Posted inଖେଳ

ଆଇଟିଏଫ ସିନିୟର ଗ୍ରେଡ୍‌-୩: ଟେନିସ ଦିଲୀପଙ୍କୁ ଡବଲ ଟାଇଟଲ

ଭୁବନେଶ୍ୱର, ୩୦।୧୨(କ୍ରୀଡ଼ା ପ୍ରତିନିଧି)- ଛତିଶଗଡ଼ର ଭିଲାଇଠାରେ ଅନୁଷ୍ଠିତ ସେଲ୍‌ ଆଇଟଇଏଫ ସିନିୟର ଗ୍ରେଡ୍‌-୩ ଟେନିସ ଚାମ୍ପିୟନଶିପ୍‌ରେ ଓଡ଼ିଶାର ଦିଲୀପ ମହାନ୍ତି ଡବଲ ଟାଇଟଲ ହାସଲ କରିଛନ୍ତି। ଏହା ଛଡ଼ା ସେ ଗୋଟିଏ ବିଭାଗରେ ରନର୍ସଅପ୍‌ ମଧ୍ୟ ହୋଇ ମୋଟ ୩ଟି ଟ୍ରଫି ହାସଲ କରିଛନ୍ତି। ୪୦ ବର୍ଷରୁ ଊର୍ଦ୍ଧ୍ୱ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ଦିଲୀପ ୬-୨, ୬-୧ ସେଟ୍‌ରେ କୋହିନୁର ଗୋବର୍ଦ୍ଧନଙ୍କୁ ପରାସ୍ତ କରିଥିଲେ। ସେହିପରି ୩୫ ବର୍ଷରୁ ଊର୍ଦ୍ଧ୍ୱ ପୁରୁଷ ଡବଲ୍ସରେ ସେ କନ୍ନନ ସେଥୁଙ୍କୁ ସାଥିକରି ୭-୫, ୬-୪ ସେଟ୍‌ରେ ଦୀପକ ମାରଓ୍ବାହା ଓ ସଚିନ ପାଟିଲ ଯୋଡ଼ିଙ୍କୁ ପରାସ୍ତ କରିଥିଲେ। ୪୦ ବର୍ଷରୁ ଊର୍ଦ୍ଧ୍ୱ ଡବଲ୍ସ ଫାଇନାଲରେ ସେ ଶରଣଦୀପ ସିଂ ସୋଧୀଙ୍କୁ ସାଥୀକରି ରୋହିତ ରାଓ୍ବତ ଓ ଜଗଦୀଶ ତନଓ୍ବାର ଯୋଡ଼ିଙ୍କଠାରୁ ୬-୨, ୩-୬, ୪-୧୦ରେ ହାରି ଯାଇଥିଲେ। ପୂର୍ବରୁ ବିଭିନ୍ନ ବୟସ ବର୍ଗରେ ଚାମ୍ପିୟନ ହୋଇଥିବା ଦିଲୀପଙ୍କ ପାଇଁ ୪୦ ବର୍ଷରୁ ଊର୍ଦ୍ଧ୍ୱ ସିଙ୍ଗଲ୍ସରେ ଏହା ପ୍ରଥମ ଟାଇଟଲ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆୟୋଜକ ଦୌଡ଼ରେ ଭାରତ, ସୌଦିଆରବ

ନୂଆଦିଲ୍ଲୀ, ୧୮ା୧୦: ଏସିଆନ କପ୍‌ ୨୦୨୭ର ଆୟୋଜନ ଅଧିକାର ପାଇବା ପାଇଁ କେବଳ ଭାରତ ଓ ସୌଦିଆରବ ମଧ୍ୟରେ ପ୍ରତିଯୋଗିତା ହେବ। ଆଗ୍ରହୀ ଥିବା ଅନ୍ୟ...

ଦୁଇ ଉଇକେଟ ନେବା ପରେ ବି ସଂଘର୍ଷ କରୁଛନ୍ତି

କେପ ଟାଉନ୍‌,୧୨।୧: ନ୍ୟୁଲାଣ୍ଡ୍ସଠାରେ ଚାଲିଥିବା ତୃତୀୟ ତଥା ନିର୍ଣ୍ଣାୟକ ଟେଷ୍ଟରେ ପ୍ରଥମ ଭଳି ଦ୍ୱିତୀୟ ଦିନ ମଧ୍ୟ ବୋଲରଙ୍କ ରାଜୁତି ଦେଖିବାକୁ ମିଳି ନାହିଁ। ଦ୍ୱିତୀୟ...

ରେକର୍ଡଠୁ ହାତେ ଦୂରରେ ଅଶ୍ୱିନ

କାନପୁର,୨୪।୧୧: ଏଠାରେ ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ଗୁରୁବାରଠାରୁ ଆରମ୍ଭ ହେବାକୁ ଥିବା ପ୍ରଥମ ଟେଷ୍ଟରେ ରବିଚନ୍ଦ୍ରନ ଅଶ୍ୱିନଙ୍କ ପାଖରେ ଭେଟେରାନ ଅଫ୍‌ ସ୍ପିନର ହରଭଜନ...

କାର୍ତ୍ତିକ ତ୍ୟାଗି, ‘ନାମ୍‌ ତୋ ସୁନା ହୋଗା’; କିଛି ଏଭଳି ଥିଲା ଫାର୍ମରେ କାମ କରିବାଠାରୁ ଚର୍ଚ୍ଚିତ ପେସରର ଯାତ୍ରା..

ନୂଆଦିଲ୍ଲୀ,୨୨।୯: ଆଇପିଏଲ୍‌ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟର ତୃତୀୟ ମୁକାବିଲାରେ ରାଜସ୍ଥାନ ରୟାଲ୍ସ ବାଜିମାତ କରିଥିଲା। ଏହି ବିଜୟ ପରେ ଚର୍ଚ୍ଚାରେ ଭାରତର ଯୁବ ପେସର କାର୍ତ୍ତିକ...

୪ ମାସ ପରେ ଏକାଠି ଖେଳିବେ ରୋହିତ-ବିରାଟ-ପନ୍ତ

ବର୍ମିଂହାମ,୯।୭: ଭାରତୀୟ ଟିମ୍‌ ଶନିବାର ଇଂଲଣ୍ଡ ବିପକ୍ଷରେ ଟି୨୦ ସିରିଜର ଦ୍ୱିତୀୟ ମୁକାବିଲା ଖେଳିବ। ଏଜବାଷ୍ଟନରେ ଖେଳାଯିବାକୁ ଥିବା ଏହି ମୁକାବିଲାରେ ପୂର୍ବତନ ଅଧିନାୟକ ବିରାଟ...

ପ୍ରମୋଦଙ୍କ ପାରାଅଲିମ୍ପିକ୍ସ ପ୍ରସ୍ତୁତିରେ ବାଧା

ନୂଆଦିଲ୍ଲୀ, ୪।୫(ପି.ଟି.)-ଓଡ଼ିଶାର ଶୀର୍ଷସ୍ଥାନୀୟ ପାରା ବ୍ୟାଡ୍‌ମିଣ୍ଟନ ତାରକା ପ୍ରମୋଦ ଭଗତଙ୍କ ପାରାଅଲିମ୍ପିକ୍ସ ପ୍ରସ୍ତୁତିରେ ବାଧା ସୃଷ୍ଟି ହୋଇଛି। ଦେଶର ଅନ୍ୟତମ ଖେଳାଳି ସୁକାନ୍ତ କଦମଙ୍କ ଅବସ୍ଥା...

କର ବା ମର ମ୍ୟାଚ୍‌ରେ ଜିତିଲା ଆର୍ଜେଣ୍ଟିନା

କାତାର,୨୭।୧୧: ଫିଫା ବିଶ୍ୱକପ ୨୦୨୨ରେ ଆର୍ଜେଣ୍ଟିନା ଶେଷରେ କର ବା ମର ମ୍ୟାଚ୍‌ ଜିତିଯାଇଛି। ଏକ ମ୍ୟାଚ୍‌ରେ ମେକ୍ସିକୋକୁ ୨-୦ରେ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡରେ...

ସେମିଫାଇନାଲରେ ଜୋକୋଭିଚ୍‌

ପ୍ୟାରିସ, ୯।୧୦(ଏପି)-ବାମ ହାତରେ ଯନ୍ତ୍ରଣା ସତ୍ତ୍ୱେ ସର୍ବିୟାର ନୋଭାକ୍‌ ଜୋକୋଭିଚ୍‌ ଚଳିତ ଫ୍ରେଞ୍ଚ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ସ୍ଲୋ...

Advertisement
Archives

Model This Week