ଆଈବୁଢ଼ିର ହାତେ ୩ ଛେଉଁଡ୍‌ ଛୁଆକର ଭବିଷତ୍‌

ପର୍ଲା, ୨୦।୧ (ଡି.ଏନ୍‌.ଏ.)- କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ଦଣ୍ଡପାଟ ଅଂଚଲ ଛଞ୍ଚାଣବାହାଲି ପଁଚେତ୍‌ ଅଧୀନ ବେହେରାଗୁଡ଼ା ଗଁାର ସୁବାସ ଦୋରୁଆନ(୪୫)କଁର ଶୁକୁରବାର ମୁର୍‌ତୁ ହେଇଥିଲାବେଲେ ତାକର ୩ ଝି’ପୁଓ ବେସାହାରା ହେଇଯାଇଛନ୍‌। ଏନ୍‌ତାଥି ମା’ବାପ୍‌ ଛେଉଁଡ୍‌ ୩ ଭାଇବହେନ୍‌କର ଭବିଷତ୍‌ ଗୁଟେ ପରକାର ଅଁଧାରକେ ଠେଲି ହେଇଯାଇଛେ।
ସୂଚନା ଅନ୍‌ସାରେ ବେହେରାଗୁଡ଼ା ଗଁାର ସୁବାଷ ଦୋରୁଆନ। ଆଏଜ୍‌କେ ୪ ବଛର ତଲେ ସେ କୁଷ୍ଠ ରୋଗ୍‌ରେ ଆକ୍‌ରଁାତ ହେଇଥିଲେ। ପରିବାରଟା ନିହାତି ଗରିବ୍‌, ସୁବାସ କୁଲିମଜୁରି କରି କୁଟୁମ ପୁଷୁଥିଲେ। ରୋଗ୍‌ରେ ଆକ୍‌ରଁାତ ହେଲା ଉତାରୁ ଅନେକ ଚିକିଛା କରେଥିଲେ ବି ସବୁବେଲେ ମାନସିକ୍‌ ଚାପ୍‌ରେ ରହୁଥିଲେ। ଶେଷେ କାମ୍‌ବୁତା କରବାର ଛାଡ଼ିଦେଲେ। ଏନ୍‌ତା ପରିସ୍ଥିତିରେ ସୁବାସକଁର ମାଏକିନା ବି ବଛ୍‌ରେ ତଲେ ନିଜର ୩ ଛୁଆ ନନ୍ଦିନୀ(୭), ମାନସ(୪) ଆର ବାହୁବଳୀ(୨)କଁୁ ଛାଡ଼ି ପଲେଇଗଲେ। ସେଦିନ୍‌ଠାନୁ ୩ ନାତିନାତେନକର ବୋଝ୍‌ ଆଈବୁଢ଼ି ସୁଲୋଚନା(୬୫) ଉଠଉଛନ୍‌। ହେଲେ ବୁରୁଧ୍‌ ସୁଲୋଚନା ବି ବଡ଼ା କଷ୍‌ଟେ ଦୁଖ୍‌ସୁଖ କରି ନାତିନାତେନକଁର ଲାଗି ଆହାର ଯୁଟଉଛନ୍‌। ଏନ୍‌ତା ପରିସ୍ଥିତିରେ ଗଲା ଶୁକୁରବାର ସୁବାସ ବି ଆରପାରକେ ଚାଲିଯାଇଛନ୍‌। ଏହେଦେ ନାତିନାତେନକଁର ଭବିଷତ୍‌ ପୂରାପୂରି ବାଈବୁଢ଼ି ସୁଲୋଚନାକଁର ଉପରେ ଲଦି ହେଇଛେ। ହେଲେ ବଏସ୍‌ ଅଧ୍‌କା ହେବାର ଲାଗି ବୁରୁଧ୍‌ ସୁଲୋଚନା ବି ଆଘର ଲେଖେଁ କାମ୍‌ବୁତା କରି ନାଇଁପାରବାର। ମୁଇଁ ଆଏଁଖ୍‌ ମୁଜିଦେଲେ ଇ ଛୁଆକର କାଣା ହେବା, କେନ୍‌କେ ଯିବେ, ତାକର ଭବିଷତ୍‌ କାଣା ହେବା ବଲି ନାନା କଥା ଚିନ୍‌ତା କରି ସୁଲୋଚନା ହରମେଶା ଅଁାଖିରୁ ଲହ ଗଡ଼ଉଛନ୍‌। ଇଆଡ଼େ ନାତେନଟା ପଢ଼ବାର ଆରମ୍‌ କରିଥିଲାବେଲେ ମଝିଅଁା ନାତି ଘରେ ଖେଲାବୁଲା କରୁଛେ। ସେନ୍‌ତା ସାନ ନାତି ବାହୁବଳୀ(୨) ଏହେଦେ ବି ଅବୁଝା। ସେ ସବୁବେଲେ ମା’କେ ଝୁରି ହେବାର ସଂଗେ କ୍ଷୀର ଖାଏବାର ଲାଗି ଅରଷ୍‌ଟି କରୁଛେ। ଇ ଦୁଖି ପରିବାର ଉପରେ ଜିଲା ଆର ଥାନୀଅ ପରଶାସନ ଦୁରୁଷ୍‌ଟି ଦେଇ ନିଷ୍‌ପାପ ମା’ବାପ୍‌ ଛେଉଁଡ୍‌ ୩ ଭାଇଭହେନ୍‌କୁ ଥଇଥାନ କରବାରକେ ଗଁାବାସୀ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ SRAଙ୍କ ଦୁଇମହଲା କୋଠା, ଟେଣ୍ଟ ହାଉସ୍‌ ଠାବ

ଜଗତସିଂହପୁର, ୨୪।୮: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଓ ଆର୍ଥିକ ଅନିୟମିତତା ଅଭିଯୋଗରେ ତିର୍ତ୍ତୋଲର ପୂର୍ବତନ SRA ଭଞ୍ଜକିଶୋର ବେହେରାଙ୍କ ବିରୋଧରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଚଢ଼ାଉ…

କରେଣ୍ଟ ନେଲା ୨ ଚାଷୀଙ୍କ ଜୀବନ, ଗାଁରେ ଶୋକାକୁଳ

ଜଗତସିଂହପୁର,୨୪।୮: ଜଗତସିଂହପୁର ଜିଲା ସଦର ଥାନା ବେନୁଖଣ୍ଡା ଗାଁରେ ସୋମବାର ଏକ ଅଘଟଣ ଘଟିଛି। ଚାଷ କାମ କରୁଥିବା ବେଳେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ୨ଜଣ…

ଶୋଇଥିବାବେଳେ ମହିଳାଙ୍କ ଉପରେ ଭୁଶୁଡ଼ି ପଡ଼ିଲା କାନ୍ଥ, ତହସିଲଦାର ପହଞ୍ଚି…

ଗୁଣପୁର,୨୪ା୮(ସୁଜାତା ପାଢ଼ୀ): ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ରାୟଗଡ଼ା ଜିଲା ରାମନାଗୁଡ଼ା ବ୍ଲକ କଣ୍ଡାଜାମ ଗ୍ରାମରେ ଜଣେ ମହିଳାଙ୍କ ଉପରେ କାନ୍ଥ ଭୁଶୁଡ଼ି ପଡ଼ିଥିଲା। ତେବେ…

ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀଙ୍କ ବଡ଼ ସୂଚନା, ଏହି ନଦୀ କରିଛି ଅଧିକ କ୍ଷତି

ଭୁବନେଶ୍ୱର,୨୪।୮: ଲଘୁଚାପ ବର୍ଷା ନେଇ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ରାଜ୍ୟର ୯ଟି ସ୍ଥାନରେ ୧୦୦ ମିଲିମିଟରରୁ ଅଧିକ…

ଟ୍ରେନ୍‌ରେ ପିଟିହୋଇ ମହିଳା ଗୁରୁତର

ବଲାଙ୍ଗୀର, ୨୪।୮: ବଲାଙ୍ଗୀର ସହର ନିକଟସ୍ଥ ଝୁଜେନପାଲି ରେଳ ଫାଟକଠାରେ ଟ୍ରେନ୍‌ରେ ପିଟି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ମହିଳା ଜଣକ ପାଟଣାଗଡ଼ ଥାନା ଅନ୍ତର୍ଗତ…

ଝାଡ଼ଖଣ୍ଡ-ରାଉରକେଲା ପୋଲିସର ବଡ଼ ଅପରେଶନ, ଜଙ୍ଗଲରୁ ଜବତ ହେଲା ବିପୁଳ ବିସ୍ଫୋରକ

ରାଉରକେଲା,୨୪।୮: ସୁନ୍ଦରଗଡ଼ ଜିଲା କେ.ବଲାଙ୍ଗ ଥାନା ନିକଟ ଜଙ୍ଗଲରୁ ସୋମବାର ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇଛି। ମାଓବାଦୀମାନେ ଜଙ୍ଗଲରେ ଏହି ବିସ୍ଫୋରକ ଲୁଚାଇ ରଖିଥିବା ଜଣାପଡିଛି।…

ଗଞ୍ଜାମ ତହସିଲରେ କର୍ମଚାରୀ ଅଭାବ : ଏକାଥରକେ ୬ କର୍ମଚାରୀଙ୍କ ବଦଳି, କାର୍ଯ୍ୟ ବାଧାପ୍ରାପ୍ତ

ଗଞ୍ଜାମ, ୨୪।୮ (ବିଦ୍ୟାଧର ସାହୁ): ଗଞ୍ଜାମ ସହରର ଐତିହାସିକ ପୋତାଗଡ଼ ରାସ୍ତାରେ ଅବସ୍ଥିତ ଗଞ୍ଜାମ ତହସିଲ କାର୍ଯ୍ୟାଳୟରେ କର୍ମଚାରୀ ଅଭାବ ଯୋଗୁ ବିଭିନ୍ନ ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ…

ଲଗାଣ ବର୍ଷାରେ ଥୁଆମୂଳ ରାମପୁର ବେହାଲ: ଭାଙ୍ଗିଲା ଘର, ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ମୁହଁ ଖୋଲିଲେ RI

ଥୁଆମୂଳ ରାମପୁର,୨୪ା୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଓ ଏହାର ଆଖପାଖ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁ ସାଧାରଣ ଜୀବନଯାତ୍ରା ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri