ଆଇପିଏଲ୍‌ ଉପରେ ପଡ଼ିବ ଭାରତ-ଚାଇନା ବିବାଦର ପ୍ରଭାବ

ନୂଆଦିଲ୍ଲୀ, ୧୮।୬- ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣ ଠିକ୍‌ ସମୟରେ ଆୟୋଜନ ହେବାରେ ପ୍ରଥମେ କରୋନା ଭାଇରସ ପ୍ରତିବନ୍ଧକ ସାଜିଥିଲା। ଏହି କାରଣରୁ ଆଇପିଏଲ୍‌ ସିଜନ-୧୩କୁ ଅନିର୍ଦ୍ଦିଷ୍ଟ ସମୟ ଲାଗି ସ୍ଥଗିତ ରଖିବାକୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ନିଷ୍ପତ୍ତି ନେଇଥିଲା। ତେବେ ବର୍ତ୍ତମାନ ଭାରତ ଓ ଚାଇନା ମଧ୍ୟରେ ଚାଲିଥିବା ସୀମା ବିବାଦ ଉଗ୍ର ରୂପ ଧାରଣ କରିଛି। ଏହି ବିବାଦ ଯୋଗୁ ପୁନର୍ବାର ଆଇପିଏଲ୍‌ ଆୟୋଜନ ନେଇ ଆଶଙ୍କା ପ୍ରକାଶ ପାଇଛି। ଚାଇନାର ମୋବାଇଲ ଉତ୍ପାଦନକାରୀ ବ୍ରାଣ୍ଡ୍‌ ‘ଭିଭୋ’ ଆଇପିଏଲ୍‌ର ମୁଖ୍ୟ ପ୍ରାୟୋଜକ ରହିଛି। ସୀମାରେ ୨୦ ଭାରତୀୟ ଯବାନ ଶହୀଦ ହେବାପରେ ଚାଇନା ପ୍ରସ୍ତୁତ ସାମଗ୍ରୀ ବିକ୍ରିକୁ ଭାରତରେ ଜୋର୍‌ଦାର ବିରୋଧ କରାଯାଉଛି। ଏହାକୁ ନଜରରେ ରଖି ବିସିସିଆଇ ଆଇପିଏଲ୍‌ର ପ୍ରମୁଖ ପ୍ରାୟୋଜକ ରହିଥିବା ଭିଭୋକୁ ପରିବର୍ତ୍ତନ କରିବାକୁ ଚିନ୍ତା କରୁଥିବା ଜଣାପଡ଼ିଛି। ୨୦୧୮ରେ ଭିଭୋ ୨୧ ଶହ ୯୯ କୋଟି ଟଙ୍କା ବିନିମୟରେ ୫ ବର୍ଷ ଲାଗି ଆଇପିଏଲ୍‌ର ପ୍ରାୟୋଜକ ଅଧିକାର ହାସଲ କରିଥିଲା। ଯଦି ଆଗକୁ ଭାରତରେ ଲୋକମାନେ ଚାଇନା ସାମଗ୍ରୀକୁ ବିରୋଧ କରିବା ଜାରି ରଖନ୍ତି ତେବେ ବିସିସିଆଇ ଭିଭୋକୁ ହଟାଇବା ଲାଗି ବାଧ୍ୟ ହେବ। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ବିସିସିଆଇର ଜଣେ ଅଧିକାରୀ କହିଛନ୍ତି, ‘ଦୁଇ ଦେଶ ମଧ୍ୟରେ ଯଦି ଏଭଳି ବିବାଦ ଲାଗି ରହେ ତେବେ କ’ଣ କରାଯାଇପାରିବ। ଆମର ପ୍ରଥମ ଲକ୍ଷ୍ୟ ହେଉଛି ଖାଲି ଷ୍ଟାଡିୟମରେ ହେଉ ପଛେ ଚଳିତ ବର୍ଷ ଆଇପିଏଲ୍‌ ଆୟୋଜନ କରିବା। ଆଇପିଏଲ୍‌ ଅନୁଷ୍ଠିତ ନ ହେଲେ ଆର୍ଥିକସ୍ତରରେ ଏହା ଆମକୁ ବଡ଼ କ୍ଷତି ପହଞ୍ଚାଇବ’। ଏହି ଅଧିକାରୀଜଣଙ୍କ ଆହୁରି ମଧ୍ୟ କହିଛନ୍ତି, ଯଦି ସରକାର ଆଦେଶ ଦିଅନ୍ତି ତେବେ ଭିଭୋ ସହ ମୁଖ୍ୟ ପ୍ରାୟୋଜକ ନେଇ ହୋଇଥିବା ଚୁକ୍ତି ବାତିଲ କରାଯିବ। ସେହିଭଳି ଭିଭୋକୁ ଭାରତରେ ବିଜନେସ କରିବା ଲାଗି ଯଦି ସରକାର ଅନୁମତି ଦିଅନ୍ତି ତେବେ କୌଣସି ଅସୁବିଧା ହେବନାହିଁ। ଏଠାରେ ଉଲ୍ଲେଖଯୋଗ୍ୟ, ଭାରତୀୟ ବଜାରରେ ସର୍ବାଧିକ ଆଧିପତ୍ୟ ବିସ୍ତାର କରିଥିବା ମୋବାଇଲ କମ୍ପାନୀ ତାଲିକାରେ ୨ୟ ସ୍ଥାନରେ ରହିଥିବା ଭିଭୋ ଆଇପିଏଲ୍‌ ପ୍ରାୟୋଜକ ବାବଦକୁ ବର୍ଷକୁ ବିସିସିଆଇକୁ ୪୪୦ କୋଟି ଟଙ୍କା ପ୍ରଦାନ କରୁଛି। ଏହାସହିତ ମାର୍କେଟିଂ ଓ ପ୍ରମୋଶନ ଲାଗି ଅତିରିକ୍ତ ୧୦୦ରୁ ୧୫୦ କୋଟି ଟଙ୍କା ଖର୍ଚ୍ଚ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଟାଇଟଲ ପ୍ରତ୍ୟାହାର, ୩ ବର୍ଷ ବାସନ୍ଦ ହେଲେ ଏହି ଆଥଲେଟ୍‌, ଜାଣନ୍ତୁ…

କୋଲୋରାଡୋ ସ୍ପ୍ରିଙ୍ଗ୍ସ,୧୧।୮: ବ୍ଲଡ ଡୋପିଙ୍ଗ୍‌ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଯୁକ୍ତରାଷ୍ଟ୍ର ଆମେରିକାର ୧,୫୦୦ମିଟର ଚାମ୍ପିୟନ ଜୋନା କୋଚ୍‌ଙ୍କଠାରୁ ଟାଇଟଲ ପ୍ରତ୍ୟାହାର କରି ନିଆଯିବା ସହ…

ବିବାହ ପ୍ରତିଶ୍ରୁତି ଦେଇ ରଖୁଥିଲେ ଶାରୀରିକ ସମ୍ପର୍କ: ଏହି କ୍ରିକେଟର୍‌ଙ୍କୁ ବାନ୍ଧିଲା ପୋଲିସ

ନୂଆଦିଲ୍ଲୀ,୧୧।୮: ଇଣ୍ଡିଆନ ପ୍ରିମିୟର ଲିଗ (IPL)ରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳୁଥିବା ବଙ୍ଗଳା କ୍ରିକେଟର ଅଭିଷେକ ପୋରେଲଙ୍କୁ ଜଣେ ଡାକ୍ତରୀ ଛାତ୍ରୀଙ୍କ ଦ୍ୱାରା ଦାୟର କରାଯାଇଥିବା ଆପରାଧିକ…

ରୋହିତ ଶର୍ମାଙ୍କ ସନ୍ନ୍ୟାସ ନେବା ପକ୍କା? ଏହି ଖୁସି ଖବର ଲକ୍ଷ ଲକ୍ଷ ପ୍ରଶଂସକଙ୍କ ମନ ଭାଙ୍ଗିଦେବ!

ନୂଆଦିଲ୍ଲୀ, ୧୧।୮: ରୋହିତ ଶର୍ମା ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ତୃତୀୟ ଦିନିକିଆ ମ୍ୟାଚରେ ଏହି ଭାରତୀୟ ଖେଳାଳି ଏକ ଚମତ୍କାର ଶତକ…

ଅଜିଙ୍କ୍ୟ ରାହାଣେଙ୍କ ସନ୍ନ୍ୟାସରେ ଚକିତ ହୋଇଯାଇଥିଲେ ସଚିନ! ଦୁହିଁଙ୍କ କଥାବାର୍ତ୍ତାର ହେଲା ଖୁଲାସା

ନୂଆଦିଲ୍ଲୀ, ୧୧।୮: ଗତ କିଛି ସପ୍ତାହ ଧରି ଅଜିଙ୍କ୍ୟ ରାହାଣେ ବେଶ ଚର୍ଚ୍ଚାରେ ଅଛନ୍ତି। ଗତ ଜୁଲାଇ ୩୦ ତାରିଖରେ ସେ ଅବସର ଘୋଷଣା କରିଥିଲେ। ଏହାସହ…

କ୍ରିକେଟ ପରେ ଟିଭି ପରଦାରେ ‘ହିଟମ୍ୟାନ୍’ଙ୍କ ଜଲୱା: ଛୋଟ ପରଦାରେ ଡେବ୍ୟୁ କରିବେ ରୋହିତ!

ନୂଆଦିଲ୍ଲୀ,୧୧।୮: ଭାରତୀୟ କ୍ରିକେଟ୍ ଦଳର ଷ୍ଟାର୍ କ୍ୟାପ୍ଟେନ୍ ରୋହିତ ଶର୍ମା ଆନ୍ତର୍ଜାତୀୟ ଟି-୨୦ ଏବଂ ଟେଷ୍ଟ କ୍ରିକେଟରୁ ଅବସର ନେବା ପରେ ଏବେ ନୂଆ ରୂପରେ ନଜର…

ଗାଙ୍ଗୁଲିଙ୍କ ଜୀବନ ପ୍ରତି ବିପଦ!

ନୂଆଦିଲ୍ଲୀ,୧୧।୮: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଏବଂ ତାଙ୍କ ପତ୍ନୀ ଡୋନା ଗାଙ୍ଗୁଲିଙ୍କୁ ହତ୍ୟା ଧମକ ମିଳିଛି। ବର୍ତ୍ତମାନ କ୍ରିକେଟ ଆସୋସିଏସନ ଅଫ…

ରାଜ୍ୟଗୋଷ୍ଠୀ ଫେନ୍‌ସିଂରେ ଭାରତ ଜିତିଲା ୧୭ ପଦକ

ନୂଆଦିଲ୍ଲୀ,୧୦ା୮: ନାଇଜେରିଆର ଲାଗୋସରେ ଚାଲିଥିବା ୨୩ ବର୍ଷରୁ କମ୍‌ ରାଜ୍ୟଗୋଷ୍ଠୀ ଫେନ୍‌ସିଂ ଚାମ୍ପିୟନଶିପ୍‌ରେ ଭାରତ ଉଭୟ ପୁରୁଷ ଓ ମହିଳା ବିଭାଗରେ ଆଧିପତ୍ୟ ବିସ୍ତାର କରିଛି। ଇଭେଣ୍ଟର…

ପୈତୃକ ଗାଁରେ ଘର କାମ ଆରମ୍ଭ କଲେ ରିଷଭ ପନ୍ତ

ପିଥୋରାଗଡ଼(ଉତ୍ତରାଖଣ୍ଡ),୧୦ା୮: ରିଷଭ ପନ୍ତଙ୍କ ମା’ ଉତ୍ତରାଖଣ୍ଡର ପିଥୋରାଗଡ଼ ଜିଲାରେ ନିଜ ପୈତୃକ ଗାଁକୁ ଫେରିବା ପରେ ସେମାନଙ୍କ ଘରର ପୁନଃ ନିର୍ମାଣ କାମ ଆରମ୍ଭ ହୋଇଛି। ଏହାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri