Posted inଜାତୀୟ

ଆଇଏସ ସହ ସମ୍ପର୍କ: ୩ ସନ୍ଦିଗ୍ଧଙ୍କୁ ଏନଆଇଏର ଜେରା

ନୂଆଦିଲ୍ଲୀ,୨୯ା୪: ଆଇଏସ ସହ ସମ୍ପର୍କ ସନ୍ଦେହରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ପକ୍ଷରୁ କେରଳର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଛି। ପ୍ରଥମେ ୩ ସନ୍ଦିଗ୍ଧଙ୍କ ମଧ୍ୟରୁ କାସାରଗଡ଼ରେ ରହୁଥିବା ୨ ଜଣ ଓ ପାଲାକାଡ଼ରେ ଥିବା ଜଣଙ୍କ ଘର ଉପରେ ଚଢାଉ କରାଯାଇଥିଲା। ପରେ ଏହି ୩ ସନ୍ଦିଗ୍ଧଙ୍କୁ ଜେରା କରାଯାଇଥିଲା। ଏମାନଙ୍କର ଆତଙ୍କବାଦୀ ସଙ୍ଗଠନ ଆଇଏସ ସହ ସମ୍ପର୍କ ଥିବା ସନ୍ଦେହ କରାଯାଉଛି। କାସାରଗଡ଼ର କେତେକ ଅଭିଯୁକ୍ତ ଆଇଏସ ସହ ସାମିଲ ହେବାକୁ ଇଚ୍ଛୁକ ଥିଲାବେଳେ ଏମାନଙ୍କ ସହ ଏଇ ୩ ଜଣଙ୍କର ସମ୍ପର୍କ ଥିବା ଏନଆଇଏ ସନ୍ଦେହ କରୁଛି। ଚଢାଉବେଳେ ମୋବାଇଲ ଫୋନ୍‌, ସିମ୍‌ କାର୍ଡ, ପେନ୍‌ ଡ୍ରାଇଭ୍‌, କେତେକ ଡିଭିଡି ଓ ସିଡୀ ଜବତ କରାଯାଇଛି। ଆରବୀ ଓ ମାଲୟାଲମ୍‌ ଭାଷାରେ ଲିଖିତ କେତେକ ହ୍ୟାଣ୍ଡନୋଟ୍‌, ଜାକିର ନାୟକ ଓ ସୟେଦ କୁତେବଙ୍କ କେତେକ ଡିଭିଡି ଚଢାଉ ବେଳେ ଏନଆଇଏ ପକ୍ଷରୁ ଜବତ କରାଯାଇଛି। ଏହି ଡିଜିଟାଲ ଡିଭାଇସ୍‌କୁ ଅଦାଲତୀ ଯାଞ୍ଚ ଓ ପରୀକ୍ଷା କରାଯିବ ବୋଲି ଜଣାପଡିଛି। କେରଳରୁ କିଛିଦିନ ହେବ ରହସ୍ୟଜନକଭାବେ ଅଦୃଶ୍ୟ ହୋଇଯାଇଥିବା ୨୧ ଜଣଙ୍କ ଆଇଏସ୍‌ରେ ଯୋଗଦେଇଥିବା ସନ୍ଦେହ କରାଯାଉଛି। ସେମାନଙ୍କ ମଧ୍ୟରୁ କାସାରଗଡ଼ର ୧୭ ଓ ପାଲାକାଡର ୪ ଜଣ ଅଛନ୍ତି। ୩ଜଣ ପିଲା ଓ ୪ ଜଣ ମହିଳା ମଧ୍ୟ ସେମାନଙ୍କ ସହ ସାମିଲ ଅଛନ୍ତି। ଏନେଇ ଏନଆଇଏର ଖୋଳତାଡ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୪ ଘଣ୍ଟାରେ ସୁସ୍ଥ ହେଲେ ୪ ହଜାର ୭୭୬

ନୂଆଦିଲ୍ଲୀ, ୩।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଗତ ୨୪ ଘଣ୍ଟା ମଧ୍ୟରେ ୪ ହଜାର ୭୭୬ କରୋନା ଆକ୍ରାନ୍ତ ସୁସ୍ଥ...

କମଲା ହାରିସ୍‌ଙ୍କ ଅଜାଙ୍କ ଗ୍ରାମ ଉତ୍ସବମୁଖର

ଜୋ ବାଇଡେନ୍‌ ଆମେରିକା ରାଷ୍ଟ୍ରପତି ନିର୍ବାଚିତ ହେବାକୁ ଯାଉଥିବାବେଳେ ତାଙ୍କ ରନିଂ ମେଟ୍‌ ତଥା ଡେମୋକ୍ରାଟିକ୍‌ ପାର୍ଟିର ଉପରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ୍‌ଙ୍କ ମାଆଙ୍କର ଭାରତରେ...

ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଖୁସି ଖବର: କିସ୍ତିରେ ପଇଠ କରିହେବ ବିଲ୍‌

ମୁମ୍ବାଇ,୩୦।୬: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏବେ ସେଠାରେ ଅନେକ ଲୋକ ରୋଜଗାର ହରାଇ ବସିଛନ୍ତି। ଏମିତିକି କରୋନା ସଂକ୍ରମଣକୁ...

ଭୋଟରଙ୍କ ପାଇଁ ତିଆରି ହୋଇଥିଲା ଜିଲାପି-ସିଙ୍ଗଡ଼ା: ୧୦ ଗିରଫ

ଲକ୍ଷ୍ନୌ,୧୧।୪: ଉତ୍ତରପ୍ରଦେଶରେ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀମାନେ ଭୋଟରଙ୍କୁ ହାତେଇବା ପାଇଁ ଖାଦ୍ୟ ଦ୍ରବ୍ୟର ସାହାରା ନେଉଛନ୍ତି। କିଛିଦିନ ତଳେ ଅମରୋହାରେ ୧୦୦ କିଲୋଗ୍ରାମ୍‌ ରସଗୋଲା ଜବତ...

ବ୍ରିଟେନକୁ ଟପି ଚତୁର୍ଥ ସ୍ଥାନରେ ଭାରତ

ନୂଆଦିଲ୍ଲୀ, ୧୨ା୬:ମହାମାରୀ କରୋନା ଲୋକଙ୍କ ଜୀବନ ଜୀବିକା ଛଡ଼ାଇ ନେବା ସହ ଉଗ୍ରରୂପ ଧାରଣ କରିବାରେ ଲାଗିଛି। ବିଶ୍ୱରେ ୭୫ ଲକ୍ଷରୁ ଅଧିକ ଲୋକ ଭୂତାଣୁ...

ଅପରାଧୀ ବିକାଶ ଦୁବେଙ୍କ ସୂଚନା ଦେଲେ ମିଳିବ ୫ ଲକ୍ଷ ଟଙ୍କା: ଉତ୍ତରପ୍ରଦେଶ ପୋଲିସ

କାନପୁର,୮।୭: ଦୁର୍ଦ୍ଦାନ୍ତ ଅପରାଧୀ ବିକାଶ ଦୁବେଙ୍କ ଯିଏ ସୂଚନା ଦେବ ତାଙ୍କୁ ୫ଲକ୍ଷ ଟଙ୍କା ପୁରସ୍କାର ରାଶି ଦିଆଯିବ। ଏଭଳି ଘୋଷଣା କରିଛି ଉତ୍ତରପ୍ରଦେଶ ପୋଲିସ।...

କମିଲା ଏଲପିଜି ସିଲିଣ୍ଡର ଦାମ

ନୂଆଦିଲ୍ଲୀ,୧ ।୮: ଏଲପିଜି ସିଲିଣ୍ଡର ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର । କମର୍ସିଆଲ(୧୯ କିଲୋଗ୍ରାମ) ଏଲପିଜିର ଦାମ କମ ହୋଇଛି । ଇଣ୍ଡିଆନ ଅଏଲ କର୍ପୋରେଶନ...

ସୀମା ଟପିଲାଣି ବର୍ବରତା

ନୂଆଦିଲ୍ଲୀ,୬।୧୨:ଦେଶରେ ଯୌନ ପିପାସୁଙ୍କ ବର୍ବରତା ସୀମା ଟପିଲାଣି। ହାଇଦ୍ରାବାଦର ମହିଳା ପ୍ରାଣୀ ଚିକିତ୍ସକଙ୍କୁ ଗଣବଳାତ୍କାର ଓ ହତ୍ୟା ପରେ ତାଙ୍କ ମୃତଦେହକୁ ଜାଳିଦେବା ଘଟଣାକୁ ନେଇ...

Advertisement
Archives

Model This Week