ଆଖିର ଏସ୍‌-୨ ରିସେପ୍ଟର ଦ୍ୱାରା ବି ହୋଇପାରେ କରୋନା ସଂକ୍ରମଣ

ଓ୍ବାଶିଂଟନ,୧୨।୫: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କେତେକ ମାର୍ଗଦର୍ଶିକା ଜାରି କରାଯାଇଛି। ଏଥିରେ ଲୋକଙ୍କୁ ମାସ୍କ୍‌ ପିନ୍ଧିବା ଲାଗି ପରାମର୍ଶ ଦିଆଯାଇଛି। ତେବେ ଆଖି ଦ୍ୱାରା ମଧ୍ୟ ସହଜରେ କରୋନା ସଂକ୍ରମଣ ହୋଇପାରିଥାଏ। ଏନେଇ ଆମେରିକାର ଜନ୍‌ ହାପକିନ୍ସ୍‌ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି। ସଂକ୍ରମିତ କାଶିବା ଅବା ଛିଙ୍କିବା ସମୟରେ ତାଙ୍କଠାରୁ କ୍ଷୁଦ୍ର ଜଳକଣା ପବନରେ ଉଡ଼ିବୁଲି ସୁସ୍ଥ ଲୋକଙ୍କ ଆଖିର ଏସ୍‌-୨ ରିସେପ୍ଟରରେ ଲାଗି ଯାଇଥାଏ। ଫଳରେ ଆଖି ଲାଲ୍‌ ପଡ଼ିଯାଇଥାଏ। ଏହାପରେ କରୋନା ସଂକ୍ରମଣ ଆଖିରୁ ଶରୀରରେ ବ୍ୟାପିବାକୁ ଲାଗିବାର ଆଶଙ୍କା ରହିଥାଏ। ଲୁହ ଦ୍ୱାରା କରୋନା ଭୂତାଣୁ ଧୀରେଧୀରେ ସାରା ଶରୀରକୁ ସଂକ୍ରମିତ କରିଥାଏ। ଏନେଇ ଚକ୍ଷୁରୋଗ ବିଶେଷଜ୍ଞ ଡ. ଲିଙ୍ଗ୍ଲି ଝୋହୁ କହିଛନ୍ତି ଯେ, କରୋନା ସଂକ୍ରମଣ ୧୦ଜଣ ମୃତକଙ୍କ ମୃତଦେହ ବ୍ୟବଚ୍ଛେଦ ସମୟରେ ଏହା ଜଣାପଡ଼ିଛି। ଯେଉଁ ଲୋକଙ୍କ ଆଖିରେ ଏସ୍‌-୨ ରିସେପ୍ଟର ଅଧିକ ଥାଏ ସେମାନଙ୍କ କ୍ଷେତ୍ରରେ ଭୂତାଣୁ ସଂକ୍ରମଣର ଆଶଙ୍କା ବେଶି ରହିଥାଏ। ଏସ୍‌-୨ ରିସେପ୍ଟର ଦ୍ୱାରା ସଂକ୍ରମଣ ସିଧାସଳଖ ରକ୍ତରେ ହୋଇଥାଏ। ନାକ ଏବଂ ଆଖି ମଧ୍ୟରେ ସଂଯୋଗ ଥିବାରୁ ଭୂତାଣୁ ସହଜରେ ଶ୍ୱାସନଳୀରେ ମଧ୍ୟ ସଂକ୍ରମଣ ଆରମ୍ଭ କରିଥାଏ ବୋଲି ଲଣ୍ଡନର ଇମ୍ପାରିଆଲ୍‌ କଲେଜ ଭୂତାଣୁ ବିଶେଷଜ୍ଞ ପ୍ରଫେସର ପଲ୍‌ କେଲମ୍‌ କହିଛନ୍ତି। ଆଖି ଦ୍ୱାରା ୩୦ ପ୍ରତିଶତ ଲୋକଙ୍କ କ୍ଷେତ୍ରରେ କରୋନା ସଂକ୍ରମଣର ଆଶଙ୍କା ରହିଥାଏ। ତେଣୁ ଆଖିକୁ ମଧ୍ୟ ଢ଼ାଙ୍କିବାର ଆବଶ୍ୟକତା ରହିଥିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୩ କ୍ୱାରାଣ୍ଟାଇନ କେନ୍ଦ୍ର ଲାଗି ୩୦ଲକ୍ଷ ଖର୍ଚ୍ଚ

କାକଟପୁର,୩୦।୪(ଡି.ଏନ.ଏ.): ଲକଡାଉନ ଅବଧି ବଢ଼ିବା ପରେ ବାହାର ରାଜ୍ୟରେ ଥିବା ଓଡ଼ିଆମାନେ ନିଜ ଗ୍ରାମକୁ ଫେରିବାରେ ଲାଗିଛନ୍ତି। ଏହାକୁ ଦୃଷ୍ଟିରେ ରଖି ସରକାର ପ୍ରତି ପଞ୍ଚାୟତାରେ...

ସୀମାକୁ ଧାଇଁଲେ ଆଫଗାନ୍‌

କାବୁଲ, ୨ା୯: ୧,୨୩,୦୦୦ ଲୋକଙ୍କୁ ଏୟାରଲିଫ୍ଟ କରି ଆମେରିକା ସୈନ୍ୟ ଫେରିଯିବା ପରେ କାବୁଲ ବିମାନବନ୍ଦରକୁ ତାଲିବାନ୍‌ ଦଖଲ କରିଛି। ଏଥିସହ ଏୟାରଲିଫ୍ଟ ଅପେକ୍ଷାରେ ଥିବା...

ଲକ୍‌ଡାଉନ୍‌ ଅବଧି ବୃଦ୍ଧି ଗୁଜବକୁ ନେଇ ପ୍ରତିକ୍ରିୟା ରଖିଲେ କ୍ୟାବିନେଟ ସଚିବ

ନୂଆଦିଲ୍ଲୀ,୩୦।୩: ସାରା ଦେଶରେ କରୋନା ଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରଯାଇଛି।...

ଡିଏନ୍‌ଏରୁ ଜଣାପଡ଼ିବ ଭବିଷ୍ୟତରେ ଶିଶୁ ଡାକ୍ତର ଅବା ହେବ ଇଞ୍ଜିନିୟର…

ଭବିଷ୍ୟତରେ ଶିଶୁ କେଉଁ ପେଶାରେ ରହିବ ତାହା ଡିଏନ୍‌ଏରୁ ଜଣାପଡ଼ିବ। ଶିଶୁ ଡାକ୍ତର, ଇଞ୍ଜିନିୟର, କଳାକାର ଅବା ସାଧାରଣ କାର୍ଯ୍ୟ କରିବ ତାହା ଗୁଣସୁତ୍ରରେ ଥିବା...

ମହାକାଶକୁ ମାଙ୍କଡ଼ ପଠାଇବ ଚାଇନା

ବେଜିଂ, ୭।୧୧: ଉଦ୍ୟୋଗ ଓ ଟେକ୍ନୋଲୋଜି କ୍ଷେତ୍ରରେ ଆଗୁଆ ଥିବା ଚାଇନା ମହାକାଶ ଗବେଷଣା କ୍ଷେତ୍ରରେ ମଧ୍ୟ କୌଣସିମତେ ପଛୁଆ ନୁହେଁ। ଚାଇନା ବୈଜ୍ଞାନୀମାନେ ନୂଆକରି...

ମୟୂର ପୁଚ୍ଛର କରନ୍ତୁ ଏପରି ବ୍ୟବହାର: ଖୋଲିଦେବ ଭାଗ୍ୟ, ହେବ ଧନୀ

ମୟୂର ପୁଚ୍ଛ ସମସ୍ତ ଦେବୀଦେବତାଙ୍କ ପ୍ରିୟ ହୋଇଥାଏ। ଏହାକୁ ପ୍ରଭୁ ଶ୍ରୀକୃଷ୍ଣ ତାଙ୍କ ମସ୍ତକରେ ଧାରଣ କରିଛନ୍ତି। ବିଶ୍ୱାସ ଅଛି ଯେ, ଏହା ମଧ୍ୟ ଜୀବନର...

ବିମାନ ବନ୍ଦରରୁ ୟୁରାନିୟମ ମିଳିବା ନେଇ ଆତଙ୍କ…

ଲଣ୍ଡନ,୧୨।୧ : ପରମାଣୁ ବୋମା ତିଆରିରେ ବ୍ୟବହୃତ ୟୁରାନିୟମ ବ୍ରିଟେନର ହିଥ୍ରୋ ବିମାନବନ୍ଦରରୁ ମିଳିଥିବା ନେଇ ଆତଙ୍କ ସୃଷ୍ଟି ହୋଇଛି। ଏହି ଘଟଣା ପରେ ଅନେକ...

‘ହାସ୍‌ ରିଜାଇନ୍‌ ମୋଦି’କୁ ବ୍ଲକ୍‌ କଲା ଫେସବୁକ୍‌…

ନୂଆଦିଲ୍ଲୀ,୨୯।୪: ଦେଶରେ କରୋନା ସଂକ୍ରମଣ ଯୋଗୁ ଦିନକୁ ଦିନ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଏପରିସ୍ଥଳେ ହସ୍ପିଟାଲରେ ଅକ୍ସିଜେନ ଅଭାବ, ବେଡ୍‌ ନ ମିଳିବା...

Advertisement
Archives

Model This Week