ଆଉ ଲୋଡ଼ା ପଡ଼ିବେ ନାହିଁ ରାଜ୍ୟ ବାହାର ହାର୍ଭେଷ୍ଟର ଚାଳକ

ସମ୍ବଲପୁର,୧୫।୫ (ବ୍ୟୁରୋ)-ଆଉ ଲୋଡ଼ା ପଡିବେ ନାହିଁ ରାଜ୍ୟ ବାହାର ଚାଳକ ା ଧାନ ଅମଳ ପାଇଁ ହାର୍ଭେଷ୍ଟର ଚଳାଇବା ପାଇଁ ୫୦ଜଣଙ୍କୁ ତାଲିମ ଦେଇ ସ୍ବାବଲମ୍ବୀ କରିଛି ଜିଲା କୃଷି ବିଭାଗ ା ଏହାପରେ ଧାନ ଅମଳ ଚିନ୍ତାରୁ ମୁକ୍ତି ପାଇଛନ୍ତି ଜିଲାର ଚାଷୀମାନେ ା କୃଷି ବିଭାଗର ଏପରି ପଦକ୍ଷେପକୁ କୃଷକମାନେ ସ୍ବାଗତ କରିଛନ୍ତି ା
କରୋନା କଟକଣା ତଥା ଲକ୍‌ଡାଉନ ଯୋଗୁ ରାଜ୍ୟ ବାହାର ଶ୍ରମିକ ଓ ହାର୍ଭେଷ୍ଟର ଚାଳକ ଆସିବା ସମ୍ଭବ ହୋଇପାରି ନ ଥିଲା। ଫଳରେ ଚାଷୀଙ୍କ ଧାନ ଅମଳ ଚିନ୍ତା ବଢ଼ିଥିଲା। ଚାଷୀମାନେ ରାଜ୍ୟ ଓ ଜିଲା ବାହାର ଶ୍ରମିକଙ୍କ ଉପରେ ନିର୍ଭର କରୁଥିଲେ ା ସେଥିପାଇଁ ସେମାନେ କରୋନା କଟକଣା କୋହଳ କରିବାକୁ ଦାବି କରୁଥିଲେ । ରାଜ୍ୟ ଭିତରେ ଶ୍ରମିକମାନଙ୍କୁ ଆଣିବା ପାଇଁ ପାସ୍‌ ଦିଆଯାଇଥିଲା ା ତଥାପି ଏହି ସମସ୍ୟାର ସମାଧାନ ହୋଇପାରି ନ ଥିଲା। ତେଣୁ କୃଷି ବିଭାଗ ଜିଲା ଅଣଜଳସେଚିତ ଓ ଜଳସେଚିତ ଅଞ୍ଚଳର ହାର୍ଭେଷ୍ଟର ମାଲିକମାନଙ୍କୁ ଏକାଠି କରି ଧାନ ଅମଳ ଆରମ୍ଭ କରିଥିଲା । ହେଲେ ହାର୍ଭେଷ୍ଟର ଚାଳକମାନେ ମୁଖ୍ୟତଃ ରାଜ୍ୟ ବାହାରର ହୋଇଥିବାରୁ ସେମାନେ ଆସିପାରୁ ନ ଥିବାରୁ ସମସ୍ୟା ଦେଖାଗଲା । ତେଣୁ କୃଷି ବିଭାଗ ଜିଲାର ୫୦ ଯୁବକଙ୍କୁ ହାର୍ଭେଷ୍ଟର ଚଲାଇବା ପାଇଁ ତାଲିମ ପ୍ରଦାନ କରିଛି । ମାନେଶ୍ୱର ବ୍ଲକ୍‌ ଗୁଣ୍ଡେରପୁରଠାରେ ହାର୍ଭେଷ୍ଟର ଚଲାଇବା ପାଇଁ ତାଲିମ ପ୍ରଦାନ ଦିଆଯାଇଥିଲା । ଏହି ତାଲିମ କାର୍ଯ୍ୟକ୍ରମରେ କମ୍ପାନୀର ଇଞ୍ଜିନିୟର, ଅନ୍ୟ ଚାଳକ, କୃଷି ବିଭାଗ ଅଧିକାରୀ, ଚାଷୀମାନେ ମଧ୍ୟ ଉପସ୍ଥିତ ରହିଥିଲେ। ତାଲିମପ୍ରାପ୍ତ ଚାଳକମାନଙ୍କୁ ହାର୍ଭେଷ୍ଟର ଚଲାଇବା ପାଇଁ ମାଲିକମାନେ ନିଯୁକ୍ତି ପ୍ରଦାନ କରିଥିଲେ।
ଜିଲା ମୁଖ୍ୟ କୃଷି ଅଧିକାରୀ ସନ୍ତୋଷ ରାୟ କହିଛନ୍ତି, ଶ୍ରମିକମାନଙ୍କ ସମସ୍ୟା ଯୋଗୁ ରବି ଫସଲ ହାର୍ଭେଷ୍ଟରରେ କଟାଯାଉଛି । ଏବେ ପ୍ରାୟ ୩୦ ପ୍ରତିଶତ ଧାନ ଅମଳ ହୋଇଛି । ମୋଟ ୨୫୦ ହାର୍ଭେଷ୍ଟର ଆମ ପାଖରେ ଥିବା ବେଳେ ୧୫୦ ଚାଳକ ଅଛନ୍ତି ା ଫଳରେ ଅବଶିଷ୍ଟ ହାର୍ଭେଷ୍ଟର ମାଲିକଙ୍କ ଘରେ ପଡି ରହୁଥିଲା ା ଏହି ସମସ୍ୟା ନେଇ ମାଲିକମାନେ ବାରମ୍ବାର ଅଭିଯୋଗ କରିଥିଲେ । ରାଜ୍ୟ ବାହାରୁ ଚାଳକ ଆଣିବା ପାଇଁ ଅନୁମତି ଦେବା ପାଇଁ ମାଲିକମାନେ ଆବେଦନ କରିଥିଲେ । ହେଲେ କରୋନା କଟକଣା ଯୋଗୁ କୃଷି ବିଭାଗ କୌଣସି ପଦକ୍ଷେପ ଗ୍ରହଣ କରି ପାରି ନ ଥିଲା ା ତେଣୁ ବିଳକ୍ପ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ବିଭିନ୍ନ ଅଞ୍ଚଳରୁ ୫୦ ଯୁବକଙ୍କୁ ତାଲିମ ପ୍ରଦାନ କରାଯାଇଛି । ଅଧିକ ସମୟ ହାର୍ଭେଷ୍ଟର ଚାଲିଲେ ଅମଳ ଶୀଘ୍ର ହେବ ା ଅନ୍ୟପକ୍ଷେ ଜିଲା ବାହାରୁ ଶ୍ରମିକ ଆଣିବା ପାଇଁ ପାସ ବ୍ୟବସ୍ଥା ରହିଛି । ଭିଏଡବ୍ଲ୍ୟୁଙ୍କ ଜରିଆରେ ଚାଷୀମାନେ ଆବେଦନ କରିପାରିବେ ବୋଲି ସେ ସ୍ପଷ୍ଟ କରିଛନ୍ତି ା
ସୂଚନାଯୋଗ୍ୟ, ସମ୍ବଲପୁର ଜିଲାରେ ରବି ଫସଲ ମୁଖତଃ ହୀରାକୁଦ ଡ୍ୟାମ ଜଳସେଚନ ଉପରେ ନିର୍ଭର କରିଥାଏ। ମାନେଶ୍ୱର ବ୍ଳକ, ଧନକଉଡା, ଯୁଯୁମୁରା, ରେଙ୍ଗାଲି ବ୍ଲକରେ କେନାଲ ପାଣି ଦ୍ୱାରା ଚାଷ ହୋଇଥାଏ ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଛାଡ଼ିବା କାରଣ କହିଲେ ପ୍ରକାଶ

ଭୁବନେଶ୍ୱର,୨୯।୩: ଭାଜପା ଛାଡ଼ିବା ପରେ ମୁହଁ ଖୋଲିଛନ୍ତି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା। ସେ କହିଛନ୍ତି, ଲୋକଙ୍କ ସେବା କରିବା ସହ ସଙ୍ଗଠନକୁ ମଜଭୁତ...

ଭାଜପା ଛାଡ଼ିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ବିଜେଡିରେ ହୋଇପାରନ୍ତି ସାମିଲ

ନୀଳଗିରି, ୨୯।୩(ପ୍ରଶାନ୍ତ କୁମାର ବିଶ୍ବାଳ): ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଭାରତୀୟ ଜନତା ପାର୍ଟି(ଭାଜପା)ରୁ ଇସ୍ତଫା ଦେଇଛନ୍ତି ନୀଳଗିରି ବିଧାୟକ ଛାଡିଲେ ସୁକାନ୍ତ। ଶୁକ୍ରବାର...

ନିର୍ବାଚନ ପୂର୍ବରୁ ବିବାଦୀୟ କୋଟିଆରେ ଡିଜିଟାଲ ମିଟର ବଣ୍ଟନ ଆରମ୍ଭ କଲା ଆନ୍ଧ୍ର

ଭୁବନେଶ୍ୱର,୨୯।୩: ଓଡ଼ିଶାର କୋରାପୁଟ ଜିଲାର ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ଅଂଚଳରେ ଆନ୍ଧ୍ରପ୍ରଦେଶ ବିବାଦୀୟ ଅଞ୍ଚଳରେ କ୍ରମାଗତ ଭାବରେ ଅନୁପ୍ରବେଶ କରୁଛି ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ...

ବିଜେଡିରେ ସାମିଲ ହେଲେ କଂଗ୍ରେସର ପୂର୍ବତନ ବିଧାୟକ

ଭୁବନେଶ୍ୱର/ବଲାଙ୍ଗୀର,୨୯ା୩: ବିଧାନସଭା ନିର୍ବାଚନ ପୂର୍ବରୁ ବଲାଙ୍ଗୀର ଜିଲା ଟିଟିଲାଗଡ଼ର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସରୁ ଇସ୍ତଫା ଦେଇ ଗୁରୁବାର ଶଙ୍ଖଭବନରେ ବିଜେଡିରେ ସାମିଲ...

ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଲେ ବବି

ସମ୍ବଲପୁର,୨୯ା୩: ସମ୍ବଲପୁର ଲୋକ ସଭା ଆସନରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାଁ ଘୋଷଣା କରିବା ପରେ...

ଶ୍ୱଶୁରଙ୍କୁ ଛୁରି ଭୁସି ହତ୍ୟା କଲେ ଜ୍ୱାଇଁ

କୋରାପୁଟ,୨୯ା୩: ଶ୍ୱଶୁରଙ୍କୁ ଛୁରି ଭୁସି ଜ୍ୱାଇଁ  ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ନାରାୟଣପାଟଣା ଥାନା...

ଫୁଲଚାଷ ପ୍ରତି ବଢୁଛି ଆଗ୍ରହ

ସମ୍ବଲପୁର,୨୯ା୩ (ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲାରେ ଧାନଫସଲରେ ପୂର୍ବଭଳି ଲାଭ ହେଉ ନ ଥିବାବେଳେ ଚାଷୀମାନେ ପନିପରିବା ଓ ଅନ୍ୟ ଅର୍ଥକରୀ ଫସଲ ଚାଷ...

ଭାଜପା ଆଶାୟୀ ପ୍ରାର୍ଥୀଙ୍କ ନିଦ ଗାଏବ

ଅନୁଗୋଳ,୨୯ା୩(ଅମିତ କୁମାର ସାମଲ): ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ପ୍ରଥମେ ଶୁଣାଗଲା। ଏହାକୁ ନେଇ ଉଭୟ ଦଳ ପକ୍ଷରୁ ଘନ ଘନ ବୈଠକ ହେଲା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri