ଆଇପିଏସ୍‌ ଅଫିସର ସ୍ତରରେ ଅଦଳବଦଳ:ବଦଳିଲେ ୧୩ ଏସ୍‌ପି

ଭୁବନେଶ୍ୱର,୨୦।୮(ବ୍ୟୁରୋ) : ରାଜ୍ୟର ବିଭିନ୍ନ ଜିଲାରେ କାର୍ଯ୍ୟ କରୁଥିବା ୩୯ଜଣ ଆଇପିଏସ୍‌ ଅଫିସରଙ୍କୁ ରାଜ୍ୟ ସରକାର ସୋମବାର ଅଦଳବଦଳ କରିଛନ୍ତି। ଜେଲ ଏଡିଜି ଥିବା ୧୯୯୦ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ମହେନ୍ଦ୍ର ପ୍ରତାପଙ୍କୁ କଟକ ପ୍ରିଣ୍ଟିଂ ପ୍ରେସ୍‌ ଏବଂ ଷ୍ଟେସନାରିର ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି। ଲ ଆଣ୍ଡ ଅର୍ଡର ଏଡିଜି ପଦବୀରେ ଥିବା ୧୯୯୪ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ସଞ୍ଜୀବ ପଣ୍ଡାଙ୍କୁ ପରିବହନ କମିଶନର ଭାବେ ବଦଳି କରାଯାଇଛି। ଏଡିଜି ଅପରେଶନ ଦାୟିତ୍ୱରେ ଥିବା ୧୯୯୩ ବ୍ୟାଚ୍‌ର ଅଫିସର ଆର.ପି. କୋଚେଙ୍କୁ ଲ ଆଣ୍ଡ ଅର୍ଡର ଏଡିଜି ଭାବେ ନିୟୁକ୍ତି ମିଳିଛି। ସେହିଭଳି ଏଫ୍‌ଏସ୍‌, ଏଚ୍‌ଜି ଏବଂ ସିଡିରେ ଥିବା ଆଇଜି ରାଜେଶ କୁମାରଙ୍କୁ ଭୁବନେଶ୍ୱର ଏସ୍‌ସିଆରବି ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି।
ଗୋଇନ୍ଦା ବିଭାଗରେ ଥିବା ଡିଆଇଜି ଆଶିଷ କୁମାର ସିଂଙ୍କୁ କେନ୍ଦ୍ରାଞ୍ଚଳ ଡିଆଇଜି ଭାବେ ନିୟୁକ୍ତି ମିଳିଛି। ଅନୁସୂଚିତ ଜାତି ଓ ଜନଜାତି ଏବଂ ଏଚ୍‌ଆରପିସିରେ ଥିବା ଆଇପିଏସ୍‌ ଅଫିସର ଦୀପ୍ତେଶ କୁମାର ପଟ୍ଟନାୟକଙ୍କୁ ପୂର୍ବାଞ୍ଚଳ ଆଇଜି(ବାଲେଶ୍ୱର), ଉତ୍ତରାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇଙ୍କୁ ଦକ୍ଷିଣାଞ୍ଚଳ ଡିଆଇଜି(ବ୍ରହ୍ମପୁର), ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଥିବା ହିମାଂଶୁ ଲାଲଙ୍କୁ ଉତ୍ତରାଞ୍ଚଳ(ସମ୍ବଲପୁର) ଡିଆଇଜି, ସଫିନ୍‌ ଅହମ୍ମଦ କେ.ଙ୍କୁ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି, ପୂର୍ବାଞ୍ଚଳ ଡିଆଇଜି ଅମିତେନ୍ଦ୍ରନାଥ ସିହ୍ନାଙ୍କୁ ଡିଆଇଜି ସିଆଇଡି କ୍ରାଇମ୍‌ବ୍ରାଞ୍ଚ ଭାବେ ଅବସ୍ଥାପିତ କରାଯାଇଛି। କେନ୍ଦ୍ରାଞ୍ଚଳ ଆଇଜି ଥିବା ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀଙ୍କୁ ଆଇଜି ପର୍ସୋନେଲ ଭାବେ ନିୟୁକ୍ତି ମିଳିଛି। ଏସ୍‌ଆଇଡବ୍ଲ୍ୟୁ ଆଇଜି ଘନଶ୍ୟାମ ଉପାଧ୍ୟାୟଙ୍କୁ ଭୁବନେଶ୍ୱର ଇଓଡବ୍ଲ୍ୟୁ ଆଇଜି ଭାବେ ଦାୟିତ୍ୱ ମିଳିଛି। ଛୁଟିରେ ଥିବା ୧୯୯୮ ବ୍ୟାଚର ଆଇପିଏସ୍‌ ଅଫିସର ଏନ୍‌.ବି. ଭାରତୀଙ୍କୁ ଏଚ୍‌ଆରପିସି ଆଇଜି ଭାବେ ନିୟୁକ୍ତି ମିଳିଛି। ଏସ୍‌ଏପି(ସ୍ପେଶାଲ ଆର୍ମ ପୋଲିସ)ଆଇଜି ଅମିତାଭ ଠାକୁରଙ୍କୁ ଆଇଜି ପୋଲିସ ଅପରେଶନ୍‌, କଟକ ପୋଲିସ ପର୍ସୋନେଲ ଆଇଜି ପି.ଏସ୍‌. ରଣପିସେଙ୍କୁ ଭିଜିଲାନ୍ସ ଆଇଜି, ଆଇଜି ରେଖା ଲୋହାନୀଙ୍କୁ ପୋଲିସ ଆଧୁନିକୀକରଣ ଆଇଜି ଭାବେ ଅବସ୍ଥାପିତ କରାଯାଇଛି। ପୋଲିସ ମୁଖ୍ୟାଳୟ ଆଇଜି ଅସିତ୍‌ କୁମାର ପାଣିଗ୍ରାହୀଙ୍କୁ ଗୃହରକ୍ଷୀ, ଅଗ୍ନିଶମ ଆଇଜି ଭାବେ ନିୟୁକ୍ତି ମିଳିଛି। ଏସ୍‌ଓଜି କମାଣ୍ଡାଣ୍ଟ ଅନିରୁଦ୍ଧ ସିଂଙ୍କୁ ଏସ୍‌ଆଇଡବ୍ଲ୍ୟୁ ଡିଆଇଜି ପଦ ମିଳିଛି।
ନୂଆପଡା ଏସ୍‌ପି ପରମାରସ୍ମିତ୍‌ ପୁରୁଷୋତ୍ତମ ଦାସଙ୍କୁ ମୟୂରଭଞ୍ଜ ଏସ୍‌ପି, ବରଗଡ ଏସ୍‌ପି ମୁକେଶ କୁମାର ଭାମୋଙ୍କୁ କୋରାପୁଟ ଏସ୍‌ପି ଭାବେ ନିୟୁକ୍ତ କରାଯାଇଛି। ବାଲିଗୁଡା ଏସ୍‌ଡିପିଓ ଭିନିତ ଅଗ୍ରଓ୍ବାଲଙ୍କୁ ନୂଆପଡା ଏସ୍‌ପି(ଇନ୍‌ଚାର୍ଜ), ଜୟପୁର ଏସ୍‌ଡିପିଓ ସାଗରିକା ନାଥଙ୍କୁ କଟକ ଭୁବନେଶ୍ୱର କମିଶନରେଟ୍‌ ପୋଲିସର ଟ୍ରାଫିକ ଡିସିପି(ଇନ୍‌ଚାର୍ଜ), କୋରାପୁଟ ଏସ୍‌ପି କନ୍‌ଓ୍ବର ବିଶାଲ ସିଂଙ୍କୁ ସମ୍ବଲପୁର ଏସ୍‌ପି, ମୟୂରଭଞ୍ଜ ଏସ୍‌ପି ଅବିନାଶ କୁମାରଙ୍କୁ ଭୁବନେଶ୍ୱର ଇଓଡବ୍ଲ୍ୟୁ ଏସ୍‌ପି, ମାଲକାନଗିରି ଏସ୍‌ଡିପିଓ ଖିଲାରୀ ରିଶିକେଶ ଦାନଦେଓଙ୍କୁ ମାଲକାନଗିରି ଏସ୍‌ପି(ଇନ୍‌ଚାର୍ଜ), କମିଶନରେଟ୍‌ ପୋଲିସ ମୁଖ୍ୟାଳୟ ଡିସିପି ପଦ୍ମିନୀ ସାହୁଙ୍କୁ ବରଗଡ ଏସ୍‌ପି ଭାବେ ନିୟୁକ୍ତି ମିଳିଛି। ଏସ୍‌ଆରପି ରାଉରକେଲାରେ ଥିବା ଅଜୟ ପ୍ରତାପ ସ୍ବାଇଁଙ୍କୁ ଖୋର୍ଦ୍ଧା ଏସ୍‌ପି(ଇନ୍‌ଚାର୍ଜ), କମିଶନରେଟ ପୋଲିସ(ଭୁବନେଶ୍ୱର) ଅତିରିକ୍ତ ଡିସିପି ତ୍ରିନାଥ ପଟେଲଙ୍କୁ ରାଉରକେଲା ଏସ୍‌ଆରପି (ଇନ୍‌ଚାର୍ଜ), ବୌଦ୍ଧ ଏସ୍‌ପି ସୁଧାଂଶୁ ଶେଖର ମିଶ୍ରଙ୍କୁ କ୍ରାଇମ୍‌ବ୍ରାଞ୍ଚ(କଟକ)ଏସ୍‌ପି, ଭିଜିଲାନ୍ସ ଏସ୍‌ପି ଆର. ପ୍ରକାଶଙ୍କୁ ଜଗତ୍‌ସିଂହପୁର ଏସ୍‌ପି, ରାୟଗଡାର ଅତିରିକ୍ତ ଏସ୍‌ପି ଓ୍ବାଇ. ରଘୁନାଥ ରାଓଙ୍କୁ ବୌଦ୍ଧ ଏସ୍‌ପି(ଇନ୍‌ଚାର୍ଜ), ମାଲକାନଗିରି ଏସ୍‌ପି ଜଗମୋହନ ମିନାଙ୍କୁ ଅନୁଗୋଳ ଏସ୍‌ପି, ବଲାଙ୍ଗୀର ଏସ୍‌ପି କେ.ଶିବା ଶୁଭ୍ରମଣିଙ୍କୁ ରାଉରକେଲା ଏସ୍‌ପି, ଅନୁଗୋଳ ଏସ୍‌ପି ମିତ୍ରଭାନୁ ମହାପାତ୍ରଙ୍କୁ କେନ୍ଦୁଝର ଏସ୍‌ପି, ରାଉରକେଲା ଏସ୍‌ପି ସାର୍ଥକ ଷଡ଼ଙ୍ଗୀଙ୍କୁ ଭୁବନେଶ୍ୱର ଭିଜିଲାନ୍ସ ଏସ୍‌ପି ଭାବେ ନିୟୁକ୍ତି ମିଳିଛି। ସେହିପରି କ୍ରାଇମ୍‌ବ୍ରାଞ୍ଚ ଏସ୍‌ପି ମଦକର ସନ୍ଦୀପ ସମ୍ପତଙ୍କୁ ବଲାଙ୍ଗୀର ଏସ୍‌ପି ଭାବେ ନିଯୁକ୍ତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri