Posted inଖେଳ

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌: ତୃତୀୟ ଭାରତୀୟ ଭାବେ ଟପ୍‌-୧୦ରେ ରୋହିତ୍‌

ଦୁବାଇ, ୨୩।୧୦ (ପି.ଟି.)- ବିରାଟ କୋହଲି ଓ ଗୌତମ ଗମ୍ଭୀରଙ୍କ ପରେ ତୃତୀୟ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ଷ୍ଟାର୍‌ କ୍ରିକେଟର୍‌ ରୋହିତ୍‌ ଶର୍ମା ଆଇସିସି ର଼୍ୟାଙ୍କିଙ୍ଗ୍‌ର ୩ଟି ଯାକ ଫର୍ମାଟ୍‌ରେ ଟପ୍‌-୧୦ରେ ପ୍ରବେଶ କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ଦମ୍‌ଦାର ପ୍ରଦର୍ଶନ କରି ରୋହିତ୍‌ ଆଇସିସି ର଼୍ୟାଙ୍କିଙ୍ଗ୍‌ରେ ପ୍ରଭାବ ପକାଇବାରେ ସଫଳ ହୋଇଛନ୍ତି। ତୃତୀୟ ଟେଷ୍ଟର ପ୍ରଥମ ଇନିଂସରେ ସେ ୨୧୨ ରନର ଦ୍ୱିଶତକୀୟ ଇନିଂସ ଖେଳିଥିଲେ। ଏହି ମାରାଥନ ଇନିଂସ ଯୋଗୁ ସଦ୍ୟ ପ୍ରକାଶିତ ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ରେ ରୋହିତ୍‌ ୧୨ଟି ପାହାଚ ଉପରକୁ ଉଠି ବ୍ୟାଟିଂ ତାଲିକାର ୧୦ମ ସ୍ଥାନରେ ରହିଛନ୍ତି। ‘ହିଟ୍‌ମ୍ୟାନ’ ଭାବେ ପରିଚିତ ରୋହିତ୍‌ ଦକ୍ଷିଣ ଆଫ୍ରିକା ସିରିଜ ପୂର୍ବରୁ ୫୪ତମ ସ୍ଥାନରେ ରହିଥିଲେ। କିନ୍ତୁ ସିରିଜରେ ସେ ୫୨୯ ରନ ସଂଗ୍ରହ କରି ୪୪ଟି ପାହାଚ ଉପରକୁ ଉଠିଛନ୍ତି। ଦିନିକିଆ ଓ ଟି୨୦ ବ୍ୟାଟିଂ ତାଲିକାରେ ରୋହିତ୍‌ ଯଥାକ୍ରମେ ୨ୟ ଓ ୮ମ ସ୍ଥାନରେ ରହିଛନ୍ତି। ବିରାଟ କୋହଲି ମଧ୍ୟ ପୂର୍ବରୁ ୩ଟି ଯାକ ଫର୍ମାଟ୍‌ରେ ଏକ ନମ୍ବର ସ୍ଥାନରେ ରହିଥିଲେ। ସେହିଭଳି ର୍ପୂବତନ ଓପନର୍‌ ଗୌତମ ଗମ୍ଭୀର ପୂର୍ବରୁ ଟେଷ୍ଟ ଓ ଟି୨୦ରେ ଏକ ନମ୍ବର ଏବଂ ଦିନିକିଆରେ ୮ମ ସ୍ଥାନ ହାସଲ କରିଥିଲେ। ଫଳରେ ଏହି ୩ ଭାରତୀୟ ବ୍ୟାଟ୍ସମ୍ୟାନ ଆଇସିସି ର୍ରାଙ୍କିଙ୍ଗ୍‌ର ୩ଟି ଯାକ ଫର୍ମାଟ୍‌ରେ ଟପ୍‌-୧୦ରେ ରହିବାର ସୌଭାଗ୍ୟ ଅର୍ଜନ କରିଛନ୍ତି।
ରାଞ୍ଚତ୍ ଟେଷ୍ଟର ପ୍ରଥମ ଇନିଂସରେ ୧୧୬ ରନ କରିଥିବା ଅଜିଙ୍କ୍ୟ ରାହାନେଙ୍କ ର଼୍ୟାଙ୍କିଙ୍ଗ୍‌ରେ ମଧ୍ୟ ଉନ୍ନତି ଘଟିଛି। ସେ ବ୍ୟାଟିଂ ତାଲିକାର ୫ମ ସ୍ଥାନ ଲାଭ କରିଛନ୍ତି। ପୂର୍ବରୁ ରାହାନେ ୨୦୧୬ରେ ଏହି ସ୍ଥାନ ହାସଲ କରିଥିଲେ। ବିରାଟ କୋହଲି ପୂର୍ବବତ୍‌ ଷ୍ଟିଭ ସ୍ମିଥଙ୍କ ପଛକୁ ଦ୍ୱିତୀୟ ଏବଂ ଚେତେଶ୍ୱର ପୂଜାରା ୪ର୍ଥ ସ୍ଥାନରେ ଅପରିବର୍ତ୍ତିତ ରହିଛନ୍ତି। ଅନ୍ୟତମ ଯୁବ ଓପନର୍‌ ମୟଙ୍କ ଅଗ୍ରଓ୍ବାଲ ମଧ୍ୟ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ପ୍ରଭାବୀ ପ୍ରଦର୍ଶନ କରି ଆଇସିସି ର଼୍ୟାଙ୍କିଙ୍ଗ୍‌ରେ ଉପରକୁ ଉଠି ଅଷ୍ଟାଦଶ ସ୍ଥାନ ଲାଭ କରିଛନ୍ତି। ଫଳରେ ଟପ୍‌-୨୦ରେ ଭାରତର ୫ଜଣ ବ୍ୟାଟ୍ସମ୍ୟାନ ରହିଛନ୍ତି। ଅପରପକ୍ଷରେ ବୋଲିଂ ତାଲିକାରେ ମହମ୍ମଦ ସାମି ଓ ଉମେଶ ଯାଦବ ଯଥାକ୍ରମେ ୧୪ ଓ ୨୧ତମ ସ୍ଥାନ ଦଖଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଫାଇନାଲ ପୂର୍ବରୁ ଖେଳାଳିଙ୍କୁ ବଡ ଝଟ୍‌କା, ଲକ୍ଷ ଲକ୍ଷ ଟଙ୍କା ନଷ୍ଟ

ନୂଆଦିଲ୍ଲୀ,୧୪।୭: କେବେ ଶୁଣିଛନ୍ତି କି ଜଣେ ଖେଳାଳି ଫାଇନାଲ ମ୍ୟାଚ ଖେଳିବାକୁ ଯାଉଛନ୍ତି ଏବଂ ଏହା ପୂର୍ବରୁ ବୋର୍ଡ ତାଙ୍କୁ ବରଖାସ୍ତ ପତ୍ର ପଠାଉଛି? ହଁ...

ଜିତିବା ସତ୍ତ୍ୱେ ‘ସେଲ୍ଫିସ୍‌’ କହି ଶୁବମନଙ୍କୁ ଚିଡାଉଛନ୍ତି ଲୋକେ, ଜାଣନ୍ତୁ କ’ଣ ରହିଛି ଏହା ପଛର କାରଣ

ହରାରେ,୧୪।୭: ଭାରତ ଏବଂ ଜିମ୍ବାୱେ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଚତୁର୍ଥ ମ୍ୟାଚ ଜୁଲାଇ ୧୩ରେ ଖେଳାଯାଇଥିଲା। ଭାରତ ଏହାକୁ ୧୦ ଋ଼ଉକେଟରେ...

ନୋଭାକ୍‌ ଜୋକୋଭିଚ୍‌ ବନାମ ଅଲକାରାଜ୍: ୱିମ୍ବଲଡନ୍ ଫାଇନାଲ୍ ଟିକେଟ୍ କ୍ରୀଡା ଇତିହାସରେ ‘ସବୁଠାରୁ ମହଙ୍ଗା’

ନୂଆଦିଲ୍ଲୀ,୧୪।୭: ନୋଭାକ ଜୋକୋଭିଚ୍ ଏବଂ କାର୍ଲୋସ୍ ଅଲକାରାଜଙ୍କ ମଧ୍ୟରେ ବହୁ ପ୍ରତୀକ୍ଷିତ ୱିମ୍ବଲଡନ୍ ପୁରୁଷ ଫାଇନାଲ ମ୍ୟାଚ୍ ଟିକେଟ୍ ମୂଲ୍ୟ ଇତିହାସ ସୃଷ୍ଟି କରିଛି। ଜୋକୋଭିଚ୍...

କ୍ୟାନସର ସହ ଲଢୁଛନ୍ତି ଭେଟେରାନ କ୍ରିକେଟର, ୧ କୋଟି ସହାୟତା ରାଶି ଘୋଷଣା କଲା ବିସିସିଆଇ

ନୂଆଦିଲ୍ଲୀ,୧୪।୭: ଭାରତୀୟ କ୍ରିକେଟ ଦଳର ପୂର୍ବତନ ପ୍ରଶିକ୍ଷକ ତଥା କ୍ରିକେଟର ଅଂଶୁମାନ ଗାୟକୱାଡ ବର୍ତ୍ତମାନ ରକ୍ତ କର୍କଟ ଭଳି ଗୁରୁତର ରୋଗରେ ପୀଡିତ ଅଛନ୍ତି। ଏହି...

ଏବେ ମୋତେ କେହି ଗାଳି ଦେଉ ନାହାଁନ୍ତି…, କାହିଁକି ଏମିତି କହିଲେ ଗାଙ୍ଗୁଲି

ନୂଆଦିଲ୍ଲୀ,୧୪।୭: ବିସିସିଆଇର ପୂର୍ବତନ ସଭାପତି ସୌରଭ ଗାଙ୍ଗୁଲି କହିଛନ୍ତି ଯେ ଯେତେବେଳେ ସେ ଟିମ ଇଣ୍ଡିଆର ଅଧିନାୟକତ୍ୱ ରୋହିତ ଶର୍ମାଙ୍କୁ ଦେଇଥିଲେ ସେତେବେଳେ ଲୋକମାନେ ତାଙ୍କ...

ଶେଷ ମ୍ୟାଚ୍‌ରେ ରଣନୀତି ବଦଳାଇପାରନ୍ତି ଶୁଭମନ୍‌, ଏହି ୨ ଖେଳାଳିଙ୍କୁ ମିଳିପାରେ ସୁଯୋଗ

ନୂଆଦିଲ୍ଲୀ, ୧୪।୦୭: ଭାରତ ଏବଂ ଜିମ଼୍ବାୱେ ମଧ୍ୟରେ ଚାଲିଥିବା ସିରିଜ୍‌ର ଶେଷ ମ୍ୟାଚ୍‌ ବାକି ରହିଛି । ଭାରତ ୩-୧ରେ ସିରିଜ୍‌ରେ ଆଗୁଆ ରହିଛି ।...

ଚୁଡ଼ି ପଠାଉଛି ପିନ୍ଧି ଦିଅ…ବିସିସିଆଇକୁ ଏଭଳି କହି ସବୁ ସୀମା ଟପିଲେ ପାକିସ୍ତାନୀ କ୍ରିକେଟର

ନୂଆଦିଲ୍ଲୀ,୧୪।୭: ଆଇସିସିର ପ୍ରତିଟି ଟୁର୍ନାମେଣ୍ଟରେ ଟିମ୍‌ ଇଣ୍ଡିଆର ଗୁରୁତ୍ୱ ଅଧିକ ରହିଥାଏ। କାରଣଟି ହେଲା ଦଳର ପ୍ରଶଂସକ ଏବଂ ହେବାକୁ ଥିବା ରୋଜଗାର। ଟିମ୍‌ ଇଣ୍ଡିଆ...

ଭାରତ-ଜିମ଼୍ବାୱେ ମ୍ୟାଚ୍‌ରେ ଜୟସ଼୍ବାଲ ଏବଂ ଶୁଭମନ ଗିଲ୍‌ଙ୍କ ୪ ରେକର୍ଡ

ନୂଆଦିଲ୍ଲୀ, ୧୪।୦୭: ଭାରତ-ଜିମ଼୍ବାୱେ ସିରିଜ୍‌ର ଚତୁର୍ଥ ମ୍ୟାଚ୍‌ରେ ଭାରତ ବିଜୟ ହାସଲ କରିବା ସହିତ ସିରିଜ୍‌ କବ୍‌ଜା କରିଛି । ଜଶସ଼୍ବୀ ଜୟସ଼୍ବାଲଙ୍କ ଅପରାଜିତ ୯୩...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri