Posted inରାଜ୍ୟ

ଆଗକୁ ୨୧ ଦିନ ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୩।୬(ବ୍ୟୁରୋ): ଗୁଜରାଟ, ମହାରାଷ୍ଟ୍ର, ଚେନ୍ନାଇ ଏବଂ ଦିଲ୍ଲୀର ଅବସ୍ଥା ୨ ମାସ ତଳେ ଯେଭଳି ବିପଦପୂର୍ଣ୍ଣ ଥିଲା ଏବେ ଓଡ଼ିଶା ସେହି ସ୍ଥିତି ଦେଇ ଗତି କରୁଛି। ଉପରୋକ୍ତ ରାଜ୍ୟଗୁଡ଼ିକରେ କରୋନାରେ ସଂକ୍ରମିତ ହୋଇଥିବା ଶ୍ରମିକମାନଙ୍କୁ ଓଡ଼ିଶା ସରକାର କୌଣସି ଯନ୍ତ୍ରଣା ନ ଦେଇ ସବୁ ପ୍ରକାର ବ୍ୟବସ୍ଥା ସହିତ ଫେରାଇ ଆଣି କ୍ୱାରାଣ୍ଟାଇନ ସେଣ୍ଟରରେ ରଖୁଛନ୍ତି। ଏବେସୁଦ୍ଧା ପାଖାପାଖି ସାଢେ ୪ଲକ୍ଷ ପ୍ରବାସୀ ରାଜ୍ୟକୁ ଫେରିଛନ୍ତି। ରାଜ୍ୟରେ ଚିହ୍ନଟ ହେଉଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୯୫ ପ୍ରତିଶତ କ୍ୱାରାଣ୍ଟାଇନ ସେଣ୍ଟରଗୁଡିକରୁ ଚିହ୍ନଟ ହେଉଛନ୍ତି। ତେଣୁ ସଂକ୍ରମିତଙ୍କୁ ଚିହ୍ନଟ ସହିତ ସେମାନଙ୍କ ଉପଯୁକ୍ତ ଚିକିତ୍ସା କରିବାକୁ ସରକାର ଜୋର୍‌ଦାର ପ୍ରୟାସ ଚଳାଇଛନ୍ତି। ଦିନକୁ ପାଖାପାଖି ୧୫ରୁ ୨୦ହଜାର ପ୍ରବାସୀ କ୍ୱାରାଣ୍ଟାଇନ ଅବଧି ଶେଷକରି ଫେରୁଛନ୍ତି। ତେଣୁ ଆଉ ୧୦ରୁ ୧୨ଦିନ ମଧ୍ୟରେ ସମସ୍ତ ପ୍ରବାସୀ କ୍ୱାରାଣ୍ଟାଇନ ଅବଧି ଶେଷ କରିଦେବେ। ସେହିପରି ଜୁନ୍‌ ୧୦ରୁ ଦୁଇ ସପ୍ତାହ ମୌସୁମୀ ଆସୁଥିବା ଜଣାପଡିଛି। ମୌସୁମୀ ବର୍ଷା ସମୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କା ବହୁତ। ଏହି ଦୃଷ୍ଟିରୁ ଦେଖିଲେ ଆଗାମୀ ୨୧ଦିନ ଓଡ଼ିଶା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନ କହିଛନ୍ତି। ଏଭଳି ପରିସ୍ଥିତିରେ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ବହୁତ ଖରାପ ସ୍ଥିତିଦେଇ ଗତି କରୁଥିଲା ବେଳେ ଲୋକମାନଙ୍କୁ ଆସନ୍ତା ୩୦ଦିନ ଅଧିକ ସଚେତନ କରାଇବା ଲାଗି ସେ ଅନୁରୋଧ କରିଛନ୍ତି।
ବିଭିନ୍ନ ଗଣମାଧ୍ୟମ ସଂସ୍ଥାର ସମ୍ପାଦକମାନଙ୍କ ସହ ଖାରବେଳ ଭବନଠାରେ ମଙ୍ଗଳବାର ଆୟୋଜିତ କରୋନା ମୁକାବିଲା ସମ୍ପର୍କିତ ଆଲୋଚନା ଅବସରରେ ପାଣ୍ଡିଆନ କହିଛନ୍ତି ଯେ, ଯଦି ଆଗାମୀ ୨୧ଦିନ ରାଜ୍ୟର ସମସ୍ତ ଜନସାଧାରଣ ନିଜକୁ ନିୟନ୍ତ୍ରଣରେ ରଖି ନିୟମ ମାନି ଘରେ ରହିବେ, ତେବେ ଓଡ଼ିଶାକୁ ଏକ ବଡ଼ ସଫଳତା ମିଳିପାରିବ। ଏହି ସମୟ ଭିତରେ ରାଜ୍ୟ ପାଇଁ ବହୁତ ବିପଦ ଅଛି। ଯେତେବେଳେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦/୩୦/୧୦୦ ଏଭଳି ରହୁଥିଲା ସେତେବେଳେ ରାଜ୍ୟ ସରକାରଙ୍କ ଗାଇଡ୍‌ଲାଇନକୁ କଡ଼ାକଡ଼ି ପାଳନକରି ଲୋକମାନେ ଘରେ ରହୁଥିଲେ। ଏବେ ଯେତେବେଳେ ଅଧିକ ବିପଦ ଅଛି, ସେଥିଲାଗି ଆସନ୍ତା ୨୧ଦିନ ସମସ୍ତେ ୨୪ଘଣ୍ଟାରୁ ୧୦ଘଣ୍ଟା ଘରେ ରହିବାର ଆବଶ୍ୟକତା ରହିଛି। ଯଦି ଶନିବାର ଓ ରବିବାର ଲୋକମାନେ ବାହାରକୁ ନ ଯାଆନ୍ତି ତେବେ କିଛି ହେବାର ନାହିଁ। ଯଦି ୩ଟି ସପ୍ତାହ ଲୋକମାନେ ବାହାରକୁ ନ ଯାଆନ୍ତି ତେବେ ୩୦ଦିନ ପରେ ଓଡ଼ିଶାର ସଫଳ କରୋନା ମୁକାବିଲାକୁ ସାରା ବିଶ୍ୱ ମନେରଖିବ। ପୂର୍ବରୁ ବାତ୍ୟା ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଓଡ଼ିଶା ସାରା ବିଶ୍ୱରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ବାରମ୍ବାର ବାତ୍ୟା ବିପର୍ଯ୍ୟୟର ମୁକାବିଲା ନେଇ ରାଜ୍ୟକୁ ପ୍ରଶଂସା ମଧ୍ୟ ମିଳିଛି। ସେହିଭଳି କରୋନା ମୁକାବିଲା କ୍ଷେତ୍ରରେ ଓଡ଼ିଶା ବିଶ୍ୱରେ ଯେପରି ଏକ ନମ୍ବର ହେବ ସେଥିଲାଗି ସମସ୍ତେ କିଛି କିଛି ତ୍ୟାଗ କରିବା ଆବଶ୍ୟକ ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ସାରା ବିଶ୍ୱ ଏକ ଅଦୃଶ୍ୟ ଶତ୍ରୁ ସହିତ ଲଢ଼େଇ କରୁଛି। ଶତ୍ରୁ ବହୁ ଚାଲାକ୍‌, କେହି ହେଲେ ତାକୁ ବୁଝିପାରୁନାହାନ୍ତି। ଏହାର ମୁକାବିଲା କରିବା ବହୁତ କଷ୍ଟସାଧ୍ୟ ବିଷୟ। ପ୍ରବାସୀମାନେ ମୁଖ୍ୟତଃ ଦେଶର ସବୁଠାରୁ ଅଧିକ ମୃତ୍ୟୁସଂଖ୍ୟା ଥିବା ରାଜ୍ୟଗୁଡ଼ିକରୁ ଫେରିଛନ୍ତି। ଗୋଟିଏ ଲେଖାଏ କୋଠରୀରେ ପ୍ରାୟ ୧୫ରୁ ୨୦ଜଣ ପ୍ରବାସୀଙ୍କୁ ରଖାଯାଇଥିଲା। ଫଳରେ ସମସ୍ତେ ଯେତେବେଳେ ସଂକ୍ରମଣର ଶିକାର ହେଲେ ସେମାନଙ୍କୁ ଓଡ଼ିଶାକୁ ପଠାଇ ଦିଆଗଲା। ରାଜ୍ୟକୁ ଫେରିବା ଲାଗି ପ୍ରାୟ ୧୨ଲକ୍ଷ ପ୍ରବାସୀ ପଞ୍ଜୀକରଣ କରିଥିଲେ। ସେଥିରୁ ସାଢେ ୪ଲକ୍ଷ ପାଖାପାଖି ପ୍ରବାସୀ ଫେରିଛନ୍ତି। ଆସନ୍ତା ଦିନେରୁ ଦୁଇଦିନ ମଧ୍ୟରେ କିଛି ସଂଖ୍ୟାରେ ପ୍ରବାସୀ ଫେରିବେ। ଆଗରୁ ସୁରଟରୁ ଯେତିକି ଗାଡ଼ିରେ ଶ୍ରମିକମାନେ ଫେରୁଥିଲେ ବର୍ତ୍ତମାନ ସେହି ସଂଖ୍ୟାରେ ହ୍ରାସ ପାଇଛି। ଏବେ ଅନ୍ୟ ରାଜ୍ୟଗୁଡିକ ଟଙ୍କା ଖର୍ଚ୍ଚ କରି ଶ୍ରମିକମାନଙ୍କୁ ଓଡ଼ିଶାରୁ ଫେରାଇ ନେବା ଲାଗି ଚେଷ୍ଟା କରୁଥିବା ସେ କହିଛନ୍ତି। ସେହିପରି ଫେରିଥିବା ଶ୍ରମିକମାନେ ମଧ୍ୟ ନିଜ କାମକୁ ଫେରିବାକୁ ଚାହିଁଲେଣି। ଅନ୍ୟପଟେ ଆକ୍ରାନ୍ତଙ୍କ ସଂଖ୍ୟା ଓଡ଼ିଶାରେ ୧୦୦ରୁ ବୃଦ୍ଧି ପାଇ ୨୦୦୦ରେ ପହଞ୍ଚିବାକୁ ୩୭ ଦିନ ସମୟ ଲାଗିଛି। ସେହିପରି ୧୦୦ରୁ ଆକ୍ରାନ୍ତଙ୍କ ସଂଖ୍ୟା ୨ହଜାରରେ ପହଞ୍ଚିବା ଲାଗି ଇଟାଲୀ ଏବଂ ଦକ୍ଷିଣ କୋରିଆକୁ କେବଳ ୯ଦିନ ଲାଗିଥିଲା ବେଳେ ଫ୍ରାନ୍ସ ଓ ଜର୍ମାନୀକୁ ୧୨, ସ୍ପେନ୍‌କୁ ୧୦ଦିନ ଲାଗିଥିଲା। ଟେଷ୍ଟିଂ କ୍ଷେତ୍ରରେ ଓଡ଼ିଶା ପ୍ରଥମ ୩ଟି ରାଜ୍ୟ ମଧ୍ୟରେ ରହିଛି। ଏକ ମିଲିୟନ ଲୋକଙ୍କ ମଧ୍ୟରୁ ରାଜ୍ୟରେ ୩୩୮୫ଜଣଙ୍କ ଟେଷ୍ଟିଂ କରାଯାଉଛି। ଏ କ୍ଷେତ୍ରରେ ମଧ୍ୟ ଓଡ଼ିଶା ପ୍ରଥମରୁ ୩ ନମ୍ବରରେ ଅଛି। ଓଡ଼ିଶାର ଆକ୍ରାନ୍ତଙ୍କ ହାର ବହୁତ କମ୍‌ ଅର୍ଥାତ୍‌ ୧.୩୫ପ୍ରତିଶତ ରହିଛି। ରାଜ୍ୟର ପ୍ରତି ୭୪ଟି ସାମ୍ପୁଲ ଟେଷ୍ଟିଂ ମଧ୍ୟରୁ ଗୋଟିଏ ପଜିଟିଭ ଚିହ୍ନଟ ହେଉଛି। ଓଡ଼ିଶାରେ କରୋନାଜନିତ ମୃତ୍ୟୁହାର ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ କମ୍‌ ଅର୍ଥାତ୍‌ ୦.୩୩ ପ୍ରତିଶତ ଅଛି। ସଂକ୍ରମିତଙ୍କ ସୁସ୍ଥ ହାର ଓଡ଼ିଶାରେ ୫୩.୫୨ ପ୍ରତିଶତ ରହିଛି। ସେହିପରି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୁଇଗୁଣ ହେବା ଲାଗି ବିଭିନ୍ନ ଦେଶକୁ ଦିନେରୁ ୩ଦିନ ଲାଗିଥିଲା ବେଳେ ଓଡ଼ିଶାକୁ ୧୩ଦିନ ଲାଗୁଛି। ଅନ୍ୟ ଦେଶ ସହିତ ତୁଳନା କରାଗଲେ ଓଡ଼ିଶାର ମୃତ୍ୟୁହାର କମ୍‌ ଥିବାବେଳେ ଆରୋଗ୍ୟ ହାର ବହୁ ଅଧିକ ରହିଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୩ ରାଜ୍ୟର ବିଧାନସଭା ଆସନ ପାଇଁ ମତଦାନ ଆରମ୍ଭ

ନୂଆଦିଲ୍ଲୀ,୯।୪: କେରଳମ୍‌, ଆସାମ ଓ ପୁଡୁଚେରୀର ମୋଟ ୨୯୬ ଆସନରେ ଗୁରୁବାର ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ସକାଳୁ ସକାଳୁ ଲାଇନରେ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri