ଆଉ ୩ ଆକ୍ରାନ୍ତଙ୍କ ଟ୍ରାଭେଲ୍‌ ହିଷ୍ଟ୍ରି ପ୍ରକାଶ କଲେ ରାଜ୍ୟ ସରକାର: ବାଲେଶ୍ୱରର ୨, ଭଦ୍ରକର ଜଣେ

ଭୁବନେଶ୍ୱର,୨୫ା୪(ବ୍ୟୁରୋ) : ରାଜ୍ୟ ସରକାର ଶନିବାର ସନ୍ଧ୍ୟାରେ  ଆଉ ୩ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ୍‌ ହିଷ୍ଟ୍ରି ପ୍ରକାଶ କରିଛନ୍ତି। କିଛି ସମୟ ପୂର୍ବରୁ ୪ ଆକ୍ରାନ୍ତଙ୍କ ଟ୍ରାଭେଲ୍‌ ହିଷ୍ଟ୍ରି ପ୍ରକାଶ ପାଇଥିବା ବେଳେ ବର୍ତ୍ତମାନ ଆଉ ୩ ଜଣଙ୍କ ଟ୍ରାଭେଲ ହିଷ୍ଟ୍ରି ପ୍ରକାଶ ପାଇଛି।


ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଜରିଆରେ କୁହାଯାଇଛି ଯେ, ରାଜ୍ୟର ୮୮ ନଂ. କରୋନା ଆକ୍ରାନ୍ତ ବାଲେଶ୍ୱର ଜିଲା ନେଳିଆବାଗର ୩୬ ବର୍ଷୀୟ ଯୁବକ ଏବଂ ୮୯ ନଂ ଆକ୍ରାନ୍ତ ଜଣେ ୫୫ ବର୍ଷୀୟା ମହିଳା। ଏମାନେ ୬୧ ନମ୍ବର କରୋନା ଆକ୍ରାନ୍ତଙ୍କ ସଂପର୍କୀୟ ଅଟନ୍ତି। ସେମାନେ ମାର୍ଚ୍ଚ ୨୨ରେ ଲକ୍‌ଡାଉନ ଆରମ୍ଭ ହେବା ପରଠାରୁ ବାହାରକୁ ଯାଇ ନ ଥିଲେ। ଏପ୍ରିଲ ୨୩ରେ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ତାଙ୍କୁ କଟକସ୍ଥିତ ଅଶ୍ୱିନୀ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।


ସେହିପରି ୯୦ ନଂ ଆକ୍ରାନ୍ତ ଜଣେ ୪୩ ବର୍ଷୀୟ ବ୍ୟକ୍ତି। ସେ କୋଲକାତା ଫେରନ୍ତା। ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଶାସନ ଗାଁର। ସେ କୋଲକାତାର ଖରିଦପୁରଠାରୁ ଏପ୍ରିଲ ୧୬ ସକାଳ ୯ଟାରେ ବାହାରିଥିଲେ। ଅପରାହ୍ନ ୧ଟାରେ ଗାଁରେ ପହଞ୍ଚିଥିଲେ। ସେ ଏପ୍ରିଲ ୧୬ରୁ ୨୦ ଯାଏ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିଥିଲେ। ଏପ୍ରିଲ ୨୧ରୁ ୨୩ ପର୍ଯ୍ୟନ୍ତ ସରକାରୀ କ୍ୱାରାଣ୍ଟାଇନରେ ରହିଥିଲେ। ଏପ୍ରିଲ ୨୩ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଏପ୍ରିଲ ୨୪ରେ ତାଙ୍କୁ କଟକସ୍ଥିତ ଅଶ୍ୱିନୀ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ସଂକ୍ରମଣ ବୃଦ୍ଧି ହାର ସର୍ବନିମ୍ନ

ନୂଆଦିଲ୍ଲୀ,୨୬।୪(ପି.ଟି.): ଭାରତରେ କୋଭିଡ୍‌-୧୯ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିଲାବେଳେ ସଂକ୍ରମଣ ହାର ଯଥେଷ୍ଟ ହ୍ରାସ ପାଇଛି। ଏବେ ସଂକ୍ରମିତ ମାମଲା ଦ୍ୱିଗୁଣିତ ହେବା ଲାଗି ୯ ଦିନରୁ...

ଖାଲି ପଡ଼ିଥିବା ଓଇଏସ୍‌ ପଦବୀ ତୁରନ୍ତ ପୂରଣ ଦାବି

ଭୁବନେଶ୍ୱର,୨୦।୧(ବ୍ୟୁରୋ): ଅଧିକାଂଶ ବ୍ଲକ୍‌ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ବହୁ ପଦବୀ ଖାଲି ପଡ଼ିଛି। ଖାଲି ପଡ଼ିଥିବା ବିଇଓ, ଏବିଇଓ, ବିଆର୍‌ସିସି ପଦବୀ ପୂରଣ କରାଯାଉ ନ ଥିବାରୁ...

ବାଉନ୍‌ସର ଗ୍ୟାଙ୍ଗ୍‌ ମୁଖ୍ୟ ରାଘବଙ୍କ ଘର ଭାଙ୍ଗିଲା ପୋଲିସ

ଭୁବନେଶ୍ୱର,୧୩।୪ (ବ୍ୟୁରୋ): ଭୁବନେଶ୍ୱର ନୟାପଲ୍ଲୀ ଥାନା ଅଞ୍ଚଳରେ ଏକ ବିବାଦୀୟ ଜମିକୁ ଅକ୍ତିଆର କରିବାକୁ ଯାଇ ରାତିଅଧରେ ଜେସିବି ଲଗାଇ ଦୋକାନ ଘର ଭାଙ୍ଗି ଲୁଟ୍‌...

୩ଦିନ ହେଲା ମଧ୍ୟାହ୍ନଭୋଜନ ବନ୍ଦ: ତାଲା ଭାଙ୍ଗି ସ୍କୁଲ କମିଟିକୁ ଦାୟିତ୍ୱ ଦେଲା ପ୍ରଶାସନ

ରଣପୁର,୭ା୩(ସ୍ବ.ପ୍ର.): ରଣପୁର ବ୍ଳକ ଚାନ୍ଦପୁରସ୍ଥିତ ରଘୁ ଦିବାକର ନୋଡାଲ ଉଚ୍ଚ ବିଦ୍ୟାଳୟରେ ୩ଦିନ ଧରି ମଧ୍ୟାହ୍ନଭୋଜନ ବନ୍ଦ ରହିଥିଲା। ଗଜଲକ୍ଷ୍ମୀ ସ୍ବୟଂ ସହାୟିକା ଗୋଷ୍ଠୀର ଜଣେ...

ଆନ୍ଧ୍ର ପଞ୍ଚାୟତ ନିର୍ବାଚନ ଅସିଦ୍ଧ

ପଟ୍ଟାଙ୍ଗୀ,୨୨ା୫(ଡି.ଏନ.ଏ.): ପଡ଼ୋଶୀ ଆନ୍ଧ୍ରପ୍ରଦେଶକୁ ପୁଣି ଲାଗିଛି ଝଟକା। ଆନ୍ଧ୍ର ସରକାର ବିଗତ ଦିନରେ କରିଥିବା ପଞ୍ଚାୟତ ଓ ଜିଲା ପରିଷଦ ନିର୍ବାଚନକୁ ଆନ୍ଧ୍ରପ୍ରଦେଶ ହାଇକୋର୍ଟ ଅସିଦ୍ଧ...

ନଦୀରେ ନିର୍ମାଣ ଚାଲିଛି ଇନ୍‌ଡୋର ଷ୍ଟାଡିୟମ

କେନ୍ଦ୍ରାପଡ଼ା ଅଫିସ/ପଟ୍ଟାମୁଣ୍ଡାଇ,୪ା୭(ସ୍ବ.ପ୍ର.): ବ୍ରାହ୍ମଣୀ ଓ ଗୋବରୀ ନଦୀର ଜଳପଥ ସଂଯୋଗୀକରଣ ଆନ୍ଦୋଳନ ଏବେ ଫସର ଫାଟିବାକୁ ଯାଉଛି। ପୂର୍ବରୁ ଥିବା ଏହି ୧୬ କିଲୋମିଟର ଜଳପଥ...

୨୦୪୦ ସୁଦ୍ଧା ସବୁଜ ରାଜଧାନୀ

ଭୁବନେଶ୍ୱର,୭।୨(ବ୍ୟୁରୋ):ବର୍ତ୍ତମାନ ସମଗ୍ର ବିଶ୍ୱର ପରିବେଶ ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ, ବିଶ୍ୱତାପନ ମୁଖ୍ୟ ସମସ୍ୟା ହୋଇଛି। ଏହାଦ୍ୱାରା ଖୁବ୍‌ଶୀଘ୍ର ସମୁଦ୍ର ପତନ ବୃଦ୍ଧି ପାଇ ବିଶ୍ୱର ଅନେକ...

ଧାନ-ପାନ-ମୀନ ପ୍ରକଳ୍ପର ରୂପାୟନରେ ହେବ ସହାୟକ

ବାଲେଶ୍ୱର ଅଫିସ,୧୮ା୩ ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟ (ଏଫ୍‌ଏମ୍‌ୟୁ) ଓ ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ଏଗ୍ରିକଲଚର ରିସର୍ଚ୍ଚ (ଆଇସିଏଆର୍‌) ଓ ସେଣ୍ଟ୍ରାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫ୍ରେସ୍‌ୱାଟର ଆକ୍ୱାକଲଚର...

Advertisement
Archives

Model This Week