କୁମାର ଆସିଲେ ଯାତ୍ରାପାର୍ଟିକୁ। ଏହା ହେଉଛି ୨୦୧୩ ମସିହାର କଥା। ତେବେ ତାଙ୍କୁ ଦର୍ଶକଙ୍କ ନିକଟରେ ପରିଚିତ କରାଇଲା ଯାତ୍ରା ରଙ୍ଗମହଲ। ଏହି ଅନୁଷ୍ଠାନର ଚର୍ଚ୍ଚିତ ନାଟକ ‘ଖରାପ ଝିଅର ଗପ’ରେ ତାଙ୍କୁ ମିଳିଲା ରାମପଦ ଭୂମିକା। ତାହା ଥିଲା ଏକ ନେଗେଟିଭ୍‌ ଚରିତ୍ର। ସେଇ ଚରିତ୍ରରେ ଅଭିନୟ କରି ସେ ଦର୍ଶକଙ୍କ ମନ କିଣିନେଲେ। ଏପରିକି ନିର୍ଦ୍ଦେଶକ ତଥା ପ୍ରଯୋଜକମାନେ ତାଙ୍କ ଭିତରେ ଥିବା ପ୍ରତିଭାର ସୁରାକ୍‌ ପାଇଗଲେ। ସେବେ ଠୁ ଅଭିକୁମାରଙ୍କ ଗାଡ଼ି ଚାଲିଛି ଯେ ଚାଲିଛି। ଇତିମଧ୍ୟରେ ସେ ଆଙ୍କରିଂ କରିବା ସହିତ ଖରାପ ଝିଅର ଗପ, ଆମ ଗଁା ଜଗନ୍ନାଥ ତୁମ ଗଁା ଆଲ୍ଲା, ମୁନ୍ନୀ ବଦନାମ ହୁଇ, ଯାହା କହିବି ସତ କହିବି, ତମ ପିଲାର ମା’ ହେବିନି, ଫଗୁଣ ଦେଶର ରାଜକୁମାରୀ ଭଳି ନାଟକରେ ଅଭିନୟ କରିସାରିଛନ୍ତି।

ଆଙ୍କରିଂ ପ୍ରତି କାହିଁକି ମନବଳିଲା ପ୍ରଶ୍ନରେ ଅଭି କହନ୍ତି : ଯାତ୍ରାରେ ପାଞ୍ଚଜଣ ହିରୋ, ତିନିଜଣ ଭିଲିଆନ୍‌। ହେଲେ ଜଣିଏ ମାତ୍ର ଆଙ୍କର। ମୁଁ ଚିନ୍ତାକଲି, ପାଞ୍ଚଜଣ ହିରୋ ବା ତିନିଜଣ ଭିଲିଆନ୍‌ଙ୍କ ମଧ୍ୟରେ ପ୍ରତିଯୋଗିତା କାହିଁକି କରିବି। ଜଣେ ଆଙ୍କର କାହିଁକି ନ ହେବି। ଏଥିସହିତ ସେ କହନ୍ତି, ମୁଁ ଜଣେ ଆଙ୍କର ପୁଣି ଆକ୍ଟର ହୋଇଥିବାରୁ ବୁଝିଛି ଆଙ୍କର ହେବା ସହଜ କଥା ନୁହେଁ। ଆକ୍ଟରମାନଙ୍କ ପାଇଁ ସ୍କ୍ରିପ୍ଟ ଥାଏ। ସେମାନେ ତାହାକୁ ନେଇ ଅଭିନୟ କରିଥାନ୍ତି। ହେଲେ ଆଙ୍କର ନିଜେ ସ୍କ୍ରିପ୍ଟ କରେ। ନିଜେ ବି ଉପସ୍ଥାପନା କରେ। ପୁଣି ଉପସ୍ଥିତ ବୁଦ୍ଧି ଖଟାଇ ତତ୍‌କ୍ଷଣାତ୍‌ ଦର୍ଶକମାନଙ୍କର ମନୋରଞ୍ଜନ କରିବାକୁ ପଡ଼େ। ତାଙ୍କର ସଫଳତା ପଛରେ ସବୁଠୁ ବେଶି ରହିଛି ବାପାମା’ଙ୍କ ଆଶୀର୍ବାଦ ଆଉ ଗଁା ଲୋକଙ୍କ ପ୍ରେରଣା। ତେଣୁ ସେ ଶେଷପର୍ଯ୍ୟନ୍ତ ସେମାନଙ୍କ ଆଶା ବିଶ୍ୱାସ ଭରସାକୁ ତଳେ ପକେଇ ଦେବେ ନାହିଁ। ନିଜକୁ ଜଣେ ଭଲ ଆଙ୍କର ଭାବରେ ପ୍ରତିଷ୍ଠା କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ଏକ ସ୍ଥାନ, ଯାହା ଅବିକଳ ଭାରତ ମାନଚିତ୍ର ପରି

ଆମ ଦେଶରେ ଏପରି ଅନେକ ଜିନିଷ ଅଛି, ଯାହା ବିଷୟରେ ଆମେ କେହି ସମ୍ପୂର୍ଣ୍ଣ ଜାଣି ନ ଥାଉ। ଭାରତ ସହ ଜଡ଼ିତ ଆଶ୍ଚର୍ଯ୍ୟଜନକ କଥା...

ପ୍ରଥମ ରୋଜଗାର ଟଙ୍କା ମା’ଙ୍କୁ ଦେଇଥିଲି: ଓଡ଼ିଶୀ ନୃତ୍ୟଶିଳ୍ପୀ ଟି.ନିବେଦିତା

ମୋର ଜନ୍ମ ଓ ପାଠପଢ଼ା ନବରଙ୍ଗପୁରରେ। ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରୁ ୨୦୦୫ରେ ମାଟ୍ରିକ୍‌ ପାସ୍‌ କରିବା ପରେ ନବରଙ୍ଗପୁର କଲେଜରେ ଯୁକ୍ତ ଦୁଇ ବିଜ୍ଞାନ...

ଲମ୍ବା ବେକ ଥିବା କୁକୁର

ସବୁ ପ୍ରାଣୀଙ୍କର ନିଜସ୍ବ କିଛି ବିଶେଷତ୍ୱ ଥାଏ, ଯାହାକି ତାକୁ ଭିନ୍ନ ପରିଚୟ ଦେଇଥାଏ। କିନ୍ତୁ ବେଳେବେଳେ ଏମିତି ବି ହୁଏ ଯେବେ ଗୋଟିଏ ପ୍ରାଣୀର...

ଖବରକାଗଜ ଖଣ୍ଡରୁ ଟ୍ରେନ୍‌ ପ୍ରସ୍ତୁତ କଲେ ବାଳକ, ପ୍ରଶଂସା କଲା ରେଳ ମନ୍ତ୍ରାଳୟ

ଦେଶରେ କରୋନା ସଂକ୍ରମଣକୁ ନେଇ ଲକ୍‌ଡାଉନ୍‌ ସ୍ଥିତି ଜାରି ରହିଥିଲା। ଫଳରେ ଲୋକମାନେ ନିଜ ନିଜ ଘରେ ରହିବାକୁ ବାଧ୍ୟ ହୋଇଥିଲେ। ଏହି ସମୟରେ କିଛି...

ଅଯୋଧ୍ୟାରେ ମୋଦି କାହିଁକି ଲଗାଇବେ ଏହି ଗଛ: କ’ଣ ରହିଛି ଏହାର ଏହାର ପୌରାଣିକ ମହତ୍ୱ

ନୂଆଦିଲ୍ଲୀ,୪।୮: ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ଅଗଷ୍ଟ ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମି ପୂଜା କରିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ସେ ଜନ୍ମଭୂମି...

କୋମାରୁ ବାହାରିବା ପରେ ଯୁବକ କହିଲେ ଅଲଗା ଦେଶର ଭାଷା

ଅଷ୍ଟ୍ରେଲିଆର ଜଣେ ୨୭ ବର୍ଷୀୟ ଯୁବକ ଏକ ସଡ଼କ ଦୁର୍ଘଟଣାରେ କୋମାକୁ ଚାଲିଯାଇଥିଲେ। ଯେତେବେଳେ କୋମାରୁ ବାହାରିଲେ ସେତେବେଳେ ନିଜର ମୂଳଭାଷା ପରିବର୍ତ୍ତେ ଅଲଗା ଦେଶର...

ପର୍ସ ହଜିବା ପରେ ଆକାଉଣ୍ଟକୁ ଆସିବାରେ ଲାଗିଲା ଟଙ୍କା

ବେଳେବେଳେ ପର୍ସ ହଜିବା କିମ୍ବା ଚୋରି ହେଉଥିବା ଶୁଣିଥିବେ। କିନ୍ତୁ ପର୍ସ ହଜିବା ପରେ ଆଉ ମିଳିବ ବୋଲି ଖୁବ୍‌ କମ୍‌ ଆଶା ଥାଏ। ମାତ୍ର...

ରହସ୍ୟମୟ ଯମ ଦ୍ୱାର: ଯେଉଁଠି ରାତିରେ ରହିଲେ ଲୋକେ ଫେରି ନ ଥାନ୍ତି

ହିନ୍ଦୁ ଧର୍ମରେ ଯମରାଜଙ୍କୁ ମୃତ୍ୟୁର ଦେବତା କୁହାଯାଏ। ପୃଥିବୀରେ ଏପରି ଏକ ରହସ୍ୟମୟ ଦ୍ୱାର ରହିଛି ଯାହାକୁ ‘ଯମଦ୍ୱାର’ ଅର୍ଥାତ୍‌ ଯମ ରାଜାଙ୍କ ଘରର ପ୍ରବେଶ...

Advertisement
Archives

Model This Week