Posted inଖେଳ

ଆଇପିଏଲ୍‌ କ୍ୟାମ୍ପ ସ୍ଥଗିତ

ନୂଆଦିଲ୍ଲୀ, ୧୬ା୩ (ପି.ଟି.)-ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୮ଫ୍ରାଞ୍ଚାଇଜ୍‌ ସେମାନଙ୍କ ପ୍ରି-ଟୁର୍ନାମେଣ୍ଟ କ୍ୟାମ୍ପକୁ ବାତିଲ କରିଛନ୍ତି। କରୋନା ଭାଇରସ୍‌ ଆଶଙ୍କା ଲାଗି ବ୍ୟୟବହୁଳ ଇଭେଣ୍ଟକୁ ମାର୍ଚ୍ଚ ୨୯ରୁ ଏପ୍ରିଲ ୧୫ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯିବାର ୩ ଦିନ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଟ୍ରେନିଂ କ୍ୟାମ୍ପ ପୁଣି କେବେଠାରୁ ହେବ ତାହା ପରେ ଖେଳାଳିମାନଙ୍କୁ ଜଣାଇ ଦିଆଯିବ। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସୋମବାର ସେମାନଙ୍କ କ୍ୟାମ୍ପ ସ୍ଥଗିତ ଘୋଷଣା କରିଛନ୍ତି। ଏହା ମାର୍ଚ୍ଚ ୨୧ରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଥିଲା। ୩ ଥର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ, ଚେନ୍ନାଇ ସୁପର କିଙ୍ଗ୍ସ ଏବଂ କୋଲକାତା ନାଇଟ ରାଇଡର୍ସ ଇତିମଧ୍ୟରେ ସେମାନଙ୍କ କ୍ୟାମ୍ପ ବାତିଲ କରିସାରିଛନ୍ତି। କରୋନା ଭାଇରସ ଆତଙ୍କ ଯୋଗୁ ସରକାରଙ୍କ ଦ୍ୱାରା ଯାତାୟତରେ କଟକଣା ଜାରି କରିବା ସହ ତିନୋଟି ରାଜ୍ୟ ବର୍ତ୍ତମାନ ପରିସ୍ଥିତିରେ ଆଇପିଏଲ୍‌ ଆୟୋଜନ କରିବା ଲାଗି ରାଜି ନ ହେବାରୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଶୁକ୍ରବାର ଆଇପିଏଲ୍‌କୁ ସସ୍‌ପେଣ୍ଡ କରିଥିଲା। ଭାରତରେ ଇତିମଧ୍ୟରେ ୧୧୪ଜଣ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇ ସାରିଥିବାବେଳେ ଦୁଇଜଣଙ୍କର ମୃତ୍ୟୁ ଘଟିସାରିଲାଣି। ମହେନ୍ଦ୍ର ସିଂ ଧୋନୀ ସହର ଛାଡ଼ି ଚାଲିଯିବା ପରେ ୩ଥର ବିଜେତା ଚେନାଇ ସୁପର କିଙ୍ଗ୍ସ ଶନିବାର ଏହାର କ୍ୟାମ୍ପକୁ ସସ୍‌ପେଣ୍ଡ କରିଛି। ପରିସ୍ଥିତିରେ ଯଦି ଉନ୍ନତି ଘଟେ ତେବେ ଏପ୍ରିଲ ୧୫ରେ ଆଇପିଏଲ ଆରମ୍ଭ ହେବ। ଯେଉଁ ରାଜ୍ୟଗୁଡ଼ିକ ମ୍ୟାଚ ଆୟୋଜନ ଲାଗି ରାଜି ହେଉ ନାହାନ୍ତି ସେମାନେ ସବୁଜ ସଂକେତ ଦେଇପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଜୟ ହଜାରେ ଟ୍ରଫି: କର୍ନାଟକ-ତାମିଲନାଡ଼ୁ ଫାଇନାଲ

ବେଙ୍ଗାଲୁରୁ, ୨୩।୧୦ (ପି.ଟି.):  କର୍ନାଟକ ଓ ତାମିଲନାଡ଼ୁ ମଧ୍ୟରେ ବିଜୟ ହଜାରେ ଟ୍ରଫି ଅଷ୍ଟାଦଶ ସଂସ୍କରଣର ଫାଇନାଲ ମ୍ୟାଚ୍‌ ଖେଳାଯିବ। ବୁଧବାର ଖେଳାଯାଇଥିବା ଉଭୟ ସେମିଫାଇନାଲରେ...

ବୋଲିଂରେ ରବି ବ୍ୟାଟିଂରେ ସୂର୍ଯ୍ୟ ଚମକିଲେ

କୋଲକାତା,୧୬।୨: ପ୍ରଥମେ ବୋଲରଙ୍କ ମାପଚୁପ ବୋଲିଂ ବଳରେ ଓ୍ବେଷ୍ଟଇଣ୍ଡିଜକୁ ୧୫୭/୭ରେ ରୋକି ଦେଇଥିଲା ଟିମ୍‌ ଇଣ୍ଡିଆ। ତା’ ପରେ ଅଧିନାୟକ ରୋହିତ ଶର୍ମା ଓ ସୂର୍ଯ୍ୟକୁମାର...

ରାଜ୍ୟ ର଼୍ୟାଙ୍କିଙ୍ଗ୍‌ ଟେବୁଲ ଟେନିସ ଚାମ୍ପିୟନଶିପ୍‌ ଉଦ୍‌ଯାପିତ

ଭୁବନେଶ୍ୱର, ୧।୧୦ (କ୍ରୀଡ଼ା ପ୍ରତିନିଧି)- ବଲାଙ୍ଗୀର ଜିଲା ଟେବୁଲ ଟେନିସ ଆସୋସିଏଶନ ଆନୁକୂଲ୍ୟରେ ବଲାଙ୍ଗୀରର ମନୋହରପୁରସ୍ଥିତ ରିଜର୍ଭ ପୋଲିସ ଇନ୍‌ଡୋର ହଲ୍‌ରେ ୪ର୍ଥ ଆର.ଏନ. ସିଂ...

ଉତ୍କଳ ଟ୍ୟାଲେଣ୍ଟ କ୍ୱେଷ୍ଟ କରାଟେ ଉଦ୍‌ଯାପିତ

ଭୁବନେଶ୍ୱର, ୨୨ା୫ (ସ୍ପୋଟର୍‌ସ ବ୍ୟୁରୋ): ଉତ୍କଳ କରାଟେ ସ୍କୁଲ ପରିସରରେ ଉତ୍କଳ ଟ୍ୟାଲେଣ୍ଟ କ୍ୱେଷ୍ଟ କରାଟେ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ ମୋଟ ୪୦୦...

ଭାରତ-ପାକିସ୍ତାନ ସୀମାରେ ଯବାନଙ୍କ ଭାଙ୍ଗଡ଼ା ନୃତ୍ୟ: ସାହସକୁ ସମ୍ନାନ ଜଣାଇଲେ ସେହଓ୍ବାଗ୍‌

ନୂଆଦିଲ୍ଲୀ, ୧୮।୭: ଭାରତ-ପାକିସ୍ତାନ ସୀମାରେ ଥିବା ଭାରତୀୟ ଯବାନଙ୍କ ନୃତ୍ୟ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ୪/୫ ଜଣ...

ବିରାଟଙ୍କ ବୋତଲ କ୍ୟାପ୍‌ ଚ୍ୟାଲେଞ୍ଜ

ସୋସିଆଲ ମିଡିଆରେ ଆଜିକାଲି ନୂଆ ନୂଆ ଚ୍ୟାଲେଞ୍ଜ ସବୁ ବାହାରିଲାଣି। ଗତ କିଛିଦିନ ହେବ ବୋତଲ କ୍ୟାପ୍‌ ଚ୍ୟାଲେଞ୍ଜ୍‌ ବହୁଳ ମାତ୍ରାରେ ଚାଲିଛି। ଏକ ନିଆରା...

ଚେନ୍ନାଇ ପାଇଁ ବଳିଦାନ ଦେଲେ ଧୋନୀ, ଜାଣିଲେ କହିବେ ବାଃ ବାଃ

ନୂଆଦିଲ୍ଲୀ,୧।୧୨:ଚେନ୍ନାଇ ସୁପର କିଙ୍ଗ୍ସ ଦ୍ୱାରା ଆଇପିଏଲ ୨୦୨୨ ପାଇଁ ପ୍ରକାଶିତ ଆଇପିଏଲ ୨୦୨୨ ରିଟେସନ୍‌ ତାଲିକା ପରେ ସ୍ପଷ୍ଟ ହୋଇଛି ଯେ ମହେନ୍ଦ୍ର ସିଂ ଧୋନୀ...

ବୋଲ୍ଡ ଫଟୋ ଶେୟାର କଲେ ଏହି କ୍ରିକେଟର୍‌ଙ୍କ ପୂର୍ବତନ ସ୍ତ୍ରୀ

ନୂଆଦିଲ୍ଲୀ, ୨୪।୮: ଭାରତୀୟ କ୍ରିକେଟ୍‌ ଦଳର ଦ୍ରୁତ ବୋଲର ମହମ୍ମଦ ସାମିଙ୍କ ପୂର୍ବତନ ସ୍ତ୍ରୀ ହାସିନ ଜହାନ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ ରହିଥାନ୍ତି। ଅଧିକାଂଶ...

Advertisement
Archives

Model This Week