ଆକୃଷ୍ଟ କରୁଛି ଡିଜିଟାଲ ଫଟୋଗ୍ରାଫି

ନୟାଗଡ଼ ଅଫିସ,୧୯ା୮ (ରଞ୍ଜନ କୁମାର ପ୍ରଧାନ): ଦୁଇ ଦଶନ୍ଧି ପୂର୍ବରୁ ପରିବାର ସହିତ ଷ୍ଟୁଡ଼ିଓରେ ଯାଇ ଫଟୋ ଉଠାଇବା କିମ୍ବା ଘରକୁ କ୍ୟାମେରାମ୍ୟାନ୍‌ ଆସି ଫଟୋ ଉଠାଇବା ମଜା ସତରେ ନିଆରା ଥିଲା। କୋଡାକ୍‌ କ୍ୟାମେରାରେ ଉଠାଯାଉଥିବା କଳାଧଳା/ରଙ୍ଗିନ ଫଟୋ ଲାଗି ପରିବାର ଭିତରେ ଅନେକ ଉତ୍ସାହ ଦେଖିବାକୁ ମିଳୁଥିଲା। ବର୍ତ୍ତମାନ ଯୁଗ ବଦଳିଛି। ରିଲ୍‌ କ୍ୟାମେରା ବଦଳରେ ଡିଜିଟାଲ କ୍ୟାମେରାର ବହୁଳ ପ୍ରଚଳନ ହେଉଛି। ଏହି ଫଟୋଗ୍ରାଫି ବର୍ତ୍ତମାନ ଯୁବକଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଆକୃଷ୍ଟ କରୁଛି। ଆଉ ଟିକେ ଆଗକୁ ଗଲେ ଏବେ ବିଭିନ୍ନ ମୋବାଇଲ୍‌ରେ ଉନ୍ନତମାନର ଫଟୋ ଉଠାଇବା ଆପ୍‌ ରହୁଥିବା ଦେଖିବାକୁ ମିଳୁଛି। ଏହା ଫଟୋର ସୌନ୍ଦର୍ଯ୍ୟକୁ ମଧ୍ୟ ଦ୍ୱିଗୁଣିତ କରୁଛି। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବିଶିଷ୍ଟ ବ୍ୟକ୍ତିମାନେ ଫଟୋ ଉଠାଇ ବିଭିନ୍ନ ସୋସିଆଲ୍‌ ମିଡ଼ିଆରେ ଅପ୍‌ଲୋଡ୍‌ କରୁଛନ୍ତି। ଏହା ପରେ କେତେ ଲାଇକ୍‌ ଓ କମେଣ୍ଟ ଆସୁଛି ତାହା ଗଣନା କରୁଛନ୍ତି। ବିଶେଷ କରି ଯୁବପିଢ଼ିଙ୍କ ମଧ୍ୟରେ ଫଟୋଗ୍ରାଫି ପ୍ରତି ଦୁର୍ବଳତା ଥିବା ଦେଖାଯାଉଛି। ନୟାଗଡ଼ ଜିଲାର ଏହିଭଳି ଅନେକେ ଅଛନ୍ତି, ଯେଉଁମାନେ ଏବେ ବୃତ୍ତିଗତ ଫଟୋଗ୍ରାଫର। ପ୍ରତିବର୍ଷ ଅଗଷ୍ଟ ୧୯କୁ ବିଶ୍ୱ ଫଟୋଗ୍ରାଫି ଦିବସ ଭାବେ ପାଳନ କରାଯାଏ। ଏହି ଅବସରରେ ଜିଲାର କେତେଜଣ ଫଟୋଗ୍ରାଫରଙ୍କ ମତାମତକୁ ନେଇ ଧରିତ୍ରୀର ସ୍ବତନ୍ତ୍ର ରିପୋର୍ଟ।
କ’ଣ କହନ୍ତି ଏମାନେ…
– ପ୍ରକୃତିର ସୁନ୍ଦରତା ମଣିଷର ଦୃଷ୍ଟି ଶକ୍ତିରେ ଥାଏ। ମୁଁ କୌଣସି ଜିନିଷକୁ ଯେଭଳି ଦେଖୁଛି ଅନ୍ୟମାନଙ୍କ ନଜରରେ ତାହା ସେୟା ହୋଇ ନ ପାରେ। ପ୍ରତି ଫଟୋ ପଛରେ ଏକ କାହାଣୀ ଥାଏ। ଯାହା ଫଟୋକୁ ସୁନ୍ଦରରୁ ଅତି ସୁନ୍ଦର କରିଥାଏ। ଭଲ ବା ଖରାପ ଫଟୋ କିଛି ନାହିଁ। ୨୦୦୪ ମସିହାରୁ ମୁଁ ଫଟୋ ଉଠାଉଛି। ୮୦୦ ଟଙ୍କା ଦେଇ ଏକ କୋଡ଼ାକ୍‌ ରିଲ୍‌ କ୍ୟାମେରା ଆଣିଥିଲି। ସେଥିରେ ବିଭିନ୍ନ ଫଟୋ ଉଠାଏ, ଯାହାକୁ ନେଇ ଘରେ ଗାଳି ଶୁଣିଥିଲି। ପରେ ଏହାକୁ ବ୍ୟବସାୟରେ ପରିଣତ କରିଦେଲି। ବର୍ତ୍ତମାନ ଅନେକ ଫିଲ୍ମରେ କ୍ୟାମେରାମ୍ୟାନ୍‌ ଭାବେ କାମ କରିବା ସହ ବିଭିନ୍ନ ପ୍ରକାର ଫଟୋ ଉଠା ଜାରି ରଖିଛି।
କାହ୍ନା ସ୍ବାଇଁ, ନୟାଗଡ଼

– ୧୯୯୯ ମସିହାରୁ ଫଟୋ ଉଠାଉଛି। ଏଥିପ୍ରତି ଦୁର୍ବଳତା ଥିବାରୁ ଫଟୋଗ୍ରାଫି ପାଇଁ ଆକୃଷ୍ଟ ହେଲି। କ୍ୟାମେରା ଲେନ୍ସରେ ପ୍ରକୃତିଠାରୁ ଆରମ୍ଭ କରି ବିଭିନ୍ନ ଜିନିଷକୁ ବାନ୍ଧି ରଖିବାର ମଜା ନିଆରା, ଯାହାଦ୍ୱାରା ସ୍ମୃତିକୁ ସାଇତି ରଖାଯାଇପାରିବ। ଭଲ ଫଟୋ ଉଠିବା ଜଣେ ଫଟୋଗ୍ରାଫରର ଶୈଳୀ ଉପରେ ନିର୍ଭର କରିଥାଏ। ବେଳେବେଳେ ଅତି ସାଧାରଣ ଦୃଶ୍ୟଟିଏ କ୍ୟାମେରା ଲେନ୍ସରେ ଚମତ୍‌କାର ଫଟୋ ପାଲଟିଯାଏ। ଫଟୋଟିଏ ଉଠାଯିବା ପରେ ଏହା ଯୁଗ ଯୁଗ ପାଇଁ ଫଟୋ ଫ୍ରେମ ନ ହେଲେ ଆଲବମ୍‌ ଭିତରେ ସାଇତି ହୋଇ ରହିଥାଏ। ଏହା ପର ମୁହୂର୍ତ୍ତରେ ଆନନ୍ଦିତ କରିଥାଏ।
ବିଶ୍ୱନାଥ ବେହେରା, ନୟାଗଡ଼

– କିଛିବର୍ଷ ପୂର୍ବେ ଫଟୋର ଚାହିଦା କମି ଯାଇଥିଲା। ହେଲେ ବର୍ତ୍ତମାନ ଏହାର ଚାହିଦା ବଢ଼ିବାରେ ଲାଗିଲାଣି। ଭଲ ଫଟୋଟିଏ ପାଇଁ ଲୋକମାନେ ଅଧିକ ଖର୍ଚ୍ଚ କରିବାକୁ ପଛାଉ ନାହାନ୍ତି। ପୂର୍ବରୁ ବାହାଘରରେ କେବଳ ଭିଡିଓ ରେକର୍ଡ଼ିଂ ହେଉଥିଲା। ବର୍ତ୍ତମାନ ଫଟୋସୁଟ୍‌ ପାଇଁ ବର/କନ୍ୟା ପରିବାର ପକ୍ଷରୁ ଅଧିକ ଟଙ୍କା ଦେବାକୁ ଦ୍ୱିଧାବୋଧ କରୁନାହାନ୍ତି। ମେହେନ୍ଦିଠାରୁ ଆରମ୍ଭ କରି ବାହାଘର ପର୍ଯ୍ୟନ୍ତ ପ୍ରତିଦିନ ଫଟୋ ଉଠାଯାଉଛି। ଏହା ଜଣେ ଫଟୋଗ୍ରାଫରଙ୍କ ପାଇଁ ଶୁଭ ଖବର। କେବଳ ଯେ ବାହାଘର ତା’ ନୁହେଁ, ନିଜର ସ୍ମୃତିକୁ ଉଜ୍ଜୀବିତ ରଖିବା ପାଇଁ ଲୋକମାନେ ଫଟୋକୁ ଅଧିକ ପସନ୍ଦ କରୁଛନ୍ତି। ଫଟୋଗ୍ରାଫିକୁ ପେସା କଲେ ବି ପରିବାରଟିଏ ପ୍ରତିପୋଷଣ କରିବାରେ ଅସୁବିଧା ହେବ ନାହିଁ।
ଚନ୍ଦନ ରାଉତରାୟ, ଦର୍ପନାରାୟଣପୁର
– ୧୯୮୭ ମସିହାରୁ ମୁଁ ଫଟୋଗ୍ରାଫି କରୁଛି। ବିଭିନ୍ନ ସମୟରେ ଫଟୋ ଉଠାଇବାକୁ ମୁଁ ଭଲ ପାଏ। ବିଶେଷ କରି କୌଣସି ସ୍ଥାନରେ ସଭା ସମିତି ହେଲେ ସେଠାକୁ ଯାଇ ଫଟୋ ଉଠାଏ। ଫଟୋ ଉଠା ଏକ ନିଶା କହିଲେ ଅତ୍ୟୁକ୍ତି ହେବ ନାହିଁ। ପ୍ରଥମେ ଏକ ଷ୍ଟୁଡ଼ିଓରେ ରହି କାମ କରୁଥିଲି। ପରେ ନିଜର କ୍ୟାମେରା କିଣି ଷ୍ଟୁଡ଼ିଓ କରିଛି। ବିଜୁ ପଟ୍ଟନାୟକ, ନରେନ୍ଦ୍ର ମୋଦି ପ୍ରମୁଖ ମନ୍ତ୍ରୀମାନେ ଜିଲାର ବିଭିନ୍ନ ସ୍ଥାନକୁ ଆସିଥିବା ବେଳେ ମୁଁ ଯାଇ ସେଠାରେ ଫଟୋ ଉଠାଇଛି। ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯିବା ପରେ ଏଥିପ୍ରତି ମୋର ଉତ୍ସାହ ବଢ଼ିଛି।
ବଳଭଦ୍ର ସ୍ବାଇଁ, ଶରଣକୁଳ


Enter your email to get our daily news in your inbox.

All Right Reserved By Dharitri.Com

କିଶନଙ୍କ ବିସ୍ଫୋରକ ବ୍ୟାଟିଂ, ସନ୍‌ରାଇଜର୍ସର ଦ୍ୱିତୀୟ ବିଜୟ

ହାଇଦ୍ରାବାଦ, ୧୩।୪: ଅଧିନାୟକ ଇଶାନ କିଶନଙ୍କ ବିସ୍ଫୋରକ ବ୍ୟାଟିଂ ପରେ ପ୍ରଫୁଲ୍ଲ ହିଙ୍ଗେ ଓ ସାକିବ ହୁସେନଙ୍କ ଡ୍ରିମ୍‌ ଡେବ୍ୟୁ ବଳରେ ସନ୍‌ରାଇଜର୍ସ ହାଇଦ୍ରାବାଦ ସୋମବାର ଅନୁଷ୍ଠିତ…

ହଙ୍ଗେରୀ ନିର୍ବାଚନ ଫଳାଫଳ, କିଏ ହେବେ ନୂଆ ପ୍ରଧାନମନ୍ତ୍ରୀ ଜାଣନ୍ତୁ…

ବୁଦାପେଷ୍ଟ,୧୩ା୪: ୧୬ ବର୍ଷ ଧରି କ୍ଷମତାରେ ରହିଥିବା ହଙ୍ଗେରୀ ପ୍ରଧାନମନ୍ତ୍ରୀ ଭିକ୍ଟର ଓର୍ବାନ୍‌ ରବିବାର ଅନୁଷ୍ଠିତ ନିର୍ବାଚନରେ ପରାଜିତ ହୋଇଛନ୍ତି। ହଙ୍ଗେରୀୟ ଭୋଟର ତାଙ୍କ ଏକଚ୍ଛତ୍ରବାଦ ନୀତି…

ଦାଦନ ଖଟିବାକୁ ଯାଇଥିଲେ, ଫେରିଲା ଯୁବତୀଙ୍କ ମୃତଦେହ

ମୋହନା୧୩।୪(ମନ୍ମଥ ମିଶ୍ର): ଚାନ୍ଦା ଆଦାୟ କରି ମୁମ୍ବାଇରୁ ଆସିଲା ମୃତଦେହ। ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଦମାଦୁଆ…

ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖି ଯାଇଥିଲେ, ଶବ ହୋଇ ଫେରିଲେ… ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ଲୋଇସିଂହା,୧୩।୪(ସୁଶାନ୍ତ ବାରିକ): ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖିଯିବା ହେଲା କାଳ। ଶୁକ୍ରବାର ରାତିରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା କୁଟେନପାଲି ନିକଟରେ ଏକ ଅଜଣା ଗାଡି ଧକ୍କାରେ…

ଗୋଡ଼ ମଧ୍ୟରେ ଲୁଚାଇ ନେଇଗଲେ ୭ ଲକ୍ଷ ଟଙ୍କାର ଶାଢ଼ି, ସିସିଟିଭିରେ କଏଦ ଲୁଟ୍‌ର କୌଶଳ…

ଅନୁଗୋଳ,୧୩।୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଅମଲାପଡ଼ା ଅଞ୍ଚଳରେ ଥିବା ବୟନିକା ଶୋ’ରୁମ୍‌ରୁ ଏକ ବଡ଼ ଧରଣର ଚୋରି ହୋଇଛି। ଗ୍ରାହକ ବେଶରେ ଆସିଥିବା ୭ ଜଣ ମହିଳା…

ଅଂଶୁଘାତରେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ

ଗୁଣୁପୁର, ୧୩।୪(ସଂକେତ ପାତ୍ର): ଖରାଦିନ ଆରମ୍ଭ ସହିତ ଅଂଶୁଘାତ ଜନିତ ପ୍ରଥମ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ରାୟଗଡା ଜିଲା ଗୁଣୁପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର…

ଅନୁସୂଚିତ ଜାତି ମୋର୍ଚ୍ଚା ଜିଲା ସଭାପତି ଭାବେ ନିଯୁକ୍ତ ହେଲେ ବିକ୍ରମ ତାଣ୍ଡି, ରାଜ୍ୟ ସଭାପତିଙ୍କୁ ଜଣାଇଲେ କୃତଜ୍ଞତା

ବଲାଙ୍ଗୀର ,୧୩।୪(ସୁନୀଲ କୁମାର ମହାନ୍ତି): ଅନୁସୂଚିତ ଜାତି ମୋର୍ଚ୍ଚା ବଲାଙ୍ଗୀର ଜିଲା ସଭାପତି ଭାବରେ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ବିକ୍ରମ ତାଣ୍ଡିଙ୍କୁ ମନୋନୀତ କରାଯାଇଛି। ଏନେଇ ବିକ୍ରମ…

ମାଟି ତଳେ ଲୁଚାଇ ରଖିଥିଲେ ୨କୋଟି ଟଙ୍କାର ଗଞ୍ଜେଇ, ଧରିଲା ପୋଲିସ

ମୋହନା,୧୩।୪(ମନ୍ମଥ ମିଶ୍ର): ଜଙ୍ଗଲରେ ଲୁଚାଇ ରଖାଯାଇଥିବା ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ରା.ଉଦୟଗିରି ପୋଲିସ। ବିଶେଷ ସୂତ୍ରରୁ ଖବର ପାଇ ସୋମବାର ରା. ଉଦୟଗିରି ଏସ୍‌ଡ଼ିପିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri