ଆଖୁଚାଷ ସ୍ଥିତି ଅନୁଧ୍ୟାନ କଲା ଉଚ୍ଚସ୍ତରୀୟ କମିଟି

ଆସିକା, ୧୨।୩ (ଡି.ଏନ୍‌.ଏ): ଆସିକା ସମବାୟ ଚିନିଶିଳ୍ପ ପରିସରଭୁକ୍ତ ଗଞ୍ଜାମ ଜିଲା ଅର୍ଦ୍ଧାଧିକ ଅଞ୍ଚଳରେ ଦିନକୁ ଦିନ ଆଖୁଚାଷ କମୁଥିବାରୁ ଚିନିଶିଳ୍ପ ଓ ସରକାରଙ୍କ ଲାଗି ଚିନ୍ତାର କାରଣ ହୋଇଛି ା ଏହି ପରିସ୍ଥିତିରେ କୃଷି ବିଭାଗର ଏକ ଉଚ୍ଚସ୍ତରୀୟ କମିଟି ଏବଂ ଚିନିଶିଳ୍ପ ପରିଚାଳନା କର୍ତ୍ତୃପକ୍ଷଙ୍କ ମିଳିତ ପ୍ରତିନିଧି ଦଳ ଶୁକ୍ରବାର ବିଭିନ୍ନ ବ୍ଲକରେ ଆଖୁଚାଷ ଅଞ୍ଚଳ ପରିଦର୍ଶନ କରିଛନ୍ତି ା ଏହି ପ୍ରତିନିଧି ଦଳ ଆଖୁଚାଷ ଅଞ୍ଚଳ ଶେରଗଡ ବ୍ଲକର ଅଣ୍ଡିରାସିଙ୍ଗି, ରାମକୃଷ୍ଣପୁର, ତାକରଡା, ଢିଙ୍କିଶାଳ ଆଦି ଗ୍ରାମରେ ଆଖୁକ୍ଷେତକୁ ଯାଇ ଚାଷ ସ୍ଥିତି ଅନୁଧ୍ୟାନ କରିବା ସହ ଚାଷୀଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରି ଫେରିଛନ୍ତି ା ଏହି ପ୍ରତିନିଧି ଦଳରେ କୃଷି ବିଭାଗର ଅତିରିକ୍ତ କୃଷି ନିର୍ଦ୍ଦେଶକ ଅଂଶୁମାନ ପଟ୍ଟନାୟକ, ଜିଲା ମୁଖ୍ୟ କୃଷି ଅଧିକାରୀ ଦିଲ୍ଲୀପ ଖୁଣ୍ଟିଆ, ଚିନିଶିଳ୍ପ ସଭାପତି ରବୀନ୍ଦ୍ର ପଣ୍ଡା, ନୟାଗଡ ଆଖୁ ଗବେଷଣା କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡ. ପ୍ରମୋଦ କୁମାର ନାୟକ, ଡ. ସାଗରିକା ମହାନ୍ତି, କୃଷି ବିଭାଗର ଯୋଜନା ଅଧିକାରୀ ସୀତାଂଶୁ କୁମାର ବେହେରା, ଅଜିତ ମହାପାତ୍ର, ଚିନିଶିଳ୍ପର ଆଖୁ ପରିଚାଳକ ପ୍ରଶାନ୍ତ କୁମାର ପାଢୀ, ଚିନିଶିଳ୍ପ ପରିଚାଳନା ପରିଷଦର ନିର୍ଦ୍ଦେଶକ ଧରୁମୁ ପ୍ରଧାନ, ଉଦୟ ପ୍ରଧାନ ପ୍ରମୁଖ ସାମିଲ ଥିଲେ। ବୈଠକରେ ଚାଷୀମାନଙ୍କୁ ଉନ୍ନତମାନର ଆଖୁ ବିହନ ଓ କୀଟନାଶକ ଔଷଧ ବ୍ୟବହାର, ପାରମ୍ପରିକ ଆଖୁଚାଷ ପଦ୍ଧତି ଛାଡି ବୈଜ୍ଞାନିକ ପଦ୍ଧତିରେ ଆଖୁଚାଷ କଲେ ସ୍ବଳ୍ପ ବ୍ୟୟ ଓ କମ୍‌ ପରିଶ୍ରମରେ ଅଧିକ ଆଖୁ ଉପତ୍ାଦନ ହୋଇପାରିବ ବୋଲି ପରାମର୍ଶ ଦେଇଥିଲେ ା ଅପରାହ୍ନରେ ଆସିକା ବ୍ଲକର ବାବନପୁରସ୍ଥିତ କୃଷି ବିଭାଗ କାର୍ଯ୍ୟାଳୟ ଠାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା ା ବୈଠକରେ ଜିଲାର ୧୫ଟି ବ୍ଲକର କୃଷି ଅଧିକାରୀ, ସହାୟକ କୃଷି ଅଧିକାରୀ, ଚିନିଶିଳ୍ପ ଅଧିକାରୀ ଓ କ୍ଷେତ୍ର କର୍ମଚାରୀ ଯୋଗଦେଇଥିଲୋ ବୈଠକରେ କୃଷି ବିଭାଗ ପକ୍ଷରୁ ଅଧିକ ଅମଳକ୍ଷମ ଆଖୁଚାଷ ନିମନ୍ତେ ସମସ୍ତ ପ୍ରକାର ବୈଷୟିକ ସହଯୋଗ ପ୍ରଦାନ ଉପରେ ଅଧିକାରୀମାନେ ମତ ଦେଇଥିଲେ। ଆଗାମୀ ଦିନରେ ଚିନିଶିଳ୍ପର ଆଖୁ ବିଭାଗର ସମସ୍ତ କ୍ଷେତ୍ର କର୍ମଚାରୀ, ଆଗ୍ରହୀ ନିର୍ଦ୍ଦେଶକ ଏବଂ ଅଗ୍ରଣୀ ଆଖୁଚାଷୀଙ୍କୁ ଓଡିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟ ଦ୍ୱାରା ପରିଚାଳିତ ନୟାଗଡସ୍ଥିତ ଆଖୁ ଗବେଷଣା କେନ୍ଦ୍ରରେ ଆଖୁ ଚାଷ ସମ୍ପର୍କରେ ତାଲିମ ଦେବା ନିମନ୍ତେ ନିଷ୍ପତ୍ତି କରାଯାଇଥିବା ଚିନିଶିଳ୍ପ ପରିଚାଳନା ପରିଷଦର ସଭାପତି ପଣ୍ଡା ସୂଚନା ଦେଇଛନ୍ତି ା ଉଲ୍ଲେଖଯୋଗ୍ୟ ଚିନିଶିଳ୍ପ ପରିସରଭୁକ୍ତ ଅଞ୍ଚଳରେ ଆଖୁଚାଷର ଅଗ୍ରଗତି ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଚଳିତ ବର୍ଷ ୨କୋଟି ୬୫ ଲକ୍ଷ ଟଙ୍କାର ଏକ ସ୍ବତନ୍ତ୍ର ଅନୁଦାନ ଚିନିଶିଳ୍ପକୁ ଦିଆଯାଇଛି ା ଏହି ଯୋଜନାରେ କୃଷି ବିଭାଗ ଓ ଚିନିଶିଳ୍ପ ପରିଚାଳନା ପରିଷଦର ମିଳିତ ଉଦ୍ୟମରେ ଆଖୁଚାଷୀଙ୍କୁ ଉନ୍ନତମାନର ବିହନ, ସାର, କୀଟନାଶକ ଔଷଧ ଯୋଗାଣ ସହ ଆଖୁଚାଷ ପ୍ରତି ଆଗ୍ରହ ସୃଷ୍ଟି ନିମନ୍ତେ ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ କରିବା
ଲାଗି ନିଷ୍ପତ୍ତି ନିଆଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri