ଆଇଜିଆଇଟି କଲେଜ ଛାତ୍ରଙ୍କୁ ମାଡ଼ ଘଟଣା, ୫ ଅଟକ:ପ୍ରତିବାଦରେ ନିର୍ଦ୍ଦେଶକଙ୍କୁ ଘେରାଉ

ପରଜଙ୍ଗ,୧୯।୧୧(ଡି.ଏନ.ଏ.)

ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଇନ୍ଦିରା ଗାନ୍ଧୀ ବୈଷୟିକ ଅନୁଷ୍ଠାନ (ଆଇଜିଆଇଟି)ରେ ବି-ଟେକ ୩ୟ ବର୍ଷ ଛାତ୍ର ନିର୍ମଳକୃଷ୍ଣ ଦାସଙ୍କୁ ମାଡ଼ ଘଟଣାରେ ସୋମବାର ଶେଷ ବର୍ଷର ୫ ଜଣ ଛାତ୍ରଙ୍କୁ ପୋଲିସ ଉଠାଇ ଆଣି ଥାନାରେ ଅଟକ ରଖିଛି। ଏହାକୁ ନେଇ କଲେଜରେ ଚାପା ଉତ୍ତେଜନା ଦେଖାଦେଇଛି। ଏହାର ପ୍ରତିବାଦରେ ଶେଷ ବର୍ଷର ଛାତ୍ରମାନେ ଗେଟରେ ତାଲା ପକାଇ ଅଟକ ଛାତ୍ରଙ୍କୁ ଛାଡିବା ଜିଦ୍‌ରେ କଲେଜ ନିର୍ଦ୍ଦେଶକଙ୍କୁ ଘେରାଉ କରିଛନ୍ତି।
ପ୍ରକାଶ ଯେ, ଶନିବାର ବିଳମ୍ବିତ ରାତିରେ ବି-ଟେକ୍‌ ୩ୟ ବର୍ଷ ଛାତ୍ର ପ୍ରଭୁଦତ୍ତ ବେହେରା ଏବଂ କେତେଜଣ ଶେଷବର୍ଷ ଛାତ୍ରଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା। ବରିଷ୍ଠ ଛାତ୍ରମାନେ ତାଙ୍କୁ ହଷ୍ଟେଲକୁ ନେଇଯାଇ ଗାଳିଗୁଲଜ କରିଥିଲେ। ତାଙ୍କ ମୋବାଇଲ ଛଡ଼ାଇ ନେଇଥିଲେ। ଏହା ପରେ ଶେଷବର୍ଷ ଏବଂ ୩ୟ ବର୍ଷ ଛାତ୍ରଙ୍କ ମଧ୍ୟରେ ଫୋନରେ ଗାଳିମନ୍ଦ ହୋଇଥିଲା। ରବିବାର ଶେଷବର୍ଷ ଛାତ୍ରମାନେ ମୋବାଇଲ ଫେରାଇ ନେବାକୁ ଡାକିଥିଲେ। ୩ୟବର୍ଷ ଛାତ୍ର ପହଞ୍ଚତ୍ବା କ୍ଷତି ଏକାଠି ହୋଇଥିବା ବରିଷ୍ଠ ଛାତ୍ରମାନେ ନିର୍ମଳକୃଷ୍ଣ ଦାସଙ୍କୁ ଆକ୍ରମଣ କରିଥିଲେ। ଏ ନେଇ ନିର୍ମଳକୃଷ୍ଣ ପରଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏ ନେଇ ଏସଡିପିଓ ସୁପ୍ରସନ୍ନ ମଲ୍ଲିକ କହିଛନ୍ତି, ଅଭିଯୋଗକୁ ଭିତ୍ତି କରି ଛାତ୍ରମାନଙ୍କୁ ଅଟକ ରଖାଯାଇଛି। ଘଟଣାର ତଦନ୍ତ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଷ୍ଠୀ ଭିକ୍ଷା, କର୍ମକର୍ତ୍ତା ମନୋନୟନ

ଢେଙ୍କାନାଳ ଅଫିସ,୨୦।୨ ଢେଙ୍କାନାଳ ଜିଲା ମହିମାଗାଦି ଯୋରନ୍ଦାରେ ୧୦୫ ବର୍ଷ ତଳେ ସିଦ୍ଧ ବଡ଼ କୃପାସିନ୍ଧୁ ବାବାଙ୍କ ଦ୍ୱାରା ପ୍ରତିଷ୍ଠିତ କୌପୀନଧାରୀ ମହିମା ସମାଜର ପ୍ରସିଦ୍ଧ...

ପାଠ ପଢ଼ାଇବାକୁ ନାହାନ୍ତି ଶିକ୍ଷକ: ଅନିଶ୍ଚିତତାରେ ବିଇଡି ଶିକ୍ଷା

ଢେଙ୍କାନାଳ ଅଫିସ, ୨୬।୯ – ହାଇସ୍କୁଲସ୍ତରୀୟ ଶିକ୍ଷା ପାଇଁ ଖୋଜାପଡ଼ନ୍ତି ଅନୁଭୂତିସମ୍ପନ୍ନ ଶିକ୍ଷକ। ଶିକ୍ଷକ ଅଭାବ ପୂରଣ କରିବା ଏବଂ ଏଥିଲାଗି ମାନସିକସ୍ତରରେ ପ୍ରସ୍ତୁତ ହେଉଥିବା...

ଲୋକଲୋଚନକୁ ଆସିବ ଲୁପ୍ତପ୍ରାୟ ସଂସ୍କୃତି

ଢେଙ୍କାନାଳ ଅଫିସ, ୨୨।୨: ଢେଙ୍କାନାଳ ଜିଲାର ଲୁପ୍ତପ୍ରାୟ ଆଦିବାସୀ ସଂସ୍କୃତି, ପରମ୍ପରାକୁ ପୁନର୍ଜୀବିତ କରାଇବାକୁ ଆରମ୍ଭ ହୋଇଛି ପ୍ରୟାସ। ଅନ୍ତର୍ଜାତୀୟ ମାତୃଭାଷା ଦିବସ ଉପଲକ୍ଷେ ରବିବାର ସ୍ଥାନୀୟ...

ଟାର୍ଗେଟରେ ମଦ ଦୋକାନ

ଭୁବନ, ୨୮।୫(ଡି.ଏନ୍‌.ଏ.) ଢେଙ୍କାନାଳ ଜିଲା ଭୁବନ ଅଞ୍ଚଳରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାରେ ଲାଗିଛି। ରାଜପଥରେ ଲୁଟେରା ଗ୍ୟାଙ୍ଗ୍‌ ସକ୍ରିୟ ହୋଇଉଠିଥିବାବେଳେ ବାଇକ୍‌ ଆରୋହୀ ଛିନ୍‌ତାଇ ଗୋଷ୍ଠୀ...

ପାଣି ପାଇଁ ଦେଢ଼ କିମି

ପରଜଙ୍ଗ, ୨୬।୨ (ଡି.ଏନ.ଏ.) – ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଗେଙ୍ଗୁଟିଆ ପଞ୍ଚାୟତ ଅନ୍ତର୍ଗତ କୁଲେଇ ଗ୍ରାମରେ ଖରାଦିନ ପୂର୍ବରୁ ଦେଖାଦେଇଛି ପାନୀୟଜଳ ସଙ୍କଟ। ଏଠାରେ...

ସିସିଟିଭି ସର୍ଭେଲାନ୍ସରେ ୮୧ କେନ୍ଦ୍ର

ଢେଙ୍କାନାଳ ଅଫିସ,୧୦।୩: ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଶୁକ୍ରବାରଠାରୁ ଆରମ୍ଭ ହେଉଛି ସମ୍ମେଟିଭ୍‌ ଆସେସମେଣ୍ଟ (ଏସ୍‌ଏ-୨)। ଢେଙ୍କାନାଳ ଜିଲାର ୯୬ କେନ୍ଦ୍ରରେ ମୋଟ ୧୬,୧୧୫ ରେଗୁଲାର...

ସାଢ଼େ ୨ଟାରୁ ରଥଟଣା

ଢେଙ୍କାନାଳ ଅଫିସ୍‌, ୩୦।୬: ଢେଙ୍କାନାଳ ପ୍ରସିଦ୍ଧ ରଥଯାତ୍ରା ପାଇଁ ବୁଧବାର ଅପରାହ୍ନରେ ରଥଗଡାଠାରେ ଜିଲାପାଳ ସରୋଜ କୁମାର ସେଠୀ ଚୂଡାନ୍ତ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଛନ୍ତି। ନିର୍ଦ୍ଧାରିତ...

ଦୃଢ଼ ଆଭିମୁଖ୍ୟ ପରିବର୍ତ୍ତେ ଦରଦ

ଢେଙ୍କାନାଳ ଅଫିସ, ୧୧।୮: ଗଡ଼ିଚାଲିଛି ଦିନ। କାମ କିନ୍ତୁ ସମ୍ପୂର୍ଣ୍ଣ ହେଉନି। ପ୍ରତିବାଦ କିମ୍ବା ଆନ୍ଦୋଳନ କଲେ ଅଧିକାରୀମାନେ ନିର୍ଭର ପ୍ରତିଶ୍ରୁତି ସିନା ଦେଉଛନ୍ତି, ହେଲେ...

Advertisement
Archives

Model This Week