Posted inଖେଳ

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ: କୋହଲିଙ୍କୁ ହଟାଇ ଶୀର୍ଷରେ ସ୍ମିଥ୍‌

ଦୁବାଇ,୪।୯(ପି.ଟି.)- ସଦ୍ୟ ପ୍ରକାଶିତ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ଅଧିନାୟକ ବିରାଟ କୋହଲି ତାଙ୍କର ୧ ନମ୍ବର ସ୍ଥାନ ହରାଇଛନ୍ତି। ସେ ଗୋଟିଏ ସ୍ଥାନ ତଳକୁ ଖସି ୨ ନମ୍ବର ସ୍ଥାନରେ ରହିଛନ୍ତି। ଅଭିଜ୍ଞ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ଷ୍ଟିଭେନ୍‌ ସ୍ମିଥ୍‌ ଚଳିତ ଆଶେସ୍‌ରେ ଦମ୍‌ଦାର ପ୍ରଦର୍ଶନ କରି କୋହଲିଙ୍କୁ ହଟାଇ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି। ତେବେ ବୋଲିଂ ତାଲିକାରେ ଭାରତୀୟ ତାରକା ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ତୃତୀୟ ସ୍ଥାନକୁ ଉନ୍ନତି କରିଛନ୍ତି। ଜାମାଇକାରେ ଖେଳାଯାଇଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟ ଦ୍ୱିତୀୟ ଇନିଂସରେ କୋହଲି ପ୍ରଥମ ବଲ୍‌ରେ ବିନା ସ୍କୋରରେ ଆଉଟ ହେବା ପରେ ବ୍ୟାଟିଂ ତାଲିକାର ଦ୍ୱିତୀୟ ସ୍ଥାନକୁ ଖସିଛନ୍ତି। ଅନ୍ୟପଟେ ପ୍ରଥମ ଆଶେସ ଟେଷ୍ଟ ସ୍ମିଥ୍‌ ଦୁଇଟି ଇନିଂସରେ ଶତକ ହାସଲ କରିବା ସହ ଦ୍ୱିତୀୟ ମ୍ୟାଚ୍‌ରେ ୯୨ ରନର ଇନିଂସ ଖେଳି ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ମିଡଲ ଅର୍ଡର ବ୍ୟାଟ୍ସମ୍ୟାନ ଅଜିଙ୍କ୍ୟ ରାହାନେ ୪ଟି ସ୍ଥାନ ଉପରକୁ ଉଠି ବ୍ୟାଟିଂ ତାଲିକାର ୭ ନମ୍ବରସ୍ଥାନ ଅଧିକାର କରିବା ସହ ଟେପ୍‌ ୧୦ରେ ପ୍ରବେଶ କରିଛନ୍ତି। ଆଣ୍ଟିଗୁଆରେ ଅର୍ଦ୍ଧଶତକ ଓ ଶତକ ହାସଲ କରିବା ପରେ ସେ ଜାମାଇକାରେ ଆଉ ଏକ ଅର୍ଦ୍ଧଶତକ ହାସଲ କରି ଏହି ସଫଳତା ପାଇଛନ୍ତି।
ଦ୍ୱିତୀୟ ଟେଷ୍ଟରେ ଦମ୍‌ଦାର ବ୍ୟାଟିଂ କରିଥିବା ହନୁମା ବିହାରୀ ୪୦ଟି ସ୍ଥାନ ଉପରକୁ ଉଠି ୩୦ ନମ୍ବର ସ୍ଥାନ ଅଧିକାର କରିଛନ୍ତି। ଏପର୍ଯ୍ୟନ୍ତ ୬ଟି ଟେଷ୍ଟ ଖେଳିଥିବା ବିହାରୀ ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ। କୋହଲି ୪୮ଟି ମ୍ୟାଚ୍‌ରେ ନେତୃତ୍ୱ ନେଇ ୨୮ଟି ବିଜୟ ସହ ଭାରତର ସଫଳତମ ଟେଷ୍ଟ ଅଧିନାୟକ ସାବ୍ୟସ୍ତ ହୋଇଛନ୍ତି। ସେ ଏହି କ୍ରମରେ ମହେନ୍ଦ୍ର ସିଂ ଧୋନୀଙ୍କୁ ପଛରେ ପକାଇଛନ୍ତି। ୭୯ଟି ଟେଷ୍ଟ ଖେଳି କୋହଲି ଏପର୍ଯ୍ୟନ୍ତ ୨୫ଟି ଶତକ ହାସଲ କରିଛନ୍ତି। ସ୍ମିଥ୍‌ ୨୦୧୫ ପର୍ଯ୍ୟନ୍ତ ଶୀର୍ଷରେ ରହିଥିଲେ। ତେବେ ବଲ ଟ୍ୟାମ୍ପିରିଂ ଅଭିଯୋଗରେ ସେ ବାସନ୍ଦ ହେବାପରେ ୨୦୧୮ ଅଗଷ୍ଟରେ କୋହଲି ତାଙ୍କୁ ପଛରେ ପକାଇ ଶୀର୍ଷ ସ୍ଥାନ ଅଧିକାର କରିଥିଲେ। ଏବେ ଅକ୍ଟୋବର ୨ରୁ ଆରମ୍ଭ ହେବାକୁଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଟେଷ୍ଟ ସିରିଜରେ ଭଲ ପ୍ରଦର୍ଶନ କଲେ କୋହଲି ପୁଣି ଶୀର୍ଷ ସ୍ଥାନକୁ ଫେରିବାର ସୁଯୋଗ ରହିଛି।
ଦିନିକିଆ ର଼୍ୟାଙ୍କିଙ୍ଗର ଶୀର୍ଷରେ ଥିବା ଯଶପ୍ରୀତ ବୁମ୍‌ରା କ୍ୟାରିୟର ଶ୍ରେଷ୍ଠ ୮୩୫ ପଏଣ୍ଟ ପାଇ ତୃତୀୟ ସ୍ଥାନକୁ ଉଠିଛନ୍ତି। ଅଷ୍ଟ୍ରେଲିଆର ପ୍ୟାଟ୍‌ କୁମିନ୍ସ ଓ ଦକ୍ଷିଣ ଆଫ୍ରକାର କାଗିସୋ ରାବାଡା ଯଥାକ୍ରମେ ୧ ଓ ୨ ନମ୍ବର ସ୍ଥାନରେ ରହିଛନ୍ତି। ଓ୍ବେଷ୍ଟଇଣ୍ଡିଜ ଅଧିନାୟକ ଜାସନ ହୋଲ୍ଡର ଅଲରାଉଣ୍ଡର ତାଲିକାର ଶୀର୍ଷ ସ୍ଥାନରେ ରହିଛନ୍ତି। ତେବେ ସେ ୭ଟି ସ୍ଥାନ ଉପରକୁ ଉଠି ବୋଲିଂ ତାଲିକାରେ ଇଂଲଣ୍ଡର ଜେମ୍ସ ଆଣ୍ଡରସନଙ୍କ ସହ ମିଳିତ ଭାବେ ଚତୁର୍ଥ ସ୍ଥାନରେ ରହିଛନ୍ତି। ସେ ଭାରତ ବିପକ୍ଷ ପ୍ରଥମ ଟେଷ୍ଟରେ ୫ ଓ ଦ୍ୱିତୀୟ ଟେଷ୍ଟରେ ୬ ଉଇକେଟ ଅକ୍ତିଆର କରିଥିଲେ। ଅନ୍ୟତମ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଓ ଇଶାନ୍ତ ଶର୍ମା ଗୋଟିଏ ଲେଖାଏ ସ୍ଥାନ ଉପରକୁ ଉଠି ଯଥାକ୍ରମେ ୧୮ ଓ ୨୦ତମ ସ୍ଥାନରେ ରହିଛନ୍ତି। ପୂର୍ବରୁ ବୁମ୍‌ରା ଟେଷ୍ଟରେ ଭାରତର ଦ୍ରୁତତମ ବୋଲରଭାବେ ୫୦ ଉଇକେଟ ଅକ୍ତିଆର କରି ରେକର୍ଡ କରିଥିଲେ। ସେ ଏପର୍ଯ୍ୟନ୍ତ ୧୨ଟି ମ୍ୟାଚ୍‌ ଖେଳି ୬୨ଟି ଉଇକେଟ ଅକ୍ତିଆର କରିଛନ୍ତି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଗତ ଦୁଇଟି ଟେଷ୍ଟରେ ସେ ମୋଟ ୧୩ଟି ଉଇକେଟ ହାସଲ କରିଥିଲେ। ପ୍ରଥମ ଟେଷ୍ଟରେ ସେ ୭ ରନ ବ୍ୟୟ କରି ୫ଟି ଓ ଦ୍ୱିତୀୟ ଟେଷ୍ଟରେ ପ୍ରଥମ ଇନିଂସରେ ହ୍ୟାଟ୍ରିକ ନେବା ସହ ମୋଟ ୭ଟି ଉଇକେଟ ଅକ୍ତିଆର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏକାଠି ହେଲେ ଓସ୍କାର ବିଜେତା ଏସ୍ ଏସ୍ ରାଜାମୋୖଲି, କ୍ରିକେଟର ଡେଭିଡ୍ ୱାର୍ନର; ଦେଖନ୍ତୁ ମଜାଦାର ଭିଡିଓ

ନୂଆଦିଲ୍ଲୀ,୧୨।୪: ଆଶ୍ଚର୍ଯ୍ୟଜନକ ଭାବେ ଏକ ପ୍ରୋଜେକ୍ଟରେ ଏକାଠି ନଜର ଆସିଛନ୍ତି ଲୋକପ୍ରିୟ ଚଳଚ୍ଚିତ୍ର ନିର୍ଦ୍ଦେଶକ ଏସ୍ ଏସ୍ ରାଜାମୋୖଲି ଏବଂ ଅଷ୍ଟ୍ରେଲିଆ କ୍ରିକେଟର ଡେଭିଡ୍ ୱାର୍ନର।...

ବିସିସିଆଇ କଣ୍ଟ୍ରାକ୍ଟ ହରାଇବା ପରେ ପ୍ରଥମ ଥର ମୁହଁ ଖୋଲିଲେ ଇଶାନ

ନୂଆଦିଲ୍ଲୀ,୧୨।୪: ଗୁରୁବାର ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୪ ମ୍ୟାଚ୍ ରେ ମୁମ୍ବାଇ ଇଣ୍ଡିଆନ୍ସ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) କୁ ପରାଜୟ କରିଛି। ୱିକେଟ୍...

କାନ ଧରି କ୍ଷମା ମାଗିଲେ ବିରାଟ: ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୨।୪: ଯଦି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲି ପଡ଼ିଆରେ ଅଛନ୍ତି ତେବେ ପରିବେଶ ଜମି ଯିବା ନିଶ୍ଚିତ। ଆଇପିଏଲ ୨୦୨୪ରେ ଗୁରୁବାର...

ପ୍ରଶଂସକଙ୍କୁ ଏମିତି ଅପିଲ୍‌ କଲେ ବିରାଟ କୋହଲି: ଜାଣିଲେ କରିବେ ବାଃ ବାଃ

ମୁମ୍ବାଇ,୧୨।୪: ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ ୨୦୨୪ ରେ ନିଜ ଘରୋଇ ଗ୍ରାଉଣ୍ଡରେ ଦ୍ୱିତୀୟ ବିଜୟ ହାସଲ କରିଛି। ଦଳ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୭ ଉଇକେଟରେ...

ପ୍ରବଳ ରାଗିଗଲେ ଆରସିବି ଅଧିନାୟକ: ପରାଜୟର କାରଣ ବଖାଣିଲେ

ମୁମ୍ବାଇ,୧୨।୪: ଆଇପିଏଲର ୨୫ ତମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ଚୌକା ଓ ଛକା ବର୍ଷା...

କୋହଲି-ସଚିନଙ୍କ ରେକର୍ଡ ନୁହେଁ, ଏହି କ୍ରିକେଟର୍‌ଙ୍କ ରେକର୍ଡ ଭାଙ୍ଗିବାକୁ ଚାହୁଁଛନ୍ତି ପାକିସ୍ତାନ ଅଧିନାୟକ

ଇସଲାମାବାଦ୍‌,୧୨।୪:କ୍ରିକେଟ ଦୁନିଆର କେଉଁ ବଡ଼ ରେକର୍ଡ ପାକିସ୍ତାନ ଅଧିନାୟକ ବାବର ଆଜାମ ତାଙ୍କ କ୍ୟାରିଅରରେ ଭାଙ୍ଗିବାକୁ ଚାହୁଁଛନ୍ତି? ବାବର ଏ ସମ୍ପର୍କରେ ନିଜର ମତ ଦେଇଛନ୍ତି।...

ପ୍ରଥମ ବୋଲର୍‌ ଭାବେ ଏମିତି କାରନାମା କଲେ ଜସପ୍ରୀତ ବୁମ୍‌ରା

ନୂଆଦିଲ୍ଲୀ,୧୨।୪: ଆଇପିଏଲ ୨୦୨୪ର ୨୫ତମ ଲିଗ ମ୍ୟାଚରେ ମୁମ୍ବାଇ ଆରସିବିକୁ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ମୁମ୍ବାଇର ଦ୍ରୁତ ବୋଲର ଜସପ୍ରୀତ ବୁମ୍‌ରାଙ୍କ ବୋଲିଂ ଚମତ୍କାର...

ମୁମ୍ବାଇ ଇଣ୍ଡିଆନ୍ସକୁ ପ୍ରବଳ ଫାଇଦା: ଆରସିବିର ବଢିଲା ଟେନସନ୍‌

ମୁମ୍ବାଇ,୧୨।୪: ଆଇପିଏଲର ୨୫ତମ ମ୍ୟାଚ ଗୁରୁବାର ଖେଳାଯାଇଥିଲା। ଏହି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ପଡ଼ିଆରେ ଥିଲା। ଯଦି ଦେଖାଯାଏ, ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri