ଆଗକୁ ଉଲ୍ଲଂଘନକାରୀଙ୍କ ଉପରେ କଡ଼ା ପଦକ୍ଷେପ

ଭୁବନେଶ୍ୱର,୨୮।୫ (ବ୍ୟୁରୋ): ଦେଶରେ କରୋନା ସଂକ୍ରମଣ ବଢ଼ୁଥିବାବେଳେ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ବଳବତ୍ତର ରହିଛି। ଏଥିଯୋଗୁ ସାମାଜିକ ତଥା ଆର୍ଥିକ ସ୍ଥିତି ବିଗିଡି ଯାଉଥିବାରୁ କଟକଣାରେ କିଛିଟା କୋହଳ କରାଯାଇଛି। ହେଲେ ଓଡ଼ିଶାର ଲୋକେ ବିଶେଷକରି କଟକ ଓ ଭୁବନେଶ୍ୱରର ଅଧିକାଂଶ ବାସିନ୍ଦା ଖୁଲମ୍‌ଖୁଲା ନିୟମ ଉଲ୍ଲଂଘନ କରୁଛନ୍ତି। ଏହାକୁ ନେଇ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଉଦ୍‌ବେଗ ପ୍ରକାଶ କରିବା ସହ ସ୍ଥିତିର ସମୀକ୍ଷା କରିଛନ୍ତି। ବୁଧବାର କମିଶନରେଟ ପୋଲିସ ମୁଖ୍ୟାଳୟରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ କମିଶନର ଷଡ଼ଙ୍ଗୀ ଚେତାବନୀ ଶୁଣାଇଛନ୍ତି। ସେ କହିଛନ୍ତି, ପ୍ରତିଦିନ ୭୦୦ରୁ ଊର୍ଦ୍ଧ୍ୱ ନିୟମ ଉଲଂଘନକାରୀଙ୍କଠାରୁ ଜରିମାନା ଆଦାୟ କରାଯାଉଛି। ତଥାପି ଲୋକେ ସଚେତନ ହେଉ ନ ଥିବାରୁ ଆଗାମୀ ଦିନରେ ଆହୁରି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅନେକ ଲୋକ ପୋଲିସକୁ ଦେଖି ମାସ୍କ ପିନ୍ଧୁଛନ୍ତି। ବଜାରରେ ଏକାଠି ହୋଇ ଚା ପିଇବା ସହ ସାମାଜିକ ଦୂରତା ରଖୁନାହାନ୍ତି। ଆଉକିଛି ଲୋକ ମାସ୍କକୁ ହାତ ଓ ବେକରେ ଝୁଲାଇ ନାକ ପାଟି ଖୋଲା ରଖି ବୁଲୁଛନ୍ତି। ସର୍ବସାଧାରଣ ସ୍ଥାନରେ ପାନ ଛେପ ପକାଉଛନ୍ତି। ଏହା ସଂକ୍ରମଣ ବିପଦକୁ ନିମନ୍ତ୍ରଣ କରୁଛି। ଯଦି ଲୋକଙ୍କ ମନରେ ଏଭଳି ଢ଼ିଲା ମନୋଭାବ ରହିବ ଓ ସେମାନେ ନିୟମ ଉଲ୍ଲଂଘନ କରିବେ ତେବେ ପରିବାର ଓ ସମାଜ ପାଇଁ ବିପଦ ମାଡ଼ି ଆସିବ। ଅମାନିଆମାନେ ଜାଣିବା ଦରକାର ଯେ, ପୋଲିସ ସବୁ ସ୍ଥାନରେ ଜଗିବା ଓ ସଚେତନ କରିବା ସମ୍ଭବପର ନୁହେଁ। ତେଣୁ ଦୈତ୍ୟନଗରୀବାସୀ ସରକାରଙ୍କ ସମସ୍ତ ନିୟମ ଓ କଟକଣାକୁ ଠିକ ପାଳନ କରନ୍ତୁ ଓ ସୁରକ୍ଷିତ ରୁହନ୍ତୁ ବୋଲି ଷଡ଼ଙ୍ଗୀ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏନ୍‌ଏଚ୍‌ କର୍ତ୍ତୃପକ୍ଷଙ୍କୁ ଘେରିଲେ ଲୋକେ

ପାଣିକୋଇଲି,୪।୧୧(ଡି.ଏନ.ଏ.): ୧୬ ନଂ. ଜାତୀୟ ରାଜପଥ (ଏନ୍‌ଏଚ୍‌)ର ସମ୍ପ୍ରସାରଣରେ ବିଭାଗୀୟ ତ୍ରୁଟିପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ସ୍ଥାନୀୟ ଲୋକଙ୍କ ପାଇଁ କାଳ ହୋଇଛି। ଏହିକ୍ରମରେ ବୁଧବାର ଏନ୍‌ଏଚ୍‌ର ଶର୍ମା...

ଫେୟାରୱେଦର ରାସ୍ତା ଭୁଶୁଡିଲା

ଅତାବିରା, ୨୭।୨ (ଡି.ଏନ.ଏ) ବରଗଡ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ଝାଉଁଯୋର ନଦୀରେ ନିର୍ମାଣ କରାଯାଇଥିବା ଫେୟାରୱେଦର ରାସ୍ତା ଅଦିନିଆ ବର୍ଷା ଯୋଗୁ ଉପରମୁଣ୍ଡରୁ ପାଣି...

ବରଗଡ଼ରେ ଫସିଛନ୍ତି ଛତିଶଗଡର ୩୦ ଶ୍ରମିକ

ବରଗଡ଼ ଅଫିସ୍,୪।୪- ଘାତକ କରୋନା(କୋଭିଡ୍-୧୯) ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଦେଶବ୍ୟାପୀ ଲକ୍ ଡାଉନ କଟକଣା ଲାଗୁ ହୋଇଛି। ଏଭଳି ପରିସ୍ଥିତିରେ ବରଗଡ଼କୁ କର୍ମ ଅନ୍ବେଷଣରେ...

୨୦ରେ ବିଏମ୍‌ଏସ୍‌ର ଦେଶବ୍ୟାପୀ ଆନ୍ଦୋଳନ

ନୂଆଦିଲ୍ଲୀ,୧୬ା୫: କରୋନା ଭାଇରସ୍‌ ଯୋଗୁ ଜାରି ଲକ୍‌ଡାଉନ୍‌ ଫଳରେ ସୃଷ୍ଟି ହୋଇଥିବା ଅଚଳାବସ୍ଥା ପରିପ୍ରେକ୍ଷୀରେ ୯ ରାଜ୍ୟ ସେମାନଙ୍କ ଶ୍ରମ ଆଇନରେ ସଂଶୋଧନ ଆଣିଛନ୍ତି। ଭାଜପାର...

ପାଟକୁରା ନିର୍ବାଚନ: ସକାଳ ୯ଟା ସୁଦ୍ଧା ୧୨% ମତଦାନ

ଡେରାବିଶ, ୨୦।୭(ସ୍ବ.ପ୍ର.): ପାଟକୁରା ବିଧାନସଭା ଆସନ ଲାଗି ଶନିବାର ମତଦାନ ଚାଲିଛି। ପ୍ରଥମେ ସମସ୍ତ ୩୦୯ଟି ବୁଥ୍‌ରେ ମକ୍‌ପୋଲ ହେବା ପରେ ସକାଳ ୭ଟାରୁ ଭୋଟ...

ଡିଜିଟାଲ ପ୍ଲାଟଫର୍ମରେ ହେବ ସଂସ୍କୃତି ବିଭାଗ କାର୍ଯ୍ୟକ୍ରମ

ଭୁବନେଶ୍ୱର,୨୭ା୫(ବ୍ୟୁରୋ)- ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ନୃତ୍ୟ, ସଙ୍ଗୀତ ଓ ସାରସ୍ବତ କାର୍ଯ୍ୟକ୍ରମର ଡିଜିଟାଲ ପ୍ରସାରଣ ପାଇଁ ନିଷ୍ପତ୍ତି...

କରୋନା ମହାମାରୀକୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ସହିତ ତୁଳନା କଲେ ଟ୍ରମ୍ପ୍‌

ଜେନେଭା, ୨୩।୯: କରୋନା ମହାମାରୀଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଦ୍ୱିତୀୟ ବିଶ୍ୱଯୁଦ୍ଧ ସହିତ ତୁଳନା କରିଛନ୍ତି। ଜାତିସଂଘର ୭୫ ବର୍ଷପୂର୍ତ୍ତି ପାଳନ ଅବସରରେ ଟ୍ରମ୍ପ୍‌...

କଟକରେ ରାଜ୍ୟର ସର୍ବାଧିକ ସକ୍ରିୟ ଆକ୍ରାନ୍ତ

କଟକ ଅଫିସ,୧୩।୬- କଟକ ଜିଲାରେ ରାଜ୍ୟର ସର୍ବାଧିକ ସକ୍ରିୟ କରୋନା ଆକ୍ରାନ୍ତ ଅଛନ୍ତି। କଟକ ଜିଲାରେ ମୋଟ ୩୧୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ...

Advertisement
Archives

Model This Week