ଆଇସିୟୁ ଭଙ୍ଗାରୁଜା ଘଟଣା :ସ୍ବାସ୍ଥ୍ୟ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ବଲାଙ୍ଗୀର ଅଫିସ, ୧୫ା୭: ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍‌ପିଟାଲ ପାରା ମେଡିକାଲ କର୍ମଚାରୀ ସମନ୍ବୟ କମିଟି ପକ୍ଷରୁ ସୋମବାର ସକାଳୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦିଆଯାଇ ଧାରଣ ଦିଆଯାଇଥିଲା ା ହସ୍‌ପିଟାଲ ପରିସରରେ ସକାଳ ୮ଟାରୁ ହୋଇଥିବା ଧାରଣାରେ ହସପିଟାଲର ସମସ୍ତ ଷ୍ଟାଫ୍‌ନର୍ସ, ପାଥୋଲଜିଷ୍ଟ, ରେଡିଓଲଜିଷ୍ଟ, ସ୍ବାସ୍ଥ୍ୟକର୍ମୀ, ଆଟେଣ୍ଡାଣ୍ଟ, ସୁଇପରମାନେ ସାମିଲ ହୋଇଥିଲେ। ଗତ ଜୁନ୍‌ ୨୬ ତାରିଖ ଦିନ ଜଣେ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ କେତେକ ଲୋକ ଆଇସିୟୁ ଭିତରେ ପଶି ଭଙ୍ଗାରୁଜା କରିବା ସହ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ ା ଏ ନେଇ ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା ା ପୋଲିସ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା ା ତେବେ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବାରୁ ପାରା ମେଡିକାଲ କର୍ମଚାରୀ ସମନ୍ବୟ କମିଟି ତରଫରୁ ପ୍ରଥମେ କଳାବ୍ୟାଜ୍‌ ପରିଧାନ କରି ପ୍ରତିବାଦ କରାଯାଇଥିଲା ା ସ୍ବାସ୍ଥ୍ୟ କର୍ମଚାରୀମାନେ ୩ ଦିନ ଧରି କଳାବ୍ୟାଜ ପରିଧାନ କରି କାର୍ଯ୍ୟ କରିଥିଲେ ା ଅଭିଯୁକ୍ତଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଏବଂ ହସପିଟାଲ ଭିତରେ ସମସ୍ତ ସ୍ବାସ୍ଥ୍ୟ କର୍ମଚାରୀ ଓ ଷ୍ଟାଫ୍‌ଙ୍କ ସୁରକ୍ଷା ଦାବି କରିଥିଲେ ା ସକାଳ ୮ଟାରୁ କାର୍ଯ୍ୟ ବନ୍ଦ କରିଥିତ୍ବାରୁ ହସପିଟାଲରେ ରୋଗୀମାନେ ଅସୁବିଧାରେ ପଡିଥିଲେ ା ହସପିଟାଲ ସୁପରିଣ୍ଟେଣ୍ଡେଣ୍ଟ ନାରାୟଣ ଆଚାର୍ଯ୍ୟ, ଏସଡିପିଓ ଶ୍ରୀମନ୍ତ ବାରିକ, ଟାଉନ୍‌ ଥାନା ଆଇଆଇସି ତୋଫାନ୍‌ ବାଗ ପ୍ରମୁଖ ଆନ୍ଦୋଳନ ସ୍ଥଳରେ ପହଞ୍ଚତ୍ଥିଲେ ା ଦୁଇ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଓ ଅନ୍ୟମାନଙ୍କ ବିରୋଧରେ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନକୁ ସ୍ଥଗିତ ଘୋଷଣା କରି ସ୍ବାସ୍ଥ୍ୟ କର୍ମଚାରୀମାନେ କାର୍ଯ୍ୟରେ ଯୋଗଦେଇଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଆଦିବାସୀ ନାବାଳିକାଙ୍କୁ ଗଣବଳାତ୍କାର: ୩ ଅଭିଯୁକ୍ତ ଫେରାର୍‌

ସୁନ୍ଦରଗଡ଼/ବାଲିଶଙ୍କରା, ୨୬।୪(ଡି.ଏନ୍‌.ଏ)-ସୁନ୍ଦରଗଡ଼ ଜିଲା ତଳସରା ଥାନା ବନଡେଗା ଫାଣ୍ଡି ଅଞ୍ଚଳରେ ବୁଧବାର ସନ୍ଧ୍ୟାରେ ଜଣେ ଆଦିବାସୀ ନାବାଳିକାଙ୍କୁ ଗଣବଳାତ୍କାର କରାଯାଇଛି। ଗୁରୁବାର ଏନେଇ ବନଡ଼େଗା ଫାଣ୍ଡିରେ...

ସମ୍ବଲପୁରରେ ହେବ ଚଳଚ୍ଚିତ୍ର ପ୍ରଶିକ୍ଷଣ ପ୍ରତିଷ୍ଠାନ

ସମ୍ବଲପୁର,୨୫ା୭(ବ୍ୟୁରୋ): ଓଡ଼ିଶାର ସମ୍ବଲପୁରଠାରେ ଖୁବ୍‌ଶୀଘ୍ର ଏକ ଚଳଚ୍ଚିତ୍ର ପ୍ରଶିକ୍ଷଣ ପ୍ରତିଷ୍ଠାନ ଓ ଫିଲ୍ମ ଷ୍ଟୁଡ଼ିଓ ସ୍ଥାପନ ହେବ। ଏହା ଦ୍ୱାରା ଜିଲାର କଳାକାରଙ୍କୁ ଉଚିତ ପ୍ଲାଟଫର୍ମ...

ଯକ୍ଷ୍ମାରୁଗୀ ଘଇସାନ ପାଏଲେ ସରକାରୀ ସାହାଯ୍‌

ବିନିକା,୨୬ା୪ (ଡି.ଏନ୍‌.ଏ):  ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ସାରଙ୍ଗପାଲି ଗାଁର ଘଇସାନ ସୁନା(୬୯)। ସେ ଗଲା ୬ ମାସ ହେଲା ଯକ୍ଷ୍ମା ରୋଗ୍‌ରେ ପୀଡ଼ିତ ଥିଲେ।...

ଲେଠ୍‌ରଉଛେ ନାରାୟଣ ସାଗର ମାଏଟ୍‌ କାମ୍‌

ଲୋଇସିଂହା,୧୮।୪(ଡି.ଏନ.ଏ):  ବଲାଙ୍ଗୀର ଜିଲା ଲୋଇସିଂହାର ନାରାୟଣ ସାଗରର ମାଏଟ୍‌ କାମ୍‌ ଚାଲିଛେ। ହେଲେ ପଁକ୍‌ ଉଧାର କାମ୍‌ ଧିରେସୁସ୍‌ତେ ଚାଲିଥିବାର ଅଭିଯୋଗ ହେଉଛେ। ଆଗ୍‌କେ ବର୍ଷା...

କନିଷ୍ଠ ଯନ୍ତ୍ରୀଙ୍କୁ ଉଠ୍‌ବସ୍‌ କରାଇବା ଘଟଣା: ପାଟଣାଗଡ଼ ବିଧାୟକଙ୍କୁ ଗିରଫ ଦାବି, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ବଲାଙ୍ଗୀର ଅଫିସ, ୧୨।୬: ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କୁ ଗିରଫ ଦାବିରେ ଆଦିବାସୀ ସଂଘ ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାପାଳ ଅଫିସ ଘେରାଉ କରାଯାଇଥିଲା। ଏହି...

ମଣ୍ଡିରୁ ଧାନ ଉଠାଇବା ଦାବି: କୁଟ୍ରୁଛକଠାରେ ଚାଷୀଙ୍କ ରାସ୍ତାରୋକୋ

ଭବାନୀପାଟଣା/କଲମପୁର,୧୩।୬(ଡି.ଏନ.ଏ.): କଳାହାଣ୍ଡି ଜିଲା କଲମପୁର ବ୍ଲକ୍‌ କୁଟ୍ରୁ ପ୍ୟାକ୍ସ ମଣ୍ଡିରେ ଅବ୍ୟବସ୍ଥା ଯୋଗୁ ଚାଷୀଙ୍କ ଧାନ ଉଠିପାରୁ ନାହିଁ । ତୁରୁନ୍ତ ମଣ୍ଡିରୁ ଧାନ ଉଠାଇବା...

ମଦ୍ୟପ ବାପାଙ୍କୁ ହତ୍ୟା କଲା ପୁଅ

ବୌଦ୍ଧ, ୮ା୬(ସ୍ବ.ପ୍ର): ବୌଦ୍ଧ ଥାନା ଅନ୍ତର୍ଗତ ସରଣ୍ଡା ଗ୍ରାମରେ ଗୁରୁବାର ଏକ ହତ୍ୟା ଘଟଣା ଘଟିଛି । ମଦ୍ୟପ ବାପାଙ୍କ ନିର୍ଯାତନା ଅସହ୍ୟ ହେବାରୁ ପୁଅ...

ନକଲି କାଗଜପତ୍ରରେ ଋଣ, ୨୯ ଲକ୍ଷ ୪୦ ହଜାର ଟଙ୍କା ହଡ଼ପ : ଫାଇନାନ୍ସ କମ୍ପାନୀର ୨ କର୍ମଚାରୀ ଗିରଫ

ସମ୍ବଲପୁର,୮।୭(ବ୍ୟୁରୋ) : ସ୍ପନ୍ଦନ ନାମକ ଫାଇନାନ୍ସ କମ୍ପାନୀର ୨ଜଣ ଅଧିକାରୀ କମ୍ପାନୀର ୨୯ ଲକ୍ଷ ୪୦ ହଜାର ୬୫ ଟଙ୍କା ଠକେଇ କରିଛନ୍ତି। ସେମାନେ ହେଲେ...

Advertisement
Archives

Model This Week