ଆଖିରେ ଟାଟୁ କରି ଦୃଷ୍ଟିଶକ୍ତି ହରାଇଲେ ମଡେଲ

ଓ୍ବାର୍ସା,୪।୩: ଶରୀରରେ ଟାଟୁ କରିବା ବର୍ତ୍ତମାନ ଟ୍ରେଣ୍ଡ ପାଲଟିଥିବା ବେଳେ ଏବେ ଏହାକୁ ନେଇ ଯୁବପିଢ଼ିଙ୍କ ମଧ୍ୟରେ କ୍ରେଜ୍‌ କାହିଁରେ କେତେ। ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ କରାଯାଉଥିବା ଟାଟୁ ବେଳେବେଳେ କ୍ଷତିକାରକ ମଧ୍ୟ ସାବ୍ୟସ୍ତ ହୋଇଥାଏ। କିଏ ହାତରେ ଟାଟୁ କରିଥାଏ ତ କିଏ ମୁହଁରେ। ବେଳେବେଳେ ସମ୍ବେଦନଶୀଳ ସ୍ଥାନରେ ଟାଟୁ କରିବା କ୍ଷତିକାରକ ହେବା ସହ ଜୀବନ ପ୍ରତି ବିପଦ ମଧ୍ୟ ସୃଷ୍ଟି ହୋଇଥାଏ। ଏହି ପରିପ୍ରେକ୍ଷୀରେ ଜଣେ ମଡେଲଙ୍କୁ ଟାଟୁ କରିବା ମହଙ୍ଗା ପଡ଼ିଛି। ଆଖିରେ ଟାଟୁ କରିବାରୁ ତାଙ୍କର ଦୃଷ୍ଟିଶକ୍ତି ଚାଲିଯାଇଛି। ଖୁବ୍‌ଶୀଘ୍ର ଅନ୍ୟ ଆଖିର ଦୃଷ୍ଟିଶକ୍ତି ମଧ୍ୟ ଚାଲିଯାଇପାରେ ବୋଲି କୁହାଯାଉଛି। ଏନେଇ ଉକ୍ତ ମଡେଲ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହି ଘଟଣା ଘଟିଛି ପୋଲାଣ୍ଡର ରୋକ୍ଲାରେ। ସେଠାରେ ରହୁଥିବା ଆଲେକଜାଣ୍ଡ୍ରା ସାଡୋସ୍କା ରାପ୍‌ ଆର୍ଟିଷ୍ଟ ପୋପେକଙ୍କ ଭଳି ଆଖି ଡୋଳାକୁ କଳା କରିବାକୁ ଚାହୁଁଥିଲେ। ଏଥିପାଇଁ ସେ ଏକ ଟାଟୁ ଆର୍ଟିଷ୍ଟଙ୍କ ପାଖକୁ ଯାଇଥିଲେ। ଏହି ଆଇବୋଲ ଟାଟୁକୁ ସ୍କେରାଲ ଟାଟୁ ମଧ୍ୟ କୁହାଯାଏ। ଏଭଳିି ଟାଟୁ ଦ୍ୱାରା କୌଣସି ବ୍ୟକ୍ତି ଆଖିରେ ଥିବା ଧଳାଭାଗକୁ ଭିନ୍ନ ଭିନ୍ନ ରଙ୍ଗରେ ରଙ୍ଗିନ କରିପାରିବେ। ଡେଲି ମେଲ୍‌ ରିପୋର୍ଟ ଅନୁସାରେ ୨୫ ବର୍ଷୀୟ ମଡେଲ ଆଲେକଜାଣ୍ଡ୍ରା ନିଜ ଆଖିଡୋଳାରେ ଏହି ଟାଟୁ କରିଥିଲେ। ଏହାପରେ ତାଙ୍କ ଆଖିରେ ଯନ୍ତ୍ରଣା ଅନୁଭବ ହୋଇଥିଲା। ଏନେଇ ଟାଟୁ ଆର୍ଟିଷ୍ଟଙ୍କୁ ଅବଗତ କରାଇବା ପରେ ସେ ମଡେଲଙ୍କୁ ପେନ୍‌ କିଲର ଖାଇବାକୁ ପରାମର୍ଶ ଦେଇଥିଲେ। ମେଡିସିନ ଖାଇବା ପରେ ବି ତାଙ୍କର ଯନ୍ତ୍ରଣା କମ୍‌ ନ ହେବା ସହ ଦୃଷ୍ଟିଶକ୍ତି ଚାଲିଯାଇଥିଲା। ନିଜର ଦୃଷ୍ଟିଶକ୍ତି ଫେରାଇ ଆଣିବା ପାଇଁ ଆଲେକଜାଣ୍ଡ୍ରା ଆଖିର ୩ଥର ସର୍ଜରି କରାଇ ସାରିଲେଣି। କିନ୍ତୁ ତାଙ୍କର ଦୃଷ୍ଟିଶକ୍ତି ଫେରି ପାଇବା ସମ୍ଭାବନା କମ୍‌ ରହିଛି ବୋଲି ଡାକ୍ତର କହିଛନ୍ତି। କାରଣ ଆଖିରେ ବ୍ୟବହୃତ ହୋଇଥିବା ଇଙ୍କ୍‌ ତାଙ୍କର ଟିସୁ ପର୍ଯ୍ୟନ୍ତ ପହଞ୍ଚି ଯାଇଛି। ସୂଚନା ମୁତାବକ ଉକ୍ତ ଟାଟୁ ଆର୍ଟିଷ୍ଟ ଆଖି ଡୋଳାରେ ଯେଉଁ ଇଙ୍କ୍‌ ବ୍ୟବହାର କରିଥିଲେ ତାହା ଆଖି ପାଇଁ କ୍ଷତିକାରକ। ତେବେ ଏହି ମାମଲାରେ ଉକ୍ତ ଟାଟୁ ଆର୍ଟିଷ୍ଟଙ୍କୁ ଗିରଫ କରାଯାଇ ୩ବର୍ଷର ଜେଲ ଦଣ୍ଡାଦେଶରେ ଦଣ୍ଡିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅନାହାର ପୀଡ଼ିତଙ୍କୁ ମାରିବା ପାଇଁ ‘ଡେଥ୍‌ ସ୍କ୍ବାଡ୍‌’ ଗଠିତ

କାରାକସ,୧୮।୭: ଭେନେଜୁଏଲାର ଖାଦ୍ୟ ସଙ୍କଟ ପରିସ୍ଥିତି ବିଷୟରେ ବିଶ୍ୱବାସୀଙ୍କ ଅଳ୍ପବହୁତେ ଜ୍ଞାନ ରହିଛି। ଏଠାରେ ଲୋକଙ୍କ ପାଖରେ କୋଟି କୋଟି ଟଙ୍କା ଥିଲେ ମଧ୍ୟ ଖାଦ୍ୟର...

ଲକ୍‌ଡାଉନ୍‌: ୯୦ ଦେଶର ୪୫୦ କୋଟିରୁ ଅଧିକ ଲୋକ ଘରେ ବନ୍ଦ; ଆଇନ ନ ମାନିଲେ ଜରିମାନା-ଜେଲ୍‌ଦଣ୍ଡ-ଗୁଳି କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ/ୱାଶିଂଟନ,୫।୪: ପୃଥିବୀର ୨୦୫ଟି ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥ୍‌ିତି ଅସମ୍ଭାଳ ହେବାରେ ଲାଗିଛି । ଏପରିସ୍ଥଳେ ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ୍ ଦେଶର ସରକାରଙ୍କ ପକ୍ଷରୁ...

ସିପିଇସି ଆଢୁଆଳରେ ଚାଇନାର ଷଡ଼ଯନ୍ତ୍ର, ପାକିସ୍ତାନ ପାଇଁ ନିର୍ମାଣ କରୁଛି ବଙ୍କର…

ଇସଲାମାବାଦ/ବେଜିଂ, ୯।୮ : ଚାଇନା ପକ୍ଷରୁ ପାକିସ୍ତାନରେ ସିପିଇସି ପ୍ରୋଜେକ୍ଟ ଜାରି ରହିଛି। ଏହାକୁ ବିଭିନ୍ନ ସମୟରେ ଭାରତ ପକ୍ଷରୁ ବିରୋଧ କରାଯାଉଛି। ଏହାର ଆଢୁଆଳରେ...

୨ ବର୍ଷର ଶିଶୁପୁତ୍ରକୁ ବିକି ଗର୍ଲଫ୍ରେଣ୍ଡଙ୍କ ସହ ବୁଲିବାକୁ ଗଲେ ଏହି ବ୍ୟକ୍ତି

ବେଜିଂ,୪।୫: ଚାଇନାର ଏକ ପିଶାଚ ପିତା ଦୁଇ ବର୍ଷର ଶିଶୁପୁତ୍ରକୁ ବିକି ଗର୍ଲଫ୍ରେଣ୍ଡଙ୍କ ସହ ବିଦେଶ ବୁଲିଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି ବ୍ୟକ୍ତି ଜଣକ...

ଗୋଟିଏ କୋଣରେ ବସିରହିଲେ ଇମ୍ରାନ: ମୋଦି ହାତମିଳେଇଲେ ନାହିଁ କି କଥା ବି ହେଲେନି

ବିଶକେକ, ୧୪।୬: କିର୍ଗିଜିସ୍ତାନର ରାଜଧାନୀ ବିଶେକେକରେ ଆୟୋଜିତ ହେଉଥିବା ଏସସିଓ ସମ୍ମିଳନୀରେ ଯୋଗଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ସେ ଚାଇନା ରାଷ୍ଟ୍ରପତି ସି...

ଆତଙ୍କବାଦୀଙ୍କୁ ଭାରତୀୟ ସେନାଙ୍କଠାରୁ ସତର୍କ ରହିବାକୁ ଇମ୍ରାନ୍‌ଙ୍କ ପରାମର୍ଶ

ଇସଲାମାବାଦ୍‌,୧୯।୯: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ଆତଙ୍କବାଦୀଙ୍କୁ ପରାମର୍ଶ ଦେଇଛନ୍ତି। ଭାରତୀୟ ସେନାଙ୍କଠାରୁ ସତର୍କ ରହିବାକୁ ଇମ୍ରାନ୍‌ କହିଛନ୍ତି। ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ତୋରଖାମ୍‌ ଟର୍ମିନାଲର ଲୋକାର୍ପଣ...

୪୨ ବର୍ଷ ଧରି ବନ୍ଦ ରହିଥିଲା ଏହି ରେଲ୍‌ଓ୍ବେ ଷ୍ଟେଶନ, ଜାଣନ୍ତୁ କାରଣ

ଗୋଟିଏ ରେଲ୍‌ଓ୍ବେ ଷ୍ଟେଶନ ସାଧାରଣ ଜଣେ ମହିଳାଙ୍କ ପାଇଁ ଦୀର୍ଘ ୪୨ ବର୍ଷ ଧରି ବନ୍ଦ ରହିବା ଆଶ୍ଚର୍ଯ୍ୟଜନକ। ବିଶ୍ୱାସ ହେଉ ନ ଥିଲେ ମଧ୍ୟ...

କରୋନା ଆଇସୋଲେଶନ୍‌ ଓ୍ବାର୍ଡ୍‌ରେ ନର୍ସଙ୍କୁ ଦୁର୍ବ୍ୟବହାର: ନିର୍ଧୁମ ଛେଚା ଖାଇଲେ ଡାକ୍ତର

ହରିୟାଣାର ପଞ୍ଚକୁଳାର ଏକ ଡାକ୍ତରଖାନାରେ ଏକ ଲଜ୍ଜାଜନକ ଘଟଣା ଘଟିଛି। କରୋନା ଆଇସୋଲେଶନ୍‌ ଓ୍ବାର୍ଡରେ ଜଣେ ନର୍ସଙ୍କ ସହ ଦୁର୍ବବ୍ୟହାର କରିବାକୁ ନେଇ ଡାକ୍ତରଙ୍କୁ ନିର୍ଧୁମ...

Advertisement
Archives

Model This Week