Posted inଖେଳ

‘ଆଇଏସଏଲରେ ଶ୍ରେଷ୍ଠ ପ୍ରଦର୍ଶନ ପ୍ରଥମ ଲକ୍ଷ୍ୟ’

ଶୁଭମ୍‌ ଷଡ଼ଙ୍ଗୀ, ଜାତୀୟ ଫୁଟବଲରେ ଏବେ ଏକ ପରିଚିତ ନାମ। ପୂର୍ବରୁ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସଏଲ)ରେ ଦିଲ୍ଲୀ ଡାଇନାମସ ପକ୍ଷରୁ ଖେଳି ଆସିଥିଲେ ଏହି ଓଡ଼ିଆ ଖେଳାଳି। ଏହି ଫୁଟବଲ କ୍ଲବ ଏବେ ଓଡ଼ିଶା ଏଫସିରେ ପରିଣତ ହୋଇଛି। ତେଣୁ ଘରୋଇ ପରିବେଶରେ ଖେଳିବାକୁ ବ୍ୟଗ୍ର ବାଲେଶ୍ୱର ସୋରୋ ଅଞ୍ଚଳର ମା’ ଅନୀତା ଓ ପିତା ପ୍ରୀତିକାନ୍ତ ଷଡ଼ଙ୍ଗୀଙ୍କ ପୁତ୍ର ଏହି ଫୁଟବଲ ପ୍ରତିଭା। ବୁଧବାର ଓଡ଼ିଶା ଏଫସିର ଜର୍ସି ଉନ୍ମୋଚନ ଉତ୍ସବ ଅବସରରେ ଶୁଭମ୍‌ ପ୍ରକାଶ କରିଛନ୍ତି ନିଜ ମନର କଥା।

ପ୍ର: ଓଡ଼ିଶାରେ ଫୁଟବଲର ଏକ ନୂଆ ଟିମ୍‌ ସୃଷ୍ଟି ହେଲା, ନୂଆ ଧାରା ଆରମ୍ଭ ହେଲା। ଫ୍ୟାନ୍‌ କ୍ଲବ ମଧ୍ୟ ପ୍ରଥମଥର ଗଠନ ହେଲା। କ’ଣ ଭାବୁଛନ୍ତି, ଓଡ଼ିଶା ଫୁଟବଲକୁ ଏହା କେତେ ଆଗକୁ ନେଇ ପାରିବ।
ଉ: ଏ ବର୍ଷ ଓଡ଼ିଶା ଏଫସି ଆତ୍ମ ପ୍ରକାଶ କରିଛି। ଯେବେ ନୂଆ ଟିମ୍‌ ଆସେ ସେତେବେଳେ ତା’ଠାରୁ ବହୁତ କିଛି ଆଶା ରହିଥାଏ। ଜଣେ ଖେଳାଳିଭାବେ ଶ୍ରେଷ୍ଠ ପ୍ରଦର୍ଶନ କରିବା ଆମର ଲକ୍ଷ୍ୟ। ଆମେ ସେଥିରେ କିଛି କମ୍‌ କରିବୁନି। ଓଡ଼ିଶା ଫୁଟବଲକୁ ଏହା ନିଶ୍ଚିତ ଫାଇଦା ଦେବ। ଆଗାମୀ ୫ ବର୍ଷ ମଧ୍ୟରେ ନିଶ୍ଚିତ ଓଡ଼ିଶାରୁ କ୍ୱାଲିଟି ଫୁଟବଲ ଖେଳାଳି ବାହାରିବେ। ରାଜ୍ୟ ସରକାର ଯେପରି କ୍ରୀଡ଼ାକୁ ସମର୍ଥନ କରୁଛନ୍ତି ସେଥିରୁ କେବଳ ଫୁଟବଲ ନୁହେଁ ସବୁ କ୍ରୀଡ଼ାରେ ନିଶ୍ଚିତ ଉନ୍ନତି ହେବ।
ପ୍ର: ଏଥର ଶୁଭମ୍‌ ଘରୋଇ ପରିବେଶରେ ଆଇଏସଏଲର କେତେକ ମ୍ୟାଚ ଖେଳିବେ। ବ୍ୟକ୍ତିଗତଭାବେ କହିଲେ କ’ଣ ଟାର୍ଗେଟ ରହିଛି।
ଉ: ମୁଁ ଯେତେ ବି ମ୍ୟାଚ ଖେଳିବାକୁ ସୁଯୋଗ ପାଇବି ସେଥିରେ ପ୍ରଦର୍ଶନର ଛାପ ଛାଡ଼ିବାକୁ ଚେଷ୍ଟା କରିବି। ପାସ୍‌ କରିବି, ଆସିଷ୍ଟ କରିବି, ଗୋଲ କରିବି। ଯେତେଶୀଘ୍ର ସମ୍ଭବ ଜାତୀୟ ଦଳ ପକ୍ଷରୁ ଖେଳିବା ମୋର ବ୍ୟକ୍ତିଗତ ଲକ୍ଷ୍ୟ।
ପ୍ର: ଓଡ଼ିଶା ଏଫସି ସମ୍ଭାବ୍ୟ ଦଳରେ ଆଉ ଜଣେ ଓଡ଼ିଆ ଖେଳାଳି ଅଙ୍କିତ ଭୂୟାଁ ଅଛନ୍ତି, ତାଙ୍କ ସମ୍ପର୍କରେ କ’ଣ କହିବେ।
ଉ: ଅଙ୍କିତ ନୂଆ କରି ଦଳକୁ ଆସିଛନ୍ତି। ସେ ଭଲ ଖେଳୁଛନ୍ତି, ଆଗାମୀ ଦିନରେ ସେ ନିଶ୍ଚିତ ଆହୁରି ଭଲ ଖେଳିବେ ବୋଲି ମୋର ଆଶା। ଦିନେ ସେ ଓଡ଼ିଶା ଏଫସିର ଜଣେ ନାମୀ ଗୋଲକିପର ହୋଇ ପାରିବ ଏବଂ ଲୋକମାନେ ତାଙ୍କୁ ଭଲ ପାଇବେ।
ପ୍ର: ତୁମେ ଦିଲ୍ଲୀ ଡାଇନାମସ ପକ୍ଷରୁ ପୂର୍ବରୁ ଖେଳି ଆସୁଥିଲ, ଏବେ ଓଡ଼ିଶା ଏଫସିର ନାମ ପରିବର୍ତ୍ତନ ପରେ ଏଠାରେ ଅଭ୍ୟାସ ଚାଲିଛି। କିଛି ଭିନ୍ନତା ଲକ୍ଷ କରୁଛନ୍ତି କି ?
ଉ: ଓଡ଼ିଶା ଏଫସିର ମ୍ୟାଚ ଆରମ୍ଭ ହୋଇନାହିଁ। ପୂର୍ବରୁ ଡାଇନାମସ ଦଳରେ ଯେଉଁ ଖେଳାଳିମାନେ ଥିଲେ ସେମାନେ ମଧ୍ୟ ଏଠାରେ ଅଛନ୍ତି। ଦଳରେ ଅନେକ ବିଦେଶୀ ଖେଳାଳି ଅଛନ୍ତି। ଆମ ନିକଟରୁ ପ୍ରଶଂସକମାନେ ଏଠାରେ ଅଧିକ କିଛି ଆଶା କରୁଥିବା ଆମେ ଅନୁଭବ କରୁଛୁ। ତେଣୁ ଆମେ ନିଜ ନିଜର ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ବ୍ୟଗ୍ର ଅଛୁ। କୋଚ୍‌ ଜୋସେପ୍‌ ଗୋମ୍ବାଉ ଦଳକୁ ନେଇ ଅନେକ ଆଶା ରଖିଛନ୍ତି। ଦଳୀୟ ସନ୍ତୁଳନ ଭଲ ଅଛି। ତେଣୁ ଏଥର ନିଶ୍ଚିତ ପ୍ରଦର୍ଶନ ହେବା ଆଶା।
ପ୍ର: ଦେଶର ଅନ୍ୟତମ ସମ୍ମାନଜନକ ଆଇ-ଲିଗ୍‌ ଦ୍ୱିତୀୟ ଡିଭିଜନ୍‌ ପ୍ରତିଯୋଗିତା ହେବା ଶୁଣା ଯାଉଛି। ଭାରତୀୟ ଫୁଟବଲ ପାଇଁ ଏହା କେତେଦୂର ଯୁକ୍ତିଯୁକ୍ତ ହେବ।
ଉ: ଆଇ-ଲିଗ୍‌ ଏକ ଭଲ ପ୍ରତିଯୋଗିତା, ଏଥିରେ ଦ୍ୱିମତ ନାହିଁ। ତେବେ ଏହା ଦ୍ୱାରା ଭଲ ବି ହେବ ବୋଲି ମୁଁ ଭାବୁଛି। କାରଣ ପ୍ରମୋଶନ ଓ ରିଲିଗେଶନ ରହିଲେ ପ୍ରତିଦ୍ୱନ୍ଦ୍ୱିତା ବଢ଼ିବ। ପରୋକ୍ଷରେ ଏହା ଭାରତୀୟ ଫୁଟବଲକୁ ସହାୟକ ହୋଇପାରିବ। ଏହାଦ୍ୱାରା ସବୁ ଦଳ ଭଲ ପ୍ରଦର୍ଶନ ଉପରେ ନଜର ରଖିବେ। ଆଇଏସଏଲର କୌଣସି ଦଳ ଭଲ ପ୍ରଦର୍ଶନ ନ କଲେ ଆଇ-ଲିଗ୍‌କୁ ଖସିବ। ସେପରି ଆଇ-ଲିଗ୍‌ର ଭଲ ପ୍ରଦର୍ଶନକାରୀ ଦଳ ପ୍ରମୋଶନ ପାଇବ। ଏହା ନିଶ୍ଚିତ ଭଲ କଥା ହେବ।
ପ୍ର: କିଛିଦିନହେବ ତୁମେ କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ କରି ଆସୁଛ, କେମିତି ସୁବିଧା ସୁଯୋଗ ଅଛି ?
ଉ: ଆମେ ଟ୍ରେନିଂ ଗ୍ରାଉଣ୍ଡରେ ଅଭ୍ୟାସ କରି ଆସୁଛୁ। ସେଠାକାର ସୁବିଧା ସୁଯୋଗ ବହୁତ ଭଲ। ଏହାର ଭଲ ରକ୍ଷଣାବେକ୍ଷଣ କରାଯାଉଛି। ଜିମ୍‌ ମଧ୍ୟ ଉନ୍ନତମାନର। ହାଇପରଫରମାନ୍ସ ସେଣ୍ଟର ମଧ୍ୟ ସହାୟକ ହେବ। ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋନାଲ୍ଡୋ-ମେସିଙ୍କୁ ନେଇ ଇତିହାସରେ ପ୍ରଥମ ଥର ଘଟିବାକୁ ଯାଉଛି ଏମିତି ଘଟଣା, ଅପେକ୍ଷାରେ ପ୍ରଶଂସକ

ନୂଆଦିଲ୍ଲୀ,୬।୯: ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଆର୍ଜେଣ୍ଟିନାର ଲିଓନେଲ ମେସି ଫୁଟବଲ ଜଗତର ଦୁଇ କିମ୍ବଦନ୍ତୀ ତାରକା। ପ୍ରାୟ 15 ବର୍ଷ ଧରି, ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ବିଶ୍ୱ…

ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ପୁଣି ଲଜ୍ଜାଜନକ ରେକର୍ଡ!

ନୂଆଦିଲ୍ଲୀ,୬।୯: ୨୦୨୬ ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଇନିଂସରେ ବୈଭବ ସୂର୍ଯ୍ୟବଂଶୀ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ଏବଂ ୧୫ତମ ଓଭରରେ ୪୪ ରନ କରି ଆଉଟ ହୋଇଥିଲେ।…

ମହମ୍ମଦ ଶାମିଙ୍କୁ ନେଇ ଆସିଲା ବଡ଼ ଖବର, ଚୟନକର୍ତ୍ତାଙ୍କ ନଜର ଦୁଲୀପ ଟ୍ରଫି ଫାଇନାଲ ଉପରେ

ନୂଆଦିଲ୍ଲୀ,୬।୯: ଅଭିଜ୍ଞ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ODI ଦଳକୁ ଫେରିବା ପାଇଁ ପଥ ଖୋଲିପାରେ। ଭାରତ ସେପ୍ଟେମ୍ବର 27 ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri