ଆଇନଗତ ଆଳରେ ଘୁଞ୍ଚି ଚାଲିଛି ନିର୍ବାଚନ

ଯାଜପୁର ଅଫିସ,୧୩ା୮: ପୌର ନିର୍ବାଚନର ସଂରକ୍ଷଣ ବ୍ୟବସ୍ଥାକୁ ନେଇ ଲାଗି ରହିଥିବା ଆଇନଗତ ବିବାଦକୁ ଆଳ କରି ନିର୍ବାଚନର ଦିନ ଗଡ଼ି ଗଡ଼ି ଚାଲିଛି। ହେଲେ ବାସ୍ତବରେ ଗତ ସାଧାରଣ ନିର୍ବାଚନରେ ସହରୀ ଓ ଶିକ୍ଷିତ ଭୋଟରଙ୍କ ମତ ପରିବର୍ତ୍ତନ ଶାସକ ଦଳକୁ ଚିନ୍ତାରେ ପକାଇଥିବା କାରଣରୁ ଏଭଳି ବିଳମ୍ବ ହେଉଥିବା ଚର୍ଚ୍ଚା ହେଉଛି। ଏହି କାରଣରୁ ଚଳିତବର୍ଷ ପୌର ପରିଷଦ ନିର୍ବାଚନ ହେବାର ଆଶା ମଧ୍ୟ କ୍ଷୀଣ ଦେଖାଯାଇଛି। ପୌରାଞ୍ଚଳ ବା ବିଭିନ୍ନ ସହରରେ ଅଧିକାଂଶ ଶିକ୍ଷିତ ଭୋଟର ରହିଛନ୍ତି। ଏପରିକି ରାଜ୍ୟରେ ଗତ ସାଧାରଣ ନିର୍ବାଚନରେ ବିଜେଡିଠାରୁ ୩ଗୁଣ ଅଧିକ ଭାଜପା ପୋଷ୍ଟାଲ ଭୋଟ ପାଇଛି। ଏଥିରେ ରାଜ୍ୟର ଯାଜପୁର ଓ ବରଗଡ଼ ଜିଲାରେ ସର୍ବାଧିକ ପୋଷ୍ଟାଲ ଭୋଟ ଭାଜପା ସପକ୍ଷରେ ଯାଇଛି। ବିଶେଷକରି ଚାକିରିଆ କିମ୍ବା ବାହାରେ ରହୁଥିବା ଶିକ୍ଷିତ ଭୋଟର ପୋଷ୍ଟାଲ ଭୋଟ ଦେଇଥାନ୍ତି। ଏହି ହାରକୁ ସମୀକ୍ଷା କରି ଶାସକ ଦଳ ପୌର ନିର୍ବାଚନକୁ ଜାଣିଶୁଣି ବିଭିନ୍ନ ଆଳ ଦେଖାଇ ଗଡେଇ ଚାଲିଥିବା ଆଲୋଚନା ହେଉଛି।
ସାଧାରଣ ନିର୍ବାଚନ ପୂର୍ବରୁ ଗତବର୍ଷ ପୌର ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ୱାର୍ଡଗୁଡ଼ିକରେ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ସର୍ଭେ ଓ ମତାମତ ଦେବାକୁ ସାଧାରଣରେ ନୋଟିସ ଦିଆଯାଇଥିଲା। ଫଳରେ ୨୦୧୯ ସାଧାରଣ ନିର୍ବାଚନ ପରେ ପୌର ନିର୍ବାଚନ ହେବ ବୋଲି ଆଶା କରାଯାଉଥିଲା। କିନ୍ତୁ ପ୍ରଚଳିତ ଆଇନରେ ଥିବା ବ୍ୟବସ୍ଥା ଅନୁଯାୟୀ ସଂରକ୍ଷଣ ପରିମାଣ ୫୦ ପ୍ରତିଶତରୁ ଅଧିକ ହୋଇଛି ା ଏନେଇ ହାଇକୋର୍ଟରେ ମାମଲା ହୋଇଥିଲା। ହାଇକୋର୍ଟ ରାଜ୍ୟ ସରକାରଙ୍କୁ ସଂରକ୍ଷଣ ବ୍ୟବସ୍ଥା ୫୦ ପ୍ରତିଶତ ଭିତରେ ରଖିବାକୁ ରାୟ ଦେଇଥିଲେ। ସୁପ୍ରିମକୋର୍ଟରେ ମଧ୍ୟ ଏହି ରାୟ ବଳବତ୍ତର ରହିଥିଲା। ୫୦ ପ୍ରତିଶତ ଭିତରେ ସଂରକ୍ଷଣ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବାକୁ ଓଡିଶା ମ୍ୟୁନିସିପାଲିଟି ଆକ୍ଟ -୧୯୫୦ ଓ ଓଡ଼ିଶା ମ୍ୟୁନିସିପାଲ କର୍ପୋରେଶନ ଆକ୍ଟ-୨୦୦୩ରେ ସଂଶୋଧନର ଆବଶ୍ୟକତା ରହିଛି ା ଗତ ବିଧାନସଭାରେ ଆଇନ ସଂଶୋଧନ ପାଇଁ ପ୍ରସ୍ତାବ ଆସିବ ବୋଲି ଆଶା କରାଯାଉଥିଲା। ହେଲେ ଏହି ଆଶା ପୂରଣ ନ ହେବାରୁ ପୌର ପରିଷଦ ନିର୍ବାଚନ ପ୍ରକ୍ରିୟା ଆହୁରି ବିଳମ୍ବ ହେବ ବୋଲି କୁହାଯାଉଛି। ତେବେ ରାଜ୍ୟ ସରକାର ଜାଣିଶୁଣି ଏ ନେଇ ତପତ୍ରତା ପ୍ରକାଶ କରୁ ନ ଥିବା ସନ୍ଦେହ କରାଯାଉଛି। କାରଣ ଗତ ଲୋକ ସଭା ନିର୍ବାଚନରେ ରାଜ୍ୟରେ ଭାଜପାର ଭୋଟହାର ୩୮.୪ ପ୍ରତିଶତକୁ ବୃଦ୍ଧି ଘଟିଥିବାବେଳେ ବିଜେଡିର ଭୋଟହାର ୪୨.୮ ପ୍ରତିଶତକୁ ହ୍ରାସ ପାଇଛି। କଂଗ୍ରେସ ୧୩.୮ ପ୍ରତିଶତରେ ସୀମିତ ରହିଛି। ଏହିକ୍ରମରେ ସହରୀ ଓ ଶିକ୍ଷିତ ଭୋଟର ଭାଜପାକୁ ଅଧିକ ପସନ୍ଦ କରିଥିବା ମନେହୋଇଛି। ପୋଷ୍ଟାଲ ଭୋଟକୁ ଏହାର ମାପଦଣ୍ଡ ଭାବେ ନିଆଯାଇପାରେ। ରାଜ୍ୟର ୨୧ ଲୋକ ସଭା ଆସନରେ ଭାଜପା ୪୯,୦୪୭ ପୋଷ୍ଟାଲ ଭୋଟ ପାଇଥିବାବେଳେ ବିଜେଡି ମାତ୍ର ୧୪,୧୧୯ ପୋଷ୍ଟାଲ ଭୋଟ ପାଇଛି। ଏଥିରେ ଭାଜପାକୁ ଯାଜପୁର ଜିଲାରେ ୪୧୫୬ ଓ ବରଗଡ ଜିଲାରେ ୪୧୭୧ ପୋଷ୍ଟାଲ ଭୋଟ ସର୍ବାଧିକ ରହିଛି। ତେବେ ଏହି ପରିମାଣକୁ ନ ଯାଇ ଶିକ୍ଷିତ ଭୋଟହାରକୁ ଅବଲୋକନ କଲେ ଅଧିକାଂଶ ଶିକ୍ଷିତ ଭୋଟ ଭାଜପା ସପକ୍ଷରେ ଯାଇଥିବା ଏହି ପରିସଂଖ୍ୟାନରୁ ଜଳଜଳ ହୋଇ ଦିଶୁଛି। ଏଥିଯୋଗୁ ପୌର ପରିଷଦ ନିର୍ବାଚନ ନ କରି ପ୍ରଶାସକଙ୍କ ହାତରେ ପୌରପାଳିକା ଭାଗ୍ୟ ଛାଡ଼ି ଦିଆଯାଇଥିବା ମତପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କଳାହାଣ୍ଡିରେ ୧୮ରୁ ୨୧ ସ୍କୁଲ ଛୁଟି : ଜିଲାପାଳ କଲେ ଘୋଷଣା

ଭବାନୀପାଟଣା,୧୭।୪(ଉତ୍ତମ କୁମାର ଦାଶ)-ପ୍ରବଳ ଖରା ଓ ଅସହ୍ୟ ଗରମ କୁ ଦୃଷ୍ଟିରେ ରଖି ଶନିବାର ୧୮ ରୁ ୨୧ ତାରିଖ ପର୍ଯ୍ୟନ୍ତ ଜିଲାର ସମସ୍ତ ସରକାରୀ,ବେସରକାରୀ ସ୍କୁଲ…

ଇରାନ ହର୍ମୁଜ ଖୋଲୁ ଖୋଲୁ ଭାରତ ପାଇଁ ଆସିଲା ଖୁସି ଖବର! ରାତାରାତି ପଲଟିଗଲା ବାଜି

ନୂଆଦିଲ୍ଲୀ,୧୭।୪: ଗତ ଦେଢ଼ ମାସ ଧରି ସମଗ୍ର ବିଶ୍ୱ ନିଶ୍ୱାସ ବନ୍ଦ କରି ରଖିଛି। ଫେବୃଆରୀ 28 ତାରିଖରେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯେଉଁ ସଂଘର୍ଷ…

ନିଯୁକ୍ତି ଆଳରେ ନିର୍ଯ୍ୟାତନା ଅଭିଯୋଗ : ତାମିଲନାଡୁରୁ ୧୬ଯୁବତୀ…

ବରଗଡ଼,୧୭।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ବ୍ଲକ ଅଞ୍ଚଳରୁ ତାମିଲନାଡୁ ତିରପୁରକୁ ଏକ କମ୍ପାନୀରେ ନିଯୁକ୍ତି ଆଳରେ ଯାଇ ସେଠାରେ ବନ୍ଧା ପଡିଥିବା ୧୬ ଯୁବତୀ ଶୁକ୍ରବାର…

ଭାଇ ସହ ସାଙ୍ଗ ହୋଇ ଭଉଣୀଙ୍କୁ କଲେ ପ୍ରେମ: ମା’ ଶୋଇଥିବା ବେଳେ ଯୁବତୀଙ୍କୁ ଡାକିନେଇ…

ଦିଗପହଣ୍ଡି,୧୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଅଧୀନ ଏକ ଗାଁରୁ ଜଣେ ୨୧ ବର୍ଷୀୟା ଯୁବତୀ ଆକସ୍ମିକ ଭାବେ ଘରୁ ନିଖୋଜ ହୋଇଯାଇଥିବା ଅଭିଯୋଗ…

୧୧ବର୍ଷରେ ପ୍ରଥମ ଥର ମୋଦି ସରକାରଙ୍କୁ ଜୋରଦାର ଝଟ୍‌କା, ପାସ୍‌ ପରିପାରିଲେନି ଗୋଟିଏ ବି ବିଲ୍‌

ନୂଆଦିଲ୍ଲୀ,୧୭।୪: ସଂସଦର ତିନି ଦିନିଆ ସ୍ୱତନ୍ତ୍ର ଅଧିବେଶନର ଦ୍ୱିତୀୟ ଶୁକ୍ରବାର ସଂଧ୍ୟାରେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଭିଭାଷଣ ପରେ, ମହିଳା ସଂରକ୍ଷଣ ବିଲ (ସମ୍ୱିଧାନ ୧୩୧ତମ…

ସିବିଏସ୍‌ଇ ମାଟ୍ରିକ ପରୀକ୍ଷାରେ ସ୍ମିତାରାଣୀଙ୍କ କୃତିତ୍ୱ

ବଲାଙ୍ଗୀର,୧୭ା୪(ସୁନିଲ କୁମାର ମହାନ୍ତି): ସିବିଏସ୍‌ଇ ମାଟ୍ରିକ ପରୀକ୍ଷାରେ ସେମଫୋର୍ଡ ଫ୍ୟୁଚରିଷ୍ଟିକ ବିଦ୍ୟାଳୟର ଛାତ୍ରୀଛାତ୍ର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ସ୍ମିତାରାଣୀ ସାହୁ ୯୭.୨ ପ୍ରତିଶତ ସହ ସ୍କୁଲ…

ଜୀବିତ ବ୍ୟକ୍ତିଙ୍କୁ ମୃତ ଦର୍ଶାଉଛି ଆଧାରକାର୍ଡ ତଥ୍ୟ, ସଂଶୋଧନ ପାଇଁ ୪ ମାସ ହେଲା ଦୌଡୁଛନ୍ତି ଡାକସେବକ

ଦିଗପହଣ୍ଡି,୧୭ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସାହାସପୁର ଗ୍ରାମର କେ.ରକି ଦୋରା(୨୪) ଯୁକ୍ତ ୩ (ସ୍ନାତକ) ପାସ କରିବା ପରେ ଗତ ୨୦୨୩ରୁ ଦିଗପହଣ୍ଡି…

ମହିଳା ସଂରକ୍ଷଣ ବିଲ୍‌ କାଟ୍‌ ଖାଇବା ପରେ ରାହୁଲଙ୍କ ବଡ଼ ବୟାନ, ରାଜନୀତିରେ ହଲଚଲ…

ନୂଆଦିଲ୍ଲୀ,୧୭।୪: ଲୋକ ସଭାରେ ମହିଳା ସଂରକ୍ଷଣ ବିଲ ପାସ ହୋଇପାରି ନାହିଁ। ଏନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ ଏହା ସମ୍ୱିଧାନ ଉପରେ ଆକ୍ରମଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri