ଆଉ ଜଣେ କରୋନା ପ୍ରଘଟକାରୀ ଡାକ୍ତରଙ୍କ ମୃତ୍ୟୁ

ବେଜିଂ,୪ା୬: କରୋନା ସଂକ୍ରମଣରେ ଚାଇନାର ଆଉ ଜଣେ ଡାକ୍ତରଙ୍କ ମଙ୍ଗଳବାର ମୃତ୍ୟୁ ଘଟିଛି। ସେ ହେଲେ ଉହାନ ସେଣ୍ଟ୍ରାଲ ହସ୍ପିଟାଲରେ ୟୁରୋଲୋଜିଷ୍ଟ ଭାବେ କାର୍ଯ୍ୟରତ ୪୨ ବର୍ଷୀୟ ଡା. ହୁ ଉଇଫେଙ୍ଗ୍‌। ଡା.ହୁଙ୍କ ଶରୀର ରଙ୍ଗ କଳା ପଡ଼ିଯାଇଥିବା ଦେଖିବାକୁ ମିଳିଛି। ପ୍ରଥମ କରି ସାରା ଦୁନିଆକୁ କରୋନା ବିଷୟରେ ସତର୍କ କରାଇଥିବା ଡାକ୍ତର ତଥା ହ୍ବିସିଲ୍‌ବ୍ଲୋୟର ଲି ୱେନ୍‌ଲିଆଙ୍ଗଙ୍କ ଦଳରେ ଡା. ହୁ ସାମିଲ ଥିଲେ। ଡା. ୱେନ୍‌ଲିଆଙ୍ଗଙ୍କ ଗତ ଫେବୃୃୟାରୀ ୭ରେ ମୃତ୍ୟୁ ଘଟିଥିଲା। କରୋନା ସଂକ୍ରମଣରେ ତାଙ୍କ ମୃତ୍ୟୁ ଘଟିଥିବା ଚାଇନା ସରକାରଙ୍କ ପକ୍ଷରୁ କୁହାଯାଇଥିବାବେଳେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ସାରା ବିଶ୍ୱରେ ସନ୍ଦେହ ସୃଷ୍ଟି ହୋଇଥିଲା। କାରଣ ମହାମାରୀ କରୋନା ଭୂତାଣୁ ସମ୍ପର୍କରେ ଜଣାଇଥିବାରୁ ସେ ସରକାରଙ୍କ ଦ୍ୱାରା ତିରସ୍କୃତ ହୋଇଥିବା ଏବଂ ପୋଲିସ ତାଙ୍କୁ ତାଗିଦ୍‌ କରିଥିବା ଖବର ସେହି ସମୟରେ ପ୍ରଘଟ ହୋଇଥିଲା।
ଡା. ୱେନ୍‌ଲିଆଙ୍ଗଙ୍କ ସହକର୍ମୀ ଡା. ହୁ ଗତ ଜାନୁୟାରୀରେ କରୋନାରେ ସଂକ୍ରମିତ ହୋଇଥିଲେ। ପ୍ରାୟ ତିନିମାସ ଧରି ଉହାନର ଟୋଙ୍ଗଜି ହସ୍ପିଟାଲର ସିନୋ-ଫ୍ରେଞ୍ଚ୍‌ ନ୍ୟୁ ସିଟି ବ୍ରାଞ୍ଚରେ ଚିକିତ୍ସିତ ହେଉଥିଲେ। ଗତ ଏପ୍ରିଲ ୨୨ରେ ଡା.ହୁ ମସ୍ତିଷ୍କ ରକ୍ତସ୍ରାବରେ ପୀଡ଼ିତ ହେବା ପରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା। କିନ୍ତୁ ଏହାପରେ ସେ କୋମାରେ ଥିଲେ ବୋଲି ହସ୍ପିଟାଲରେ ବରିଷ୍ଠ ଡାକ୍ତରଙ୍କଠାରୁ ଜଣାପଡ଼ିଛି। ଏପରି କି ଶନିବାର ଅସ୍ତ୍ରୋପଚାର ମାଧ୍ୟମରେ ଡା. ହୁଙ୍କ ମସ୍ତିଷ୍କରୁ ତରଳ ପଦାର୍ଥ ବାହାର କରାଯାଇଥିଲା ବୋଲି ଗଣମାଧ୍ୟମ ସଂସ୍ଥା ‘ସାଉଥ୍‌ ଚାଇନା ମର୍ନିଂ ପୋଷ୍ଟ’କୁ ସୂଚନା ଦିଆଯାଇଛି। କିନ୍ତୁ ଗଣମାଧ୍ୟମ ସହ କଥାବାର୍ତ୍ତା କରିବାକୁ ଅନୁମତି ନ ଥିବାରୁ ଉକ୍ତ ଡାକ୍ତର ଜଣକ ତାଙ୍କ ନାମ ପ୍ରକାଶ କରି ନ ଥିଲେ। ଡା.ହୁଙ୍କ ସହକର୍ମୀ ତଥା ହୃଦ୍‌ରୋଗ ବିଶେଷଜ୍ଞ ଡା. ୟି ଫାନ୍‌ (୪୨ବର୍ଷ) ମଧ୍ୟ କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କ ଶରୀର ରଙ୍ଗ କଳା ପଡ଼ିଯାଇଥିଲା। ଡା. ହୁଙ୍କ ସହ ସେ ପାଞ୍ଚ ମାସ ପୂର୍ବେ ଉହାନ ସେଣ୍ଟାଲ ହସ୍ପିଟାଲରେ କାର୍ଯ୍ୟ କରୁଥିଲେ। ଉକ୍ତ ହସ୍ପିଟାଲର ଅତିକମ୍‌ରେ ୫ଜଣ ଡାକ୍ତର କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। କିନ୍ତୁ ଡା. ହୁଙ୍କ ମୃତ୍ୟୁ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ମନ୍ତବ୍ୟ ଦିଆଯାଇନାହିଁ। ମାର୍ଚ୍ଚ ପ୍ରାରମ୍ଭରେ ଡା.ହୁଙ୍କ ଅନ୍ୟ ଦୁଇ ସହକର୍ମୀ ମି ଝୋଙ୍ଗମିଙ୍ଗ୍‌(୫୭) ଏବଂ ଝୁ ହେପିଙ୍ଗ୍‌ (୬୭)ଙ୍କ କରୋନା ସଂକ୍ରମଣରେ ମୃତ୍ୟୁ ଘଟିଥିଲା। ଏହାର କିଛିଦିନ ପରେ ଥାଇରଏଡ୍‌ ଏବଂ ବ୍ରେଷ୍ଟ ସଜର୍ର୍ରି ବିଭାଗ ମୁଖ୍ୟ ଡା. ଜିଆଙ୍ଗ ଜୁଇକିଙ୍ଗ୍‌(୫୫)ଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟପକ୍ଷରେ ୩୯ ଦିନ ଧରି ଲାଇଫ୍‌ ସପୋର୍ଟ ମେଶିନ ମାଧ୍ୟମରେ ରହି ଚିକିତ୍ସିତ ହେଉଥିବା ଡା. ୟିଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅନେକ ଉନ୍ନତି ଆସିଛି। ସେ ଇତିମଧ୍ୟରେ ଡାକ୍ତରଖାନାରୁ ଡିସ୍‌ଚାର୍ଜ ହୋଇ ଘରକୁ ଫେରିଛନ୍ତି। ଜଣେ ଖବରଦାତାଙ୍କୁ ଡା. ୟି କହିଛନ୍ତି ଯେ, ହସ୍ପିଟାଲରେ ଚେତା ଫେରିବା ପରେ ସେ ନିଜ ସ୍ବାସ୍ଥ୍ୟ ବିଷୟରେ ଜାଣି ଭୟଭୀତ ହୋଇପଡ଼ିଥିଲେ। କରୋନା ଭୂତାଣୁ ସହ ଲଢ଼େଇ ତାଙ୍କ ପାଇଁ ଏକ ଦୁଃସ୍ବପ୍ନ। ଏବେ ତାଙ୍କ ସହକର୍ମୀମାନଙ୍କ ମାନସିକ ଅବସ୍ଥା ପାଇଁ ଚିନ୍ତିତ ଥିବା ଡା. ୟି କହିଛନ୍ତି।
ସୂଚନାଥାଉ କି, କରୋନା ଆରୋଗ୍ୟମାନେ ପୁନଃ ସଂକ୍ରମିତ ହେବା, ପ୍ରମୁଖ ଅଙ୍ଗ ହରାଇବା ଏବଂ ପୋଷ୍ଟ ଟ୍ରମାଟିକ୍‌ ଷ୍ଟ୍ରେସ୍‌ ଡିଜ୍‌ଅର୍ଡର(ପିଟିଏସ୍‌ଡି)ରେ ଶିକାର ହେବା ଆଶଙ୍କା ରହିଥିବା ଗବେଷକମାନେ ଚେତାଇ ଦେଇଛନ୍ତି। ସେହିପରି ୟେଲ୍‌ ୟୁନିଭର୍ସିଟିର ହୃଦ୍‌ରୋଗ ବିଶେଷଜ୍ଞ ଡା. ହର୍ଲାନ କ୍ରୁମ୍‌ହୋଲଜ ଲସ୍‌ ଏଞ୍ଜେଲସ୍‌ ଟାଇମ୍ସକୁ କହିଛନ୍ତି ଯେ, କୋଭିଡ୍‌-୧୯ କେବଳ ଶ୍ୱାସକ୍ରିୟାଜନିତ ବ୍ୟାଧି ନୁହେଁ, ଏହା ହୃଦ୍‌, ଯକୃତ, କିଡ୍‌ନୀ, ମସ୍ତିଷ୍କ, ଏଣ୍ଡୋକ୍ରାଇନ୍‌ (ଗ୍ରନ୍ଥି) ଏବଂ ରକ୍ତ ପ୍ରଣାଳୀ ଉପରେ ପ୍ରଭାବ ପକାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ଥାନ ପୌର ନିର୍ବାଚନ, ୧୦ରୁ ୪ରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କଲା ଭାଜପା

ଜୟପୁର,୧୪ା୯: ରାଜସ୍ଥାନ ପୌର ନିର୍ବାଚନରେ ଶାସକ ଭାଜପା ୧୦ଟି ପୌର ନିଗମ ମଧ୍ୟରୁ ୪ଟିରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏଥିସହିତ ଶାସକ ଦଳ ୪,୧୭୯ଟି ଓ୍ବାର୍ଡ…

୨ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ, ୪ ଗୁରୁତର

ଖଜୁରିପଡ଼ା,୧୪ା୯(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ପିରିକୁଡ଼ି ପଞ୍ଚାୟତ ନିକଟସ୍ଥ ବିଲାବାଡ଼ି ବୁଲାଣିଠାରେ ସୋମବାର ସନ୍ଧ୍ୟାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ୨ଟି ବାଇକ୍‌…

ପୂଜା ମଣ୍ଡପରେ ଭୟଙ୍କର ଅଗ୍ନିକାଣ୍ଡ

ସମ୍ବଲପୁର,୧୪।୯: ସମ୍ବଲପୁର ବୁଢାରଜା ଅଞ୍ଚଳରେ ଏକ ଗଣେଶ ପୂଜା ମଣ୍ଡପରେ ସୋମବାର ସନ୍ଧ୍ୟାରେ ନିଆଁ ଲାଗିଯାଇଛି। ନିଆଁ ଏତେ ଯୋର ଥିଲା ଯେ, ଅଳ୍ପ ସମୟ ମଧ୍ୟରେ…

ଦଣ୍ଡିତ ହେଲା ପାକିସ୍ତାନ ଦଳ

ଦୁବାଇ,୧୪ା୯: ବର୍ମିଂହାମ୍‌ଠାରେ ଇଂଲଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ସ୍ଲୋ-ଓଭର ରେଟ୍‌ ପାଇଁ ପାକିସ୍ତାନ ଦଳକୁ ମ୍ୟାଚ୍‌ ଫି’ର ୫୦ ପ୍ରତିଶତ ଜରିମାନା କରାଯାଇଛି। ଏହାଛଡ଼ା ୧୧…

ପୋଷ୍ଟ ଅଫିସରେ ଜମାକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗ: ପୂର୍ବତନ ପୋଷ୍ଟମାଷ୍ଟର ଫେରାର

ପାଟଣା, ୧୪।୯ (ବୀର କିଶୋର ଦାଶ): ପୋଷ୍ଟ ଅଫିସ ଉପରେ ଭରସା କରି ନିଜର କଷ୍ଟାର୍ଜିତ ଟଙ୍କା ଜମା ରଖିଥିଲେ ଜମାକାରୀ। ହେଲେ ଏବେ ସେହି ଜମା…

ଦୁର୍ଗାପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ

ଦାରିଙ୍ଗବାଡ଼ି, ୧୪।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଗଣେଶ ଚତୁର୍ଥୀ ଅବସରରେ ଆସନ୍ତା ଦଶହରା ପୂଜା ପାଇଁ…

ନୂଆଁଖାଇ ଲାଗି ପାଟଣେଶ୍ୱରୀ ମନ୍ଦିରରେ ପହଞ୍ଚିଲା ନୂଆ ଧାନ

ବଲାଙ୍ଗୀର, ୧୪।୯ (ସୁନିଲ କୁମାର ମହାନ୍ତି): ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ବଲାଙ୍ଗୀର ସହର ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ପାଟଣା ରାଜ୍ୟର ଇଷ୍ଟଦେବୀ…

ଚାମ୍ପିୟନ ପୁରୁଷ, ମହିଳା ଦଳକୁ ରାଷ୍ଟ୍ରପତିଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ,୧୪ା୯: ଜବରଦସ୍ତ ପ୍ରଦର୍ଶନ ସହ ଉଭୟ ଜୁନିୟର ପୁରୁଷ ଓ ମହିଳା ହକି ଏସିଆ କପ୍‌ ଜିତିଥିବା ଭାରତୀୟ ଦଳକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଅଭିନନ୍ଦନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?