ଆଗାମୀ ଦିନରେ ସମ୍ପୂର୍ଣ୍ଣ ସରକାର-ସମାଜକୁ ସମନ୍ବିତ ହେବାକୁ ପଡ଼ିବ: ବାଗ୍‌ଚୀ

ଭୁବନେଶ୍ୱର,୨୫।୪(ବ୍ୟୁରୋ): ମେ ୩ ତାରିଖରେ ଶେଷ ହେବ ଲକ୍‌ଡାଉନ୍‌। ଏହାପରେ ବାହାରେ ଫସି ରହିଥିବା ଓଡ଼ିଆ ଘରକୁ ଫେରିବେ। ହେଲେ ଆକ୍ରାନ୍ତ ରାଜ୍ୟରୁ ଫେରୁଥିବାରୁ ସଂକ୍ରମଣ ହେବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ପଞ୍ଜୀକରଣ ବ୍ୟବସ୍ଥା କରାଯାଇଛି। ଏନେଇ ଶନିବାର ରାଜ୍ୟ ସରକାରଙ୍କ କରୋନା ମୁକାବିଲା କମିଟି ମୁଖ୍ୟ ସୁବ୍ରତୋ ବାଗ୍‌ଚୀ ଅଧିକ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଓଡ଼ିଶାର ମାଟିପାଣିପବନ ଉପରେ ସୁରତ, ତିରୁପୁର ଏବଂ ଏନ୍‌ସିଆର୍‌ରୁ ଫେରିବାକୁ ଥିବା ଲୋକଙ୍କ ସେତିକି ଅଧିକାର ଅଛି, ଯେତିକି ରହିଛି ସହରାଞ୍ଚଳର ଶିକ୍ଷିତ ବ୍ୟକ୍ତିମାନଙ୍କର ରହିଛି। ସେମାନଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବା, ତାଙ୍କୁ ନିରାପଦ ଭାବେ ୧୪ ଦିନ ଅଣସରରେ ରଖିବା, ତାଙ୍କୁ ତାଙ୍କ ପରିବେଶ ସହ ପୁଣି ମିଶାଇ ଦେବାର ଦାୟିତ୍ୱ ଆମ ସମସ୍ତଙ୍କର। କିଛି ଦିନ ତଳେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରସ୍‌ କହିଥିଲେ, କରୋନାର ବିପର୍ଯ୍ୟୟକୁ ଟାଳିବାକୁ ହେଲେ ସମ୍ପୂର୍ଣ୍ଣ ସରକାର ଏବଂ ସମ୍ପୂର୍ଣ୍ଣ ସମାଜକୁ ସମନ୍ବିତ ହେବାକୁ ପଡ଼ିବ। ଏବେ ସେହି ସମୟ ଆସିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ୧୪ ଅନ୍ତେବାସୀ କରୋନା ଆକ୍ରାନ୍ତ

ବ୍ରହ୍ମପୁର ଅଫିସ, ୧୭ା୮- ଗଞ୍ଜାମ ଜିଲାରେ କରୋନାକୁ ନେଇ ଲୋକେ ଭୟଭୀତ ହୋଇ ରହିଛନ୍ତି। ରବିବାର ପୁଣି ବ୍ରହ୍ମପୁର ବାଳ ସୁଧାର ଗୃହର ୧୪ ଅନ୍ତେବାସୀ...

ପ୍ରେମିକାଙ୍କ ଘର ପଛରୁ ମିଳିଲା ପ୍ରେମିକଙ୍କ ମୃତଦେହ

ସମ୍ବଲପୁର,୧୬ା୬(ବ୍ୟୁରୋ): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଖଇରମାଲ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜୁନ ୧୯ରେ ବିବାହ ସ୍ଥିର ହୋଇଥିବା ବେଳେ ଏହାର ଦୁଇଦିନ...

ଏଥର ଇ-ବିଧାନସଭା

ଭୁବନେଶ୍ୱର, ୨୩।୧(ବ୍ୟୁରୋ): ଆସନ୍ତା ବିଧାନସଭା ଅଧିବେଶନ ସମ୍ପୂର୍ଣ୍ଣ ଡିଜିଟାଲ ମୋଡରେ ହେବ। ଗୃହର ସମସ୍ତ କାର୍ଯ୍ୟବିଧି ବିନା କାଗଜରେ ଅନଲାଇନ ଜରିଆରେ ସମ୍ପାଦନ କରାଯିବ। ଅନୁରୂପ...

କଟକରେ ପୋଲିସ-ଅପରାଧୀ ଗୁଳି ବିନିମୟ: ଶଙ୍କର ଆହତ, ବନ୍ଧୁକ-ଗୁଳି ଜବତ

କଟକ ଅଫିସ,୨ା୩: କଟକ ଜିଲା ବିଡ଼ାନାସୀ ଥାନା ଅଧୀନ ଭୁଆସୁଣି ପଡ଼ିଆରେ ଗୁରୁବାର ରାତି ପ୍ରାୟ ସାଢେ ୮ଟାରେ ପୋଲିସ-ଅପରାଧୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି।...

ପ୍ରଖର ସ୍ରୋତରୁ ୨ ପୁଅଙ୍କୁ ବଞ୍ଚାଇଲେ ବାପା: ସାନପୁଅ ଏବେବି ନିଖୋଜ

ରାୟଗଡ଼ା ଅଫିସ,୨୫ା୮: ରାୟଗଡ଼ା ଜିଲା ଚେକାଗୁଡ଼ାଠାରେ ରହିଥିବା ଓଡ଼ିଶାର ଦ୍ୱିତୀୟ ଝୁଲାପୋଲ ନିକଟ ନାଗାବଳୀ ନଦୀରେ ଗୁରୁବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଆନ୍ଧ୍ରପ୍ରଦେଶରୁ ଆସିଥିବା...

୬୦ ଦିନ ପରେ ସର୍ବନିମ୍ନ ନୂଆ ଆକ୍ରାନ୍ତ ଚିହ୍ନଟ…

ନୂଆଦିଲ୍ଲୀ,୬।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଆତଙ୍କ ସୃଷ୍ଟି କରିଛି। ନୂଆ ଆକ୍ରାନ୍ତ ଏବଂ...

୬୫ ହଜାରରୁ ଅଧିକ ଭୋଟ୍‌ରେ ଅଳକା ବିଜୟୀ

ଝାରସୁଗୁଡ଼ା ଅଫିସ,୩।୬: ବ୍ରଜରାଜନଗର ଉପନିର୍ବାଚନରେ ବିଜେଡି ବାଜିମାତ୍‌ କରିଛି। ଭୋଟ୍‌ ଗଣତିର ୨୦ ରାଉଣ୍ଡ ତଥା ଅନ୍ତିମ ରାଉଣ୍ଡରେ ଭାଜପା ଓ କଂଗ୍ରେସକୁ ପଛରେ ପକାଇ...

ବାହ୍ୟଜଗତରୁ ବିଚ୍ଛିନ୍ନ ୧୩ ଗାଁ

ଖୋର୍ଦ୍ଧା ଅଫିସ,୧୦।୯: ରାଜୁଆ ନଦୀର ଜଳ ମହାନଦୀ ଓ ଚିଲିକାକୁ ନିଷ୍କାସନ ହୋଇ ପାରୁ ନ ଥିବାରୁ ଖୋର୍ଦ୍ଧା ଜିଲାର ଓରବରସିଂହ ଓ ନରଣଗଡ ପଞ୍ଚାୟତର...

Advertisement
Archives

Model This Week