Posted inଖେଳ

ଆଇଓସି ମୁଖ୍ୟଙ୍କୁ ବ୍ରିଟିସ ଅଲିମ୍ପିଆନ୍‌ଙ୍କ ସମାଲୋଚନା

ଲଣ୍ଡନ,୨୪।୩(ଏଏଫ୍‌ପି)- କୋଭିଡ-୧୯ ସଂକ୍ରମଣ ଓ ଅଲିମ୍ପିକ୍ସ ଆୟୋଜନ ନେଇ ଅନ୍ତର୍ଜାତୀୟ ଅଲିମ୍ପିକ୍‌ ଆସୋସିଏଶନ (ଆଇଓସି) ଅଧ୍ୟକ୍ଷ ଥୋମାସ ବାକ ଏବେ ସବୁ ମହଲରୁ ସମାଲୋଚନାର ସମ୍ମୁଖୀନ ହୋଇଛନ୍ତି। ଅହଂକାରୀ ଓ ଜିଦ୍‌ଖୋର ମନୋବୃତ୍ତି ପାଇଁ ବାକ୍‌ଙ୍କୁ ବ୍ରିଟସ୍‌ ଅଲିମ୍ପିଆନ ତଥା ଟ୍ରାକ ସାଇକ୍ଲିଷ୍ଟ କାଲମ ସ୍କିନର କଡ଼ା ସମାଲୋଚନା କରିଛନ୍ତି। ଜୁଲାଇ ୨୪ରେ ଆରମ୍ଭ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ସକୁ ସ୍ଥଗିତ ରଖିବା ପାଇଁ ଆଇଓସି ସବୁଆଡୁ ଚାପର ସମ୍ମୁଖୀନ ହେଉଛି। ଆଗାମୀ ୪ ସପ୍ତାହରେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନେବାକୁ ବାକ୍‌ କହିଛନ୍ତି। କରୋନା ଭାଇରସ ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା ବେଳେ ବାକ୍‌ ଅଲିମ୍ପିକ୍ସ ଆୟୋଜନ ନେଇ କୌଣସି ନିଷ୍ପତ୍ତି ନେଉନାହାନ୍ତି ଓ କାଳ କ୍ଷେପଣ ନୀତି ଅବଲମ୍ବନ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ବାକ୍‌ଙ୍କ ଏଭଳି ଆଚରଣ ଅଲିମ୍ପିକ ଆନ୍ଦୋଳନକୁ ପ୍ରଭାବିତ କରିଛି ବୋଲି ସ୍କିନର କହିଛନ୍ତି। ଉଲ୍ଲେଖଥାଉ କି, ସ୍କିନର ୨୦୧୬ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ହାସଲ କରିଥିଲେ। ୟୁକେ ସ୍ପୋଟର୍‌ସ, ବ୍ରିଟିଶ ଅଲିମ୍ପିକ୍‌ ଆସୋସିଏଶନ (ବିଓଏ) ଓ ବ୍ରିଟିସ ପରା ଅଲିମ୍ପିକ୍‌ ଆସୋସିଏଶନ ବିଭିନ୍ନ ମୁଖ୍ୟ କାର୍ଯ୍ୟନିର୍ବାହୀ ଓ ପରଫର୍ମାନ୍ସ ଡାଇରେକ୍ଟରଙ୍କ ସହ ମଙ୍ଗଳବାର ବୈଠକରେ ବସିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୩ ରନ୍‌ରେ ଜିତିଲା ଟିମ୍‌ ଇଣ୍ଡିଆ

ପୋର୍ଟ ଅଫ୍‌ ସ୍ପେନ୍‌,୨୩।୭: ତ୍ରିନିଦାଦର ପୋର୍ଟ ଅଫ ସ୍ପେନ୍‌ରେ ୱେଷ୍ଟଇଣ୍ଡିଜ-ଭାରତ ମଧ୍ୟରେ ଆରମ୍ଭ ହୋଇଥିବା ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍‌ରେ ଭାରତ ୩ ରନ୍‌ରେ ବିଜୟୀ...

ନିରାଶ କଲେ ଦୂତି

ଟୋକିଓ,୩୦।୭:ଟୋକିଓ ଅଲିମ୍ପିକ୍ସର ଆଥଲେଟିକ୍ସ ଇଭେଣ୍ଟରେ ଓଡ଼ିଶାର ସ୍ପ୍ରିଣ୍ଟ ଦୂତି ଚାନ୍ଦ ନିରାଶ କରିଛନ୍ତି। ୧୦୦ ମିଟର ହିଟ୍‌ରେ ୧୧.୫୪ ସେକେଣ୍ଟରେ ସମାପ୍ତ କରି ସପ୍ତମ ସ୍ଥାନରେ...

ବୋତଲକୁ ପ୍ରପୋଜ କଲେ ଏହି କ୍ରିକେଟର୍‌: ଚୁମ୍ବନ ଦେଇ କହିଲେ..

ଆଇପିଏଲର ୧୪ ତମ ସିଜିନ ସ୍ଥଗିତ ଥିବାରୁ କ୍ରିକେଟରମାନେ ନିଜ ନିଜ ଘରକୁ ଫେରୁଛନ୍ତି। ଅଧିକାଂଶ କ୍ରିକେଟର୍‌ ସେମାନଙ୍କ ଘରେ ମଧ୍ୟ ପହଞ୍ଚିଛନ୍ତି। ଏହି ସମୟରେ...

ଟସ୍‌ ଜିତିଲା କୋଲକାତା, ବ୍ୟାଟିଂ ନିଷ୍ପତ୍ତି

ହାଇଦ୍ରାବାଦ,୪ା୫: ଆଇପିଏଲ ସିଜିନ ୧୬ର ୪୭ତମ ମ୍ୟାଚ୍‌ ହାଇଦ୍ରାବାଦ ଏବଂ କୋଲକାତା ମଧ୍ୟରେ ଖେଳାଯାଉଛି। ହାଇଦ୍ରାବାଦର ରାଜୀବ ଗାନ୍ଧୀ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ...

ଇଣ୍ଡିଆନ ସୁପର ଲିଗ୍‌: କଳିଙ୍ଗରେ ଓଡ଼ିଶା ଏଫ୍‌ସିର ହ୍ୟାଟ୍ରିକ ବିଜୟ

ଭୁବନେଶ୍ୱର,୧୨।୧(ସ୍ପୋଟର୍‌ସ ବ୍ୟୁରୋ)- ହୋମ୍‌ ଗ୍ରାଉଣ୍ଡ କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ଏଫ୍‌ସି ଦମ୍‌ଦାର ପ୍ରଦର୍ଶନ ଜାରିରଖି କ୍ରମାଗତ ୩ୟ ମ୍ୟାଚ୍‌ରେ ବାଜିମାତ୍‌ କରି ହ୍ୟାଟ୍ରିକ ବିଜୟ ହାସଲ...

୨୧ ବର୍ଷ ପରେ ଟେଷ୍ଟ କ୍ରିକେଟ୍‌ରେ ଘଟିଲା ଏମିତି

ନୂଆଦିଲ୍ଲୀ,୧୯।୨: ଦିଲ୍ଲୀରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ରବିନ୍ଦ୍ର ଜାଡେଜା ଚମତ୍କାର ବୋଲିଂ କରିଥିଲେ। ପ୍ରଥମ ଇନିଂସରେ ତିନି ଉଇକେଟ ନେଇଥିବା ବାମହାତୀ ସ୍ପିନର...

ଇଣ୍ଟରକଣ୍ଟିନେଣ୍ଟାଲ କପ୍‌: ଭାରତର କ୍ରମାଗତ ଦ୍ୱିତୀୟ ପରାଜୟ

ଅହମ୍ମଦାବାଦ, ୧୪ା୭ (ପି.ଟି.)-ଏଠାରେ ଚାଲିଥିବା ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟରେ ଉତ୍ତର କୋରିଆ ନିକଟରୁ ଭାରତ ୨-୫ ଗୋଲରେ ପରାସ୍ତ ହୋଇଛି। ପ୍ରତିଯୋଗିତାରେ ଦଳର ଏହା...

ମୃତ୍ୟୁକୁ ହରାଇଥିବା କ୍ରିକେଟର୍‌ ରଚିଲେ ଇତିହାସ

ଚଟ୍ଟୋଗ୍ରାମ,୮।୨: ବାଂଲାଦେଶର ଚଟ୍ଟୋଗ୍ରାମରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ଓ୍ବେଷ୍ଟଇଣ୍ଡିଜ୍‌ ଘରୋଇ ଦଳକୁ ୩ ଉଇକେଟ୍‌ରେ ପରାସ୍ତ କରିଛି। ଏହି ବିଜୟ ଓ୍ବେଷ୍ଟଇଣ୍ଡିଜ୍‌ ପାଇଁ ଖାସ୍‌ ଥିଲା।...

Advertisement
Archives

Model This Week