ଆଇଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ

ଭୁବନେଶ୍ୱର,୨୫ା୨(ବ୍ୟୁରୋ): ଓଡ଼ିଶା ପ୍ରଶାସନରେ କାର୍ଯ୍ୟରତ କେତେକ ଭାରତୀୟ ପ୍ରଶାସନିକ ସେବା(ଆଇଏଏସ୍‌) ଅଧିକାରୀସ୍ତରରେ ଛୋଟ ଧରଣର ଅଦଳବଦଳ କରାଯାଇଛି। ଏନେଇ ସୋମବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଜମିଜମା ରେକର୍ଡ, ସର୍ଭେ ଏବଂ ଚକବନ୍ଦୀ ନିର୍ଦ୍ଦେଶକ ବି.ପରମେଶ୍ୱରନ୍‌(୨୦୦୮)ଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ନିର୍ଦ୍ଦେଶକ ତଥା ଯୁଗ୍ମ ସଚିବଭାବେ ନିଯୁକ୍ତି ମିଳିଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଯୁଗ୍ମ ସଚିବ ଗୁହା ପୁନମ୍‌ ତାପସ କୁମାର(୨୦୦୮) ଏସ୍‌ଟି, ଏସ୍‌ସି, ସଂଖ୍ୟାଲଘୁ ସମ୍ପ୍ରଦାୟ ଏବଂ ଓବିସି କଲ୍ୟାଣ ବିଭାଗ ନିର୍ଦ୍ଦେଶିକା ଦାୟିତ୍ୱ ତୁଲାଇବେ। ହସ୍ତତନ୍ତ, ବୟନଶିଳ୍ପ ଏବଂ ହସ୍ତଶିଳ୍ପ ଅତିରିକ୍ତ ସଚିବ ବୃନ୍ଦାବନ ବେହେରା(୨୦୦୮) ଜମିଜମା ରେକର୍ଡ, ସର୍ଭେ, ଚକବନ୍ଦୀ ନିର୍ଦ୍ଦେଶକଭାବେ ନିଯୁକ୍ତି ପାଇଛନ୍ତି। ସେହିପରି ସ୍ମୃତି ରଞ୍ଜନ ପ୍ରଧାନ(ଏନ୍‌ଏସ୍‌ସିଏସ-୨୦୧୨)ଙ୍କୁ କଟକସ୍ଥିତ ମତ୍ସ୍ୟ ସମ୍ପଦ ନିର୍ଦ୍ଦେଶକ ଏବଂ ଉମାକାନ୍ତ ତ୍ରିପାଠୀ(ଏସ୍‌ସିଏସ୍‌)ଙ୍କୁ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ନିର୍ଦ୍ଦେଶକ ଦାୟିତ୍ୱ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଲିମକା ବୁକ ଅଫ୍‌ ରେକର୍ଡ଼ସରେ ବାହାନଗାର ଯୁବ ଇଞ୍ଜିନିୟର

ବାହାନଗା, ୨୨ା୧୨-୧୦ହଜାରରୁ ଊର୍ଦ୍ଧ୍ୱ ସାମାଜିକ ଉପକରଣ, ୩୦ହଜାରରୁ ଊର୍ଦ୍ଧ୍ୱ ବିଜ୍ଞାନ ଓ ଶିକ୍ଷଣୀୟ ସାମଗ୍ରୀ ପ୍ରସ୍ତୁତ କରି ବାଲେଶ୍ୱର ଜିଲା ବାହାନଗା ବ୍ଲକ ଅଞ୍ଚଳର ଯୁବ...

ଆଜିଠୁ ୧୮ରୁ ୪୪ ବର୍ଷୀୟଙ୍କୁ ଦ୍ୱିତୀୟ ଡୋଜ୍‌

ଭୁବନେଶ୍ୱର, ୨।୬(ବ୍ୟୁରୋ):ବହୁ ପ୍ରତୀକ୍ଷା ପରେ ଶେଷରେ ରାଜଧାନୀ ଭୁବନେଶ୍ୱରରେ ବୁଧବାରଠାରୁ ୧୮ରୁ ୪୪ ବର୍ଷୀୟ ବର୍ଗଙ୍କ ପାଇଁ ୨ୟ ଡୋଜ୍‌ କୋଭିଡ୍‌ ଟିକାକରଣ ଆରମ୍ଭ ହେବାକୁ...

ରାଜଧାନୀରେ ଭାରତ ବନ୍ଦର ଆଶିଂକ ପ୍ରଭାବ: ହନ୍ତସନ୍ତ ହେଲେ ଯାତ୍ରୀ

ଭୁବନେଶ୍ୱର,୮।୧(ବ୍ୟୁରୋ): ୧୨ ଦଫା ଦାବି ନେଇ କେନ୍ଦ୍ରୀୟ ଟ୍ରେଡ ୟୁନିୟନ ଦେଇଥିବା ଭାରତୀୟ ବନ୍ଦ ଡାକରା ବୁଧବାର ଆଶିଂକ ଭାବେ ସଫଳ ହୋଇଛି। ରାଜଧାନୀରେ ସକାଳେ...

ଜେଲ୍‌ ଗଲେ ଆଇଏଏସ୍‌ ବିଜୟ କେତନ

ଭୁବନେଶ୍ୱର,୫ା୧(ବ୍ୟୁରୋ): ଆଇଏଏସ ଅଫିସର ବିଜୟ କେତନ ଉପାଧ୍ୟାୟ ରବିବାର ଜେଲ ଯାଇଛନ୍ତି। ରିମାଣ୍ଡ ଅବଧି ସରିବା ପରେ ତାଙ୍କୁ ଭୁବନେଶ୍ୱର ଝାରପଡ଼ା ଜେଲକୁ ପଠାଇ ଦିଆଯାଇଛି।...

ଭୁବନରେ ଭାଜପା-ବିଜେଡି ଟକ୍କର

ଭୁବନ,୨୦।୨(ଡି.ଏନ.ଏ) ଢେଙ୍କାନାଳ ଜିଲା ଭୁବନ ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ମତଦାନ ଆସନ୍ତା ୨୨ ତାରିଖରେ ଅନୁଷ୍ଠିତ ହେବ। ବ୍ଲକର ୧୮ଟି ପଞ୍ଚାୟତର ମୋଟ୍‌ ୮୨...

ବଡ଼ ଅପରାଧ ରୋକିବାକୁ ନୂଆ ପ୍ରସ୍ତୁତି: କମିଶନରେଟ ପୋଲିସରେ ହେବ ସ୍ପେଶାଲ କ୍ରାଇମ୍‌ ୟୁନିଟ୍‌

ଭୁବନେଶ୍ୱର,୨୪ା୯(ବ୍ୟୁରୋ): ଡ୍ରଗ୍ସ ମାଫିଆ, ଜମି ମାଫିଆ, ବନ୍ଧୁକ ବେପାରୀ ଓ ସଂଗଠିତ ଅପରାଧୀ ସାବାଡ଼ ହେବେ। ବଡ଼ ଅପରାଧ ରୋକିବା ସହ ସମ୍ପୃକ୍ତ ଅପରାଧୀଙ୍କୁ ଧରିବା...

ଛାତ୍ରୀଙ୍କୁ ଗଣବଳାତ୍କାର ଅଭିଯୋଗ, ୨ ଯୁବକ ଅଟକ

ଆଳି, ୯।୧୦ (ଡି.ଏନ୍‌.ଏ.): ଆଳି ଥାନା ଅଞ୍ଚଳର ଜନୈକା ନବମ ଶ୍ରେଣୀ ଛାତ୍ରୀଙ୍କୁ ଗଣବଳାତ୍କାର କରିଥିବା ଅଭିଯୋଗରେ ବୁଧବାର ମାନପୁର ଅଞ୍ଚଳର ୨ଜଣ ଯୁବକଙ୍କୁ ପୋଲିସ...

ହୋଲିରେ ଫାଣ୍ଡି ଅଧିକାରୀଙ୍କୁ ଆକ୍ରମଣ

କଟକସଦର,୨୯।୩: ହୋଲିରେ ଚୋରାରେ ମଦ ବିକ୍ରି ହେଉଥିବା ଖବର ପାଇଁ ୪୨ ମୌଜା ଫାଣ୍ଡି ଅଧିକାରୀ କୃପାସିନ୍ଧୁ ବରାଡ଼ ଝାରକଟା ଗ୍ରାମରେ ଚଢାଉ କରିଥିଲେ। ସେତିକିବେଳେ...

Advertisement
Archives

Model This Week