Posted inଖେଳ

ଆଇଏସ୍‌ଏଲ୍‌: ବେଙ୍ଗାଲୁରୁକୁ ହରାଇଲା ଏଟିକେ

କୋଲକାତା, ୨୬।୧୨ (ପି.ଟି.)- ଦୁଇଥରର ଇଣ୍ଡିଆନ ସୁପର୍‌ ଲିଗ୍‌ (ଆଇଏସ୍‌ଏଲ୍‌) ଚାମ୍ପିୟନ ଏଟିକେ କ୍ରୀସମାସରେ ବିଜୟ ସ୍ବାଦ ଚାଖିଛି। ବୁଧବାର ଖେଳାଯାଇଥିବା ଆଇଏସ୍‌ଏଲ୍‌ର ଏକ ମ୍ୟାଚ୍‌ରେ ଘରୋଇ ଏଟିକେ ଦଳ ୧-୦ ଗୋଲରେ ଡିଫେଣ୍ଡିଂ ଚାମ୍ପିୟନ ବେଙ୍ଗାଲୁରୁ ଏଫ୍‌ସିକୁ ପରାସ୍ତ କରିଛି। ମ୍ୟାଚ୍‌ର ପ୍ରଥମାର୍ଦ୍ଧ ଗୋଲଶୂନ୍ୟ ରହିଥିଲା। ତେବେ ଦ୍ୱିତୀୟାର୍ଦ୍ଧ ପ୍ରାରମ୍ଭରୁ ଅଷ୍ଟ୍ରେଲିଆ ଷ୍ଟ୍ରାଇକର ଡେଭିଡ୍‌ ଓ୍ବିଲିୟମ୍ସ ଏକ ଚମତ୍କାର ଗୋଲସ୍କୋର କରି ଏଟିକେକୁ କ୍ରିସମାସରେ ବିଜୟ ଭେଟି ଦେଇଥିଲେ। ଏଥିସହ ଆଇଏସ୍‌ଏଲ୍‌ ଇତିହାସରେ ଏଟିକେ ପ୍ରଥମଥର ଲାଗି ବେଙ୍ଗାଲୁରୁ ଏଫ୍‌ସି ବିପକ୍ଷରେ ବିଜୟ ହାସଲ କରିବାର ସୌଭାଗ୍ୟ ଲାଭ କରିଛି। ସେହିଭଳି ଏଟିକେ ୧୦ ମ୍ୟାଚ୍‌ରୁ ୫ ବିଜୟ ସହ ୧୮ ପଏଣ୍ଟ ପାଇ ଟେବୁଲ ତାଲିକାର ଶୀର୍ଷକୁ ଉଠିଛି। ଗୋଆ ୯ ମ୍ୟାଚ୍‌ରୁ ସମାନ ସଂଖ୍ୟକ ପଏଣ୍ଟ ହାସଲ କରିଥିଲେ ମଧ୍ୟ ଗୋଲ ଦୃଷ୍ଟିରୁ ଏଟିକେ ଏକ ନମ୍ବର ସ୍ଥାନ ଲାଭ କରିଛି। ଅପରପକ୍ଷରେ ୧୦ ମ୍ୟାଚ୍‌ରୁ ୪ର୍ଥ ପରାଜୟ ସହ ବେଙ୍ଗାଲୁରୁ ୧୬ ପଏଣ୍ଟ ପାଇ ତାଲିକାର ୩ୟ ସ୍ଥାନରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦଶନ୍ଧିର ଟେଷ୍ଟ ଦଳରେ କୋହଲିଙ୍କୁ ଅଧିନାୟକ ବାଛିଲେ ପଣ୍ଟିଂ

ମେଲବୋର୍ନ,୩୦।୧୨(ପି.ଟି)- ଅଷ୍ଟ୍ରେଲିଆ ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ଦଶନ୍ଧିର ଟେଷ୍ଟ ଦଳ ଚୟନ କରିଛନ୍ତି। ତାଙ୍କର ଏହି ଦଳରେ ସେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ...

କୋହଲି ପାଳିବେ ୩୧ତମ ଜନ୍ମଦିନ

ନୂଆଦିଲ୍ଲୀ,୪।୧୧- ଭାରତୀୟ ଅଧିନାୟକ ବିରାଟ କୋହଲି ମଙ୍ଗଳବାର ୩୧ତମ ଜନ୍ମଦିନ ପାଳିବାକୁ ଯାଉଛନ୍ତି। ଏହି ମହାନ ବ୍ୟାଟ୍ସମ୍ୟାନ ୧୯୮୮ ମସିହା ନଭେମ୍ବର ୫ ତାରିଖରେ ଦିଲ୍ଲୀର...

ଇଣ୍ଡିଆ ଓପନ୍‌ ଆୟୋଜନ କରିବାକୁ ବିଏଆଇ ପ୍ରସ୍ତୁତ

ନୂଆଦିଲ୍ଲୀ,୨୮।୪ (ପି.ଟି.): ଆସନ୍ତା ଡିସେମ୍ବର- ଜାନୁୟାରୀରେ ୪ ଲକ୍ଷ ଆମେରିକୀୟ ଡଲାର ପୁରସ୍କାର ରାଶି ବିଶିଷ୍ଟ ଟୁର୍ନାମେଣ୍ଟ ଇଣ୍ଡିଆ ଓପନ ଆୟୋଜନ କରିବାକୁ ପ୍ରସ୍ତୁତ ବୋଲି...

ଭେନେଜୁଏଲା ଫୁଟବଲ ଫେଡେରେଶନ ଅଧ୍ୟକ୍ଷଙ୍କ ପରଲୋକ

କାରାକାସ,୬।୮(ଏପି): ଦକ୍ଷିଣ ଆମେରିକୀୟ ଫୁଟବଲ ପାଓ୍ବାର ହାଉସ୍‌ ଭେନେଜଏଲାର ଫୁଟବଲ ଫେଡେରେଶନ ଅଧ୍ୟକ୍ଷ ଜେସସ୍‌ ବେରାର୍ଡିନେଲିଙ୍କ ବୁଧବାର ପରଲୋକ ହୋଇଛି। ସେ ହଠାତ୍‌ ଅଚେତ୍‌ ହୋଇପଡିଥିଲେ...

ମୋ ଜୀବନରେ ନକାରାତ୍ମକ ଚିନ୍ତାର ସ୍ଥାନ ନାହିଁ’

ନୂଆଦିଲ୍ଲୀ, ୧୫।୫(ପି.ଟି.)- ଇଂଲଣ୍ଡର ସୁଇଂ ବୋଲିଂ କଣ୍ଡିଶନରେ ଭାରତର ଶିଖର ଧାଓ୍ବନଙ୍କ ବ୍ୟାଟିଂ ଟେକ୍ନିକ୍‌ ସଫଳ ହେବାନେଇ ଆଶଙ୍କା ରହିଛି। ମାତ୍ର ଏହାକୁ ନେଇ ଚିନ୍ତିତ...

ଡିସେମ୍ବର ୧୯ରେ ଆଇପିଏଲ୍‌ ଖେଳାଳି ନିଲାମ କୋଲକାତାରେ

ମୁମ୍ବାଇ,୬।୧୧(ପି.ଟି.)- ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ପରବର୍ତ୍ତୀ ସଂସ୍କରଣର ଖେଳାଳି ନିଲାମ କୋଲକାତାରେ ଆସନ୍ତାମାସ ୧୯ ତାରିଖରେ ଆୟୋଜନ ହେବ। ମଙ୍ଗଳବାର ଏଠାରେ ଆୟୋଜିତ...

ସେଣ୍ଟ୍‌ ଲୁସିଆ ଫ୍ରାଞ୍ଚାଇଜ୍‌କୁ କିଣିବ କିଙ୍ଗ୍ସ ଇଲେଭେନ

ନୂଆଦିଲ୍ଲୀ, ୧୮ା୨ (ପି.ଟି.)- କିଙ୍ଗ୍ସ ଇଲେଭେନ ପଞ୍ଜାବ କ୍ୟାରିବିୟନ ପ୍ରିମିୟର ଲିଗ୍‌ (ସିପିଏଲ୍‌)ର ସେଣ୍ଟ ଲୁସିଆ ଫ୍ରାଞ୍ଚାଇଜ୍‌ କ୍ରୟ କରିବ। ଫଳରେ ସିପିଏଲ ଦଳ କ୍ରୟ...

ବିରାଟ କୋହଲିଙ୍କ ଗୋଟିଏ ଟୁଇଟ୍‌, ଧୋନୀଙ୍କ ଅବସରକୁ ନେଇ ପୁଣି ଉଠିଲା ଚର୍ଚ୍ଚା

ନୂଆଦିଲ୍ଲୀ,୧୨।୯:ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଭାରତ ପାଇଁ ସୀମିତ ଓଭର କ୍ରିକେଟ ଖେଳିବେ କି ଅବସର ନେବେ? ୨୦୧୯ ବିଶ୍ୱକପରେ ଭାରତର ଅଭିଯାନ ଶେଷ...

Coronavirus Update

Archives

Model This Week

Why Dharitri