Posted inଖେଳ

ଆଇସିସି ଟି୨୦ ର଼୍ୟାଙ୍କିଙ୍ଗ୍‌: ରେକର୍ଡ ବୋଲିଂ ପରେ ଚହରଙ୍କ ମାନ୍ୟତା ବୃଦ୍ଧି

ଦୁବାଇ, ୧୨।୧୧(ପି.ଟି.)- ବାଂଲାଦେଶ ବିପକ୍ଷ ଅନ୍ତିମ ତଥା ୩ୟ ଟି୨୦ ମ୍ୟାଚ୍‌ରେ ୭ ରନ୍‌ରେ ୬ ଉଇକେଟ୍‌ ଅକ୍ତିଆର କରି ବିଶ୍ୱ ରେକର୍ଡ କରିଥିବା ଭାରତୀୟ ଦ୍ରୁତ ବୋଲର ଦୀପକ ଚହରଙ୍କ ମାନ୍ୟତାରେ ଆଖିଦୃଶିଆ ଉନ୍ନତି ଘଟିଛି। ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ପକ୍ଷରୁ ସଦ୍ୟ ପ୍ରକାଶିତ ଟି୨୦ ବୋଲିଂ ର଼୍ୟାଙ୍କିଙ୍ଗ୍‌ରେ ଦୀପକ ଏକାବେଳେ ୮୮ଟି ପାହାଚ ଉପରକୁ ଉଠି ୪୨ତମ ସ୍ଥାନରେ ରହିଛନ୍ତି। ବାଂଲାଦେଶ ବିପକ୍ଷରେ ରବିବାର ନାଗପୁରରେ ଖେଳାଯାଇଥିବା ୩ୟ ଟି୨୦ରେ ଚହର ତାଙ୍କ ୪ ଓଭର ସ୍ପେଲ୍‌ରେ ୭ ରନ ବ୍ୟୟକରି ୬ ଉଇକେଟ୍‌ ନେଇଥିଲେ, ଯେଉଁଥିରେ ଏକ ହ୍ୟାଟ୍ରିକ ସାମିଲ ରହିଛି। ଏଥିସହ ଟି୨୦ କ୍ରିକେଟ୍‌ରେ ପ୍ରଥମ ଭାରତୀୟ ଭାବେ ସେ ହ୍ୟାଟ୍ରିକ ନେବାର କୃତିତ୍ୱ ହାସଲ କରିଛନ୍ତି। ଚହରଙ୍କ ଏହି ମାରାତ୍ମକ ସ୍ପେଲ୍‌ ଯୋଗୁ ଭାରତ ୩୦ ରନ୍‌ରେ ମ୍ୟାଚ୍‌କୁ ଜିତିବା ସହ ସିରିଜ ୨-୧ରେ ହାତେଇ ନେଇଛି।
ବୋଲିଂ ବିଭାଗରେ ସ୍ଲୋ ବୋଲରଙ୍କ ରାଜୁତି ଦେଖିବାକୁ ମିଳିଛି। ଶ୍ରେଷ୍ଠ-୫ ତଥା ଶ୍ରେଷ୍ଠ-୯ ଜଣଙ୍କ ମଧ୍ୟରେ ୮ଜଣ ସ୍ପିନର ରହିଛନ୍ତି। ନ୍ୟୁଜିଲାଣ୍ଡର ମିଚେଲ ସାଣ୍ଟନର ତାଲିକାରେ ଆଫଗାନିସ୍ତାନର ରଶିଦ ଖାଁଙ୍କ ପଛକୁ ୨ୟ ସ୍ଥାନରେ ରହିଛନ୍ତି। ଅପରପକ୍ଷରେ ବ୍ୟାଟିଂ ତାଲିକାରେ ‘ହିଟ୍‌ମ୍ୟାନ’ ଭାବେ ପରିଚିତ ରୋହିତ୍‌ ଶର୍ମା ୭ମ ସ୍ଥାନରେ ଅପରିବର୍ତ୍ତିତ ରହିଛନ୍ତି। ସେହିଭଳି ରବିବାର ଅର୍ଦ୍ଧଶତକୀୟ ଇନିଂସ୍‌ ଖେଳିଥିବା ଲୋକେଶ ରାହୁଲ ଗୋଟିଏ ପାହାଚ ଉପରକୁ ଉଠି ୮ମ ସ୍ଥାନ ଲାଭ କରିଛନ୍ତି। ଇଂଲଣ୍ଡର ଡେଭିଡ୍‌ ମଲାନ ତାଲିକାର ୩ୟ ସ୍ଥାନକୁ ଉଠିଛନ୍ତି। ପାକିସ୍ତାନର ବାବର ଆଜାମ ଓ ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଆରୋନ ଫିଞ୍ଚ୍‌ ଯଥାକ୍ରମେ ତାଲିକାର ପ୍ରଥମ ଓ ୨ୟ ସ୍ଥାନରେ ରହିଛନ୍ତି। ଇଂଲଣ୍ଡ ଅଧିନାୟକ ଇଅନ ମୋର୍ଗାନ ଓ ନ୍ୟୁଜିଲାଣ୍ଡ ଓପ୍‌ନର ମାର୍ଟିନ ଗୁପ୍‌ଟିଲ ଯୁଗ୍ମଭାବେ ୯ମ ସ୍ଥାନରେ ରହିଥିବାବେଳେ ଜନ୍ନୀ ବେୟାରଷ୍ଟୋ ପ୍ରଥମଥର ଲାଗି ଶ୍ରେଷ୍ଠ-୪୦ ମଧ୍ୟରେ ପ୍ରବେଶ କରିଛନ୍ତି। ଅଲ୍‌ରାଉଣ୍ଡ ତାଲିକାରେ ଅଷ୍ଟ୍ରେଲିଆର ଗ୍ଲେନ୍‌ ମ୍ୟାକ୍ସଓ୍ବେଲଙ୍କୁ ପଛରେ ପକାଇ ଆଫଗାନିସ୍ତାନର ମହମ୍ମଦ ନବି ଶୀର୍ଷସ୍ଥାନ ହାସଲ କରିଛନ୍ତି। ସେହିଭଳି ଟିମ୍‌ ତାଲିକାରେ ପାକିସ୍ତାନ, ଅଷ୍ଟ୍ରେଲିଆ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା ଓ ଭାରତ ଯଥାକ୍ରମେ ଶ୍ରେଷ୍ଠ-୫ ମଧ୍ୟରେ ରହିଛନ୍ତି। ନିକଟରେ ଅଷ୍ଟ୍ରେଲିଆ-ପାକିସ୍ତାନ, ନ୍ୟୁଜିଲାଣ୍ଡ-ଇଂଲଣ୍ଡ ଏବଂ ଭାରତ ଓ ବାଂଲାଦେଶ ମଧ୍ୟରେ ସିରିଜ ଶେଷ ହେବାପରେ ଆଇସିସି ପକ୍ଷରୁ ଏହି ର଼୍ୟାଙ୍କିଙ୍ଗ୍‌ ପ୍ରକାଶ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ରଥମଥର ପାଇଁ ବୈଭବଙ୍କ ସହ ଘଟିଲା ଏମିତି…୨୫୧ ଦିନ ଧରି ଯାହା ହୋଇନଥିଲା, ଏବେ ହେଲା!

ଚେନ୍ନାଇ,୯।୯: ଦୁଲୀପ ଟ୍ରଫି ଫାଇନାଲରେ ସାଉଥ ଜୋନର ପ୍ରଥମ ଇନିଂସ୍‌କୁ ୩୩୬ ରନରେ ସୀମିତ କରିବା ପରେ ଇଷ୍ଟ ଜୋନ ଦ୍ୱିତୀୟ ଇନିଂସ ଖେଳିବାକୁ ମଇଦାନକୁ ଓହ୍ଲାଇଛି।…

୭୦୦ ରନ୍‌ କରିଲେ ବି ହାରିଯିବ ତିଳକ ବର୍ମାଙ୍କ ଦଳ! ବୈଭବଙ୍କ ଦଳ ହେବ ଚାମ୍ପିଅନ, ଜାଣନ୍ତୁ ରୋଚକ ନିୟମ

ଚେନ୍ନାଇ,୯।୯: ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ଖେଳାଯାଉଛି। ସେପ୍ଟେମ୍ବର ୬ରୁ ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଆରମ୍ଭ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଟେନସନ୍‌ରେ ପଡ଼ିଲେ ଗୌତମ ଗମ୍ଭୀର! ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୯।୯: ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ପୂର୍ବରୁ ଭାରତୀୟ ଦଳ ସାମ୍ନାରେ ଏକ ବଡ଼ ପ୍ରଶ୍ନ ଠିଆ ହୋଇଛି। ଅଭିଷେକ ଶର୍ମାଙ୍କ ସହ ଇନିଂସ ଓପନ କରିବେ…

ଏସିଆ କପ୍‌ ଚାଲିଥିବାବେଳେ ସ୍ମୃତି ମନ୍ଧାନାଙ୍କୁ ମିଳିଲା ବଡ଼ ଖୁସିଖବର

ନୂଆଦିଲ୍ଲୀ,୯।୯: ମହିଳା ଏସିଆ କପରେ ହଂକଂ ବିପକ୍ଷରେ ଏକ ଚମତ୍କାର ଶତକ ମାରିଥିବା ସ୍ମୃତି ମନ୍ଧାନା ICC T20 ରାଙ୍କିଙ୍ଗର ଶୀର୍ଷ ୫ରେ ସ୍ଥାନ ପାଇଛନ୍ତି। ହଂକଂ…

କୋହଲିଙ୍କୁ ପଛରେ ପକାଇଲେ ରୋହିତ! ଟି-୨୦ ଅନ୍ତର୍ଜାତୀୟରେ ଭାରତର ଦ୍ରୁତତମ ଶତକ ଭାବେ ନମ୍ବର-୧, ଜାଣନ୍ତୁ କିଏ କେଉଁ ସ୍ଥାନରେ…

ନୂଆଦିଲ୍ଲୀ,୯।୯: ଗତ ଦୁଇ ଦଶନ୍ଧି ଧରି କ୍ରିକେଟର ସବୁଠୁ ଲୋକପ୍ରିୟ ଫର୍ମାଟ ହେଉଛି ଟି-୨୦। ପ୍ରାୟ ପ୍ରତି ମାସରେ ବିଶ୍ୱର କୌଣସି ନା କୌଣସି ଦେଶରେ ଟି-୨୦…

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ପାକିସ୍ତାନର ଇଣ୍ଡିଆ ପ୍ରେମ! ବିରାଟ କୋହଲିଙ୍କ ବ୍ରାଣ୍ଡର ଜୋତା ପିନ୍ଧି ଖେଳୁଛନ୍ତି ପାକିସ୍ତାନୀ କ୍ରିକେଟର; ଫଟୋ ଭାଇରାଲ

ନୂଆଦିଲ୍ଲୀ,୮।୯: ପାକିସ୍ତାନ ଦଳର କେତେଜଣ ଖେଳାଳି ବିରାଟ କୋହଲିଙ୍କ ବ୍ରାଣ୍ଡ, One8 ର ଜୋତା ପିନ୍ଧି ମହିଳା ଏସିଆ କପରେ ଖେଳୁଛନ୍ତି; ଏହାର ଫଟୋ ଏବେ ଭାଇରାଲ…

ପୁଣି ବଢ଼ିଗଲା BCCIର ରାଜକୋଷ; ୩୫ ମ୍ୟାଚ ଚୁକ୍ତିରୁ ମିଳିଲା ଏତିକି କୋଟି

ନୂଆଦିଲ୍ଲୀ,୮।୯: ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ BCCI ଏକ ନୂତନ ଚୁକ୍ତି କରିଛି। ଟିମ ଇଣ୍ଡିଆ ଘରୋଇ ମାଟିରେ ଖେଳିବା ପାଇଁ ବୋର୍ଡ ଏବେ 3.71…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri