ଅସ୍ପୃଶ୍ୟତା ଏକ ସାମାଜିକ ପ୍ରତିବନ୍ଧକ

ଡ.ପରମାନନ୍ଦ ନାଏକ

ଆଜିର ଏହି ପରିବର୍ତ୍ତନଶୀଳ ସମାଜରେ ଅସ୍ପୃଶ୍ୟତା ଏକ ପ୍ରତିବନ୍ଧକ ହୋଇ ଠିଆହୋଇଛି। ଏହି ଆଧୁନିକ ସଭ୍ୟତାରେ ଜାତି ଓ ଉପ-ଜାତି ପ୍ରଥା ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛି, ଯାହା ଅସ୍ପୃଶ୍ୟତା ନାମରେ ବିବେଚିତ। ଜାତିପ୍ରଥା କେବଳ ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କ ମଧ୍ୟରେ ଦେଖାଯାଏ ତାହା ନୁହେଁ, ସହରାଞ୍ଚଳରେ ବସବାସ କରୁଥିବା ପାଠୋଇ ବ୍ୟକ୍ତିସମୂହ ମଧ୍ୟ ଏହାଦ୍ୱାରା ପ୍ରଭାବିତ। ଆଜିର ସଭ୍ୟ ସମାଜର ଶିକ୍ଷିତ ବର୍ଗଙ୍କ ଚିନ୍ତାଧାରାରେ ଏହା ଏବେ ମଧ୍ୟ ଜୀବନ୍ତ। ଏହି ଅସ୍ପୃଶ୍ୟତା ଦ୍ୱାରା ସମାଜରେ ରହୁଥିବା ଜାତିଭିତ୍ତିକ ଗୋଷ୍ଠୀ ଅନେକ ସମସ୍ୟାର ସମ୍ମୁଖୀନ ହୋଇ ଆସୁଛନ୍ତି।ଏହି ଅସ୍ପୃଶ୍ୟତା କେତେକ ନିର୍ଦ୍ଦିଷ୍ଟ ଜାତିର ସଦସ୍ୟମାନଙ୍କ ଉପରେ ଲାଗୁ ହୋଇଥାଏ, ଯାହାକି ସଦସ୍ୟମାନଙ୍କ ଜନ୍ମ ଉପରେ ପର୍ଯ୍ୟବସିତ ଓ ବଂଶାନୁକ୍ରମିକ।ଏହି ବଂଶାନୁକ୍ରମିକ ଅସ୍ପୃଶ୍ୟତା ପ୍ରଥା, ଜାତି ଓ ଉପଜାତିଭିତ୍ତିକ ଭେଦଭାବକୁ ସୂଚିତ କରିଆସୁଛି।
ଭାରତର ଜାତିପ୍ରଥା ବୋଧହୁଏ ବିଶ୍ୱର ଏକ ପୁରାତନ ସାମାଜିକ ବର୍ଗୀକରଣ। ପୃଥିବୀର ଅନ୍ୟ କୌଣସିଠାରେ ଯେ ଭେଦଭାବ ନାହିଁ, ଭାବିବା ଭୁଲ୍‌, ମାତ୍ର ହିନ୍ଦୁ ସମାଜରେ ଯେଉଁ ଜାତିପ୍ରଥା ଦେଖାଯାଏ, ତାହା କେତେକ ନିର୍ଦ୍ଦିଷ୍ଟ ଲକ୍ଷଣ ଉପରେ ଆଧାରିତ। ଭାରତର ବିଭିନ୍ନ ସ୍ଥାନରେ ଅସ୍ପୃଶ୍ୟତା ଭିନ୍ନ ଭିନ୍ନ ରୂପ ଧାରଣ କରି ପ୍ରାଚୀନକାଳରୁ ଚାଲିଆସୁଛି। ଅସ୍ପୃଶ୍ୟତା ହେଉଛି ଭେଦଭାବର ଏକ ପ୍ରଥା, ଯାହା ଶୁଦ୍ଧତା ଏବଂ ପ୍ରଦୂଷଣର ଧାରଣ ଉପରେ ଆଧାରିତ। ଏହା ସାଧାରଣତଃ ଏକ ପ୍ରତିବନ୍ଧକ ଯଥା ସର୍ବସାଧାରଣ ସ୍ଥାନରେ ପୃଥକୀକରଣ ଏବଂ କର୍ମକ୍ଷେତ୍ରରେ ଭେଦଭାବ ଆକାରରେ ଦେଖାଯାଏ। ଏହାର ସୃଷ୍ଟି ଓ ବିକାଶ ଶହ ଶହ ବର୍ଷର ପ୍ରକ୍ରିୟା ମାଧ୍ୟମରେ ହୋଇଛି ଏହା ନିଃସନ୍ଦେହ। ଏହାର ଉପତ୍ତ୍ତି ମୂଳରେ ବିଭିନ୍ନ ଐତିହାସିକ, ନୃତତ୍ତ୍ୱବିତ୍‌, ସମାଜବିଜ୍ଞାନୀ ଓ ଦାର୍ଶନିକଙ୍କ ଦ୍ୱାରା ପ୍ରଦତ୍ତ ବିଭିନ୍ନ ତତ୍ତ୍ୱ ଜଡ଼ିତ। ସେଗୁଡ଼ିକ ହେଲା – ପାୈରାଣିକ ତତ୍ତ୍ୱ, ବୃତ୍ତିଗତ ତତ୍ତ୍ୱ ଏବଂ ପ୍ରଜାତୀୟ ତତ୍ତ୍ୱ। ଅସ୍ପୃଶ୍ୟ ବ୍ୟକ୍ତିମାନେ ବିଭିନ୍ନ ସମୟରେ ବିଭିନ୍ନ ନାମ ଦ୍ୱାରା ପରିଚିତ ଯଥା : ବୈଦିକ କାଳରେ ଚଣ୍ଡାଳ, ମଧ୍ୟଯୁଗରେ ଅଛୁତ, ବ୍ରିଟିଶ ଶାସନ ସମୟରେ ଅବସାଦଗ୍ରସ୍ତ ଜାତି ଭାରତ ସ୍ବାଧୀନତା ସମୟରେ ହରିଜନ ଏବଂ ପରେ ଦଳିତ ନାମରେ ନାମିତ। ଭାରତୀୟ ସମ୍ବିଧାନ ଏମାନଙ୍କୁ ଅନୁସୂଚିତ ଜାତି ବୋଲି ନାମିତ କରିଛି। ଭାରତୀୟ ସମ୍ବିଧାନ ଏମାନଙ୍କର ସୁରକ୍ଷା ଓ ଉନ୍ନତି ନିମନ୍ତେ ବହୁ ପଦକ୍ଷେପ ନେଇଛି। ଭାରତୀୟ ସମ୍ବିଧାନ ସମସ୍ତ ଅନୁସୂଚିତ ଜାତି ପାଇଁ ସମାନତାର ସମ୍ମତି ଦେଇଛି ବିଭିନ୍ନ ଆଇନ ମାଧ୍ୟମରେ, ଯଥା ନାଗରିକ ଅଧିକାର ଅଧିନିୟମ-୧୯୫୫ ଏବଂ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି (ଅତ୍ୟାଚାର ନିବାରଣ ଅଧିନିୟମ, ୧୯୮୯)। ଭାରତୀୟ ସମ୍ବିଧାନର ଧାରା ୧୭ ଅସ୍ପୃଶ୍ୟତାକୁ ରଦ୍ଦ କରି ଏହା ଏକ ଦଣ୍ଡନୀୟ କାର୍ଯ୍ୟ ବୋଲି ଘୋଷଣା କରିଛି। ଆଜି ଅସ୍ପୃଶ୍ୟତାର ଦୃଶ୍ୟ ପ୍ରାଚୀନ ଭାରତଠାରୁ ଭିନ୍ନ। ଏଥିରୁ ଜଣାପଡୁଛି ଯେ ଭାରତର ସ୍ବାଧୀନତା ୭୫ ବର୍ଷ ବିତିଗଲା, ତଥାପି ଭାରତରେ ଅସ୍ପୃଶ୍ୟତା ଚାଲିଆସୁଥିବା ଏକ ସାମାଜିକ ସମସ୍ୟା। ଏହା ହୃଦୟଙ୍ଗମ କରିବା ଅତ୍ୟନ୍ତ ଜରୁରୀ ଯେ ଏକବିଂଶ ଶତାବ୍ଦୀର ମାନବସମାଜ ତଥାପି ଏହି ଅସ୍ପୃଶ୍ୟତା ଅଭ୍ୟାସ ଜାରି ରଖିଛନ୍ତି। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ରିପୋର୍ଟରୁ ଜଣାପଡ଼ିଛି ଯେ ୨୦୨୧ ମସିହାରେ ଅନୁସୂଚିତ ଜାତି ବିରୋଧରେ ଅତ୍ୟାଚାର କିମ୍ବା ଅପରାଧ ୧.୨% ବୃଦ୍ଧି ପାଇଛି। ଅନୁସୂଚିତ ଜାତି ବିରୋଧରେ ସର୍ବାଧିକ ଅତ୍ୟାଚାର ମାମଲା ରିପୋର୍ଟ କରୁଥିବା ରାଜ୍ୟ ମଧ୍ୟରେ ଉତ୍ତରପ୍ରଦେଶ ୨୫.୮୨%, ରାଜସ୍ଥାନ ୧୪.୭% ଏବଂ ମଧ୍ୟପ୍ରଦେଶ ୧୪.୧%। ରିପୋର୍ଟରେ ଦର୍ଶାଯାଇଛି ଯେ ୨୦୨୧ ମସିହାରେ ଅନୁସୂଚିତ ଜନଜାତିଙ୍କ ପ୍ରତି ଅତ୍ୟାଚର ୬.୪% ବୃଦ୍ଧିପାଇଛି। ମଧ୍ୟପ୍ରଦେଶରେ ସର୍ବାଧିକ ମାମଲା ୨୯.୮% ହୋଇଥିବା ବେଳେ ରାଜସ୍ଥାନ ୨୪% ଏବଂ ଓଡ଼ିଶା ୭.୬% ରିପୋର୍ଟ ହୋଇଛି। ଜାତି ଓ ଅସ୍ପୃଶ୍ୟତା ସବୁବେଳେ ନୃତତ୍ତ୍ୱ ବିଜ୍ଞାନର ଏକ ଅନୁସନ୍ଧାନ ରହିଆସିଛି। ଆମେରିକୀୟ ନୃତତ୍ତ୍ୱବିତ୍‌ ଫ୍ରା ବୋଆସ୍‌ ଏକ ସିଦ୍ଧାନ୍ତ ଦେଇଛନ୍ତି, ଯାହା ସାଂସ୍କୃତିକ ଆପେକ୍ଷିକତା, ଯେଉଁଠାରେ ସେ ସ୍ପଷ୍ଟ କରିଛନ୍ତି ଯେ, ପ୍ରତ୍ୟେକ ସଂସ୍କୃତିର ନିଜର ପରିଚୟ ଅଛି ଏବଂ ଅନ୍ୟ ସଂସ୍କୃତିର ମାନ ବ୍ୟବହାର କରି ଏହାକୁ ବିଚାର କରିବା ଉଚିତ ନୁହେଁ। ପ୍ରତ୍ୟେକ ସଂସ୍କୃତି ଅନନ୍ୟ, କାୈଣସି ସଂସ୍କୃତି ଉନ୍ନତ ଏବଂ ନିମ୍ନ ନୁହେଁ। ଠିକ୍‌ ପଦକ୍ଷେପ ଓ ସଚେତନତା ଦ୍ୱାରା ଅସ୍ପୃଶ୍ୟତା ଦୂର କରାଯାଇପାରିବ। ଆମେ ସମସ୍ତେ ମିଳିମିଶି ଏକ ଅନ୍ତର୍ଭୁକ୍ତ ସମାଜ ଗଠନ କରିବା ଆବଶ୍ୟକ, ଯେଉଁଠି ସମସ୍ତଙ୍କୁ ସମ୍ମାନର ସହ ଗ୍ରହଣ କରାଯିବା ଉଚିତ।
ସହକାରୀ ଅଧ୍ୟାପକ,
ନୃତତ୍ତ୍ୱ ବିଭାଗ, ଉତ୍କଳ ବିଶ୍ୱବିଦ୍ୟାଳୟ
ମୋ : ୯୪୩୮୫୫୯୦୮୨


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri