ଆଉ ଲୋଡ଼ା ପଡ଼ିବେ ନାହିଁ ରାଜ୍ୟ ବାହାର ହାର୍ଭେଷ୍ଟର ଚାଳକ

ସମ୍ବଲପୁର,୧୫।୫ (ବ୍ୟୁରୋ)-ଆଉ ଲୋଡ଼ା ପଡିବେ ନାହିଁ ରାଜ୍ୟ ବାହାର ଚାଳକ ା ଧାନ ଅମଳ ପାଇଁ ହାର୍ଭେଷ୍ଟର ଚଳାଇବା ପାଇଁ ୫୦ଜଣଙ୍କୁ ତାଲିମ ଦେଇ ସ୍ବାବଲମ୍ବୀ କରିଛି ଜିଲା କୃଷି ବିଭାଗ ା ଏହାପରେ ଧାନ ଅମଳ ଚିନ୍ତାରୁ ମୁକ୍ତି ପାଇଛନ୍ତି ଜିଲାର ଚାଷୀମାନେ ା କୃଷି ବିଭାଗର ଏପରି ପଦକ୍ଷେପକୁ କୃଷକମାନେ ସ୍ବାଗତ କରିଛନ୍ତି ା
କରୋନା କଟକଣା ତଥା ଲକ୍‌ଡାଉନ ଯୋଗୁ ରାଜ୍ୟ ବାହାର ଶ୍ରମିକ ଓ ହାର୍ଭେଷ୍ଟର ଚାଳକ ଆସିବା ସମ୍ଭବ ହୋଇପାରି ନ ଥିଲା। ଫଳରେ ଚାଷୀଙ୍କ ଧାନ ଅମଳ ଚିନ୍ତା ବଢ଼ିଥିଲା। ଚାଷୀମାନେ ରାଜ୍ୟ ଓ ଜିଲା ବାହାର ଶ୍ରମିକଙ୍କ ଉପରେ ନିର୍ଭର କରୁଥିଲେ ା ସେଥିପାଇଁ ସେମାନେ କରୋନା କଟକଣା କୋହଳ କରିବାକୁ ଦାବି କରୁଥିଲେ । ରାଜ୍ୟ ଭିତରେ ଶ୍ରମିକମାନଙ୍କୁ ଆଣିବା ପାଇଁ ପାସ୍‌ ଦିଆଯାଇଥିଲା ା ତଥାପି ଏହି ସମସ୍ୟାର ସମାଧାନ ହୋଇପାରି ନ ଥିଲା। ତେଣୁ କୃଷି ବିଭାଗ ଜିଲା ଅଣଜଳସେଚିତ ଓ ଜଳସେଚିତ ଅଞ୍ଚଳର ହାର୍ଭେଷ୍ଟର ମାଲିକମାନଙ୍କୁ ଏକାଠି କରି ଧାନ ଅମଳ ଆରମ୍ଭ କରିଥିଲା । ହେଲେ ହାର୍ଭେଷ୍ଟର ଚାଳକମାନେ ମୁଖ୍ୟତଃ ରାଜ୍ୟ ବାହାରର ହୋଇଥିବାରୁ ସେମାନେ ଆସିପାରୁ ନ ଥିବାରୁ ସମସ୍ୟା ଦେଖାଗଲା । ତେଣୁ କୃଷି ବିଭାଗ ଜିଲାର ୫୦ ଯୁବକଙ୍କୁ ହାର୍ଭେଷ୍ଟର ଚଲାଇବା ପାଇଁ ତାଲିମ ପ୍ରଦାନ କରିଛି । ମାନେଶ୍ୱର ବ୍ଲକ୍‌ ଗୁଣ୍ଡେରପୁରଠାରେ ହାର୍ଭେଷ୍ଟର ଚଲାଇବା ପାଇଁ ତାଲିମ ପ୍ରଦାନ ଦିଆଯାଇଥିଲା । ଏହି ତାଲିମ କାର୍ଯ୍ୟକ୍ରମରେ କମ୍ପାନୀର ଇଞ୍ଜିନିୟର, ଅନ୍ୟ ଚାଳକ, କୃଷି ବିଭାଗ ଅଧିକାରୀ, ଚାଷୀମାନେ ମଧ୍ୟ ଉପସ୍ଥିତ ରହିଥିଲେ। ତାଲିମପ୍ରାପ୍ତ ଚାଳକମାନଙ୍କୁ ହାର୍ଭେଷ୍ଟର ଚଲାଇବା ପାଇଁ ମାଲିକମାନେ ନିଯୁକ୍ତି ପ୍ରଦାନ କରିଥିଲେ।
ଜିଲା ମୁଖ୍ୟ କୃଷି ଅଧିକାରୀ ସନ୍ତୋଷ ରାୟ କହିଛନ୍ତି, ଶ୍ରମିକମାନଙ୍କ ସମସ୍ୟା ଯୋଗୁ ରବି ଫସଲ ହାର୍ଭେଷ୍ଟରରେ କଟାଯାଉଛି । ଏବେ ପ୍ରାୟ ୩୦ ପ୍ରତିଶତ ଧାନ ଅମଳ ହୋଇଛି । ମୋଟ ୨୫୦ ହାର୍ଭେଷ୍ଟର ଆମ ପାଖରେ ଥିବା ବେଳେ ୧୫୦ ଚାଳକ ଅଛନ୍ତି ା ଫଳରେ ଅବଶିଷ୍ଟ ହାର୍ଭେଷ୍ଟର ମାଲିକଙ୍କ ଘରେ ପଡି ରହୁଥିଲା ା ଏହି ସମସ୍ୟା ନେଇ ମାଲିକମାନେ ବାରମ୍ବାର ଅଭିଯୋଗ କରିଥିଲେ । ରାଜ୍ୟ ବାହାରୁ ଚାଳକ ଆଣିବା ପାଇଁ ଅନୁମତି ଦେବା ପାଇଁ ମାଲିକମାନେ ଆବେଦନ କରିଥିଲେ । ହେଲେ କରୋନା କଟକଣା ଯୋଗୁ କୃଷି ବିଭାଗ କୌଣସି ପଦକ୍ଷେପ ଗ୍ରହଣ କରି ପାରି ନ ଥିଲା ା ତେଣୁ ବିଳକ୍ପ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ବିଭିନ୍ନ ଅଞ୍ଚଳରୁ ୫୦ ଯୁବକଙ୍କୁ ତାଲିମ ପ୍ରଦାନ କରାଯାଇଛି । ଅଧିକ ସମୟ ହାର୍ଭେଷ୍ଟର ଚାଲିଲେ ଅମଳ ଶୀଘ୍ର ହେବ ା ଅନ୍ୟପକ୍ଷେ ଜିଲା ବାହାରୁ ଶ୍ରମିକ ଆଣିବା ପାଇଁ ପାସ ବ୍ୟବସ୍ଥା ରହିଛି । ଭିଏଡବ୍ଲ୍ୟୁଙ୍କ ଜରିଆରେ ଚାଷୀମାନେ ଆବେଦନ କରିପାରିବେ ବୋଲି ସେ ସ୍ପଷ୍ଟ କରିଛନ୍ତି ା
ସୂଚନାଯୋଗ୍ୟ, ସମ୍ବଲପୁର ଜିଲାରେ ରବି ଫସଲ ମୁଖତଃ ହୀରାକୁଦ ଡ୍ୟାମ ଜଳସେଚନ ଉପରେ ନିର୍ଭର କରିଥାଏ। ମାନେଶ୍ୱର ବ୍ଳକ, ଧନକଉଡା, ଯୁଯୁମୁରା, ରେଙ୍ଗାଲି ବ୍ଲକରେ କେନାଲ ପାଣି ଦ୍ୱାରା ଚାଷ ହୋଇଥାଏ ।


Enter your email to get our daily news in your inbox.

All Right Reserved By Dharitri.Com

ଶଗଡ଼କୁ ଧକ୍କା ଦେଇ ଫେରାର ଥିବା ହାଇୱା ଚାଳକ ଶେଷରେ ଗିରଫ; ସାନଖେମୁଣ୍ଡି କୋର୍ଟକୁ ପଠାଇଲା ପୋଲିସ

ଦିଗପହଣ୍ଡି,୫|୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଏଏସଆଇ ସୁଧୀର ନାୟକ ଶୁକ୍ରବାର ବ୍ରହ୍ମପୁର ବଡ ବଜାର ଥାନା ଜଗନ୍ନାଥ ବିହାର ୭ ମ ଲେନର…

ଜେଲ୍‌ର ଜୁଲୁମ୍ ଆଗରେ ନଇଁବନି ଆଦିବାସୀଙ୍କ ଜଳ-ଜଙ୍ଗଲ-ଜମିର ଲଢ଼େଇ; କୁର୍କୁଟି ମୌଜାରୁ ସରକାରଙ୍କୁ ସିଧା ଚ୍ୟାଲେଞ୍ଜ

ଥୁଆମୂଳ ରାମପୁର, ୦୫/୦୬ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୁଣପୁର ଗ୍ରାମପଞ୍ଚାୟତର ପୁଲିଙ୍ଗପଦର ଗ୍ରାମରୁ ବିଶ୍ୱ ପରିବେଶ ଦିବସ ଅବସରରେ ‘ଖଣ୍ଡୁଆଳମାଳି ସ୍ଥାୟୀ…

ରବିରେ ଉଠିଲା ଖରିଫ ଧାନ: ଇଚ୍ଛାମୃତ୍ୟୁ ଆବେଦନ କରିଥିଲେ ଚାଷୀ

ବରଗଡ଼,୫।୬(ପ୍ରେମାନନ୍ଦ ଖମାରୀ)- ଗତ ଖରିଫ ଋତୁରେ ଧାନ ବିକ୍ରି ପଞ୍ଜୀକରଣରୁ ବାଦ୍ ପଡ଼ି ବରଗଡ଼ ଜିଲା ସହରାଟିକ୍ରା ମଣ୍ଡି ଉପରେ ନିର୍ଭରଶୀଳ ଅନେକ ଚାଷୀ ଧାନ ବିକ୍ରି…

ଭଞ୍ଜନଗରରେ କଂଗ୍ରେସ ପ୍ରଭାରୀ: ଜିଲା ସଂଗଠନ ସୁଦୃଢ଼ ଉପରେ…

ଭଞ୍ଜନଗର,୫।୬(ବାବୁଲା ପ୍ରଧାନ): ଓଡ଼ିଶା କଂଗ୍ରେସ ପ୍ରଭାରୀ ଜେ.ଟି. କୁସୁମ କୁମାର ଶୁକ୍ରବାର ଅପରାହ୍ନରେ ଭଞ୍ଜନଗର ଗସ୍ତରେ ଆସି ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଗଞ୍ଜାମ…

୪୪ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା,୫ା୬(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରା ଚାଲାଣ ବେଳେ ମୋହନା ପୋଲିସ ଚଢାଉ କରି ଗଞ୍ଜେଇ ଜବତ କରିଛି। ଏଥିରେ ସମ୍ପୃକ୍ତ ଜଣଙ୍କୁ ଗିରଫ କରିଛି। ସେ ହେଲେ…

କଇଠଖଣ୍ଡି ପଞ୍ଚାୟତକୁ ପ୍ରକୃତି ମିତ୍ର ଏବଂ ଅଧ୍ୟକ୍ଷ ଚିନ୍ତାମଣି ଏବଂ ଚାଷୀ କେ. ଶ୍ୟାମ ସୁନ୍ଦରଙ୍କୁ ମିଳିଲା ପ୍ରକୃତି ବନ୍ଧୁ ପୁରସ୍କାର

ଦିଗପହଣ୍ଡି,୫|୬(ଅଶେଷ ନାଥ ମିଶ୍ର): ପ୍ରକୃତି ସଂରକ୍ଷଣ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ଦିଗପହଣ୍ଡି ବ୍ଳକର କଇଠଖଣ୍ଡି ପଞ୍ଚାୟତକୁ ପ୍ରକୃତି ମିତ୍ର ସମ୍ମାନରେ ସମ୍ମାନୀତ କରାଯିବା ସହ ପୁରସ୍କାର…

ଜିଲାପାଳଙ୍କ କାର୍ଯ୍ୟାଳୟରେ ଯୁବକଙ୍କ ଆତ୍ମହତ୍ୟା: ଜମି ବିକ୍ରି ଅନୁମତି ପାଇଁ ନିରାଶ ପରେ…

କେନ୍ଦ୍ରାପଡ଼ା, ୫ା୬ (ଜଗନ୍ନାଥ ଧଳ): କେନ୍ଦ୍ରାପଡା ଜିଲାପାଳଙ୍କ କାର୍ଯ୍ୟାଳୟ ଉପର ତାଲା ଶିଡି ରେଲିଂରେ ବେକରେ ଗାମୁଛା ବାନ୍ଧି ଶୁକ୍ରବାର ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକ…

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହତ୍ୟା ଅଭିଯୋଗ କଲେ ବାପଘର ଲୋକ

ରିଷିଡା, ୫।୬ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପୌରକେଲା ଗ୍ରାମରେ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ସେ ହେଲେ ସୁବାସ ରଣାଙ୍କ ସ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri