ଆଖୁବୋଝେଇ ଟ୍ରକ୍‌ ଡ୍ରାଇଭରଙ୍କୁ ପୋଲିସର ମାଡ଼ ଅଭିଯୋଗ: ପ୍ରତିବାଦରେ କାରଖାନାକୁ ପରିବହନ ବନ୍ଦ

ଆସିକା,୨୫।୩(ଡି.ଏନ୍‌.ଏ.): ଆସିକା ସମବାୟ ଚିନିଶିଳ୍ପର ଆଖୁପେଡ଼ା କାର୍ଯ୍ୟ ଚାଲୁ ରହିଥିଲା ବେଳେ ଜିଲାର ବିଭିନ୍ନ ଅଞ୍ଚଳରୁ ଟ୍ରକ୍‌ ଯୋଗେ ଆଖୁ କାରଖାନାକୁ ଆସୁଛି। ମଙ୍ଗଳବାର ବିଳମ୍ବିତ ରାତିରେ ଆସିକା ବିଜୁ ପଟ୍ଟନାୟକ ଛକଠାରେ ମୁତୟନ ଥିବା ପୋଲିସ ସେହି ରାସ୍ତା ଦେଇ ଚିନିଶିଳ୍ପକୁ ଯାଉଥିବା ଏକ ଆଖୁ ବୋଝେଇ ଟ୍ରକର ଡ୍ରାଇଭର ଓ କର୍ମଚାରୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ଆଖୁ ବୋଝେଇ ଟ୍ରକଚାଳକମାନେ ଟ୍ରକ୍‌ଗୁଡ଼ିକୁ କାରଖାନା ସମ୍ମୁଖରେ ରଖି ଭିତରକୁ ଯାଇ ନ ଥିଲେ।  ଫଳରେ ମଙ୍ଗଳବାର ରାତିରୁ ବୁଧବାର ପୂର୍ବାହ୍ନ ପର୍ଯ୍ୟନ୍ତ ଚିନିଶିଳ୍ପର ଆଖୁପେଡ଼ା କାର୍ଯ୍ୟ ବନ୍ଦ ହୋଇଯାଇଥିଲା। ବୁଧବାର ସକାଳେ ଚିନିଶିଳ୍ପ ପରିଚାଳନା ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ ବେହେରା, ଆସିକା ଏସ୍‌ଡିପିଓ. ସୂର୍ଯ୍ୟମଣି ପ୍ରଧାନ, ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ, ଟ୍ରକ୍‌ ମାଲିକ ସଂଘ ସଭାପତି ବିପିନ୍‌ ବିହାରୀ ପାଢ଼ୀ ପ୍ରମୁଖ ଟ୍ରକ୍‌ଚାଳକମାନଙ୍କ ସହ ଆଲୋଚନା କରି ସେମାନଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିବା ସହ ଚିନିଶିଳ୍ପର ଆଖୁପେଡ଼ା ସ୍ବାଭାବିକ ହୋଇଛି। ତେବେ ଏଭଳି ପରିସ୍ଥିତିରେ ଚିନିଶିଳ୍ପ ବିପୁଳ କ୍ଷତିର ସମ୍ମୁଖୀନ ହେବା ଆଶଙ୍କା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓପିଏସ୍‌ସିର ନୂଆ ପୋର୍ଟାଲ ଉଦ୍‌ଘାଟିତ: ଛାତ୍ରୀଛାତ୍ରଙ୍କୁ ମିଳିବ ସମସ୍ତ ତଥ୍ୟ

କଟକ ଅଫିସ,୫।୨: ଓଡ଼ିଶା ପବ୍ଲିକ ସର୍ଭିସ କମିଶନ(ଓପିଏସ୍‌ସି)ର ନୂଆ କମ୍ପ୍ରେନସିଭ୍‌ ସିଲେକ୍ସନ ମ୍ୟାନେଜମେଣ୍ଟ ସିଷ୍ଟମ (ସିଏସ୍‌ଏମ୍‌ଏସ୍‌) ପୋର୍ଟାଲ ବୁଧବାର ଉଦ୍‌ଘାଟିତ ହୋଇଯାଇଛି। ଏହି ପୋର୍ଟାଲରେ ଆଶାୟୀ...

କାର୍ଯ୍ୟକାରୀ ହେଉନି ସୁପ୍ରିମକୋର୍ଟ ନିର୍ଦ୍ଦେଶନାମା: ଶିଶୁ ମୁଣ୍ଡରେ ଇଟାବୋଝ

ମହାକାଳପଡା,୧୮ା୧୨(ଡି.ଏନ.ଏ.): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଶିଶୁମାନଙ୍କ ପ୍ରତିଭା ବିକାଶ କରିବା ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରାଯାଉଛି। ସମାଜରେ ନିଜର ସ୍ବାର୍ଥ ସାଧନ...

ବାରଣ୍ଡାରେ ଶୋଇଥିବା ବେଳେ ବ୍ୟକ୍ତିଙ୍କ ମୁଣ୍ଡ କାଟି ନେଇଗଲେ ଦୁର୍ବୃତ୍ତ

ସମ୍ବଲପୁର,୧୧।୬(ବ୍ୟୁରୋ): ସମ୍ବଲପୁର ଜିଲା ଅଇଁଠାପାଲି ଥାନା ତିଲେଇମାଲ ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଏକ ହତ୍ୟାକାଣ୍ଡ ଘଟିଛି । ରାତିରେ ବାରଣ୍ଡାରେ ମଶାରି ଟାଙ୍ଗି ଶୋଇଥିବା...

ସବୁଠି ଆବର୍ଜନା: ଘାରିଛି ଡେଙ୍ଗୁ ଭୟ

ଜଟଣୀ,୧।୮(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଜଟଣୀ ପୌରାଞ୍ଚଳର ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଫଳରେ ମଶାଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ଦୀର୍ଘଦିନ ଧରି ଅଳିଆ ସଫା ନ...

ଦୋରାଗୁଡା ଘାଟରେ ଡଙ୍ଗାଚାଳକ ବନ୍ଦ; ଲୋକେ ହନ୍ତସନ୍ତ

ଚିତ୍ରକୋଣ୍ଡା, ୨୯ା୮(ଡି.ଏନ.ଏ.)- ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ଅନ୍ତର୍ଗତ ୬ଟି ପଞ୍ଚାୟତ ଦୋରାଗୁଡା, ନୁଆଗୁଡା, ଗୁଣ୍ଠାଓ୍ବାଡା, କପାତୁଟି, କୁରୁମାନୁର ଓ ପାପୁଲୁର ପାଇଁ ଦୋରାଗୁଡା ଡଙ୍ଗା ଘାଟ...

ବାଗଲପୁର, କଣ୍ଟାପଡ଼ାଠାରେ ମୁଖ୍ୟରାସ୍ତା ଲକଡାଉନ

କଣ୍ଟାପଡ଼ା,୨।୪(ଡି.ଏନ.ଏ.): ଦିଲ୍ଲୀ ନିଜାମୁଦ୍ଦିନ ଧର୍ମସଭାରେ କଟକ ଜିଲାରୁ ନମାଜି ଯୋଗ ଦେଇଥିବା ସମ୍ପର୍କରେ ଖବର ପ୍ରଚାରିତ ହେବାପରେ କଟକ ଜିଲାର ବିଭିନ୍ନ ଅଞ୍ଚଳରେ ଭୟର ବାତାବରଣ...

ମଣ୍ଡିରୁ ଉଠୁନି ଧାନ, ସରକାରୀ ଅଫିସକୁ ଅଚଳ କଲେ ଚାଷୀ

ପଦ୍ମପୁର,୨୨।୨(ଡି.ଏନ୍‌.ଏ.): ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଇତିମଧ୍ୟରେ ୩ ମାସ ବିତିଯାଇଛି । ମାତ୍ର ଧାନ ବିକ୍ରି ସମସ୍ୟା ତୁଟୁ ନାହିଁ। ଚାଷୀମାନେ...

ଜିଲାପାଳ, ସିଏସ୍‌ଓ କାର୍ଯ୍ୟାଳୟରେ ଧାନ ଗଦାଇଲେ ଚାଷୀ

ବରଗଡ଼ ଅଫିସ,୨୯ା୬: ରବି ଋତୁ ଯାଇ ଖରିଫ୍‌ ଋତୁ ଆରମ୍ଭ ହୋଇଛି। ମାତ୍ର ବରଗଡ଼ ଜିଲାରେ ରବିଋତୁରେ ଅମଳ ଧାନକୁ ଚାଷୀ ବିକ୍ରି କରି ପାରି...

Advertisement


Archives

Model This Week